/odishatv-khabar/media/post_attachments/uploadimage/library/16_9/16_9_0/achyuta_1740152567.jpg)
achyuta
କିଟ ଛାତ୍ରୀ ମୃତ୍ୟୁ ଓ ଛାତ୍ର ଛାତ୍ରୀଙ୍କୁ ମାଡ ଘଟଣାରେ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜେରାର ସମ୍ମୁଖୀନ ହୋଇଛନ୍ତି। ଦୀର୍ଘ ଅଢେଇ ଘଣ୍ଟା ଧରି ଜେରାର ସମ୍ମୁଖୀନ ହେବା ପରେ ବାହାରକୁ ବାହାରିଥିଲେ ଅଚ୍ୟୁତ। KIIT କାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଖୋଳତାଡ଼ । ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଆଗରେ ହାଜର ହୋଇଛନ୍ତି KIIT ଅଧିକାରୀ । ଉଚ୍ଚସ୍ତରୀୟ କମିଟି ଆଗରେ କିଟ୍ ବିଶ୍ୱ ବିଦ୍ୟାଳୟର ଭିସି ଓ ରେଜିଷ୍ଟାର ହାଜର ହୋଇଛନ୍ତି ।
ସେହିପରି ସେ ଦିନ ନେପାଳ ଛାତ୍ରୀଙ୍କୁ ଗାଳି ଗୁଳଜ ଓ ଧମକ ଦେଇଥିବା ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ମଧ୍ୟ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି । ତେବେ କିଟ୍ର ଏହି ସମସ୍ତ ଅଧିକାରୀଙ୍କୁ ପଚରାଉଚରା କରାଯାଉଛି । ଏ ସମସ୍ତ ଅଧିକାରୀଙ୍କ ବୟାନ ରେକର୍ଡ କରାଯିବ । ଅଚ୍ୟୁତ ସାମନ୍ତଙ୍କ ସମେତ ୮ ଜଣଙ୍କୁ ଜେରାର ସମ୍ମୁଖୀନ ହେବାକୁ ପଡିଥିଲା।
ଅଧିକ ପଢ଼ନ୍ତୁ: କିଟ୍ କାଣ୍ଡ: ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ KIIT ଭିସି
KIIT ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ବି.ଟେକ୍ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ ମିଳିଥିଲା। ଏହାର କିଛି ଘଣ୍ଟା ପରେ, ପୋଲିସ ତାଙ୍କ ପ୍ରେମିକ ଅଦ୍ଭିକ ଶ୍ରୀବାସ୍ତବଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ଗିରଫ କରିଥିଲା ପୋଲିସ। ୩ ବର୍ଷ ଧରି ସେମାନେ ରିଲେସନସିପ୍ରେ ଥିଲେ। ଅଦ୍ଭିକ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ପ୍ରକୃତି ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା।
କ୍ୟାମ୍ପସରେ ଉପସ୍ଥିତି ନେପାଳୀ ଛାତ୍ରଛାତ୍ରୀ ଭଙ୍ଗାରୁଜା କରିଥିବା ବେଳେ କିଟ କର୍ତ୍ତୃପକ୍ଷ ମାମଲାକୁ ନିୟନ୍ତ୍ରଣ କରିବା ଆଢୁଆଳରେ ଛାତ୍ରଛାତ୍ରୀଙ୍କ ଉପରେ ବଳ ପ୍ରୟୋଗ କରିଥିଲେ। ସିକ୍ୟୁରିଟି ଗାର୍ଡ ଛାତ୍ରଛାତ୍ରୀଙ୍କୁ ମାଡ ମାରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହା ସହ କଲେଜର କର୍ମଚାରୀ ହଷ୍ଟେଲ ଅନ୍ତେବାସୀଙ୍କ ଦେଶ ବିଷୟରେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ। ବଳ ପୂର୍ବକ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ କଟକରେ ଛଡା ଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଆନ୍ଦୋଳନ ଆହୁରି ବ୍ୟାପକ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)