/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683942248.jpg)
Jharsuguda Bypoll
କାହାର ହେବ ଝାରସୁଗୁଡ଼ା । ବିଜେଡି ଏହି ଆସନକୁ ବଜାୟ ରଖିପାରିବ, ନା ବିଜେପି କିଛି ଚମତ୍କାର ଦେଖାଇବ । କଂଗ୍ରେସ ତାର ପୂର୍ବ ଭୋଟ ରକ୍ଷା କରିପାରିବ ତ । ଏହି ସବୁ ପ୍ରଶ୍ନର ଉତ୍ତର ଆଜି ମିଳିବ । କାରଣ ଆଜି ଝାରସୁଗୁଡ଼ା ବାଇ ଇଲେକସନର ଗଣତି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ । ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି ।
ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ରହିବେ। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ମାଇକ୍ରୋ ଅବଜରଭର ରହିବେ। ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ରହିବେ। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହେବେ ।
ଗଣତି କେନ୍ଦ୍ର ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ବାଚନ କମିଶନଙ୍କ ୱେବସାଇଟ ଜରିଆରେ ସାଙ୍ଗେ ସାଙ୍ଗେ ଗଣତିର ଅପଡେଟ୍ ମିଳିପାରିବ । ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା । ତେଣୁ ଗତ ୧୦ ତାରିଖରେ ହୋଇଥିଲା ନିର୍ବାଚନ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ଭିତରେ ସଂପୂର୍ଣ୍ଣ ଫଳାଫଳ ଜଣାପଡ଼ିବା ନେଇ ଆଶା କରାଯାଉଛି। ରାଜ୍ୟ ନିର୍ବାଚନ ଅଫିସ ସମେତ results.eci.gov.in ୱବସାଇଟରେ ମଧ୍ୟ ଫଳାଫଳ ଉପଲବ୍ଧ ହେବ । ଗଣତି ପାଇଁ ସିଆରପିଏଫ୍, ରାଜ୍ୟ ସଶସ୍ତ୍ର ବାହିନୀ ଓ ଜିଲ୍ଲା ପୋଲିସକୁ ନେଇ ହୋଇଛି ତିନିଥାକିଆ ସୁରକ୍ଷା ବ୍ୟବସ୍ଥା।କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡ଼ାଯିବ।
ଏପଟେ ଗଣତି ପୂର୍ବରୁ ପରିଣାମକୁ ନେଇ ବଢ଼ିବାରେ ଲାଗିଛି ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଉତ୍କଣ୍ଠା । କାରଣ ମୈଦାନରେ ୯ ପ୍ରାର୍ଥୀ ଥିଲେ ମଧ୍ୟ ଲଢ଼େଇ ହୋଇଛି ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ । ତେଣୁ ବିଜୟ ନେଇ ତିନି ଦଳ ଆଶାବାଦୀ। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ କହିଛନ୍ତି, ବିଜେପି ପାଇଁ ଲୋକ ଲଢ଼ିଥିଲେ,ବିଜୟ ସୁନିଶ୍ଚିତ। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ କହିଛନ୍ତି ବିଜୟ ନେଇ ସେ ଆଶାବାଦୀ ଅଛନ୍ତି, ନହେଲେ ଦ୍ୱିତୀୟ ସ୍ଥାନରେ ରହିବା ପକ୍କା । ସେପଟେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ପ୍ରତିକ୍ରିୟା ଦେଇ ନଥିଲେ ବି ଦଳୀୟ ନେତା କିନ୍ତୁ ଏଠି ବୃହତ ବିଜୟ ନେଇ ବେଶ୍ ଆଶାବାଦୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)