Advertisment

Odia Dinner Menu for PM Modi: ମୋଦି ଖାଇଲେ ଓଡ଼ିଆ ଖାଦ୍ୟ, ଥାଳିରେ ଥିଲା ସନ୍ତୁଳା-ଜହ୍ନି ରାଇ...

ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଓଡ଼ିଆ ନିରାମିଷ ଖାଦ୍ୟର ମଜା ନେଇଛନ୍ତି । ରାତ୍ରଭୋଜନ ସମ୍ପୂର୍ଣ୍ଣ ରୂପେ ନିରାମିଷ ଥିଲା ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Odia Dinner Menu for PM Modi

Odia Dinner Menu for PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାତ୍ରୀ ଭୋଜନ କରିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଓଡ଼ିଆ ନିରାମିଷ ଖାଦ୍ୟର ମଜା ନେଇଛନ୍ତି । ରାତ୍ରଭୋଜନ ସମ୍ପୂର୍ଣ୍ଣ ରୂପେ ନିରାମିଷ ଥିଲା । ତାଙ୍କ ଖାଦ୍ୟ ତାଲିକାରେ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ ରହିଥିଲା । ୱେଲକମ୍ ଡ୍ରିଙ୍କସ ପରେ ଅଜୱିନି ପନିର୍ ଟିକା, ବାରବିକ୍ୟୁ ମସରୁମ୍ ସ୍କିୱେର୍ସ, ଡେଭିଲ୍ ସ୍ପ୍ରିଂ ରୋଲ୍, ଢୋକଲା ରହିଥିଲା ।

Advertisment

ସେହିପରି ସୁପ୍ ସହ ସାଲାଡ୍ ଥିଲା ରାତ୍ରଭୋଜନରେ । ମେନ୍ କୋର୍ସରେ ଥିଲା ମଟର ପନିର୍, ତାୱା ଭେଜିଟେବୁଲ୍, ମଲାଇ କୋଫତା କରି, ସନ୍ତୁଳା, ଜହ୍ନି ଆଳୁ ରାଇ, ଭେଣ୍ଡି ଭୁର୍ଜି, ଆଳୁ ମିଠି ମଧ୍ୟ ଥିଲା । ଏହା ସହ କିଛି ଗୁଜୁରାଟୀ ଖାଦ୍ୟ ମଧ୍ୟ ପରସା ଯାଇଥିବା ସୂଚନା ମିଳିଛି । ମୁଗ ଡାଲିର ଖେଚିଡ଼ି ସହ ଭେଜ୍ ଦମ୍ ବିରିୟାନୀ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି । ସେପଟେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଝିଅ - ବୋହୂ ପାଠ ପଢ଼ାଇଥିଲେ ପ୍ରଧାନମନ୍ତ୍ରୀ । ଡବଲ୍ ଇଞ୍ଜିନ ସରକାର ପରେ ପ୍ରଥମ କରି ରାଜ୍ୟ ବିଜେପି ଅଫିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଦ୍ଧଦ୍ୱାର ପାଠଶାଳା ହୋଇଥିଲା ।

ଅଧିକ ପଢ଼ନ୍ତୁ:ଦିଲ୍ଲୀରେ ପିଇଥିବା ବଲାଙ୍ଗିର ଚା’କୁ ମନେ ପକାଇଲେ ମୋଦି

ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଧରି ଦେଲେ ଗୁରୁମନ୍ତ୍ର । ଲମ୍ବା ଶାସନକୁ ଆଖି ଆଗରେ ରଖି ରାଜ୍ୟବ୍ୟାପୀ ଦଳ ଓ ସଂଗଠନକୁ କିଭଳି ସୁଦୃଢ଼ ରଖାଯିବ । ଲୋକଙ୍କ ଜୀବନର ଉନ୍ନତି ପାଇଁ କିଭଳି କାର୍ଯ୍ୟ ଜାରି ରହିବ, ସେନେଇ ଆଲୋଚନା କରିଥିଲେ । ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ କୁଆଁରୀ ଝିଅ ଓ ବୋହୂ ଭିତରେ ପାର୍ଥକ୍ୟ ବୁଝାଇଥିଲେ ପ୍ରଧାନମନ୍ତ୍ରୀ

