Advertisment

DGP Conference: ଡିଜିପି ସମ୍ମିଳନୀରେ ମୋଦିଙ୍କ ଉପସ୍ଥିତିରେ ମାନସ ମନ୍ଥନ; ଏପଟେ ଓଡ଼ିଆ ସାମ୍ବାଦିକଙ୍କୁ ଆତଙ୍କୀ ପନ୍ନୁ ଧମକର ତନାଘନା...

ଜାତୀୟ ସୁରକ୍ଷାରୁ ସାଇବର ଅପରାଧ, ମାଓ ସମସ୍ୟାରୁ ନାର୍କୋଟିକ୍ସ । ପ୍ରତିଟି ଚାଲେଂଜର ମୁକାବିଲା ନେଇ ଡିଜିପି ସମ୍ମିଳନୀ ଦ୍ବିତୀୟ ଦିନରେ ବିଚାର ବିମର୍ଷ, ପିଏମ୍ ମୋଦିଙ୍କ ଉପସ୍ଥିତିରେ ମାନସ ମନ୍ଥନ, ତେଣେ ଓଡ଼ିଆ ସାମ୍ବାଦିକଙ୍କୁ ଆତଙ୍କୀ ପନ୍ନୁ ଧମକର ତନାଘନା...

author-image
Sujit kumar Swain
undefined

DGP Conference in Bhubaneswar

ଭୁବନେଶ୍ବରରେ ଚାଲିଥିବା ପୋଲିସ୍ ମହାନିର୍ଦ୍ଦେଶକଙ୍କ ମହାମେଳିର ଦ୍ବିତୀୟ ଦିନରେ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମାନସ ମନ୍ଥନ। ଖୋଦ୍ ପ୍ରଧାନମନ୍ତ୍ରୀ ମୋଦିଗୃହମନ୍ତ୍ରୀ ଶାହNSA ଅଜିତ ଡୋଭାଲଙ୍କ ଉପସ୍ଥିତିରେ ପ୍ରେଜେଣ୍ଟେସନ୍ ଦେଇଛନ୍ତି ବିଭିନ୍ନ ୱାର୍କିଂ ଗ୍ରୁପ୍। ତଟ ସୁରକ୍ଷାରୁ ନେଇ ସାଇବର୍ ସିକ୍ୟୁରିଟି, ମାଓବାଦରୁ ଆତଙ୍କବାଦ ସମସ୍ୟା ଯାଏଁ ପ୍ରତିଟି ପ୍ରସଙ୍ଗରେ ହୋଇଛି ବିସ୍ତୃତ ଆଲୋଚନା। ତେଣେ ଗୋଟିଏ ପଟେ ରାଜଧାନୀରେ ଡିଜିପି କନଫେରନ୍ସ ଚାଲିଥିବା ବେଳେ ଓଡ଼ିଆ ସାମ୍ବାଦିକଙ୍କ ପାଖକୁ ଆତଙ୍କବାଦୀ ପନ୍ନୁ ନାଁରେ ଆସିଥିବା ଧମକପୂର୍ଣ୍ଣ ଇ-ମେଲ୍ ହଇଚଇ ସୃଷ୍ଟି କରିଛି। 

Advertisment

ଦିନ ତମାମ ମାରାଥନ୍ ଚର୍ଚ୍ଚା। ବିଭିନ୍ନ ୱାର୍କିଂ ଗ୍ରୁପ୍ ଦ୍ବାରା ଟପିକ୍ ୱାରି ପ୍ରେଜେଣ୍ଟେସନ୍। ଜାତୀୟ ସୁରକ୍ଷା ପ୍ରତି ରହିଥିବା ଚ୍ୟାଲେଂଜଗୁଡ଼ିକର କିପରି କରିବେ ସାମନା ? ସାଇବର ଅପରାଧ ଉପରେ କେମିତି ଲାଗିବ ଲଗାମ୍ ? ମାଓ ସମସ୍ୟାରୁ ନେଇ ନାର୍କୋଟିକ୍ସ, ତଟ୍ଟ ସୁରକ୍ଷାରୁ ନେଇ ଆର୍ଥିକ ସୁରକ୍ଷା । ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଚାର ବିମର୍ଶ। ପୋଲିସ୍ ମହାନିର୍ଦ୍ଦେଶକଙ୍କ ମହାମେଳିର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ହୋଇଛି ମାରାଥନ୍ ଆଲୋଚନା। ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ଡିଜିପି ଏବଂ ଆଇଜିମାନଙ୍କ ସହ ବିଚାର ବିନିମୟ କରିଛନ୍ତି ପିଏମ୍ ମୋଦି। ଯୋଗ ସେସନ୍ ରୁ ଆରମ୍ଭ ହୋଇଥିଲା ଡିଜିପି ସମ୍ମିଳନୀର ଦ୍ବିତୀୟ ଦିନ। ଯାହା ସକାଳ ସାଢ଼େ ୬ଟାରୁ ୭ଟା ଯାଏଁ ଚାଲିଥିଲା। 

ଅଧିକ ପଢ଼ନ୍ତୁ: '୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ, ପ୍ରତ୍ୟେକ ଦିନ ୯୫ ହଜାର ଲୋକଙ୍କ ପାଇଁ ଯାତାୟତ ସୁବିଧା'

Advertisment

ଏହାପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ମୋଦି ଲୋକସେବା ଭବନରେ ପହଞ୍ଚିବା ପରେ ସାଢ଼େ ୮ଟାରୁ ଆରମ୍ଭ ହୋଇଥିଲା ସମ୍ମିଳନୀ। ଟପିକ୍ ୱାରି ପ୍ରେଜେଣ୍ଟେସନ୍ ଭିତରେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜର ବହୁମୂଲ୍ୟ ମତ ରଖିବାର ସୁଯୋଗ ପାଇଛନ୍ତି ଟପ୍ କପ୍। ଉଦଘାଟନୀ ଦିବସରେ ଦେଶର ପୂର୍ବ ସୀମାରେ ସୁରକ୍ଷା ଚାଲେଞ୍ଜ, ଅନୁପ୍ରବେଶ ସମସ୍ୟା, ଅର୍ବାନ ପୋଲିସିଂ ସହ ଅନ୍ତର୍ଜାତୀୟ ସୀମା ସୁରକ୍ଷା ଉପରେ ଫୋକସ ସହ ଶୂନ୍ୟ ସହନଶୀଳ ନୀତି ଉପରେ ଗୁରୁତ୍ବାରୋପ କରିଥିଲେ ଶାହ। ମାଓବାଦ ଦମନ କ୍ଷେତ୍ରରେ ବିଭିନ୍ନ ରାଜ୍ୟର ମଡ଼େଲ୍ ଉପରେ ଆଲୋଚନା ସହ ବିତର୍କ ବି ହୋଇଥିଲା।

ଗୋଟିଏ ପଟେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ବିଚାର ବିମର୍ଶ। ଆରପଟେ ଖଲିସ୍ତାନୀ ଉଗ୍ରବାଦୀ ପନ୍ନୁ ନାଁରେ ଓଡ଼ିଆ ସାମ୍ବାଦିକଙ୍କ ପାଖକୁ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ଆସିଥିବା ଧମକପୂର୍ଣ୍ଣ ଇ-ମେଲକୁ ନେଇ ହଇଚଇ। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଏବଂ ନବୀନ ଦାସଙ୍କ ପାଖକୁ ଆସିଛି ଏଭଳି ମେଲ୍। ଅଡିଓ ମେସେଜରେ ଭୁବନେଶ୍ବର ଏୟାରପୋର୍ଟକୁ ଟାର୍ଗେଟ କରି ବାର୍ତ୍ତା ଦେବା ସହ ଆସନ୍ତକାଲି ଏଠାରୁ ଉଡ଼ାଣ ନ ଭରିବାକୁ ଚେତାବନୀ ଦିଆଯାଇଛି। ଏ ସଂପର୍କରେ ସାମ୍ବାଦିକ ଅକ୍ଷୟ ସାହୁ ଥାନାରେ ଜଣାଇବା ପରେ ତାଙ୍କ ଅଫିସରେ ପହଞ୍ଚି ତନାଘନା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। 

ତେବେ ପନ୍ନୁର ଧମକପୂର୍ଣ୍ଣ ମେସେଜରେ ଓଡ଼ିଆ ଥମ୍ବନେଲକୁ ନେଇ ବଢ଼ିଛି ଚର୍ଚ୍ଚା। ଓଡ଼ିଶାରେ କାମ କରୁନାହାନ୍ତି ତ ପନ୍ନୁର ଏଜେଣ୍ଟ ? ବିଦେଶରେ ରହି ସ୍ଲିପର୍ ସେଲ୍ ଦ୍ବାରା କିଛି କାଣ୍ଡ ଭିଆଇବାକୁ କରୁଛି କି ପ୍ଲାନିଂ ? ସେନେଇ ବି ତନାଘନା କରୁଛି କ୍ରାଇମବ୍ରାଞ୍ଚ।୨ ଦିନ ତଳେ ଏକ ଭିଡିଓ ମେସେଜ୍ ଜାରି କରି ଡିଜିପି ସମ୍ମିଳନୀକୁ ଭଣ୍ଡୁର ପାଇଁ ଧମକ ଦେଇଥିଲା ପନ୍ନୁ। ଡିସିପି କହିଛନ୍ତି, ଡିଜି-ଆଇଜିପି କନଫରେନ୍ସ ସୁରୁଖୁରୁରେ ଚାଲିଛି। ସିକ୍ୟୁରିଟି ପ୍ଲାନ୍ ଅନୁସାରେ ସବୁଠି ମୁତୟନ ଅଛନ୍ତି ସୁରକ୍ଷାକର୍ମୀ। ଯେକୌଣସି ବିପଦର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। 

ଅଧିକ ପଢ଼ନ୍ତୁ: ମଧ୍ୟାହ୍ନ ଭୋଜନ୍ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର, ଜାଣନ୍ତୁ କେବେଠୁ ହେବ ଲାଗୁ...

Bhubaneswar Terrorist
Advertisment
Advertisment