ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିଛି ସମୟ ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ଏହାପରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ବିମାନ ବନ୍ଦରରୁ ରାଜଭବନକୁ ଯାଇଛନ୍ତି।
ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏଥର ନିର୍ବାଚନ ମୈଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ବହୁ କୋଟିପତି ପ୍ରାର୍ଥୀ। ହେଲେ ଏଥର ନିର୍ବାଚନରେ କିଛି ନିଆରା ନେତା ସାଜିଛନ୍ତି ସ୍ବାଧୀନ ପ୍ରାର୍ଥୀ।
୨୪ ମହାସମର ଅବସରରେ ଓଡ଼ିଶା ଉପରେ ବିଜେପି ଶୀର୍ଷ ନେତାଙ୍କ ଜବରଦସ୍ତ ଫୋକସ୍ । ପ୍ରଥମେ ଶାହ, ପରେ ମୋଦି, ନଡ୍ଡା ଓ ଜୟଶଙ୍କରଙ୍କ ପରେ ପୁଣି ମୋଦି, ରାଜନାଥଙ୍କ ଆଗାମୀ କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ବିଜେପି ଶିବିର ।
ଏହି ଆକ୍ରମଣରେ ଉମାବଲ୍ଲଭଙ୍କ ମୁଣ୍ଡ ଫାଟିଥିବା ବେଳେ ମୁହଁରେ ବି ଆଘାତ ଲାଗିଛି।
ବରିଷ୍ଠ ସାଜିବେ କି ବାଧକ? ବିଜେଡିର ବାଟ ଉଗାଳିବେ କି ବାଦ ପଡିଥିବା ବରିଷ୍ଠ ନେତା? ସମୀର ଦାଶ, ଅମର ଶତପଥୀ, ଭୂପିନ୍ଦର ସିଂହ, ଶଶିଭୂଷଣ ବେହେରାଙ୍କ ଟିକଟ୍ କଟିବା ପରେ ନେତାଙ୍କ ନିରବତା ନେଇ ଉଠିଲା ପ୍ରଶ୍ନ।
ରାଜ୍ୟ କଂଗ୍ରେସରେ ଚାଲିଛି କଣ ? କିଏ ଯୋଗ୍ୟ ଆଉ କିଏ ଅଯୋଗ୍ୟ ? ୨୦୨୪ ନିର୍ବାଚନରେ ଦଳ ଲଢେଇ କରିବ ନା ନିଜ ଦଳ ଭିତରେ ଚାଲିଥିବା ତୀବ୍ର ଅସନ୍ତୋଷକୁ ମ୍ୟାନେଜ୍ କରିବ ?
ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ୨୧ ସଂକଳ୍ପ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ୱରରେ ରାଜ୍ୟ ବିଜେପିର ନିର୍ବାଚନ ସଂକଳ୍ପପତ୍ର ଉନ୍ମୋଚନ କରି ଦେଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ଗ୍ୟାରେଣ୍ଟି।
‘ରାଜ୍ୟରେ ରାଜନୈତିକ ନିୟନ୍ତ୍ରଣ ଶେଷ ହୋଇଯାଇଛି। ସବୁ କିଛି ବ୍ୟୁରୋକ୍ରାସି ହାତରେ ରହିଛି।
ବିଜେପି ପକ୍ଷରୁ ଆଜି ଜାରି ହୋଇଥିବା ୨୧ ସଂକଳ୍ପ ମଧ୍ୟରେ ଶ୍ରୀମନ୍ଦିର ପ୍ରସଙ୍ଗକୁ ଦିଆଯାଇଛି ଗୁରୁତ୍ୱ ।
ଏହି ସଂକଳ୍ପ ପତ୍ରରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇଛି ବିଜେପି। ୨୦୨୪ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲେ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବ ବୋଲି ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଛି ।
ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ୨୧ ସଂକଳ୍ପ। ଚିଟଫଣ୍ଡ ଟଙ୍କା ଫେରସ୍ତଠୁ ଧରି କୃଷି ଓ କୃଷକଙ୍କ କଲ୍ୟାଣ, ମହିଳା ଓ ଶିଶୁଙ୍କ ବିକାଶ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଉନ୍ନତି ସାଙ୍ଗକୁ ଉତ୍ତମ ଶାସନ ଏବଂ ସର୍ବୋପରି ଓଡ଼ିଆ ଆସ୍ମିତାର ରକ୍ଷା ପାଇଁ ୨୦୨୪ ନିର୍ବାଚନ ପାଇଁ ଇସ୍ତାହାରରେ ନିର୍ଭର ପ୍ରତିଶ୍ରୁତି ଦେଇଛି ଭାରତୀୟ ଜନତା ପାର୍ଟି।
