• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Lightning
ଟାୱାର ଉପରେ ଛିଡ଼ା ହୋଇ ସେଲ୍‌ଫି ନେଉଥିଲେ, ଆକାଶରୁ ଖସିଲା ମୃତ୍ୟୁ

ରାଜସ୍ଥାନର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି। ରାଜସ୍ଥାନର ଜୟପୁର, କୋଟା, ଝାଲାୱାର ଓ ଧୋଲପୁର ଜିଲ୍ଲାରେ ରବିବାର ଏହି ବଜ୍ରାଘାତ ହୋଇଛି।

women ministers
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘରେ ଏକାଠି ହେଲେ ସବୁ ମହିଳା ମନ୍ତ୍ରୀ: ହେଲେ କାହିଁକି?

ଏଥିରୁ ୨ ଜଣ କ୍ୟାବିନେଟ୍ ଏବଂ ୯ ଜଣ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମହିଳା ମନ୍ତ୍ରୀଙ୍କ ମଧ୍ୟରେ ୭ ଜଣ ବିଜେପି ସାଂସଦ ରହିଛନ୍ତି। ମୋଦି ମନ୍ତ୍ରିମଣ୍ଡଳର ମହିଳା ମନ୍ତ୍ରୀଙ୍କ ବାବଦରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଯେ, ମୋଟ ୧୧ ଜଣ ମହିଳା ମନ୍ତ୍ରୀଙ୍କୁ ୯ଟି ରାଜ୍ୟ ଏବଂ ୯ଟି ସଂପ୍ରଦାୟରୁ ପ୍ରତିନିଧିତ୍ୱର ସୁଯୋଗ ଦିଆଯାଇଛି।

Corona
କରୋନା ଉଜାଡ଼ିଦେଲା ସଂସାର: ବାପା ଛେଉଣ୍ଡ ହୋଇଗଲେ ପିଲା

ଉଚ୍ଛନ୍ନ ହୋଇଯାଇଛି ପରିବାର, ଉଜୁଡ଼ି ଯାଇଛି ସଂସାର। ସାତ ଜନ୍ମର ସାଥୀ ହେବାର ପ୍ରତିଶ୍ରୁତି ଦେଇଥିବା ମଣିଷଟିଏ ଆଜି ଅତୀତ। ତାଙ୍କୁ ଝୁରି ଝୁରି ଆଖିରୁ ଲୁହ ମରିଗଲାଣି, ଅସମ୍ଭାଳ କୋହରେ ଛାତି ବି ପଥର ହୋଇଗଲାଣି ।ଅବୋଧ ଟିକି ପିଲାଟି ବି ବୁଝିବ କିପରି? ବାପାର ଫଟୋ ଦେଖୁଛି, ଅବୁଝା ଭାବରେ ନୀରବ ରହୁଛି। ଝିଅ ଟିକିଏ ବଡ଼ ହେଲାଣି ବୋଲି ଜାଣିପାରୁଛି ବାପା ଆଉ ଫେରିବନି। ଛାତିକୁ ରୁନ୍ଧି ପକାଉଥିବା ଏହି ଘଟଣା ହେଉଛି ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ହରିପୁର ଗାଁର

terrorist arrest at Lucknow
ଲକ୍ଷ୍ନୌରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ଏଟିଏସ୍‌

ପୁଣି ଦୁଇ ଆତଙ୍କବାଦୀ ଗିରଫ । ଉତ୍ତର ପ୍ରଦେଶ ଲକ୍ଷ୍ନୌରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍‌ । ଆତଙ୍କବାଦୀ ସଂଗଠନ ଅଲ କାଏଦା ଲିଙ୍କରେ ଏହି ଆତଙ୍କବାଦୀ ପରିଚାଳିତ ହେଉଥିବା ସୂଚନା ।

