ରେଳ କାର୍ଯ୍ୟ ପରିଚାଳନା ପାଇଁ ଏକ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ । ରେଳ ମଣ୍ଡଳ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳରେ ରେଳ ପରିଚାଳନା କାର୍ଯ୍ୟର ଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି।
୮ ତାରିଖ ରାତିରେ ରାଜଭବନରେ ରାତ୍ରୀଯାପନ କରିବେ । ସେହିପରି ୯ ତାରିଖ ଜନତା ମଇଦାନରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ରହିଛି ।
ଆମ୍ ଆଦମୀ ପାର୍ଟିକୁ କଡ଼ା ଭାଷାରେ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ। ଆପ୍କୁ ଆପ୍ଦା କହିଲେ ମୋଦି । ଗତ ୧୦ ବର୍ଷ ଧରି ଦିଲ୍ଲୀ ବିପର୍ଯ୍ୟୟ ମଧ୍ୟରେ ରହିଛି ।
ଜିମି କାର୍ଟର ୧୯୮୨ମସିହାରେ କାର୍ଟର ସେଣ୍ଟର ପ୍ରତିଷ୍ଠା କରିଥିଲେ । ଏହି କେନ୍ଦ୍ର ମାଧ୍ୟମରେ ସେ ବିଶ୍ୱର ବିଚ୍ଛିନ୍ନାଞ୍ଚଳରେ ବିବାଦର ସମାଧାନ, ନିର୍ବାଚନ ମନିଟରିଂ ଏବଂ ରୋଗ ହ୍ରାସ ପାଇଁ କାର୍ଯ୍ୟ କରିଥିଲେ। ଏହି ପ୍ରୟାସ ତାଙ୍କୁ ବିଶ୍ୱବ୍ୟାପୀ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା ।୨୦୦୨ ମସିହାରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା କୁଏତ୍ର ସର୍ବଶ୍ରେଷ୍ଠ ପୁରସ୍କାର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଏତର ସର୍ବୋଚ୍ଚ ନାଗରିକ ସମ୍ମାନ, ସମ୍ମାନଜନକ 'ଅର୍ଡର ଅଫ୍ ମୁବାରକ ଅଲ-କବୀର' ପ୍ରଦାନ କରାଯାଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି- ବିକଶିତ ଭାରତର ଯାତ୍ରା ପ୍ରବାସୀ ଭାରତୀୟଙ୍କ ଭାଗିଦାରୀ ବିନା ଅସମ୍ଭବ। ମୁଁ ଆପଣ ସମସ୍ତଙ୍କୁ ବିକଶିତ ଭାରତର ସଂକଳ୍ପ ସହ ଯୋଡ଼ିହେବା ପାଇଁ ଆମନ୍ତ୍ରଣ କରୁଛି । କୁଏତୀ ବନ୍ଧୁଙ୍କୁ ସାଥିରେ ନେଇ ଭାରତ ଆସନ୍ତୁ...
ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ଏକ ନମ୍ବର କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ। ଆଉ ଏବେ ଦାୟିତ୍ବ ନିର୍ବାହନର ସମୟ। ସରକାରକୁ ଆସିବା ପରେ ବି ମୋଦି ଓ ଶାହଙ୍କ ଘନ ଘନ ଗସ୍ତ ଓଡ଼ିଶାକୁ ରହୁଛି।
୨୫ ବର୍ଷ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି। ୫ ବର୍ଷରେ ଏକ ନମ୍ବର ହେବ ଓଡ଼ିଶା। ନିର୍ବାଚନ ସମୟର ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଓଡ଼ିଶା ଗସ୍ତ।
RML ହସ୍ପିଟାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭେଟିବାକୁ ଅନେକ ନେତା ମନ୍ତ୍ରୀ ପହଞ୍ଚିଛନ୍ତି। ପ୍ରତାପ ଷଡଙ୍ଗୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଫୋନ୍ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ। ତେବେ ଏହି ଘଟଣାକୁ ସବୁ ଆଡୁ ନିନ୍ଦା କରାଯାଉଛି।
