ବିଜେପି କହିଛି, ବିଧାୟକ ସୁଶାନ୍ତ ସିଂଙ୍କ ଘନିଷ୍ଠ ସହଯୋଗୀ ରାଜା ଖାନ। ଭଟଲିରେ ସୁଶାନ୍ତଙ୍କ ଅପରାଧିକ ସାମ୍ରାଜ୍ୟର ମୁଖ୍ୟ କାର୍ପଟଦାର ରାଜା ଖାନ। ଯାହାକୁ ଗୁଡ୍ଡୁ ମୁସଲିମ୍ ଲିଙ୍କରେ ୟୁପିରୁ ବରଗଡ଼ ଆସି STF ଟିମ୍ ପଚରାଉଚରା କରିଛି।
ସାଲେପୁର ପରେ ଜଳେଶ୍ୱର । ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ । ବିଜୁ ବାବୁଙ୍କ ଲାଗି ମନ୍ତ୍ରୀ ଗୋଟିଏ ପଟେ ସଭା କରୁଛନ୍ତି ତ ଆଉ ଦଳୀଏ ନେତା ଅନ୍ୟଠାରେ କରୁଛନ୍ତି ସଭା । ସେପଟେ କର୍ମୀ ନାରା ଦେଉଛନ୍ତି ଅଶ୍ୱିନୀ ହଟାଅ, ବିଜେଡି ବଂଚାଅ
କଂଗ୍ରେସ ଦଳ ସହ ଜଡିତ ଥାଇ ବି ୧୯୬୪ ମସିହାରେ ସେ କଂଗ୍ରେସ ସରକାର ବିରୋଧରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ୧୯୬୫ ମସିହାରେ ସେ ରେଭେନସା କଲେଜ ଛାତ୍ର ସଂସଦର ସଭାପତି ହୋଇଥିଲେ ।
ଓଡ଼ିଶାରେ ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍ । ସମ୍ବଲପୁର ହିଂସାକୁ ନେଇ ଭିଏଚପିର ବନ୍ଦକୁ ବିଜେପିର ସମର୍ଥନ ଓ ପ୍ରତିବାଦରେ ବିଜେଡିର ଶାନ୍ତି ଶୋଭାଯାତ୍ରାକୁ ପରେ ଚର୍ଚ୍ଚା ଜୋର୍ । ଦୁଇ ଦଳ ଫୋକସରେ ହିନ୍ଦୁ ଭୋଟ୍, ହିଂସାକୁ ନେଇ ପୁଣି ମୁହାଁମୁହିଁ
ପ୍ରବାଦ ପୁରୁଷ ବିଜୁବାବୁଙ୍କ ପବିତ୍ର ଶ୍ରାଦ୍ଧ ଦିବସରେ ସାଲେପୁର ସହରର ମଧ୍ୟ ଭାଗରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ନିଜ ସମର୍ଥକମାନଙ୍କୁ ନେଇ ଏକ ଶୋଭାଯାତ୍ରାରେ ଆସି ପୁଷ୍ପମାଲ୍ୟ ଦେଇଥିଲେ ହିମାଂଶୁ କୁମାର ମହାନ୍ତି । ତାପରେ ସାଲେପୁର ବିଶ୍ୱେଶ୍ୱର ଠାରେ ଶ୍ରଦ୍ଧାଞ୍ଜଳି ସଭା ବି ହୋଇଥିଲା
ଚକାଚକ୍ ବିଲଡିଂ । ବାହାରୁ ଯେତିକି ଆକର୍ଷଣୀୟ ଭିତରେ ତାଠୁ ବଳି । କୌଣସି ଫାଇଭ ଷ୍ଟାର ହୋଟେଲ କଥା କହୁ ନାହୁଁ । ଆମେ କହୁଛୁ ଦେଶର ଦ୍ୱିତୀୟ ଆଂଚଳିକ ଧନୀ ଦଳ ବିଜେଡିର ନୂଆ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ କଥା ।
୨୩ରୁ ଆଲିସାନ କୋଠାରେ ଚାଲିବ ବିଜେଡି ମୁଖ୍ୟାଳୟ । କେଉଁଠୁ ଆସିଲା ଏତେ ପାଣ୍ଠି ପ୍ରଶ୍ନ ଉଠାଇଲା ବିଜେପି ।