Untitled-1
ଦିବ୍ୟାଙ୍ଗ ବିଷ୍ଣୁଙ୍କ ହାତ ତିଆରି ଇ-ବାଇକ୍‌ ଦେଖି ଆନନ୍ଦ ମହିନ୍ଦ୍ରା କଲେ ଏମିତି ଘୋଷଣା

ସୁରଟ: କୁହାଯାଏ ଇଚ୍ଛାଥିଲେ ଉପାୟ ଆପେ ଆପ ଆସେ। ଖାଲି କୁହାଯାଏନି, ଏହାକୁ ସତ୍ୟ ପ୍ରମାଣ କରି ଦେଖାଇଛନ୍ତି ଗୁଜରାଟ ସୁରଟ ଅଞ୍ଚଳର ୬୦ ବର୍ଷ ବୟସ୍କ ବିଷ୍ଣୁ ପଟେଲ । ସେ ମୋଟରସାଇକେଲରୁ ବାହାରିଥିବା ଅଦରକାରୀ ସାମଗ୍ରୀ,  ଲାପଟପ୍‌ ଏବଂ ସ୍ମାର୍ଟଫୋନର ବ୍ୟାଟେରୀ ସାହାଯ୍ୟରେ ଏକ ଇ-ବାଇକ୍‌ ତିଆରି କରିଛନ୍ତି। ବଷ୍ଣୁ ପଟେଲଙ୍କ ଏହି ଆଇଡିଆ ଶିଳ୍ପପତି ଆନନ୍ଦ-ମହିନ୍ଦ୍ରାଙ୍କୁ ବି ପ୍ରଭାବିତ କରିଛି। ସେ ବିଷ୍ଣୁଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ତାଙ୍କୁ ସାହାଯ୍ୟ […]

water
ପାଣି ତଳୁ ଉପରକୁ ଯିବାର କେବେ ଦେଖିଛନ୍ତି ? ଦେଖନ୍ତୁ ଭିଡିଓ

ଡେନମାର୍ଗ: ପାଣିର ଧର୍ମ ହେଲା ଉପରୁ ତଳକୁ ବହି ଆସିବା। ହେଲେ କେବେ ଦେଖିଛନ୍ତି ପାଣି ତଳୁ ଉଠି ଉପରକୁ ଯିବା ! ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଡେନମାର୍କରେ। ଯାହାର ଭିଡିଓ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରୁ ଜଣାପଡ଼ିଛି ଏହି ଦୃଶ୍ୟ ଡେନମାର୍କର ଫରୋ ଆଇଲାଣ୍ଡର। ଏହି ଭିଡିଓରେ ପାଣି ତଳୁ ଉଠି ଉପରକୁ ଯାଉଛି। ସୈମୀ ଜୋକୋସ୍‌ବନ ନାମକ ଜଣେ ବ୍ୟକ୍ତି ଏହି ସୁନ୍ଦର ଦୃଶ୍ୟକୁ ନିଜ କ୍ୟାମରାରେ କଏଦ କରିଛନ୍ତି। […]

army
ପିଓକେ ଆମର, ଆଦେଶ ଦେଲେ ହେବ କାର୍ଯ୍ୟାନୁଷ୍ଠାନ : ଆର୍ମି ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ଅଧିନରେ ଥିବା ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଏକ ଅଂଶ ହୋଇପାରିବ। ହେଲେ ଏଥିପାଇଁ କେନ୍ଦ୍ରକୁ ନିଷ୍ପତ୍ତି ନେବାକୁ ହେବ। ଡିସେମ୍ୱର ୩୧ରେ ଆର୍ମିର ମୁଖ୍ୟ ଭାବରେ ଦାୟିତ୍ୱ ନେଇଥିବା ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ଆଜି ସାମ୍ୱାଦିକ ସମ୍ମିଳନୀ କରି ପାକିସ୍ତାନକୁ ପରୋକ୍ଷରେ ଏପରି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ପିଓକେ ଭାରତର ଏକ ଅଂଶ ବୋଲି ସଂସଦରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିସାରିଛନ୍ତି। ଏବେ ସେନା ପ୍ରମୁଖ କହିଛନ୍ତି,  […]

