Advertisment

ଭୁବନେଶ୍ୱରରୁ ଦୁବାଇକୁ ପ୍ରଥମ ଫ୍ଲାଇଟରେ ଉଡାଣ ଭରିଲେ ମନ୍ତ୍ରୀ ଓ ବିଜେଡି ବିଧାୟକ

ପ୍ରଶ୍ନ ଉଠୁଛି, ଓଡ଼ିଶା ଦିବସ ଯଦି ଏକ ସରକାରୀ କାର୍ଯ୍ୟକ୍ରମ, ତାହେଲେ ରାଜ୍ୟ ସରକାର ସବୁ ଦଳର ବିଧାୟକଙ୍କୁ ନିମନ୍ତ୍ରଣ କରି ନାହାନ୍ତି କାହିଁକ? ଉତ୍ସବକୁ କେବଳ ସରକାରୀ ଦଳର ହାତ ଗଣତି ନେତା ଓ ଅଫିସର ତା ପୁଣି ପରିବାର ସହିତ ଯିବାକୁ ଏ ସୁଯୋଗ କାହିଁକି?

author-image
Chandan Shishu
ଅଦ୍ୟତନ ହୋଇଛି
Bhubaneswar to Dubai Flight

1st dubai flight from bhubaneswar

ଏବେ ଭୁବନେଶ୍ୱରରେ ଚଢିଲେ ସିଧା ଦୁବାଇରେ ଓହ୍ଲାଇବେ। ଆଉ ଦିଲ୍ଲୀ କି କୋଲକାତା ଦେଇ ଯିବାକୁ ପଡିବନି। ଦୁବାଇକୁ ସାଧସଳଖ ବିମାନ ଉଡାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ। ପ୍ରଥମ ପର୍ଯ୍ୟାୟରେ ସପ୍ତାହକୁ ୩ ଥର ଫ୍ଲାଇଟ ଚାଲିବ। ଏପଟେ ଭୁବନେଶ୍ୱର ପଟୁ ଦୁବାଇକୁ ଉଡାଣ ଭରିଥିବା ଫ୍ଲାଇଟରେ ଆଜି ଦୁବାଇ ଗସ୍ତ କରିଛନ୍ତି ସରକାରୀ ଦଳର ମନ୍ତ୍ରୀ ଏବଂ ବିଧାୟକ। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

Advertisment

ଭୁବନେଶ୍ବରରୁ ଦୁବାଇକୁ ସିଧା ଉଡ଼ିଲା ବିମାନ। ପ୍ରଥମ ଦିନରୁ ଫୁଲ୍ କାପାସିଟିରେ ଯାତ୍ରା କରିଛି ଇଣ୍ଡିଗୋ ବିମାନ। ତେବେ ଓଡ଼ିଶାରୁ ଦୁଇବାକୁ ସିଧାସଳଖ ବିମାନ ସେବା ଆରମ୍ଭରୁ ହିଁ ତେଜିଛି ଅସନ୍ତୋଷର ରାଜନୀତି। କାରଣ ଭୁବନେଶ୍ବରରୁ ଦୁବାଇ ଅଭିମୁଖେ ଉଡ଼ିଥିବା ପ୍ରଥମ ବିମାନରେ ୧୮୬ ଯାତ୍ରୀଙ୍କ ଭିତରୁ ପ୍ରାୟ ୭୦ ଜଣ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ଅନ୍ୟ ନିମନ୍ତ୍ରିତ ଅତିଥି। ଯାହାଙ୍କ ଭିତରେ ଅଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଦେବୀ ମିଶ୍ର, ଅରୁଣ ସାହୁ, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ର ସାରଥୀ ବେହେରା, ଦିବ୍ୟ ଶଙ୍କର ମିଶ୍ର, ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ, ଦେବୀ ରଞ୍ଜନ ତ୍ରିପାଠୀ, ରୁଦ୍ର ମହାରଥୀ, ସୁଶାନ୍ତ ରାଉତ ଓ ବିକ୍ରମ ପଣ୍ଡା ପ୍ରମୁଖ। କେବଳ ଏମାନେ ନୁହନ୍ତି, ଏମାନଙ୍କ ଭିତରୁ କିଛି ନେତା ନିଜ ପରିବାର ସଦସ୍ୟଙ୍କୁ ବି ପ୍ରଥମ ଫ୍ଲାଇଟରେ ଦୁବାଇ ନେଇଛନ୍ତି।