ଏକ ଭିଡିଓ ମାଧ୍ୟମରେ ତାଙ୍କ ଧଳା ରଙ୍ଗର ଟି-ସାର୍ଟ ଓ କ୍ୟାମ୍ପେନକୁ ନେଇ ନିଜର ମତ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି।
ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କଲେ।
ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ପୁରୀ ଜିଲ୍ଲା କଂଗ୍ରେସ ଅଫିସ୍ରେ ପଶି ପାଟିତୁଣ୍ଡ ସହ ଭଙ୍ଗାରୁଜା କରିଛନ୍ତି ସୁଜିତଙ୍କ ସମର୍ଥକ ।
୮ରେ ରାୟଗଡ଼ା ଯିବେ ରାଜନାଥ ସିଂ । ଏନେଇ ସୂଚନା ଦେଇଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର।
ଚର୍ଚ୍ଚାରେ ସୌମ୍ୟ-ଅନୁଭବ-ଗୟାଧର ଭେଟ । ନିର୍ବାଚନ ପୂର୍ବରୁ ରୋଚକ ହେଉଛି ଖଣ୍ଡପଡ଼ା ରାଜନୀତି ।
ଡେରା ପକାଇ ପ୍ରଚାର କରିବେ। ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ବିଜେପି ହେଭିୱେଟ୍ । ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ୍ ଭରିବେ।
ଆଠଗଡ଼ରେ ନୂଆ ପ୍ରାର୍ଥୀ ହେଲେ ସୁଦର୍ଶନ ସାହୁ । ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କଲା କଂଗ୍ରେସ ।
୧୦ ବର୍ଷ ତଳେ ଆମେ କେବଳ ଆମଦାନୀ କରୁଥିଲୁ, ଏହା ଆମ ଇମେଜ ଥିଲା। ଏବେ ମେକ୍ ଇନ୍ ଇଣ୍ଡିଆ ଆମ ଇମେଜ୍। 3G, 4G ମେଡ୍ ଇନ୍ ଚାଇନା ଥିଲା; କିନ୍ତୁ 5G ମେକ୍ ଇନ୍ ଇଣ୍ଡିଆ।
କାହାର ହେବ ଢେଙ୍କାନାଳ ସଦର ବିଧାନସଭା ଆସନ ? କାହା ସପକ୍ଷରେ ଯିବ ଜନମତ ? ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବା ବେଳେ କଂଗ୍ରେସ ମହିଳା କାର୍ଡ ଖେଳି ଗଡ ହାତେଇବାକୁ ଉଦ୍ୟମ କରିଛି। ଏବେ କ୍ୟାମ୍ପେନରେ କମ୍ପୁଛି ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ।
ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ସମାଜପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ସମସ୍ତ ଦଳର ଷ୍ଟାର୍ କ୍ୟାମ୍ପେନର ନିଜ ଦଳ ବଳକୁ ପ୍ରଚାରରେ ଲଗାଇଛନ୍ତି।
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଆସିବ ବିଜେପିର ନିର୍ବାଚନୀ ଇସ୍ତାହାର। ଏଥିପାଇଁ ଭୁବନେଶ୍ବର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଆଜି ଅପରାହ୍ନ ୩ଟା ବେଳେ ଭୁବନେଶ୍ବରରେ ପହଞ୍ଚିବେ ନଡ୍ଡା।
ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣ ପୁରୀ ପାଇଁ ନୂଆ କଂଗ୍ରେସ ସାଂସଦ ପ୍ରାର୍ଥୀ ହୋଇଛନ୍ତି।
ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକସଭା କ୍ଷେତ୍ର ନବରଙ୍ଗପୁରରେ କାହା ଭାଗ୍ୟ ବଦଳାଇବେ ବଙ୍ଗୀୟ ଭୋଟର ? କାହା ମୁଣ୍ଡରେ ସୁନା କଳସ ଢାଳିବେ ଏହି ଅଣ ଓଡ଼ିଆ ମତଦାତା ? ଦକ୍ଷିଣ ଓଡ଼ିଶାରେ ବଙ୍ଗୀୟ ମତଦାତାଙ୍କ ହଟସ୍ପଟ୍ ସାଜିଥିବା ଏହି ଆଦିବାସୀ ବହୁଳ ସଂସଦୀୟ କ୍ଷେତ୍ର ଏବେ ପ୍ରତ୍ୟେକ ଦଳର ଫୋକସରେ।