crororapati
ଦାନୀ କୋଟିପତି; ଟ୍ୱିଟର ଫଲୋର୍ସଙ୍କୁ ବାଣ୍ଟିଲେ ୬୫ କୋଟି

ନୂଆଦିଲ୍ଲୀ:ମହାଦାନୀଙ୍କଠାରୁ ବି ସିଏ ଦାନୀ। ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ହେଲେ କଥାଟା ବିଲ୍‌କୁଲ୍‌ ସତ। ନ ହେଲେ କୋଟି କୋଟି ଟଙ୍କା କିଏ ନିଜ ଟ୍ୱିଟର ଫଲୋର୍ସଙ୍କୁ ବାଣ୍ଟିପାରେ ? ଏଇ ଦାନୀ ହେଉଛନ୍ତି ଜାପାନୀ କୋଟିପତି ୟୁସାକୁ ମୈଇଜାବା (Yusaku Maezawa) । ସେ  ତାଙ୍କ ଟ୍ୱିଟର୍ସ ଫଲୋର୍ସଙ୍କୁ  ବାଣ୍ଟିଛନ୍ତି ପ୍ରାୟ ୬୫ କୋଟି ଟଙ୍କା। ତାଙ୍କ କହିବାନୁଯାୟୀ, ତାଙ୍କୁ ଫଲୋ କରୁଥିବା ୧୦୦୦ ଟ୍ୱିଟର ୟୁଜର୍ସଙ୍କ ମଧ୍ୟରେ ୧ ବିଲିୟନ ୟେନ […]

Untitled-1
ମୋଦିଙ୍କ ହାତ ଧରିବେ କି ମମତା !

କୋଲକାତା: ବିଜେପି ସରକାର ଲାଗୁ କରିଥିବା ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଯଦି କିଏ ଭୟଙ୍କର ବିରୋଧ କରୁଥାଏ ତେବେ ସେ ହେଉଛି ପଶ୍ଚିମବଙ୍ଗ ଟିଏମ୍‌ସି ସରକାର। ସାରା ଦେଶରେ CAA ଜଳୁଥିବାବେଳେ ଆଜି ଦୁଇ ପରସ୍ପର ବିରୋଧୀ ନେତା ଏକାଠି ହେବାକୁ ଯାଉଛନ୍ତି। ଆଜି ଟିଏମସି ନେତା ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକାନ୍ତ ବୈଠକରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସି କୋଲକାତାରେ ପହଞ୍ଚୁଛନ୍ତି। ସନ୍ଧ୍ୟାରେ […]

flight
ସ୍ୱୀକାର କଲା ଇରାନ; ମିସାଇଲ୍‌ ମାଡ଼ କରି ୟୁକ୍ରେନ ବିମାନ ଖସାଇଥିଲା

ତେହରାନ:ତେହରାନରେ ଉଡାନ ଭରିବାର ମାତ୍ର କେଇ ମିନିଟ୍‌ ପରେ ୟୁକ୍ରେନ୍‌ର ଏକ ବିମାନ ଦୁର୍ଘଟଣାଗସ୍ତ୍ର ହୋଇଥିଲା। ଏଥିରେ ଥିବା ସମସ୍ତ ୧୭୬ ଯାତ୍ରୀ ମୃତ୍ୟୁ ବରଣ କରିଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ଖସି ପଡ଼ିଥିବା କୁହାଯାଉ ଥିଲା। ହେଲେ ପ୍ରକୃତ କଥା ହେଲା, ଯାନ୍ତ୍ରିକ ତ୍ରୁଟି ନୁହେଁ, ମିସାଇଲ୍‌ ମାଡ କରି ବିମାନଟିକୁ ଖସାଇ ଦେଇଥିବା ନିଜେ ଇରାନ ସ୍ୱୀକାର କରିଛି।  ଇରାନର ବୈଦେଶିକ ମନ୍ତ୍ରୀ ଏହାକୁ ସ୍ୱୀକାର କରି କହିଛନ୍ତି, ଇରାନ ଭୁଲରେ ଏହାକୁ […]

