Advertisment

୨୪ ପାଇଁ କି ସଂକେତ ଦେଲା ଝାରସୁଗୁଡ଼ା ଫଳ ?

ଆଗକୁ ରାଜ୍ୟରେ ବିଜେପି ଓ ବିଜେଡି ଭିତରେ ଦ୍ୱିମୁଖୀ ଲଢେଇ ହେବା ଏକ ପ୍ରକାର ଜଳ ଜଳ ଦିଶୁଛି

author-image
Chandan Shishu
ଅଦ୍ୟତନ ହୋଇଛି
Jharsuguda bypoll

Jharsuguda bypoll

ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସୁଆସୁ ପୋଷ୍ଟମର୍ଟମ ଆରମ୍ଭ। କାରଣ ୨୪ ନିର୍ବାଚନ ପାଇଁ ହାତରେ ଆଉ ବର୍ଷକରୁ ବି କମ୍ ସମୟ। ଏହି ନିର୍ବାଚନରେ ଯେଉଁଠି ବିଜେଡି ଓ ବିଜେପିର ଭୋଟ୍ ବଢ଼ିଛି, ସେଠି କିନ୍ତୁ ତଳିତଳାନ୍ତ ହୋଇଯାଇଛି କଂଗ୍ରେସ୍। ବିଜେଡି ଜିତିବା ପାଇଁ କେଉଁ ଫ୍ୟାକ୍ଟର କାମ କଲା, ବିଜେପି ଓ କଂଗ୍ରେସ ହାରିବା ପଛର ପ୍ରମୁଖ କାରଣ କଣ ସେ ନେଇ ଅଙ୍କକଷା ଚାଲିଛି।

Advertisment

ଝାରସୁଗୁଡ଼ା ଉପନିର୍ବାଚନରେ ଶଙ୍ଖ ଦଳର ବୃହତ ବିଜୟ। ନା କେବଳ ବଡ଼ ବ୍ୟବଧାନରେ ବିଜୟ, ବରଂ ଦଳର ଭୋଟ୍ ପ୍ରତିଶତ ବି ପୂର୍ବାପେକ୍ଷା ବଢ଼ିଛି।୨୦୧୯ରେ ବିଜେଡିକୁ ୫୫.୯୭ ପ୍ରତିଶତ ଭୋଟ ମିଳିଥିବା ବେଳେ ଉପନିର୍ବାଚନରେ ମିଳିଛି ୬୦.୯୩ ପ୍ରତିଶତ। ଅର୍ଥାତ ପାଖାପାଖି ୫ ପ୍ରତିଶତ ଅଧିକ। ବିଜେପି ମଧ୍ୟ ୩ ପ୍ରତିଶତ ଅଧିକ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାୟ ୮ ପ୍ରତିଶତ କମ୍ ଭୋଟ ପାଇଛି।

ବିଜେଡିର ବଡ଼ ବିଜୟ ପଛରେ ଯେଉଁ ସବୁ କାରଣ ରହିଲା ବୋଲି କୁହାଯାଉଛି, ତା ମଧ୍ୟରେ ରହିଛି, ଦିବଂଗତ ନବ ଦାସଙ୍କ ନିଜସ୍ୱ ଦୃଢ ସଙ୍ଗଠନ, ନବୀନଙ୍କ ପ୍ରଚାର, ସମନ୍ୱୟ ଓ ମାଇକ୍ରୋ ଲେଭେଲ ମ୍ୟାନେଜମେଣ୍ଟକୁ ଫୋକସ, ମହିଳା ଓ ଇମୋସନାଲ୍ କାର୍ଡ, ଜୋଡ଼ତୋଡ଼ ପଲିଟିକ୍ସ ଜରିଆରରେ ବିରୋଧୀ ଶିବିରକୁ ଭାଙ୍ଗିବା, ଅଗ୍ରିଆ ସମାଜ ଓ କେନ୍ଦୁପତ୍ର ତୋଳାଳି ପାଇଁ ପ୍ୟାକେଜ୍  ଘୋଷଣା, ନିଜ ଭିତରେ ଥିବା ଗୋଷ୍ଠୀକନ୍ଦଳକୁ ମ୍ୟାନେଜ୍ କରିବା।

