ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା କୁଏତ୍ର ସର୍ବଶ୍ରେଷ୍ଠ ପୁରସ୍କାର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଏତର ସର୍ବୋଚ୍ଚ ନାଗରିକ ସମ୍ମାନ, ସମ୍ମାନଜନକ 'ଅର୍ଡର ଅଫ୍ ମୁବାରକ ଅଲ-କବୀର' ପ୍ରଦାନ କରାଯାଇଛି । ଭାରତ-କୁଏତ ସମ୍ପର୍କକୁ ମଜବୁତ କରିବା ଦିଗରେ ତାଙ୍କର ଉଦ୍ୟମ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଏକ ବର୍ଣ୍ଣାଢ଼୍ୟ ସମାରୋହରେ ପ୍ରଧାନମନ୍ତ୍ରୀଙ୍କୁ ଏହି ପୁରସ୍କାର କୁଏତର ଆମିରଙ୍କ ସହ ଶେଖ ମେଶଲ ଅଲ-ଅହମ୍ମଦ ଅଲ-ଜାବର ଅଲ-ସବାହ ପ୍ରଦାନ କରିଛନ୍ତି । ଏହି ପୁରସ୍କାରଟି ରାଜ ପରିବାରରେ ବନ୍ଧୁତ୍ୱର ପ୍ରତୀକ ଭାବେ ପରିଗଣିତ ହୋଇଥାଏ । ଭାରତ ସହ କୁଏତର ସମ୍ପର୍କ ମଜବୁତ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପ୍ରଯତ୍ନ କରିଛନ୍ତି । ଏଣୁ ପ୍ରଧାନମନ୍ତ୍ରୀ ମୋଦି ଏହି ପୁରସ୍କାର ପାଇବାକୁ ହକ୍ଦାର ବୋଲି କୁହାଯାଇଛି ।
Also Read
#ମୋଦିଙ୍କୁ_କୁଏତର_ସର୍ବଶ୍ରେଷ୍ଠ_ସମ୍ମାନ
— ଓଟିଭି (@otvkhabar) December 22, 2024
ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଏତର ସର୍ବଶ୍ରେଷ୍ଠ ବେସାମରିକ ସମ୍ମାନ। ‘ଅର୍ଡର ଅଫ୍ ମୁବାରକ୍ ଅଲ୍-କବୀର’ ସମ୍ମାନରେ ସମ୍ମାନୀତ। ଦୁଇ ଦିନିଆ ଗଲ୍ଫ ରାଷ୍ଟ୍ର ଗସ୍ତରେ ସମ୍ମାନୀତ କଲେ କୁଏତ ସରକାର।#Kuwait #PMModi #HighestCivilianAward #OTV pic.twitter.com/HuTCWKfzxO
ଅଧିକ ପଢ଼ନ୍ତୁ: ବଦଳିଲା ନିୟମ; ଏଣିକି ପ୍ରାର୍ଥୀଙ୍କୁ ମିଳିବନି ପୋଲିଂ ବୁଥ୍ ସିସିଟିଭି ଫୁଟେଜ୍ ଓ ଇ-ରେକର୍ଡ
ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଓ ଜର୍ଜ ବୁଶଙ୍କ ଭଳି ଉଲ୍ଲେଖନୀୟ ବ୍ୟକ୍ତିତ୍ୱମାନେ ଏହି ପୁରସ୍କାର ପାଇଛନ୍ତି । ଏହା ସହ ପ୍ରିନ୍ସ ଚାର୍ଲ୍ସ ମଧ୍ୟ ଏହି ପୁରସ୍କାର ପାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୁଇ ଦିନିଆ ଗଲ୍ଫ ରାଷ୍ଟ୍ର ଗସ୍ତ ଅବସରରେ ସମ୍ମାନିତ କରିଛନ୍ତି କୁଏତ ସରକାର ।
କୁଏତରେ ଓଡ଼ିଆ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୁଏତ ଗସ୍ତରେ ଥିବା ମୋଦି ଗତକାଲି ଗଲଫ ସ୍ପିକ୍ ଲେବର କ୍ୟାମ୍ପକୁ ଯାଇ ସେଠାରେ ଥିବା ଭାରତୀୟ ଶ୍ରମିକଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ କୁଏତରେ କାମ କରୁଥିବା ଗଞ୍ଜାମ ଖଲ୍ଲିକୋଟର ଜଣେ ଶ୍ରମିକଙ୍କ ସହ କଥା ହୋଇଥିଲେ ମୋଦି ।
ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରାଯାଉଥିବାରୁ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଓଡ଼ିଆ ଯୁବକ । ଏହାଦ୍ୱାରା ଓଡ଼ିଶା ବିଶ୍ୱ ଆଗରେ ଐତିହ୍ୟ ଓ ସଂସ୍କୃତି ଦେଖାଇବାର ସୁଯୋଗ ପାଇବ ବୋଲି ସେ କହିଥିଲେ । ଜବାବରେ ମୋଦି ଜୟ ଜଗନ୍ନାଥ କହି ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତର ବିଭିନ୍ନ ରାଜ୍ୟରୁ ଆସି କୁଏତରେ କାମ କରୁଥିବା ଶ୍ରମିକଙ୍କ ସହ ଆଲୋଚନା କରିଥିଲେ ।
ଭାରତର ବିକାଶ ଦିଗରେ ସେମାନଙ୍କ ଅବଦାନ ମଧ୍ୟ ରହିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଦୁଇ ଦିନିଆ କୁଏତ ଗସ୍ତରେ ଥବା ମୋଦି ଗତକାଲି ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଭେଟିଥିଲେ । ଏହି ଅବସରରେ ହାଲା ମୋଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।