ରାଜ୍ୟ ରାଜନୀତି ହାଲକା ଗରମ ହୋଇଛି । ବିଜେଡି ପକ୍ଷରୁ ପୁଣି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦିଆଯାଇଛି । ବିଜେଡି ପକ୍ଷରୁ କୁହାଯାଇଛି ଯେ, ଖାଲି ପେଟ୍ରୋଲ-ଡିଜେଲ ଦର କମାଇଲେ ହେବନାହିଁ ।
ମମିତା ମେହେର ମାମଲା, ବିଜେଡିର ପଶ୍ଚିମ ଓଡ଼ିଶା ଗଣିତକୁ ଓଲଟପାଲଟ କରିବ କି ? ୨୦୧୭ ପଂଚାୟତ ନିର୍ବାଚନ ହେଉ କି ୧୯ ସାଧାରଣ ନିର୍ବାଚନର ଲୋକସଭା ଭୋଟ୍, ସବୁଠି ବିଜେଡିକୁ ଝଟ୍କା ଲାଗିଥିଲା ।
ମହାଲିଙ୍ଗ୍ ସନ୍ସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ବଢୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ । ସାରା ରାଜ୍ୟ ସହ ମନ୍ତ୍ରୀଙ୍କ ହୋମ୍ଗ୍ରାଉଣ୍ଡରେ ବିରୋଧୀଙ୍କ ଜାରି ରହିଛି ଘନ ଘନ ହମ୍ଲା ।
ଦେଶରେ ସଦ୍ୟ ଅନୁଷ୍ଠିତ ବିଭିନ୍ନ ରାଜ୍ୟ ଉପନିର୍ବାଚନରେ ସବୁ ବିରୋଧୀ ମିଶି ଯେତିକି, ବିଜେପି ତାଠୁ ବେଶି । ଉପନିର୍ବାଚନ ଫଳାଫଳ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଏଭଳି ପ୍ରତିକ୍ରିୟା ।
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ।ନିଜ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଛନ୍ତି ।
ମମିତା ମର୍ଡର କେସରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କକୁ ନେଇ ଖୁବ୍ ଜୋର୍ ବର୍ଷିଛନ୍ତି କଂଗ୍ରେସ ନେତା ଭକ୍ତଚରଣ ଦାସ.. ଦିବ୍ୟଶଙ୍କର ମିଶ୍ରଙ୍କ ହେଲିକେପ୍ଟରରେ ଗୋଲମୁଣ୍ଡା ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭକ୍ତ.. କହିଛନ୍ତି କାହାକୁ ଇମ୍ପ୍ରେସ୍ କରିବାକୁ ମନ୍ତ୍ରୀ ବାରମ୍ବାର ହେଲିକେପ୍ଟରରେ ସେଠାକୁ ଯାଉଥିଲେ.. ତେବେ ଏନେଇ ଶାସକ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ପ୍ରଥମେ ଦଶ ବର୍ଷ ଲୋକଙ୍କ ପାଇଁ କାମ କର । ଏୟାରଫୋର୍ସରେ ଦଶବର୍ଷ କାମ କରି ଛାଡି ପଲେଇ ଆସିଲା । ମୋର ଇଛା ଥିଲା ତାକୁ ବଡ ପଦବୀରେ ଦେଖିବା । ସେ କଳାହାଣ୍ଡିର ଗର୍ବ ହୋଇଥାଆନ୍ତା ।
ରାଜ୍ୟ ସରକାରଙ୍କୁ ତାରାଙ୍କ କଡ଼ା ସମାଲୋଚନା । କହିଲେ ପୋଲିସ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ମାଡ଼ ହେଲା । ହେଲେ ପୋଲିସ କିଛି ଦେଖିପାରିଲାନି । ପୋଲିସ ସତେ ଯେମିତି ନିଦା ବିଷ୍ଣୁ ପାଲଟି ଯାଇଥିଲା ।
ପୋଲିସ ଡିଜି ଚାକିରୀ ଛାଡି ଦେବା ଉଚିତ୍। ପୋଲିସ ଉପରେ ସେ କଣ୍ଟ୍ରୋଲ କରିପାରୁନାହାନ୍ତି ଏବେ ସେ ବିଶ୍ରାମ ନେବା କଥା। କଂଗ୍ରେସ ନେତା ତାରାବାହିନୀ ପତି କଂଗ୍ରେସର ଏକ ପ୍ରେସମିଟ୍ ରେ ଏପରି ବିବୃତ୍ତି ଦେଇଛନ୍ତି । ଶୁଣନ୍ତୁ ଆଉ କ'ଣ କ'ଣ କହିଛନ୍ତି।