ସମ୍ବିଧାନ ଉପରେ ସଂସଦରେ ବିତର୍କ ଭାଷଣରେ ଗାନ୍ଧି ପରିବାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚଣ୍ଡ ହମଲା । ସାମ୍ବିଧାନିକ ମୂଲ୍ୟବୋଧକୁ ବାରମ୍ବାର ଆଘାତ ପାଇଁ ନେହରୁ, ଇନ୍ଦିରା ଓ ରାଜୀବଙ୍କଠୁ ନେଇ ରାହୁଲଙ୍କୁ ବି ନିଜ ଅଭିଭାଷଣରେ ନିଶାନା କରିଛନ୍ତି ମୋଦି ।
ବିଜେଡି ସମନ୍ୱୟ କମିଟି ମୁଖ୍ୟ ଦେବୀ ମିଶ୍ରଙ୍କୁ ଚକମା ଦେଇ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷଙ୍କୁ ଦଳକୁ ଆଣିଛି ବିଜେପି।
ପୌର ଓ ପଞ୍ଚାୟତ ନିର୍ବାଚନ ଉପରେ ଫୋକସ୍ । ପଦ୍ମ ଧରିଲେ ଦେବୀ ମିଶ୍ରଙ୍କ ଖାସ୍ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିଙ୍କ ରାନଜୈତିକ ଷ୍ଟ୍ରାଟେଜି, ଓଡ଼ିଶାରେ ଗୋଟେ ଯୁଗକୁ ପରିବର୍ତ୍ତନ କରିଦେଲା। ୨୪ ବର୍ଷ ପୁରୁଣା ଲୋକପ୍ରିୟ ନବୀନ ସରକାରକୁ ହଟାଇ ପ୍ରଥମଥର ପାଇଁ ଓଡ଼ିଶାରେ ହେଲା ବିଜେପି ସରକାର। ରାଜନୈତିକ ପଣ୍ଡିତମାନଙ୍କ ମତ ହେଲା, ଏବେ ଓଡ଼ିଶା ପାଲଟିଛି ମୋଦିଙ୍କ ପାଇଁ ନୂଆ ପ୍ରୟୋଗଶାଳା। ଏଇଠୁ ହିଁ ହେବ ପୂର୍ବ ଭାରତ ବିଜୟର ଅଭିଯାନ।
ଏହି ଚଳଚ୍ଚିତ୍ର ଗୁଜୁରାଟ ହିଂସା ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ବହୁ ପ୍ରଶଂସା ଲାଭ କରିଛି ଏବଂ କେବଳ ପିଏମ ମୋଦି ନୁହଁନ୍ତି ଅମିତ ଶାହା ମଧ୍ୟ ପ୍ରଶଂସା କରିଛନ୍ତି ।
ଭିତରେ ନବୀନ, ବାହାରେ ମୋଦି । ପ୍ରଧାନମନ୍ତ୍ରୀଙ୍କ ୨୪ମିନିଟର ଭାଷଣ, ସାମ୍ନାରେ ହଜାର ହଜାର ଜନତା, କର୍ମୀ ଓ ନେତା। ତା ପୁଣି ନବୀନ ନିବାସରୁ ହାତେ ଦୂରରେ। ଗତକାଲି ନବୀନ ନିବାସ ସମ୍ମୁଖରେ ହୋଇଥିବା ମୋଦିଙ୍କ ଜନସଭାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ଭୁବନେଶ୍ବରରେ ଚାଲିଥିବା ପୋଲିସ୍ ମହାନିର୍ଦ୍ଦେଶକଙ୍କ ମହାମେଳିର ଦ୍ବିତୀୟ ଦିନରେ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମାନସ ମନ୍ଥନ। ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହ ଓ NSA ଅଜିତ ଡୋଭାଲଙ୍କ ଉପସ୍ଥିତିରେ ପ୍ରେଜେଣ୍ଟେସନ୍ ଦେଇଛନ୍ତି ବିଭିନ୍ନ ୱାର୍କିଂ ଗ୍ରୁପ୍। ତଟ ସୁରକ୍ଷାରୁ ନେଇ ସାଇବର୍ ସିକ୍ୟୁରିଟି, ମାଓବାଦରୁ ଆତଙ୍କବାଦ ସମସ୍ୟା ଯାଏଁ ପ୍ରତିଟି ପ୍ରସଙ୍ଗରେ ହୋଇଛି ବିସ୍ତୃତ ଆଲୋଚନା ।
ପୂରା କାଜୁଆଲ୍ ଆଉ ଜଲି ମୁଡ୍ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏମିତି ଢଙ୍ଗରେ ବିଧାୟକ, ମନ୍ତ୍ରୀ ଏବଂ ସାଂସଦମାନଙ୍କ ଗତ ସଂଧ୍ୟାରେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୨ ଘଣ୍ଟା ଆଲୋଚନାରେ ନିଜ ରାଜନୈତିକ ଜୀବନଯାତ୍ରା ବିଷୟରେ କହିଲେ, ରୋଚକ ଘଟଣା କ୍ରମ ଉଦାହରଣ ଦେଲେ ।
କାହିଁକି ନବୀନ ନିବାସ ସମ୍ମୁଖରେ ହେଲା ମୋଦିଙ୍କ ସାଧାରଣ ସଭା ? କି ବାର୍ତ୍ତା ଦେବାକୁ ଚାହୁଁଛି ବିଜେପି ? ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାକୁ ଏଭଳି ରଣନୀତି କି ?