pak border
ପାକିସ୍ତାନ ପଟୁ ପ୍ରବଳ ଗୁଳିମାଡ଼: ୨ ଯବାନ ଶହୀଦ

କଶ୍ମୀର: ଜମ୍ମୁ କାଶ୍ମୀରର ସୀମାରେଖାରେ ପାକିସ୍ତାନ ପଟୁ ଆଜି ଗୁଳିମାଡ଼ ହୋଇଛି। ଏଥିରେ ୨ ଜଣ ଯବାନ ଶହୀଦ ହୋଇଥିବାବେଳେ ୨ ଯବାନ ଆହତ ହୋଇଛନ୍ତି। ପୁଞ୍ଚ ଜିଲ୍ଲାର ଗୁଲପୁର ସେକ୍ଟରରେ ଏହି ଘଟଣା ଘଟିଛି। ଆଜି ୧୧ଟା ବେଳେ ପାକିସ୍ତାନ ପଟୁ ପୁଞ୍ଚରେ ପ୍ରବଳ ଗୁଳିମାଡ଼ ହୋଇଥିଲା। ପାକିସ୍ତାନ ସେନା ଭାରତୀୟ ସେନା ଉପରକୁ ମୋଟର ମାଡ଼ କରିଥିଲେ। ଫଳରେ ଜବାବ ଦେବାକୁ ଯାଇ ଦୁଇ ଯବାନ ଶହୀଦ ହୋଇଥିବାବେଳେ ୨ ଆହତ ହୋଇଛନ୍ତି।

glacier
ପାକିସ୍ତାନକୁ ବିପଦ: ଗ୍ଲାସିୟର ତରଳି ଗାଁ ଆଡ଼କୁ ମାଡ଼ି ଆସୁଛି

ଶିସ୍ପର ଗ୍ଲାସିୟର: ପାକିସ୍ତାନର ହାସନାବାଦ୍‌ ନାମକ ଏକ ଗାଁରେ ଏବେ ଭୟର ବାତାବରଣ। କାରଣ ଶିସ୍ପର ଗ୍ଲାସିୟରରୁ ସୃଷ୍ଟ ଏକ ନଦୀ ଏହି ଗାଁ ଆଡ଼କୁ ମାଡ଼ି ଆସିବାରେ ଲାଗିଛି। ଗ୍ଲାସିୟର ତରଳିବାକୁ ଆରମ୍ଭ କରିଥିବାରୁ ଏହି ବିପଦ ବଢ଼ିବାରେ ଲାଗିଛି। ଏହି ବିପଦ ଏପରି ଭୟାବହତା ସୃଷ୍ଟି କରିଛି ଯେ, ଶହ ଶହ ବୃହତ ବରଫ ଖଣ୍ଡ ଏହି ଉପତ୍ୟକା ଉପରକୁ ସାଧାରଣ ବେଗଠାରୁ ୧୦ ଗୁଣା ବେଗରେ ମାଡ଼ିଆସୁଛି। ଜଳବାୟୁ ପରିବର୍ତ୍ତନର ଏହା ଅନ୍ୟତମ […]

tamil
ଭୋକିଲା ସନ୍ତାନ ମୁହଁରେ ଦାନା ଦେବା ପାଇଁ ୧୫୦ ଟଙ୍କାରେ ଚୁଟି ବିକି ଦେଲେ ମା’

