• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକପ୍ରିୟ ଚଳଚ୍ଚିତ୍ର 'ସାବରମତୀ ରିପୋର୍ଟ' ଦେଖିବେ । ବାଲ ଯୋଗୀ ଅଡିଟୋରିୟମରେ ପିଏମ ମୋଦୀଙ୍କ ପାଇଁ ଏହି ଚଳଚ୍ଚିତ୍ରର ଏକ ସ୍ୱତନ୍ତ୍ର ସ୍କ୍ରିନିଂ କରାଯିବ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମ 'ସାବରମତୀ ରିପୋର୍ଟ'କୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏହି ଚଳଚ୍ଚିତ୍ର ବିଷୟରେ କହିଥିଲେ, ‘ଏହା ଘଟଣା ପଛରେ ଥିବା ସତ୍ୟତା ପ୍ରକାଶ କରିଛି’ । ମିଛ କାହାଣୀ କେବଳ ସୀମିତ ସମୟ ପାଇଁ ରହିପାରେ ବୋଲି ମୋଦି କହିଥିଲେ ।

ସୂଚନା ଅନୁସାରେ, ଏହି ଚଳଚ୍ଚିତ୍ର ଗୁଜୁରାଟ ହିଂସା ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ବହୁ ପ୍ରଶଂସା ଲାଭ କରିଛି ଏବଂ କେବଳ ପିଏମ ମୋଦି ନୁହଁନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ପ୍ରଶଂସା କରିଛନ୍ତି । ଏହା ସହିତ ଅନେକ ବିଜେପି ଶାସିତ ରାଜ୍ୟ 'ସାବରମତୀ ରିପୋର୍ଟ'କୁ କର ମୁକ୍ତ ମଧ୍ୟ କରିଛନ୍ତି ।

ଅଧିକ ପଢ଼ନ୍ତୁସରପଞ୍ଚ ହେବ ତ ଏମିତି, ୨ କୋଟି ଟଙ୍କାରେ ନିର୍ମାଣ କଲେ ହାଇଟେକ୍‌ ପଞ୍ଚାୟତ ଅଫିସ୍‌

ଧୀରଜ ସରନାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ସାବରମତୀ ରିପୋର୍ଟ' ୨୦୦୨ ମସିହାରେ ଘଟିଥିବା ଏକ ଦୁଃଖଦ ଘଟଣା ଉପରେ ଆଧାରିତ । ଯେଉଁଥିପାଇଁ ସେ ସମୟରେ ଗୁଜୁରାଟର ଅନେକ ସ୍ଥାନରେ ଦଙ୍ଗା ସୃଷ୍ଟି ହୋଇଥିଲା । ବିକ୍ରାନ୍ତ ମାସେଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ୧୫ ନଭେମ୍ବରରେ ରିଲିଜ୍‌ ହୋଇଥିଲା ।

ସେପଟେ ଏହାରି ମଧ୍ୟରେ ‘ସାବରମତୀ ରିପୋର୍ଟ’ରେ ଅଭିନୟ କରିଥିବା ଅଭିନେତାଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଏହି ସିନେମାରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ବିକ୍ରାନ୍ତ ମେସୀ ଅଭିନୟ ଜଗତରୁ ସନ୍ୟାସ ନେଇଛନ୍ତି । ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି, ଦୁଇ ଭଲ ଫିଲ୍ମ ତାଙ୍କୁ ପରିଚୟ ଦେଇଛି । ଏବେ ସମୟ ସ୍ବାମୀ, ବାପା ଏବଂ ପୁଅ କର୍ତ୍ତବ୍ୟ ଆସିଥିବା ସେ ଲେଖିଛନ୍ତି । ତେବେ ବିକ୍ରାନ୍ତଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ମିର୍ଜାପୁର ୱେବସିରିଜ୍ ଓ ପରେ 12TH FAIL ଏବଂ ସାବରମତୀ ରିପୋର୍ଟ ସିନେମା ବିକ୍ରାନ୍ତଙ୍କୁ ଏକ ଭିନ୍ନ ପରିଚୟ ଦେଇଛି ।

ଅଧିକ ପଢ଼ନ୍ତୁ: ଏହି ଗାଁରେ ପ୍ରତ୍ୟେକ ଲୋକଙ୍କ ପାଖରେ ଅଛି ପ୍ରାଇଭେଟ୍‌ ଜେଟ୍‌, ଡିନର୍‌ କରିବାକୁ ବି ଯାଆନ୍ତି ପ୍ଲେନ୍‌ରେ....

OTV is now on Whatsapp

Join and get latest news update delivered to you via whatsapp

Join Now