Advertisment

କାହିଁକି ଧଳା ରଙ୍ଗର ଟି-ସାର୍ଟ ପିନ୍ଧନ୍ତି ରାହୁଲ ଗାନ୍ଧି ? କହିଲେ ଏହା ପଛର କାରଣ...

ଏକ ଭିଡିଓ ମାଧ୍ୟମରେ ତାଙ୍କ ଧଳା ରଙ୍ଗର ଟି-ସାର୍ଟ ଓ କ୍ୟାମ୍ପେନକୁ ନେଇ ନିଜର ମତ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

୨୦୨୪ ସାଧାରଣ ନିର୍ବାଚନ ପାଇଁ ଜୋରସୋରରେ ଜାରି ରହିଛି ପ୍ରଚାର । ଭୋଟ୍‌ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଲୋକମାନଙ୍କ ସମର୍ଥନ ପାଇବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି । ଏହି ନେତାମାନଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ରୋଡ୍‌ ଶୋ’ ଓ ଜନସଭା କରି ପ୍ରଚାର ଜାରି ରଖିଛନ୍ତି । ତେବେ ଏହାରି ମଧ୍ୟରେ ଏକ ଭିଡିଓ ମାଧ୍ୟମରେ ତାଙ୍କ ଧଳା ରଙ୍ଗର ଟି-ସାର୍ଟ ଓ କ୍ୟାମ୍ପେନକୁ ନେଇ ନିଜର ମତ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି।

Advertisment

ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ରାହୁଲ ଗାନ୍ଧି ୨ ମିନିଟ୍‌ର ଏକ ଭିଡିଓ ପୋଷ୍ଟ କରିଥିଲେ । କର୍ଣ୍ଣାଟକରେ ଏକ ରାଲିରେ ଯୋଗ ଦେବା ପୂର୍ବରୁ ସେ ଏହି ଭିଡିଓ ସୁଟିଂ କରିଥିଲେ। ତେବେ ଏହି ଭିଡିଓରେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।

Advertisment

ଏହି ଭିଡିଓରେ ଯେତେବେଳେ ରାହୁଲଙ୍କୁ ନିର୍ବାଚନ କ୍ୟାମ୍ପେନ୍‌କୁ ନେଇ ତାଙ୍କ ଚିନ୍ତାଧାରା ବିଷୟରେ ପଚରା ଯାଇଥିଲା, ସେ ହାସ୍ୟାସ୍ପଦ ଭାବରେ କହିଥିଲେ ଯେ ତାଙ୍କ ପାଇଁ ସର୍ବୋତ୍ତମ ସମୟ ହେଉଛି ଯେତେବେଳେ ଏହା ସମାପ୍ତ ହେବ।

ଏହି ଭିଡିଓରେ ରାହୁଲ ଗାନ୍ଧି କ୍ୟାମ୍ପେନର ଭଲ ଓ ଖରାପ ଦିଗ ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗଙ୍କୁ ପ୍ରଶ୍ନ କରିଥିଲେ । ତେବେ ଏହାର ଉତ୍ତରରେ ଖଡଗେ କହିଥିଲେ ଯେ, ଏଥିରେ କିଛି ଖରାପ ନାହିଁ । ଏହା ଭଲ କାରଣ ଆମେ ଦେଶ ପାଇଁ ଏହା କରୁଛୁ। ଯିଏ ଦେଶକୁ ନଷ୍ଟ କରୁଛି, ଯେତେବେଳେ ଆମେ ସେମାନଙ୍କୁ ରୋକିବା ପାଇଁ କାର୍ଯ୍ୟ କରୁ, ସେତେବେଳେ ଆମେ ଭଲ ଅନୁଭବ କରୁ। ଅନ୍ତତଃ ପକ୍ଷେ ଆମେ ଦେଶ ପାଇଁ କିଛି କରୁଛୁ’ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

ତେବେ ଆଉ ଏକ ପ୍ରଶ୍ନରେ ରାହୁଲ ଗାନ୍ଧି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ପଚାରିଥିଲେ କି ଆଦର୍ଶ ଏବଂ ପାୱାର ମଧ୍ୟରେ କେଉଁଟି ଗୁରୁତ୍ୱପୂର୍ଣ୍ଣ। ଏହାର ଉତ୍ତରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଆଦର୍ଶ’। ଆଦର୍ଶ ସର୍ବଦା ଗୁରୁତ୍ୱପୂର୍ଣ୍ଣ । ଆମେ ଦଳର ଆଦର୍ଶ ଏବଂ କାର୍ଯ୍ୟକ୍ରମ ଲୋକମାନଙ୍କ ନିକଟରେ ଉପସ୍ଥାପନ କରିବା ଜରୁରୀ। କ୍ଷମତାରେ ଥିବାବେଳେ ମଧ୍ୟ ଆମେ ଆମର ସଫଳତା ବିଷୟରେ ଲୋକଙ୍କୁ କହିବା ଆବଶ୍ୟକ। ଏହିପରି, ଲୋକମାନେ ଆମକୁ ପ୍ରଶଂସା କରିବେ ଏବଂ ଆଶୀର୍ବାଦ କରିବେ’। ତେବେ ଏହି ପ୍ରଶ୍ନରେ ଖଡଗେ କହିଥିଲେ କି ପାୱାର ଆସିବ ଏବଂ ଯିବ । କିନ୍ତୁ ସଠିକ୍ ଆଦର୍ଶରେ ରହିବା ସବୁଠାରୁ ବଡ଼ କଥା ।

ସେହିପରି ଭାରତ ଯୋଡ ଯାତ୍ରାରେ ରାହୁଲ ଗାନ୍ଧିଙ୍କ ଧଳା ରଙ୍ଗର ଟି-ସାର୍ଟକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା । ତେବେ ରାହୁଲ କାହିଁକି ସୁବବେଳେ ଧଳା ରଙ୍ଗର ଟି-ସାର୍ଟ ପିନ୍ଧନ୍ତି, ଏହା ପଛର କ’ଣ କାରଣ ରହିଛି ବୋଲି ତାଙ୍କୁ ପ୍ରଶ୍ନ କରିଥିଲେ । ତେବେ ଏହାର ଉତ୍ତରରେ ରାହୁଲ କହିଛନ୍ତି ‘ସ୍ୱଚ୍ଛତା ଏବଂ ସରଳତା’ । ସେ ଏହାକୁ ବାଖ୍ୟା କରି ଆହୁରି କହିଛନ୍ତି ଯେ ‘ମୁଁ ପୋଷାକକୁ ନେଇ ଅଧିକ ଚିନ୍ତିତ ନୁହେଁ, ମୁଁ କେବଳ ସରଳତାକୁ ପସନ୍ଦ କରେ’।

Congress Rahul Gandhi General Elections 2024
Advertisment
Advertisment