ବିଜୟର ଆହ୍ୱାନ ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ବୁଲେଟ୍ ବିରୋଧରେ ବାଲଟରେ ମତଦାନ ନିର୍ଣ୍ଣାୟକ ହେବ ବୋଲି ମନମୋହନ କହିଛନ୍ତି ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜେଡିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ସମ୍ବଲପୁରରେ ଯାହା ଘଟିଲା, ଶାସକ ଦଳ ତାକୁ ଚପାଇ ଦେବାକୁ ବସିଛି ।
ଅଡୁଆରେ ବିଜେଡିର ଆଉ ଜଣେ ମନ୍ତ୍ରୀ । ବିବାଦ ଘେରରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ବିଜେଡିର ହିଁ ଜଣେ ମହିଳା ନେତ୍ରୀ । ଗୁରୁବାର ସମୟ ଦିନ ୧୧ଟା, ଭୁବନେଶ୍ୱର ମହିଳା ଥାନାରେ ପହଞ୍ଚିଥିଲେ ବିଜେଡି ମହିଳା ନେତ୍ରୀ ସଂଯୁକ୍ତା ମହଲ । ପରେ ଅପରାହ୍ନ ୪ଟାରେ ସଂଯୁକ୍ତାଙ୍କୁ ଧରି କ୍ୟାପିଟାଲ ହସ୍ପିଟାଲ ଯାଇଥିଲା ମହିଲା ଥାନାର ଏକ ଟିମ। ସେଠାରେ ପ୍ରାୟ ସାଢେ ଚାରି ଘଣ୍ଟା ରହିବା ପରେ ସଂଧ୍ୟା ସାଢେ ୮ଟାରେ ପୁଣି ଥାନାକୁ ସଂଯୁକ୍ତାଙ୍କୁ ଆଣିଥିଲା ପୋଲିସ।
ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସଂଯୁକ୍ତା କହିଥିଲେ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ତାଙ୍କର ଅଭିଯୋଗ ରହିଛି।
ଧନୀ ତାଲିକାରେ ୫୧୦ କୋଟି ସହ ୧ ନମ୍ବରରେ ଜଗନ ରେଡ୍ଡି । ମମତା ବାନାର୍ଜୀଙ୍କ ସଂପତ୍ତି ମାତ୍ର ୧୫ ଲକ୍ଷ, ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ।
ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ଓ କଂଗ୍ରେସ ଫୋକସରେ ଅନୁକଂପା ଭୋଟ୍ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ କଂଗ୍ରେସ ପ୍ରାର୍ଥୀ ତୁରଣ ପାଣ୍ଡେ ଅନୁକଂପା ଭୋଟ ସାଉଁଟିବାକୁ ଗୋଟିଚାଳନା ଆରମ୍ଭ କରିଛନ୍ତି । କାରଣ ଉଭୟ ପ୍ରାର୍ଥୀ ନିକଟରେ ନିଜ ନିଜର ବାପାଙ୍କୁ ହରାଇଛନ୍ତି ।
ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ପୂର୍ବରୁ କେଁ ନିଷ୍ପତ୍ତିକୁ ବିରୋଧୀ ବିଜେପି ଓ କଂଗ୍ରେସର ବିରୋଧ । ବିଜେଡିର 'ଓଡ଼ିଶା ମୋ ପରିବାର'ର ସରକାରୀକରଣ ଅଭିଯୋଗ । ଉପଦେଷ୍ଟା ପରିଷଦରେ ବିଜେଡି ନେତାଙ୍କୁ ଥଇଥାନ ଯୋଜନା । ଦେଶ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆକୃଷ୍ଟ କରିବା ପାଇଁ ଗଠନ ହେବାକୁ ଯାଉଛି । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ । ସେମାନଙ୍କ ସମସ୍ୟା ଦୂର ପାଇଁ କାର୍ଯ୍ୟ କରିବ ଏହି ନିର୍ଦ୍ଦେଶାଳୟ । ଶିକ୍ଷା, ଗବେଷଣା, ଶିଳ୍ପୋଦ୍ୟୋଗ ଆଦି କ୍ଷେତ୍ରରେ ଏହି ଡିରେକ୍ଟୋରେଟ୍ ସହାୟକ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରହିବ ପରାମର୍ଶଦାତା ପରିଷଦ