ମମିତା ହତ୍ୟା ଓ କର୍ମୀଙ୍କୁ ଆକ୍ରମଣ ନେଇ ସରକାରଙ୍କୁ ତାରାଙ୍କ ଟାର୍ଗେଟ I ପୋଲିସ ଉପସ୍ଥିତିରେ କୁଚିଣ୍ଡାରେ କଂଗ୍ରେସ କର୍ମୀଙ୍କୁ ମାଡ଼ ହେଲା ଆଉ ଡିଜିପି ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ବିଫଳ, ଆଗ ଇସ୍ତଫା ଦିଅନ୍ତୁ
ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ଭକ୍ତ ଚରଣ ଦାସ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଲୋକେ ସାମିଲ ଥିବା ଅଭିଯୋଗ ଆଣିଲେ ଭକ୍ତ। ଆଜିଠୁ ଜିଲ୍ଲାବ୍ୟାପୀ ଅନ୍ଦୋଳନ ଚେତାବନୀ
ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଭବାନୀପାଟଣାର ଗାନ୍ଧିଛକରେ ସଭା କରି ଏପରି ଭାବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭକ୍ତ। ମନ୍ତ୍ରୀଙ୍କ ତିନି ସହଯୋଗୀଙ୍କ ଫୋନ କଲ୍ ଡିଟେଲ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। ମମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ।
ବଦଳିଲା ରାଜ୍ୟ କଂଗ୍ରେସରେ ସମୀକରଣ । ଏକାଠି ହେଲେ ଚନ୍ନି ଓ ସିଦ୍ଧୁ । କଂଗ୍ରେସ କନ୍ଦଳରେ ବ୍ରେକ୍ ଲାଗିଥିବା ପରି ଜଣାପଡ଼ୁଛି । ମଙ୍ଗଳବାର ଦିନ ନବଜୋତ ସିଂ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ମଧ୍ୟରେ ହୋଇଥିବା ବୈଠକରେ ନୂଆ ସମୀକରଣ ଦେଖିବାକୁ ମିଳିଛି ।
ପଞ୍ଚାୟତ ଭୋଟ୍ ପୂର୍ବରୁ ବିଜେଡିରେ ତୀବ୍ର ହେଲାଣି ଗୋଷ୍ଠୀକନ୍ଦଳ । କନ୍ଧମାଳ ହେଉ କି କେନ୍ଦ୍ରାପଡ଼ା ଅବା ନୟାଗଡ଼ । ସବୁଠି ଦଳ ଭିତରୁ ଖୋଲୋଖୋଲି ଶୁଭିଲାଣି ବିରୋଧର ସ୍ୱର ।
ମମିତା ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମଝି ରାସ୍ତାରେ ଇସ୍ତଫା ଦାବି କଲେ। ଖୋଦ୍ ମନ୍ତ୍ରୀଙ୍କ ଘର ପାଖରେ ଭବାନୀପାଟଣାରେ ଘଟିଥିବା ଏ ଘଟଣାର ଦୃଶ୍ୟ ଏବେ ସୋସିଆଲ୍ ମି଼ଡିଆରେ ଭାଇରାଲ୍ ହେବାରେ ଲାଗିଛି
ଆସାମ ବିଧାନସଭା ଉପନିର୍ବାଚନରେ ବାଜି ମାରିଲା ବିଜେପି । ସମସ୍ତ ୫ ଆସନରେ ବାଜିମାତ କରିଛନ୍ତି ବିଜେପି ଏବଂ UPPL ମେଣ୍ଟ ପ୍ରାର୍ଥୀ । ଥୌରା ଆସନରୁ ବିଜେପିର ସୁଶାନ୍ତ ବୋରଗେନ ବିଜୟୀ ହୋଇଛନ୍ତି
ପାଲଟା ଜବାବ ରଖିଲେ ସାଲୁଜା । ମମିତା ହତ୍ୟା ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଜବାବର ପାଲଟା ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।
ପୁଣି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଭିନ୍ନ ଗଣମାଧ୍ୟମରେ ନିଜର ପକ୍ଷ ରଖିବା ସହ ନିଜକୁ ସ୍ୱଚ୍ଛ ବୋଲି କହୁଥିବା କ୍ୟାପ୍ଟେନ୍ ଦିବ୍ୟଶଙ୍କରଙ୍କୁ ଅପରାଜିତା ପୁଣି ଥରେ ସମାଲୋଚନା କରିଛନ୍ତି
