Advertisment

PM Modi: ଦକ୍ଷିଣ ଓଡ଼ିଶା ଯୋଗାଯୋଗ କ୍ଷେତ୍ରରେ ଆସିବ ଉନ୍ନତି; ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେବେ ମୋଦି

ରେଳ କାର୍ଯ୍ୟ ପରିଚାଳନା ପାଇଁ ଏକ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ । ରେଳ ମଣ୍ଡଳ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳରେ ରେଳ ପରିଚାଳନା କାର୍ଯ୍ୟର ଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Modi

Modi

ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେବେ ପ୍ରଧାନମନ୍ତ୍ରୀ। ଆଜି ଦିନ ୧୧ଟାରେ ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟଗଡ଼ା ରେଳ ମଣ୍ଡଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନୂତନ ଜମ୍ମୁ ରେଳ ରେଳ ମଣ୍ଡଳ ଏବଂ ଚର୍ଲାପଲ୍ଲୀ ନୂଆ ଟର୍ମିନାଲ ଷ୍ଟେସନକୁ ଉଦଘାଟନ କରିବେ। 

Advertisment

ଜମ୍ମୁରେ ପ୍ରଧାନମନ୍ତ୍ରୀଙ୍କ ସହିତ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ରହିବେ। ଏହି ଅବସରରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମାଟିରେ ରାଜ୍ୟପାଳ ଡକ୍ଟର କେ.ହରି ବାବୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁଙ୍କ ସମେତ ଦକ୍ଷିଣ ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ।

ରାୟଗଡ଼ା ରେଳ ମଣ୍ଡଳ ମୁଖ୍ୟାଳୟ ଭବନର ନିର୍ମାଣ ପାଇଁ ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୦୭ କୋଟି ଟଙ୍କା। ଏହି ଆଧୁନିକ ମଣ୍ଡଳ ରେଳବାଇ କାର୍ଯ୍ୟାଳୟ ଭବନ ପ୍ରାୟ ୧୨,୦୦୦ ବର୍ଗମିଟର କ୍ଷେତ୍ରରେ ନିର୍ମାଣ ହେବ। ରେଳ କାର୍ଯ୍ୟ ପରିଚାଳନା ପାଇଁ ଏକ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ । ରେଳ ମଣ୍ଡଳ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳରେ ରେଳ ପରିଚାଳନା କାର୍ଯ୍ୟର ଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଏଭଳି ଏକ ପଦକ୍ଷେପ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି; ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ହେବେ ସାମିଲ

ଏକ ଡିଭିଜିନାଲ୍ କଣ୍ଟ୍ରୋଲ୍ ଅଫିସ, ପରିବେଶ ଉପଯୋଗୀ କର୍ମଚାରୀ ଆବାସ ଓ ଆଧୁନିକ ସୁବିଧା ଦ୍ବାରା କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡିରେ ରେଳ ପରିଚାଳନାରେ ଉନ୍ନତି ଆସିବ। ରାୟଗଡ଼ା ମଣ୍ଡଳ ରାଜ୍ୟରେ ରେଳ ପରିଚାଳନାକୁ ସୁଗମ କରିବା ସହ ଦକ୍ଷତା ବୃଦ୍ଧି କରିବ। ବିକଶିତ ଭାରତ ପାଇଁ ଦକ୍ଷିଣ ଓଡ଼ିଶାରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ସହ ଅର୍ଥନୈତିକ ବିକାଶକୁ ତ୍ବରାନ୍ବିତ କରିବ ବୋଲି ଆଶା କରାଯାଉଛି। ବିଶେଷ କରି ଆଦିବାସୀ ଅଞ୍ଚଳରେ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହି ପ୍ରକଳ୍ପ ସହାୟକ ହେବା ସହ ନିଯୁକ୍ତି ସୃଷ୍ଟି କରିବ।

ସେହିପରି ଆସନ୍ତା ୮ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ମୋଦି । ୮ ତାରିଖ ରାତିରେ ରାଜଭବନରେ ରାତ୍ରୀଯାପନ କରିବେ । ସେହିପରି ୯ ତାରିଖ ଜନତା ମଇଦାନରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ରହିଛି । ଆସନ୍ତା ୮ରୁ ୧୦ ତାରିଖ ଯାଏ ଭୁବନେଶ୍ବରରେ ଆୟୋଜିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏଥିପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ବର । 

ରାଜଧାନୀ କାନ୍ଥବାଡ଼କୁ ନୂଆ ରଙ୍ଗ ଦେବା ସହ ବିଭିନ୍ନ ଚିତ୍ର ଅଙ୍କନ କରାଯାଉଛି । ଭୁବନେଶ୍ବର ଜନତା ମୈଦାନରେ ସମସ୍ତ ପ୍ରସ୍ତୁତି ଚାଲିଛି । ପ୍ରବାସୀ ଭାରତୀୟ ଦିବସକୁ ଆକର୍ଷଣୀୟ ଓ ସଫଳ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ଓଡ଼ିଶାରେ ଅନୁଷ୍ଠିତ ହେଉଛି। ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଆସନ୍ତା ୬ ତାରିଖରେ ଓଡିଶାରେ ଆସି ପହଞ୍ଚିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ସମ୍ମିଳନୀର ପ୍ରଥମ ଦିନ ଜାନୁଆରୀ ୮ରେ ଏସ୍. ଜୟଶଙ୍କର ଯୋଗଦେବେ। ଉଦଯାପନୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମରେ ୭ହଜାରରୁ ଅଧିକ ପ୍ରବାସୀଙ୍କ ସହ ମୋଟ ୧୦ ହଜାର ଅତିଥି ଯୋଗଦେବେ। 

ଅଧିକ ପଢ଼ନ୍ତୁ: ୧୦ ଡିଗ୍ରୀ ତଳେ ୮ ସହର, ରାଉରକେଲା ପାଲଟିଲା ସବୁଠୁ ଥଣ୍ଡା ସହର

PM Modi Rayagada Railway Projects
Advertisment
Advertisment