ଜାତୀୟ ସୁରକ୍ଷାରୁ ସାଇବର ଅପରାଧ, ମାଓ ସମସ୍ୟାରୁ ନାର୍କୋଟିକ୍ସ । ପ୍ରତିଟି ଚାଲେଂଜର ମୁକାବିଲା ନେଇ ଡିଜିପି ସମ୍ମିଳନୀ ଦ୍ବିତୀୟ ଦିନରେ ବିଚାର ବିମର୍ଷ, ପିଏମ୍ ମୋଦିଙ୍କ ଉପସ୍ଥିତିରେ ମାନସ ମନ୍ଥନ, ତେଣେ ଓଡ଼ିଆ ସାମ୍ବାଦିକଙ୍କୁ ଆତଙ୍କୀ ପନ୍ନୁ ଧମକର ତନାଘନା...
ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଓଡ଼ିଆ ନିରାମିଷ ଖାଦ୍ୟର ମଜା ନେଇଛନ୍ତି । ରାତ୍ରଭୋଜନ ସମ୍ପୂର୍ଣ୍ଣ ରୂପେ ନିରାମିଷ ଥିଲା ।
ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ କୁଆଁରୀ ଝିଅ ଓ ବୋହୂ ଭିତରେ ପାର୍ଥକ୍ୟ ବୁଝାଇଥିଲେ ପ୍ରଧାନମନ୍ତ୍ରୀ । ଝିଅ-ବୋହୂର ଉଦାହରଣ ଦେଇ ମୋଦି କହିଥିଲେ, ଝିଅଟିଏ ବାପ ଘରେ ଥିବା ବେଳେ ତାପାଖରେ ସବୁ ସ୍ୱାଧୀନତା ଥାଏ ।
ଆଗରୁ ନିର୍ବାଚନ ପୂର୍ବରୁ ଆସିଥିଲେ, ଆଉ ଏଥର ଡବଲ୍ ଇଞ୍ଜିନ୍ ସରକାର ପରେ । ଚାଲିଛି ରୁଦ୍ଧଦ୍ୱାର ପାଠଶାଳା । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ତିନି କେନ୍ଦ୍ରମନ୍ତ୍ରୀ, ବିଜେପିର ସବୁ ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀ ।
ଆଜି ଲିଙ୍ଗରାଜଙ୍କ ଭୂମିକୁ ଆସିବାର ସୁଯୋଗ ମିଳିଛି । ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକଙ୍କ ଭିଡ଼ ଅଭିଭୂତ କରିଥିବା କଥା ଦୋହରାଇଥିଲେ ପ୍ରଧାନମନ୍ତ୍ରୀ ।
ଜନ ପ୍ରତିନିଧିମାନେ କେତେ ଜିଲ୍ଲା ଗସ୍ତ କରିଛନ୍ତି, ଆଉ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ସଂପର୍କରେ ବି ପଚାରି ବୁଝିବେ । ତେଣୁ ନେତା ମନ୍ତ୍ରୀଙ୍କ ଏବେ ଛାତି ଧଡଧଡ଼ ।
ଆସୁଛନ୍ତି ପିଏମ୍ ମୋଦି । ସେଇଥି ପାଇଁ ସାଜସଜା । ରାଜଧାନୀ ସାରା ଛାଇଗଲାଣି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହଙ୍କ କଟ୍ ଆଉଟ୍ । ଏୟାରପୋର୍ଟ ନିକଟରେ ଛିଡ଼ା ହୋଇଛି ମୋଦିଙ୍କ ବିଶାଳ କଟଆଉଟ୍ ।