Advertisment

ବରୀରୁ କଂଗ୍ରେସ ପ୍ରାର୍ଥୀ ହେଲେ ଦେବାଶିଷ, ପୁରୀରୁ ଉମାବହ୍ଲବ...

ଆଠଗଡ଼ରେ ନୂଆ ପ୍ରାର୍ଥୀ ହେଲେ ସୁଦର୍ଶନ ସାହୁ । ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କଲା କଂଗ୍ରେସ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Congress Politics

Congress Politics

୫ ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ଼, ପୁରୀରେ ବଦଳିଲେ ପ୍ରାର୍ଥୀ । ଜଳେଶ୍ୱରରେ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ କଲା କଂଗ୍ରେସ । ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ । ସେହିପରି ଆଠମଲ୍ଲିକରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ଟିକେଟ ମିଳିଲା । ଆଠଗଡ଼ରେ ନୂଆ ପ୍ରାର୍ଥୀ ହେଲେ ସୁଦର୍ଶନ ସାହୁ । ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କଲା କଂଗ୍ରେସ ।

Advertisment

ସେପଟେ ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇବା ପରେ ଗତକାଲି ସେଠାରେ ନୂଆ ପ୍ରାର୍ଥୀ ଦେଇଛି ଦଳ । ଜୟ ନାରାୟଣ ପଟ୍ଟନାୟକ କଂଗ୍ରେସର ନୂଆ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣ ପୁରୀ ପାଇଁ ନୂଆ କଂଗ୍ରେସ ସାଂସଦ ପ୍ରାର୍ଥୀ ହୋଇଛନ୍ତି। ଦଳ ଫଣ୍ଡ ଦେଉନଥିବାରୁ କ୍ୟାମ୍ପେନିଂ ସହଜ ନୁହେଁ ବୋଲି ଅଭିଯୋଗ କରିଥିଲେ ସୁଚରିତା । ତେବେ ପିସିସି ପ୍ରଭାରୀ ଅଜୟ କୁମାର କହିଥିଲେ ଯେ, ପୁରୀରେ ପ୍ରାର୍ଥୀ ବଦଳା ଯାଇଥାନ୍ତା, ସେ ଆଗରୁ ଜାଣିପାରି ଫେରାଇଦେଲେ।

ସେହିଭଳି ବରୀରୁ ନୂଆ ପ୍ରାର୍ଥୀ ହୋଇଥିବା ଦେବାଶିଷ ନାୟକ ଗତକାଲି କଂଗ୍ରେସରେ ସାମିଲ ହୋଇଥିଲେ। ପ୍ରଥମେ ବିଜେଡି ତାଙ୍କୁ ଟିକଟ ନଦେବାରୁ ସେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ତାପରେ ବିଜେପି ମଧ୍ୟ ତାଙ୍କୁ ପ୍ରାର୍ଥୀ କରିନଥିବାରୁ ସେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହେଲେ । ଏବେ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ।

Advertisment

ଏବେ ନିର୍ବାଚନ ଲଢିବେ ଦେବାଶିଷ ନାୟକ । ସୋସିଆଲ ମିଡିଆ ପୋଷ୍ଟରେ ସେ ଏଭଳି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବରୀବାସୀ ମୋ ବଳ। ମୋ ପାଇଁ ଦଳ ବଡ଼ ନୁହେଁ। ବରୀବାସୀଙ୍କ ସେବା କରିବାକୁ ନିର୍ବାଚନ ଲଢ଼ିବି ବୋଲି ସେ କହିଛନ୍ତି। 

ସେପଟେ ଦିନକ ପୂର୍ବରୁ ରାୟଗଡ଼ା ସମାବେଶକୁ ଭର୍ଚ୍ଚୁଆଲ ମୋଡରେ ସମ୍ବୋଧନ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏହି ଜନସଭାରେ ସେ ଓଡ଼ିଶାବାସୀଙ୍କୁ ୫ ଗ୍ୟାରେଣ୍ଟି କଥା କହିଛନ୍ତି । କଂଗ୍ରେସ ଶାସନକୁ ଆସିଲେ ଚାଷୀଙ୍କ ଋଣଛାଡ଼ କରାଯିବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବ । ବିଏ ଏବଂ ଡିପ୍ଲୋମାଧାରୀଙ୍କୁ ଚାକିରିରେ ଅଗ୍ରାଧିକାର ପ୍ରଦାନ କରାଯବ ବୋଲି ସେ ଗ୍ୟାରେଣ୍ଟି ଦେଇଛନ୍ତି ।

ସେହିପରି ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଜାତିଗତ ଗଣନାର ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି ରାହୁଲ । ମହିଳାଙ୍କୁ ମାସିକ ୮ ହଜାର ୫ଶହ ଟଙ୍କା ପ୍ରଦାନ, ସରକାରୀ ଚାକିରିରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି କହିଛନ୍ତି ରାହୁଲ ।ସେହିପରି ମନରେଗା ଯୋଜନାରେ ଶ୍ରମିକଙ୍କୁ ୪୦୦ ଟଙ୍କା ମଜୁରୀ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

BJD BJP Congress Odisha Politics General Election 2024
Advertisment
Advertisment