ମୋଦି ପକାଇଲେ ଆସ୍ଥା ଓ ବିଶ୍ୱାସର ବୁଡ଼। ମହାକୁମ୍ଭ ୧୩ ଜାନୁଆରୀରେ ଆରମ୍ଭ ହୋଇଥିଲା ଏବଂ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଭକ୍ତମାନେ ସଙ୍ଗମରେ ସ୍ନାନ କରିପାରିବେ। ଏଥର ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି। ତଥାପି ପ୍ରୟାଗରାଜରେ ପ୍ରତି ୧୨ ବର୍ଷରେ ଥରେ କୁମ୍ଭ ଆୟୋଜନ କରାଯାଏ।
ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବ୍ରୁଆରୀ ୨୬ ମହାଶିବରାତ୍ରୀ ଯାଏଁ ଚାଲିବ। ମହାକୁମ୍ଭରେ ୩ଟି ଯାକ ଅମୃତ ସ୍ନାନ ସରିଥିବା ବେଳେ, ଏଯାବତ୍ ୩୮ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇଲେଣି । ମହାକୁମ୍ଭରେ ଦଳାଚକଟା ହେବା ପରଠାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସସପେନ୍ସ ଲାଗି ରହିଥିଲା।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସୋନିଆଙ୍କ ଅପମାନସୂଚକ ଶବ୍ଦ ପ୍ରୟୋଗକୁ ନେଇ ବର୍ଷିଛନ୍ତି ମୋଦି। କହିଛନ୍ତି, ଜଣେ ମହିଳା ରାଷ୍ଟ୍ରପତି ଅପମାନିତ ହେଉଛନ୍ତି। ମୁଁ ରାଜନୈତିକ ନିରାଶା ବୁଝିପାରୁଛି। କିନ୍ତୁ ରାଷ୍ଟ୍ରପତିଙ୍କୁ ଅପମାନ କାହିଁକି ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ଅବସରରେ ଆମେରିକାରେ ଟ୍ରମ୍ପ୍ ନୈଶ୍ୟଭୋଜିର ମଧ୍ୟ ଆୟୋଜନ କରିପାରନ୍ତି ବୋଲି କୁହାଯାଉଛି ।
ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ସହ କଥା ହେବା ଛଳରେ ଦିଲ୍ଲୀ ସରକାରର ଶିକ୍ଷା ମଡେଲର କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି, ନିଜ ଛବି ବଞ୍ଚାଇବାକୁ ଦଶମରେ ପାସ୍ ପ୍ରତିଶତ କମିଯିବା ଡରରେ କମ୍ ମାର୍କ ଆଣୁଥିବା ପିଲାଙ୍କୁ ଦଶମ ଶ୍ରେଣୀକୁ ଯିବାକୁ ଦେଉନି ଦିଲ୍ଲୀ ସରକାର।
ଆଜି ଶେଷ ଦିନରେ ଜୋରଦାର ପ୍ରଚାର କରିବେ ସବୁ ଦଳ। ସକାଳୁ ସନ୍ଧ୍ୟା ଯାଏ ଜନସଭା, ରାଲି, ରୋଡ ଶୋ, ପଦଯାତ୍ରା, ଜନସଂପର୍କ ଯାତ୍ରାରେ ପ୍ରଚାର ରାଜନୀତି ସରଗରମ ରହିବ।
ରାଜ୍ୟରେ ପୁଞ୍ଜି ବର୍ଷା କଲା ମୋଦି ଗ୍ୟାରେଣ୍ଟି । ଆଶାଠାରୁ ୩ ଗୁଣା ଭରିଗଲା ମୋହନଙ୍କ ଅଣ୍ଟି । ନୂଆ ଇତିହାସ ରଚିଲା ଉତ୍କର୍ଷ ଓଡ଼ିଶା । ଭିଡ଼ିଲା ୧୬ ଲକ୍ଷ ୭୩ ହଜାର କୋଟିର ନିବେଶ ଆଗ୍ରହ ।
