Advertisment

Electric shock: ଠକିଦେଲେ ବାପାମା’; ଜଙ୍ଗଲରୁ ଫେରିଲେନି, ଅନାଥ ହୋଇଗଲା କୁନି ଝିଅ

ବାପାମା’ଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛି ୪ବର୍ଷର ଝିଅ। ବାପାମା’ଙ୍କୁ ମୃତଦେହ ପାଖରେ ମୁଣ୍ଡ ପିଟି କାନ୍ଦୁଛି। ବାପାମା’ ଫେରିଆସ, ମୋତେ କିଏ ଗେହ୍ଲା କରିବା ଓ ରୋଷେଇ କରି ଖାଇବ ଦେବ ବୋଲି କାନ୍ଦି କାନ୍ଦି କହିହେଉଛି ।

author-image
Tapaswini Nayak
ଅଦ୍ୟତନ ହୋଇଛି
Death

Death

ବିଦ୍ୟୁତ୍‌ ଆଘାତରେ ଛଟପଟ ହେଉଥିଲା ସ୍ତ୍ରୀ। ଆଖି ଆଗରେ ଏପରି ଦୃଶ୍ୟ ଦେଖି କିପରି ସ୍ୱାମୀ ସମ୍ଭାଳି ହେବ। ନିଜ ସ୍ତ୍ରୀକୁ ମରଣ ମୁହଁରୁ ଫେରାଇ ଆଣିବାକୁ ଯାଇ ସ୍ୱାମୀକୁ ଲାଗିଲା ବିଦ୍ୟୁତ୍‌ ଆଘାତ। ଫଳରେ ଏକସଙ୍ଗେ ଚାଲିଗଲେ ସ୍ୱାମୀସ୍ତ୍ରୀ।

Advertisment

ଏପରି ଏକ ହୃଦୟ ବିଦାରକ ଘଟଣା କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଞ୍ଚଳରେ। ମୃତକ ହେଲେ ନନ୍ଦପୁରଥାନା ଗେରୁପୁଟ ଗାଁର ବୋଲରାମ ଗଲେଲ ଏବଂ ତାଙ୍କ ସ୍ତ୍ରୀ ବଲା ଗଲେଲ।

ଗତକାଲି ସ୍ୱାମୀସ୍ତ୍ରୀ ନିଜ ଘର ପାଖ ଜଙ୍ଗଲକୁ କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ। କାଠ ସଂଗ୍ରହ କରି ଆଣିଥିଲେ ସେମାନଙ୍କ ଚୁଲି ଜଳି ଥାଆନ୍ତା। ଘରେ ୪ବର୍ଷର ଛୋଟ ଝିଅକୁ ଛାଡ଼ି ଯାଇଥିଲେ। ଝିଅ ମଧ୍ୟ ବାପାମା’ଙ୍କ ଫେରିବା ବାଟକୁ ଅନାଇ ବସିଥିଲା। କେତେ ବେଳେ ଜଙ୍ଗଲରୁ ବାପାମା’ କାଠ ନେଇ ଫେରିବେ, ରୋଷେଇ ହେଲେ ସମସ୍ତେ ଖାଇବେ। ହେଲେ ନିୟତିର ଖେଳ ଆଉ କିଛି ଥିଲା। ଯେପରି ସବୁକିଛି ଓଲଟପାଲଟ ହୋଇଗଲା। ଜଙ୍ଗଲକୁ କାଠ ପାଇଁ ଯାଇଥିବା ବାପାମା’ ଆଉ ଘରକୁ ଫେରିଲେନି।

Advertisment

ଅଧିକ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଷ୍ଟ୍ରାଟେଜି; ଯୁବ ନେତୃତ୍ୱ ସମ୍ଭାଳିବେ ସଙ୍ଗଠନ ଭାର

ଜଙ୍ଗଲରେ କାଠ ସଂଗ୍ରହ କରୁଥିବାବେଳେ ବୋଲରାମଙ୍କ ସ୍ତ୍ରୀ ଜଙ୍ଗଲରେ ବିଛା ଯାଇଥିବ ବାରହା ଫାଶରେ ପଡ଼ିଯାଇଥିଲେ। ସ୍ତ୍ରୀକୁ ବଞ୍ଚାଇବାକୁ ବୋଲରାମ ଦୌଡ଼ି ଯାଇଥିଲେ। ସେ ମଧ୍ୟ ବାରହା ଫାଶରେ ପଡ଼ିଯାଇଥିଲେ। ଉଭୟ ଦମ୍ପତି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଏହା ଦେଖି ବିଦ୍ୟୁତ କର୍ମଚାରୀଙ୍କୁ ଖବର ଦେଇଥିଲେ। ବିଦ୍ୟୁତ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କରେଣ୍ଟ କାଟି ଉଭୟଙ୍କୁ ଉଦ୍ଧାର କରିଥିଲେ।

ବାପାମା’ଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛି ୪ବର୍ଷର ଝିଅ। ବାପାମା’ଙ୍କୁ ମୃତଦେହ ପାଖରେ ମୁଣ୍ଡ ପିଟି କାନ୍ଦୁଛି। ବାପାମା’ ଫେରିଆସ, ମୋତେ କିଏ ଗେହ୍ଲା କରିବା ଓ ରୋଷେଇ କରି ଖାଇବ ଦେବ ବୋଲି କାନ୍ଦି କାନ୍ଦି କହିହେଉଛି ।

ଅଧିକ ପଢ଼ନ୍ତୁ: ଯୌତୁକ ପାଇଁ ଗର୍ଭବତୀ ବୋହୂକୁ ମାରିଦେଲେ !

Koraput Deadbodies Electric Shock
Advertisment
Advertisment