Advertisment

କଂଗ୍ରେସକୁ କଣ୍ଟା ଫୋଡିଲେ, ବିଜେପିକୁ ଛିଗୁଲେଇଲେ...ବିଜେଡିକୁ ବି ଛାଡ଼ିଲେନି

ଅବସର ଥିଲା, କଂଗ୍ରେସର ଅସନ୍ତୁଷ୍ଟ କଟକ ବିଧାୟକ ମହମ୍ମଦ ମୁକିମଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ । ଯାହାର ସାମଗ୍ରିକ ଉଦ୍ଦେଶ୍ୟ ଥିଲା, କେମିତି ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିରେ ସୁବର୍ଣ୍ଣ ଯୁଗ ଥିଲା ଏବଂ କଂଗ୍ରେସକୁ ପୁଣି କେମିତି ସେହି ସମୟ ଫେରିବ, ସେ ସଂପର୍କରେ ଚିନ୍ତନ । ତେବେ କଂଗ୍ରେସର ଏହି ଚିନ୍ତନ ସଭାକୁ ନିମନ୍ତ୍ରିତ ହୋଇଥିଲେ, ପୂର୍ବତନ କଂଗ୍ରେସ ନେତା ତଥା ବର୍ତ୍ତମାନର ବିଜେଡି ବିଧାୟକ ସୌମ୍ୟରଂଜନ । ସୌମ୍ୟ କହିଥିଲେ, ଚର୍ଚ୍ଚା ହେଉଛି, କଂଗ୍ରେସର ସମସ୍ତ ୯ ଜଣ ଯାକ ବିଧାୟକ ବିଜେଡିରେ ମିଶିଯିବେ।

author-image
Sarbeswar
ଅଦ୍ୟତନ ହୋଇଛି
Soumya Ranjan Patnaik

mla soumya ranjan patnaik

ସବୁଥର ପରି, ଏଥର ବି କହୁ କହୁ ଅନେକ ଗଣ୍ଡଗୋଳିଆ ସତ କଥା କହିଦେଲେ ସୌମ୍ୟରଂଜନ ପଟ୍ଟନାୟକ । ଭାଷଣରେ ଖୋଲିଦେଲେ ଓଡ଼ିଶା ରାଜନୀତିର ଅନେକ ଗୁମର । ଭଦ୍ର ଭାଷାରେ ନିଜର ପୂର୍ବତନ ଦଳ କଂଗ୍ରେସକୁ କଣ୍ଟା ଫୋଡ଼ିଲେ, ଆଉ ବୁଲେଇ ବଙ୍କେଇ ନିଜ ଦଳ ବିଜେଡିକୁ ଛିଗୁଲେଇଲେ । ପୁଣି ଥରେ ଉଠାଇଲେ- ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗ । ଯାହାକୁ ନେଇ ସେ ଆଗରୁ ବି ଅଡୁଆରେ ପଡ଼ିଛନ୍ତି।

Advertisment

ଅବସର ଥିଲା, କଂଗ୍ରେସ ର ଅସନ୍ତୁଷ୍ଟ କଟକ ବିଧାୟକ ମହମ୍ମଦ ମୁକିମଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ । ଯାହାର ସାମଗ୍ରିକ ଉଦ୍ଦେଶ୍ୟ ଥିଲା, କେମିତି ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିରେ ସୁବର୍ଣ୍ଣ ଯୁଗ ଥିଲା ଏବଂ କଂଗ୍ରେସକୁ ପୁଣି କେମିତି ସେହି ସମୟର ଫେରିବ, ସେ ସଂପର୍କରେ ଚିନ୍ତନ । ତେବେ କଂଗ୍ରେସର ଏହି ଚିନ୍ତନ ସଭାକୁ ନିମନ୍ତ୍ରିତ ହୋଇଥିଲେ, ପୂର୍ବତନ କଂଗ୍ରେସ ନେତା ତଥା ବର୍ତ୍ତମାନର ବିଜେଡି ବିଧାୟକ, ସୌମ୍ୟରଂଜନ । ସୌମ୍ୟ କହିଥିଲେ, ଚର୍ଚ୍ଚା ହେଉଛି, କଂଗ୍ରେସର ସମସ୍ତ ୯ ଜଣ ଯାକ ବିଧାୟକ ବିଜେଡିରେ ମିଶିଯିବେ।

ଅଧିକ ପଢ଼ନ୍ତୁ: ପୁଣି ବିଜେଡିକୁ ସୌମ୍ୟଙ୍କ ବାଣ; ପାରାଦୀପରୁ ସରକାରୀ ଦଳକୁ ସିଧାସଳଖ ଟାର୍ଗେଟ୍‌

Advertisment

ସୌମ୍ୟ ନିଜ ବିଷୟରେ ବି ବଡ଼ କଟାକ୍ଷ କରି କହିଥିଲେ। କହିଥିଲେ, ଜାନକୀବାବୁଙ୍କ ଜ୍ୱାଇଁ ବୋଲି କହି ଆପଣମାନେ ମତେ ବହୁତ ନିର୍ଯାତନା ଦେଇଛନ୍ତି । ଭାଷଣ ଶେଷରେ କହିଥିଲେ, ମତେ କଂଗ୍ରେସ କାହିଁକି ଦଳରୁ ବାହାର କରିଥିଲା, ତାହା ଜଣେଇଲା ନାହିଁ। ସେଇ ନିଃଶ୍ୱାସ ପଡୁଥିଲା ଯାଏଁ କଂଗ୍ରେସ ଦଳର ବିକାଶ ସମ୍ଭବ ନୁହେଁ।

ସୌମ୍ୟ ବିଜେପିକୁ ମଧ୍ୟ କଡ଼ା କରି କହିଥିଲେ। କହିଥିଲେ, ଓଡ଼ିଶାରେ ବିରୋଧୀ ବୋଲି କିଛି ନାହିଁ। କାରଣ ଆମର ଏଠି ଯିଏ ଆମକୁ ହରାଇବାର ଭୟ ଥିବ, ଆମେ ତାକୁ କୋଳେଇ ନେଉ। ତେବେ ସୌମ୍ୟଙ୍କ କଥାର ଜବାବ ଦେଇଛି ବିଜେପି।  ସୌମ୍ୟରଂଜନଙ୍କ ଏହିସବୁ ଅପ୍ରିୟ ରାଜନୈତିକ କଥାର ପ୍ରଭାବ ଓଡ଼ିଶା ରାଜନୀତି ଉପରେ କେମିତି ପଡୁଛି ତାହା ଦେଖିବାକୁ ବାକି ।

BJD Soumya Ranjan Patnaik Odisha Politics
Advertisment
Advertisment