ରାଜ୍ୟରେ ପୁଞ୍ଜି ବର୍ଷା କଲା ମୋଦି ଗ୍ୟାରେଣ୍ଟି । ଆଶାଠାରୁ ୩ ଗୁଣା ଭରିଗଲା ମୋହନଙ୍କ ଅଣ୍ଟି । ନୂଆ ଇତିହାସ ରଚିଲା ଉତ୍କର୍ଷ ଓଡ଼ିଶା । ଭିଡ଼ିଲା ୧୬ ଲକ୍ଷ ୭୩ ହଜାର କୋଟିର ନିବେଶ ଆଗ୍ରହ ।
ପଟପଡଗଞ୍ଜ ଆସନରୁ ବିଜେପିରୁ ପ୍ରାର୍ଥୀ ରବୀନ୍ଦ୍ର ସିଂ ନେଗି ଆଜି ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ଏହା ପରେ ମୋଦି ବିଜେପି ପ୍ରାର୍ଥୀଙ୍କୁ ପାଦ ଛୁଇଁ ତିନି ଥର ପ୍ରଣାମ କରିଥିବା ଦେଖିବାକୁ ମିଳିଥିଲା।
ନିବେଶକଙ୍କୁ ମୋଦିଙ୍କ ଓଡ଼ିଶା ଗ୍ୟାରେଣ୍ଟି । ଓଡ଼ିଶା ଦେଶ ବିକାଶର ଗ୍ରୋଥ୍ ଇଞ୍ଜିନ୍ । ବିକାଶର ଶିଖର ଛୁଇଁବ ଓଡ଼ିଶା । ଫୋକସରେ କନସର୍ଟ ଇକୋନମି ।
ଓଡ଼ିଶା ସଶକ୍ତ ହେବ ଓ ସମୃଦ୍ଧ ହୋଇପାରିବ। ଓଡ଼ିଶା ବିକାଶ ଓ ବିରାସତଙ୍କ ଅଦ୍ଭୁତ ମଡେଲ ବୋଲି ମୋଦି କହିଛନ୍ତି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୁବନେଶ୍ୱରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ଆଜିଠୁ ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହେଉଛି ଦୁଇଦିନିଆ ଶିଳ୍ପ ମହାକୁମ୍ଭ ତଥା ଉତ୍କର୍ଷ ଓଡିଶା କନକ୍ଲେଭ୍। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ ଏ ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆଜି ପୂର୍ବାହ୍ନ ୧୦ଟା ୩୫ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ମୋଦି। ସେଠାରୁ ୧୦ଟା ୫୫ମିନିଟରେ ସିଧାସଳଖ ଜନତା ମଇଦାନରେ ସେ ପହଞ୍ଚିବେ।
ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ। ଏହି ମେଗା ଇଭେଣ୍ଟର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ।
ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏନେଇ ଆଲୋଚନା ହେଉଥିବା ସୂଚନା ମିଳିଛି ।
Z ମୋର୍ ଟନେଲ ଉଦଘାଟନ୍ ପରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ । ଜାମ୍ମୁ-କାଶ୍ମୀରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ।
ପ୍ରବାସୀ ମହାକୁମ୍ଭରେ ଓଡ଼ିଶାର ଗରିମା ବଖାଣିଲେ... ପ୍ରବାସୀଙ୍କୁ ଭାରତର ରାଷ୍ଟ୍ରଦୂତ ମାନ୍ୟତା ଦେଲେ । ଗଣତନ୍ତ୍ର ଓ ବିବିଧତାକୁ ଜୀବନର ଅଙ୍ଗ ବୋଲି କହିଲେ ।
ପ୍ରବାସୀ ମହାକୁମ୍ଭରେ ଓଡ଼ିଶାର ଗରିମା ବଖାଣିଲେ... ପ୍ରବାସୀଙ୍କୁ ଭାରତର ରାଷ୍ଟ୍ରଦୂତ ମାନ୍ୟତା ଦେଲେ । ଗଣତନ୍ତ୍ର ଓ ବିବିଧତାକୁ ଜୀବନର ଅଙ୍ଗ ବୋଲି କହିଲେ ।
