Advertisment

Jimmy Carter Passes Away: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ; ଶୋକ ପ୍ରକାଶ କଲେ ମୋଦି

ଜିମି କାର୍ଟର ୧୯୮୨ମସିହାରେ କାର୍ଟର ସେଣ୍ଟର ପ୍ରତିଷ୍ଠା କରିଥିଲେ । ଏହି କେନ୍ଦ୍ର ମାଧ୍ୟମରେ ସେ ବିଶ୍ୱର ବିଚ୍ଛିନ୍ନାଞ୍ଚଳରେ ବିବାଦର ସମାଧାନ, ନିର୍ବାଚନ ମନିଟରିଂ ଏବଂ ରୋଗ ହ୍ରାସ ପାଇଁ କାର୍ଯ୍ୟ କରିଥିଲେ। ଏହି ପ୍ରୟାସ ତାଙ୍କୁ ବିଶ୍ୱବ୍ୟାପୀ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା ।୨୦୦୨ ମସିହାରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା ।

author-image
Sonali Ojha
ଅଦ୍ୟତନ ହୋଇଛି
Jimmy Carter Death

Jimmy Carter

ପରଲୋକରେ ଆମେରିକାରପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର । ୧୦୦ ବର୍ଷ ବୟସରେ ଜର୍ଜିଆ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାର ୩୯ ତମ ରାଷ୍ଟ୍ରପତି ଥିଲେ ଜିମି କାର୍ଟର । ୧୯୭୭-୮୧ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବରେ ଆମେରିକାର ଦାୟିତ୍ବ ନେଇଥିଲେ । ୨୦୦୨ ମସିହାରେ ତାଙ୍କୁ ନୋବେଲଶାନ୍ତି ପୁରସ୍କାର ମିଳିଥିଲା ।

Advertisment

ଜିମି କାର୍ଟର ଜର୍ଜିଆର ପ୍ଲେନ୍ସରେ ଜନ୍ମଗ୍ରହଣ କରିଥିଲେ । ସେ ନିଜର ସରଳତା ପାଇଁ ଜଣାଶୁଣା । ଜନସେବା ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ ତାଙ୍କୁ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ କରାଇଥିଲା। ରାଷ୍ଟ୍ରପତି ହେବା ପୂର୍ବରୁ ସେ ଜର୍ଜିଆର ରାଜ୍ୟପାଳ ମଧ୍ୟ ଥିଲେ। ୧୯୭୬ ମସିହାରେ କାର୍ଟର ଜଣେ ବାହ୍ୟ ପ୍ରାର୍ଥୀ ଭାବରେ ରାଷ୍ଟ୍ରପତି ପଦ ପାଇଁ ଲଢିଥିଲେ। ଏକ ବିବୃତ୍ତିରେ କହିଥିଲେ, ଯଦି ମୁଁ ମିଛ କହୁଛି କିମ୍ବା ବିଭ୍ରାନ୍ତିକର ବିବୃତ୍ତି ଦେଉଛି, ତେବେ ମୋତେ ଭୋଟ୍ ଦିଅ ନାହିଁ। ସେତେବେଳେ ସେ ସ୍ୱଚ୍ଛ ନିର୍ବାଚନର ପ୍ରଚାର କରିଥିଲେ। ସେତେବେଳେ ତତ୍କାଳୀନ ରାଷ୍ଟ୍ରପତି ଜେରାଲ୍ଡ ଫୋର୍ଡଙ୍କୁ ହରାଇ ରାଷ୍ଟ୍ରପତି ହୋଇଥିଲେ।

ଅଧିକ ପଢନ୍ତୁ:ଆଖି ସାମ୍ନାରେ ଜଳୁଥିଲେ ଆପଣାର ଲୋକ, ହେଲେ ପାଖକୁ ଯିବାକୁ ମିଳୁନଥିଲା ଅନୁମତି

Advertisment

ଜିମି କାର୍ଟର ୧୯୮୨ମସିହାରେ କାର୍ଟର ସେଣ୍ଟର ପ୍ରତିଷ୍ଠା କରିଥିଲେ । ଏହି କେନ୍ଦ୍ର ମାଧ୍ୟମରେ ସେ ବିଶ୍ୱର ବିଚ୍ଛିନ୍ନାଞ୍ଚଳରେ ବିବାଦର ସମାଧାନ, ନିର୍ବାଚନ ମନିଟରିଂ ଏବଂ ରୋଗ ହ୍ରାସ ପାଇଁ କାର୍ଯ୍ୟ କରିଥିଲେ। ଏହି ପ୍ରୟାସ ତାଙ୍କୁ ବିଶ୍ୱବ୍ୟାପୀ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ଅନ୍ତର୍ଜାତୀୟ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ତଥା ଗଣତନ୍ତ୍ର ଓ ମାନବିକ ଅଧିକାରକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୨୦୦୨ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା।

ବାଇଡେନଙ୍କ ଶୋକ:

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଜିମି କାର୍ଟରଙ୍କ ବିୟୋଗକୁ ନେଇ ଶୋକ ପ୍ରକାଶ କରିଛନ୍ତି । ସେ ନିଜ X ହ୍ୟାଣ୍ଡେଲରେ ଲେଖିଛନ୍ତି, "ଜିମି ମୋର ଜଣେ ଭଲ ବନ୍ଧୁ ଥିଲେ । ତାଙ୍କ ଭଳି ବ୍ୟକ୍ତିତ୍ବ ଆମେରିକା କ'ଣ ସାରା ବିଶ୍ବରେ କେହି ନାହାନ୍ତି ।"

ଡୋନାଲ୍ଡ ଟ୍ରମ୍ପଙ୍କ ଶୋକ:

ଜିମି କାର୍ଟରଙ୍କ ମୃତ୍ୟୁକୁ ନେଇ ଡୋନାଲ୍ଡ ଟ୍ରମ୍ପ ଶୋକ ପ୍ରକାଶ କରିଛନ୍ତି। ଟ୍ରମ୍ପ ସୋସିଆଲ ମିଡିଆ ପୋଷ୍ଟରେ ଜିମି କାର୍ଟରଙ୍କ ମୃତ୍ୟୁ ବିଷୟରେ ଲେଖିଛନ୍ତି, ରାଷ୍ଟ୍ରପତି ଭାବରେ ସେ ସମ୍ମୁଖୀନ ହୋଇଥିବା ଚ୍ୟାଲେଞ୍ଜଗୁଡିକ ଆମ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଥିଲା। ସେ ସମସ୍ତ ଆମେରିକୀୟଙ୍କ ଜୀବନକୁ ଉନ୍ନତ କରିବା ପାଇଁ ସବୁକିଛି କରିଥିଲେ। ଆମେ ସମସ୍ତେ ତାଙ୍କ ନିକଟରେ କୃତଜ୍ଞ। ଏପରି ସମୟରେ ମୁଁ ଓ ମୋ ପତ୍ନୀ ସେମାନଙ୍କ ପରିବାର ଏବଂ ପ୍ରିୟଜନଙ୍କ ସହିତ ଅଛୁ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ:

ଜିମି କାର୍ଟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଜଣେ ମହାନ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା, ଯିଏ ବିଶ୍ୱ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ନିରନ୍ତର ପରିଶ୍ରମ କରିଥିଲେ। ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ପରିବାରବର୍ଗ ଓ ବନ୍ଧୁ ଏବଂ ଆତ୍ମୀୟଙ୍କୁ ହୃଦୟରୁ ସମବେଦନା ଜଣାଉଛି ।

ଆମେରିକାରେ ବର୍ଣ୍ଣ ବୈଷମ୍ୟତା ଦୂର କରିବାରେ ତାଙ୍କର ଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା । ୧୯୭୦ ମସିହାରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ସେ ଘୋଷଣା କରିଥିଲେ , "ଭେଦଭାବ ଦୂର କରିବାର ସମୟ ଆସିଯାଇଛି ।" ଆମେରିକା ରାଜନୀତି ଉପରେ କାର୍ଟର ୩୦ ଟି ପୁସ୍ତକ ରଚନା କରିଛନ୍ତି । ୨୦୧୫ରେ କାର୍ଟର କ୍ୟାନସରରେ ପୀଡିତ ଥିବା ଜଣାପଡ଼ିଥିଲା । ସେତେବେଳେ ଆଦୌ ଭାଙ୍ଗିପଡିନଥିଲେ କାର୍ଟର ।

ସେ କହିଥିଲେ, "ଯେକୌଣସି ପରିସ୍ଥିତି ଆସୁ ମୁଁ ମୁକାବିଲା କରିବା ପାଇଁ ପୂରା ପ୍ରସ୍ତୁତ । ମୁଁ ଗୋଟିଏ ସୁନ୍ଦର ଜୀବନ ପାଇଥିଲି । ହଜାର ହଜାର ବନ୍ଧୁଙ୍କୁ ପାଇଥିଲି ।" ଜିମି କାର୍ଟର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ୨୦୨୩ ଫେବ୍ରୁଆରୀରେ ଅନେକ ଥର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ସେ ହସ୍ପିଟାଲରେ ଚିକିତ୍ସିତ ହେବା ବନ୍ଦ କରି ନିଜ ବାସଭବନରେ ଚିକିତ୍ସିତ ହେଉଥିଲେ । ଚଳିତବର୍ଷ ସେ ମେଲୋନମା ସ୍କିନ କ୍ୟାନ୍ସର ପାଇଁ ଚିକିତ୍ସିତ ହୋଇଥିଲେ । ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଅଧିକ ପଢନ୍ତୁ:ଦକ୍ଷିଣ କୋରିଆରେ ପ୍ଲେନ୍ କ୍ରାସ୍; ରନ୍‌ୱେରୁ ଗଡ଼ିଯାଇ ପାଚେରିରେ ଧକ୍କା ହେଲା, ୬୨ ମୃତ

PM Narendra Modi Former US President Nobel Prize
Advertisment
Advertisment