Advertisment

ସେପଟେ ବିଜେପିର ପରାଜୟ ପଛରେ ଟିକେଟ୍ ନେଇ ଦ୍ବନ୍ଦ୍ବ ଓ ପ୍ରାର୍ଥୀ ଘୋଷଣାରେ ବିଳମ୍ବ, ଦୁବର୍ଳ ସଙ୍ଗଠନ, ବିଜେପି ଭିତରେ ଥିବା ଅନ୍ତର୍ଦ୍ବନ୍ଦ୍ବ, ଠିକ୍ ନିର୍ବାଚନ ସମୟରେ ବିଜେପି ନେତା ଦଳ ଛାଡ଼ିବା ପ୍ରମୁଖ କାରଣ ବୋଲି କୁହଯାଉଛି। ସେପଟେ କଂଗ୍ରେସରେ ଏକତାର ଅଭାବ, ଗୋଷ୍ଠୀ କନ୍ଦଳ, ଦୁର୍ବଳ ସଙ୍ଗଠନ, 
ପ୍ରଭାବହୀନ ପ୍ରଚାର ଯୋଗୁଁ ଦଳର ଶୋଚନୀୟ ପରାଜୟ ହେଲା ବୋଲି ଚର୍ଚ୍ଚା ହେଉଛି।

ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚାନ ସମ୍ଭବତଃ ଶେଷ ନିର୍ବାଚନ ହୋଇଥିବାରୁ, ୨୪ ନିର୍ବାଚନ ଉପରେ ଏହାର କଣ ପ୍ରଭାବ ପଡିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭୋଟ ପ୍ରତିଶତକୁ ସମୀକ୍ଷା କଲେ ଜଣାପଡିଛି, ବିଜେଡି ବଢିଥିବା ବେଳେ ବିଜେପି ମଧ୍ୟ ନିଜ ଭୋଟ୍ ବଢ଼ାଇଛି। କିନ୍ତୁ ପୂରା ଘାଟା ଖାଇଛି କଂଗ୍ରେସ୍। ଦଳର ଭୋଟ୍ ଉଭୟ ବିଜେଡି ଓ ବିଜେପି ଖାତାକୁ ଯାଇଛି। ତେଣୁ ଆଗକୁ ରାଜ୍ୟରେ ବିଜେପି ଓ ବିଜେଡି ଭିତରେ ଦ୍ୱିମୁଖୀ ଲଢେଇ ହେବା ଏକ ପ୍ରକାର ଜଳ ଜଳ ଦିଶୁଛି। ୨୪ ନିର୍ବାଚନରେ ବିଜେଡି ପାଇଁ ନିଜର ଭୋଟ୍ ବ୍ୟାଙ୍କ ବଜାୟ ରଖିବା ଚ୍ୟାଲେଂଜ ହୋଇଥିବା ବେଳେ ବିଜେପିକୁ ନିଜ ଭୋଟ୍  ସେୟାର ବଢାଇବାକୁ ପଡିବ।

ଖୋଦ୍ ନବୀନଙ୍କ ପ୍ରଚାର, ନବଙ୍କ ଦୃଢ଼ ସଙ୍ଗଠନ, ବିଜେଡିର ତମାମ ନେତା ଗ୍ରାଉଣ୍ଡରେ ପଡ଼ି ରହିବା, ପ୍ୟାକେଜ୍ ପରେ ପ୍ୟାକେଜ୍ ଘୋଷଣା ସତ୍ତ୍ବେ ବିଜେଡିର ବିଜୟ ମାର୍ଜିନ୍ କିନ୍ତୁ ୫୦ ହଜାର ଛୁଇଁ ପାରିଲା ନାହିଁ, ଏହାହିଁ ଅନେକ କିଛି ସଙ୍କେତ ଦେଉଛି।

BJD
Advertisment
Advertisment