ସେହିଭଳି ଫାଇଭ୍ ଟି ସଚିବ, ଉନ୍ନୟନ କମିଶନର ଏବଂ ଓଡ଼ିଶା ପରିବାରର ନିର୍ଦ୍ଦେଶକ ବି ଦୁବାଇ ଗସ୍ତ କରିଛନ୍ତି। ଏହି ନେତା ଓ ଅଫିସରମାନେ ଆସନ୍ତା ୧୬ ଓ ୧୭ ତାରିଖରେ ଦୁବାଇରେ ହେବାକୁ ଥିବା ଓଡିଶା ଦିବସ ଉତ୍ସବରେ ଯୋଗ ଦେବେ। ତେବେ ପ୍ରଶ୍ନ ଉଠୁଛି, ଓଡ଼ିଶା ଦିବସ ଯଦି ଏକ ସରକାରୀ କାର୍ଯ୍ୟକ୍ରମ, ତାହେଲେ ରାଜ୍ୟ ସରକାର ସବୁ ଦଳର ବିଧାୟକଙ୍କୁ ନିମନ୍ତ୍ରଣ କରି ନାହାନ୍ତି କାହିଁକ?

Advertisment

ଉତ୍ସବକୁ କେବଳ ସରକାରୀ ଦଳର ହାତ ଗଣତି ନେତା ଓ ଅଫିସର ତା ପୁଣି ପରିବାର ସହିତ ଯିବାକୁ ଏ ସୁଯୋଗ କାହିଁକି? ଯାହାକୁ ନେଇ ବିରୋଧୀ ଖଡଗହସ୍ତ ହେବା ସହ ଏହା ରାଜ୍ୟବାସୀଙ୍କ ପାଇଁ ନିନ୍ଦନୀୟ କଥା ବୋଲି କହିଛନ୍ତି। ସେପଟେ ବିଧାୟକ ଦେବୀ ମିଶ୍ର କହିଛନ୍ତି ସେମାନେ ନିଜ ଆରେଞ୍ଜମେଣ୍ଟରେ ଯାଇଛନ୍ତି।

ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଆଜି ୧୮୬ ଯାତ୍ରୀଙ୍କୁ ଧରି ଦୁବାଇ ଅଭିମୁଖେ ଇଣ୍ଡିଗୋର ଏକ ବିମାନ ଉଡ଼ିଥିବା ବେଳେ, ତା ପୂର୍ବରୁ ଦୁବାଇରୁ ୧୭୪ ଯାତ୍ରୀଙ୍କୁ ଧରି ଭୁବନେଶ୍ବରରେ ପହଞ୍ଚିଥିଲା। ଏଠାରେ ପହଞ୍ଚିବା ପରେ ପ୍ରଥମ ଫ୍ଲାଇଟ୍ ହୋଇଥିବାରୁ ବିମାନକୁ ଦିଆଯାଇଥିଲା ୱାଟର କେନନ୍ ସାଲ୍ୟୁଟ୍। ପୂର୍ବରୁ ବିଭିନ୍ନ ସିଟି ଦେଇ ଦୁବାଇ ଯାତ୍ରା କରିବାକୁ ପ୍ରାୟ ୨୪ ଘଣ୍ଟା ଲାଗୁଥିଲା। ଏବେ କିନ୍ତୁ ମାତ୍ର ୪ ଘଣ୍ଟା ଲାଗିବ।

ପ୍ରତି ସୋମବାର, ବୁଧବାର, ଏବଂ ଶୁକ୍ରବାର, ଏଭଳି ସପ୍ତାହକୁ ୩ ଥର ବିମାନ ଚାଲିବ। ତେବେ ସରକାର ଦୁବାଇ ଯିବା ଆସିବା ବିମାନ ଭଡ଼ା ୨୦ ହଜାର ଘୋଷଣା କରିଥିବା ବେଳେ ଏହା ବୁକିଂ ବେଳେ ଏହା ୨୬ରୁ ୨୭ ହଜାର ଟଙ୍କା ଦେଖାଉଥିବାରୁ ତାକୁ ନେଇ ଯାତ୍ରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।
ଦୁବାଇକୁ ସିଧାସଳଖ ବିମାନ ସେବାରେ ସହଯୋଗ  ପାଇଁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟକୁ କୃତଜ୍ଞତା ଜଣାଇଛନ୍ତି।

BJD Dubai Flight
Advertisment
Advertisment