Advertisment

ଝିଅ-ବୋହୂର ଉଦାହରଣ ଦେଇ ମୋଦି କହିଥିଲେ, ଝିଅଟିଏ ବାପ ଘରେ ଥିବା ବେଳେ ତାପାଖରେ ସବୁ ସ୍ୱାଧୀନତା ଥାଏ । କିନ୍ତୁ ବାହା ହୋଇ ଶାଶୁ ଘରକୁ ଗଲେ ତା ଉପରେ ସମସ୍ତଙ୍କର ନଜର ରହିଥାଏ । ବୋହୂର ଚାଲି ଚଳଣି, ବ୍ୟବହାର ଓ କଥାବାର୍ତ୍ତାକୁ ସମସ୍ତେ ଦେଖନ୍ତି ଓ ଧରନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ବାପ ଘରେ ଝିଅ ଭଳି ଆପଣମାନେ କାର୍ଯ୍ୟକର୍ତ୍ତା ଥିଲେ ।

ନିର୍ବାଚିତ ହୋଇ ଆସିବା ପରେ ବୋହୂ ଭଳି । ତେଣୁ ଆପଣମାନଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ଏମିତି କହି କାର୍ଯ୍ୟକର୍ତ୍ତା ଓ ଜନପ୍ରତିନିଧି ଭିତରେ ଫରକର ପାଠ ପଢ଼ାଇଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ନିଜ ରାଜନୈତିକ ଜୀବନଯାତ୍ରା ଶୁଣାଇ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ଜୋସ୍ ଭରିଥିଲେ । ଜଣେ କର୍ମୀରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ପରେ ପ୍ରଧାନମନ୍ତ୍ରୀର ଯାତ୍ରା ବିଷୟରେ କହିଥିଲେ ମୋଦି ।

କାର୍ଯ୍ୟକର୍ତ୍ତାଙ୍କ ସହ ଯୋଡି ହୋଇ ରହିବାକୁ ପରାମର୍ଶ ଦେବା ସହ ସେମାନଙ୍କର ଛୋଟିଆ ଭୁଲ ଉପରେ ପ୍ରତିକ୍ରିୟା ପ୍ରକାଶ ନକରି ସଫଳତା ପାଇଁ ଶ୍ରେୟ ଓ ଧନ୍ୟବାଦ ଦେବାକୁ ଦେଇଛନ୍ତି ପରାମର୍ଶ । ମୋଦି କହିଥିଲେ, ସେ କେବଳ ଦସ୍ତଖତ କଲା ବେଳେ ପ୍ରଧାନମନ୍ତ୍ରୀ, ବାକି ସମୟରେ ଜଣେ କାର୍ଯ୍ୟକର୍ତ୍ତା । ଓଡିଶାର ବିକାଶ ପାଇଁ ମିଶନ ୩୬କୁ ଫୋକସ କରିବାକୁ ପରାମର୍ଶ ଦେଇଛନ୍ତି ମୋଦି । ୨୦୩୬ ସୁଦ୍ଧା ଓଡିଶାର ନକ୍ସା ଲୋକଙ୍କ ଆଗରେ ରଖିବାକୁ ହେବ ବୋଲି କହିଥିଲେ ।

କାର୍ଯ୍ୟକର୍ତ୍ତାଙ୍କ ବୈଠକ ବେଳେ ମଞ୍ଚରେ ନବସି ମାଇକ୍ରୋଫୋନ୍ ଧରି ସଭା ମଝିରେ ଚାଲି ଚାଲି ସମସ୍ତଙ୍କୁ ଭଲ ମନ୍ଦ ଓ ସୁଖ ଦୁଃଖ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ । ବିଜେପି ପାର୍ଟି ଅଫିସରେ ନବ ନିର୍ବାଚିତ ବିଧାୟକଙ୍କ ସହ ରାତ୍ରି ଭୋଜନ କରିଥିଲେ । 

ଅଧିକ ପଢ଼ନ୍ତୁ:ଯୋଗ ସେସନରୁ ପ୍ରତିଦିନର କାର୍ଯ୍ୟକ୍ରମ, ଯୋଗ ଦେବେ ପିଏମ୍

Narendra Modi PM Modi BJP Odia Food
Advertisment
Advertisment