ମନ୍ତ୍ରୀ ଭବାନୀପାଟଣାରୁ ନିଜ ନିର୍ବାଚନ ମଣ୍ଡଳି ଜୁନାଗଡ଼ ଅଭିମୁଖେ ପୋଲିସ ଏସ୍କର୍ଟରେ ଯାଉଥିଲେ। ଏହି ସମୟରେ ପହଞ୍ଚି ଯାଇଥିଲେ ଦୀପଜ୍ୟୋତି। ମମିତା ହତ୍ୟାକାଣ୍ଡର ୨୩ ଦିନ ପରେ କାହିଁକି ବାହାରିଲେ ବୋଲି ପ୍ରଶ୍ନ କରିବା ସହ ଇସ୍ତଫା ଦାବି କରିଥିଲେ। ଯାହାର ଏକ ଭିଡ଼ିଓ ଏବେ ଭାଇରାଲ୍ ହୋଇଛି।
କଂଗ୍ରେସ ନେତାଙ୍କୁ ଚାରିପଟୁ ଘେରି ପିଟିଲେ ବିଜେଡି କର୍ମୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ କୁଚିଣ୍ଡା ବିଧାନସଭା ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ସେଦିନ କଲେଜକୁ ଯାଇ କହୁଥିଲେ ଏଠି ଆସିକି ୟଙ୍ଗ୍ ଲାଗୁଛି। ଏବେ କହୁଛନ୍ତି ମୁଁ ସ୍କୁଲକୁ ଯାଇନିI କଳାହାଣ୍ଡି ଗୋଲମୁଣ୍ଡା କରଂଜକୋଟରେ ମୋ ପରିବାର ମୋ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ଦିବ୍ୟଶଙ୍କର । ସନସାଇନ ସ୍କୁଲକୁ କେବେ ଯାଇ ନଥିବା କହିଲେ ମନ୍ତ୍ରୀ । କର୍ମୀ ବି ଶୁଣିକି ମାରିଲେ ତାଳି।
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପରଠୁ ବିବାଦୀୟ ହୋଇପଡ଼ିଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଅନେକ ଦିନ ଧରି ଚୁପ୍ ରହିବା ପରେ ପ୍ରେସ୍ ବିବୃତ୍ତି ଜରିଆରେ ମୁହଁ ଖୋଲିଥିଲେ।
କ୍ୟାପଟେନ୍ଙ୍କୁ ତିନିଆଡୁ ତୀର । ମମିତା ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବିଜୟ, ସାଲୁଜା, ସୌମ୍ୟଙ୍କ ଶାଣିତ ଆକ୍ରମଣ । କଂଗ୍ରେସ ଓ ବିଜେପି ରାୟପୁରରେ ହୋଇଥିବା ତଥାକଥିତ ବୈଠକକୁ ନେଇ ପୁଣି ଘେରିଥିବା ବେଳେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରିଛନ୍ତି ସିଧାସଳଖ ଟାର୍ଗେଟ୍ ।
ମମିତା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ବିଜେପି ନେତା ଜୟନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀ ସିନ୍ଦୂର ଫରୁଆରେ ରହିଛନ୍ତି । ସଚିବାଳୟ, ବିଧାନସଭା ଯାଉନାହାନ୍ତି । କେନ୍ଦ୍ରମନ୍ତ୍ରୀ ଆସିଲେ ଘରକୁ ଡାକୁଛନ୍ତି । ବାହାରକୁ ବାହାରୁ ନାହାନ୍ତି' । କିନ୍ତୁ ରାଜନୀତି ପାଇଁ ବାହାରକୁ ଯାଉଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ଜୟନାରାୟଣ
ସେପ୍ଟେମ୍ବର ୨୦ରୁ ୨୩ ରାୟପୁରରେ ମନ୍ତ୍ରୀ ଦିବ୍ୟଶଙ୍କର, ଗୋବିନ୍ଦ, ମମିତା ରହିଥିଲେ। ଏହି ୩ ଜଣଙ୍କ କଲ୍ ରେକର୍ଡ ଯାଂଚ କଲେ ପ୍ରକୃତରେ ସତ ଜଣାପଡ଼ିବ ସେମାନେ ଏକାଠି ଥିଲେ କି ନାହିଁ? କାହିଁକି ମମତାଙ୍କ ଆକାଉଣ୍ଟ ଟଙ୍କା ପଠାଗଲା ସେନେଇ କଲେ ବଡ଼ ଖୁଲାସା