ଓଡ଼ିଆ ଅସ୍ମିତାକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । ଜୁଏଲ ଓରାମ ଓ ଅଶ୍ବିନୀ ପାତ୍ରଙ୍କ ମଧ୍ୟରେ କଥା କଟାକାଟି ।
BJP ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲେ ବି ଦିଲ୍ଲୀରେ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା ଜଣାପଡ଼ିଛି ।
ଦ୍ରୁତ ଗତିରେ ବଢୁଛି ଶଙ୍ଖ ଦଳର ଆୟ । ଆଗରେ ଗୋଟିଏ, ପଛରେ ୩୫ ଆଞ୍ଚଳିକ ଦଳ । ଗରିବ ରାଜ୍ୟରେ ବିଜେଡି ଧନୀ ! ସ୍ଥାନ ଦ୍ୱିତୀୟ, ଆୟ ୩୦୭ କୋଟିରୁ ଊର୍ଦ୍ଧ୍ୱ ସଦ୍ୟ ପ୍ରକାଶିତ ୨୦୨୧ ଏଡିଆର ରିପୋର୍ଟ ଅନୁଯାୟୀ ସବୁ ଆଞ୍ଚଳିକ ଦଳର ମୋଟ୍ ଆୟ ୧୨୧୩. ୧୩୨ କୋଟି । ସେଥିରୁ କେବଳ ବିଜେଡିର ଆୟ ୩୦୭.୨୮୮ କୋଟି।
ଦ୍ରୁତ ଗତିରେ ବଢୁଛି ଶଙ୍ଖ ଦଳର ଆୟ । ଆଗରେ ଗୋଟିଏ, ପଛରେ ୩୫ ଆଞ୍ଚଳିକ ଦଳ । ଗରିବ ରାଜ୍ୟରେ ବିଜେଡି ଧନୀ ! ସ୍ଥାନ ଦ୍ୱିତୀୟ, ଆୟ ୩୦୭ କୋଟିରୁ ଊର୍ଦ୍ଧ୍ୱ ସଦ୍ୟ ପ୍ରକାଶିତ ୨୦୨୧ ଏଡିଆର ରିପୋର୍ଟ ଅନୁଯାୟୀ ସବୁ ଆଞ୍ଚଳିକ ଦଳର ମୋଟ୍ ଆୟ ୧୨୧୩. ୧୩୨ କୋଟି । ସେଥିରୁ କେବଳ ବିଜେଡିର ଆୟ ୩୦୭.୨୮୮ କୋଟି।
ଏଡିଆର ରିପୋର୍ଟ କେବଳ ସମୁଦ୍ରକୁ ଶଙ୍ଖେ । ଲିଗାଲ ଫଣ୍ଡିଂ ବାଦ ବିଜେଡି ସାଢ଼େ ଚାରି ହଜାର କୋଟିର କଳା ଧନ ରଖିଛି । ବେଆଇନ ଭାବେ ବିଭିନ୍ନ ସୂତ୍ରରୁ ଆଦାୟ ହୋଇଥିବା ବିଜେପି ଅଭିଯୋଗ କରିଛି।
ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ହେଉଛି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ।
ନବ ଦାସ ହତ୍ୟା ଷଡ଼ଯନ୍ତ୍ରରେ ସୁଶାନ୍ତ ସିଂଙ୍କ ନାଁ ଥିବା ପୂର୍ବରୁ ବିରୋଧୀ ଅଭିଯୋଗ କରିଥିଲେ। ଆଉ ଏବେ ସେହି ଥିଓରୀ ଦର୍ଶାଇ ତାଙ୍କୁ ବାଦ୍ ଦିଆଯାଇଥିବା କହି ଘେରିଛନ୍ତି। କାହିଁକି ସୁଶାନ୍ତଙ୍କୁ ବିଜେଡିର ନିର୍ବାଚନ ପରିଚାଳନାରେ ସାମିଲ କରଗଲା ନାହିଁ ? ନବ ଦାସ ବିଧାୟକ ଓ ମନ୍ତ୍ରୀ ଥିବା ବେଳେ ସୁଶାନ୍ତ ସିଂଙ୍କ ସହ ଶୀତଳଯୁଦ୍ଧ ଲାଗି ରହିଥିଲା।
ସବୁ ନିର୍ବାଚନରେ ସକ୍ରିୟ ଭୂମିକା, ଝାରସୁଗୁଡ଼ାରୁ ଆଉଟ୍