ପ୍ରବାସୀ ମାନଙ୍କ ପାଖରୁ ମିଳୁଥିବା ଭଲ ପାଇବା କେବେ ବି ଭୁଲି ହେବ ନାହିଁ । ଏହି ଅବସରରେ ସମସ୍ତ ପ୍ରବାସୀଙ୍କୁ ଧନ୍ୟବାଦ ଦେଲେ ମୋଦି । କାରଣ ପ୍ରବାସୀଙ୍କ ପାଇଁ ସମଗ୍ର ବିଶ୍ୱରେ ଗର୍ବରେ ମୁଣ୍ଡ ଉପରକୁ ରଖି ଚାଲିବାର ସୁଯୋଗ ମିଳେ । ଦୁନିଆର ପ୍ରତ୍ୟେକ ନେତା ଭାରତୀୟ ପ୍ରବାସୀ ମାନଙ୍କର ପ୍ରଶଂସା କରନ୍ତି ।
ବିଶାଖାପାଟଣାରେ ଏନଟିପିସିର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ସେଠାରୁ ଭୁବନେଶ୍ବର ଆସି ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ପ୍ରଧାନମନ୍ତ୍ରୀ ରାଜଭବନରେ ରାତ୍ରି ଯାପନ କରିବେ। ଆସନ୍ତାକାଲି ସକାଳେ ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ।
ରାୟଗଡ଼ା ରେଳ ଡିଭିଜନ୍ ବିଲଡିଂର ଶିଳାନ୍ୟାସ କଲେ ମୋଦି । ଜନଜାତି ସଂପ୍ରଦାୟ ପାଇବେ ବେଶି ଉପକାର କହିଲେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ଆରମ୍ଭ ହୋଇଛି ୭ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ କାର୍ଯ୍ୟ । ଦକ୍ଷିଣ ଓଡ଼ିଶାରେ ଆଦିବାସୀଙ୍କ ସୁବିଧା ଓ ସାଧନ ହେବ କହିଲେ ମୁଖ୍ୟମନ୍ତ୍ରୀ ।
ରେଳ ବିକାଶକୁ ନେଇ ରାୟଗଡ଼ା ଜିଲ୍ଲାବାସୀଙ୍କ ଆକାଂକ୍ଷା ଆଉ ପାଦେ ପୂରଣ । ରାୟଗଡ଼ା ରେଲ୍ ଡିଭିଜନ ବିଲ୍ଡିଂର ହେଲା ହେଲା ଶିଳାନ୍ୟାସ। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀରୁ ରିମୋଡ୍ ଟିପି ଏହି ବିଲ୍ଡିଂର ଶିଳାନ୍ୟାସ କରିଛନ୍ତି।
ଆପଣଙ୍କ ନେତୃତ୍ବରେ କ୍ରୁର ମୋଗଲ ଶାସକ ଔରଙ୍ଗଜେବ ନାମରେ ଥିବା ରାସ୍ତାକୁ ଏପିଜେ ଅବଦୁଲ କାଲାମଙ୍କ ନାମରେ ନାମିତ କରାଯାଇଥିଲା। କିଙ୍ଗ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତିକୁ ଇଣ୍ଡିଆ ଗେଟରୁ ଓହ୍ଲାଇ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନ ଦିଆଯାଇଥିଲା। ସମାନ ଭାବେ ଇଣ୍ଡିଆ ଗେଟକୁ ଭାରତ ମାତା ଦ୍ବାର ଭାବେ ନାମିତ କରିବା ପାଇଁ ସେ ଦାବି କରିଛନ୍ତି।
ରେଳ କାର୍ଯ୍ୟ ପରିଚାଳନା ପାଇଁ ଏକ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ । ରେଳ ମଣ୍ଡଳ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳରେ ରେଳ ପରିଚାଳନା କାର୍ଯ୍ୟର ଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି।