Advertisment

Weather Update: ଶୀତରେ ଲାଗିବ ବ୍ରେକ; ବଢ଼ିବ ତାପପାତ୍ରା

୨୨ ତାରିଖରେ ଓଡ଼ିଶା ପାର୍ଶ୍ୱବର୍ତ୍ତୀ ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁବଳୟର ଉପସ୍ଥିତି ସମ୍ଭାବନା ଥିବାରୁ, ରାଜ୍ୟକୁ ଉଷ୍ମ ଜଳବାୟୁ ପ୍ରବେଶ କରିବ । ଫଳରେ ରାତିର ତାପମାତ୍ରାରେ ବୃଦ୍ଧି ଘଟି ଶୀତ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Weather

Weather

ରାଜ୍ୟରେ ଶୀତ ଲହରୀରେ ଲାଗିପାରେ ବ୍ରେକ୍। ଆଜିଠୁ ରାତିର ତାପମାତ୍ରା ବୃଦ୍ଧି ପାଇବାକୁ ଥିବାବେଳେ ଏହା ପ୍ରଭାବରେ କମିବ ଶୀତ।  କିନ୍ତୁ କଲବଲ କରିବ ଘନ କୁହୁଡ଼ି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି।

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୨୨ ତାରିଖରେ ଓଡ଼ିଶା ପାର୍ଶ୍ୱବର୍ତ୍ତୀ ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁବଳୟର ଉପସ୍ଥିତି ସମ୍ଭାବନା ଥିବାରୁ, ରାଜ୍ୟକୁ ଉଷ୍ମ ଜଳବାୟୁ ପ୍ରବେଶ କରିବ। ଫଳରେ ରାତିର ତାପମାତ୍ରାରେ ବୃଦ୍ଧି ଘଟି ଶୀତ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ତେବେ ରାଜ୍ୟରେ ଶୀତ କମିବାକୁ ଥିବାବେଳେ କୁହୁଡି ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏଥିପାଇଁ କିଛି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ସକାଳ ଓ ରାତି ସମୟରେ ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଏଥିପାଇଁ ଗାଡ଼ି ମଟର ଧୀରେ ଚଳାଚଳ କରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସର୍ତକ କାରଯାଇଛି।

Advertisment

ଅଧିକ ପଢ଼ନ୍ତୁ: ୧୦ ଡିଗ୍ରୀ ତଳେ ୮ ସହର, ରାଉରକେଲା ପାଲଟିଲା ସବୁଠୁ ଥଣ୍ଡା ସହର

ସୂଚନାଯୋଗ୍ୟ, ରାଜ୍ୟରେ କିଛି ଦିନ ହେବ ଶୀତର ଲହରୀ ଜାରି ରହିଥିଲା। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଥିଲା। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଥିଲା। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଥିଲା ଜାଡ଼। ଦେହ ଥରାଇ ଦେଉଥିଲା କୋହଲା ପବନ। ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଥିଲା।

 

Weather Odisha Weather
Advertisment
Advertisment