ମେଇଲବାଗନନ୍‌(ତାମିଲନାଡ଼ୁ): ମା’ର ତୁଳନା ନାହିଁ। ତା ତ୍ୟାଗକୁ କେହି ଭରଣା କରି ପାରେନି। ସନ୍ତାନ ଆଖିରୁ ଲୁହ ପୋଛିବା ପାଇଁ ସେ ଯେ କୌଣସି ପଦକ୍ଷେପ ନେଇପାରେ।  ପ୍ରେମା ବି  ବି ଜଣେ ମା’। ହେଲେ ଦାରିଦ୍ର୍ୟର କଷାଘାତ ତାଙ୍କୁ ନିଃସ୍ୱ କରି ଦେଇଥିଲା।  କୁନି କୁନି ପିଲାଙ୍କ ପେଟରେ ଦୁଇମୁଠା ଦାନା ଦେବାକୁ ତାଙ୍କ ପାଖରେ କିଛି ନ ଥିଲା। ଶେଷ ପ୍ରୟାସ ସ୍ୱରୂପ ସେ ତାଙ୍କର ମୁଣ୍ଡର ଚୁଟି ୧୫୦ ଟଙ୍କାରେ ବିକି ଦେଇଥିଲେ। […]

SupremeCourt
ଜମ୍ମୁ-କାଶ୍ମୀର କଟକଣା ଉପରେ ସୁପ୍ରିମ୍‌କୋର୍ଟଙ୍କ ରାୟ; ସପ୍ତାହକ ମଧ୍ୟରେ ସମୀକ୍ଷା କରାଯାଉ

ନୂଆଦିଲ୍ଲୀ:ଜମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ଏ ନେଇ ସୁପ୍ରିମ୍‌କୋର୍ଟରେ ଦାଖଲ ଏକ ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ଆଜି ତାଙ୍କର ରାୟ ଶୁଣାଇଛନ୍ତି। ଜଷ୍ଟିସ୍‌ ଏନବି ରମଣା, ଜଷ୍ଟିସ ସୁଭାସ ରେଡ୍ଡି ଏବଂ ଜଷ୍ଟିସ ବିଆର ଗବଇଙ୍କୁ ନେଇ ଗଠିତ ଖଣ୍ଡପୀଡ଼ ଏହି ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ ରମଣା ରାୟ ଶୁଣାଇବାବେଳେ କାଶ୍ମୀରର ସୌନ୍ଦର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି, ବହୁତ ହିଂସା ଦେଖିଲାଣି କାଶ୍ମୀର । […]

suna-dara
୨ ଦିନ ପରେ ଖସିଲା ସୁନାଦର

ନୂଆଦିଲ୍ଲୀ: ଆମରିକା ଉପରେ ଇରାନର ଆକ୍ରମଣ ପରେ ସୁନା ଦର ରେକର୍ଡ ଭାଙ୍ଗିଥିଲା।  ମଧ୍ୟପ୍ରଦେଶର ଭୋପାଳରେ ଗତକାଲି ସୁନା ଦର ୪୨ହଜାର ଟଙ୍କା ଉପରେ ଥିଲା। ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ଏଠାରେ ଥିଲା ୪୨ ହଜାର ୧୨୦ଟଙ୍କା । ତେବେ ୨ ଦିନ ଧରି କ୍ରମାଗତ ଭାବେ ବଢୁଥିବା ସୁନାଦର ଆଜି ତଳମୁହାଁ ହୋଇଛି। ସେହିପରି କୋଲକତା, ଅହମ୍ମଦାବାଦ, ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ସୁନା ଦର ୪୧ହଜାର ଟଙ୍କା ପାର୍‌ ହୋଇଯାଇଥିଲା। […]

CAA TEAM
କାଶ୍ମୀରରେ ପହଞ୍ଚିଲେ ୧୭ ଦେଶର ରାଷ୍ଟ୍ରଦୂତ, ସ୍ଥିତି ପରଖିବେ

ଶ୍ରୀନଗର:କାଶ୍ମୀର ସ୍ଥିତି ପରଖିବେ ୧୭ ଦେଶର ରାଷ୍ଟ୍ରଦୂତ। ଆମେରିକା ସମେତ ୧୭ ରାଜ୍ୟର ରାଷ୍ଟ୍ରଦୂତମାନେ ଦୁଇଦିନିଆ ଗସ୍ତରେ ଆସି ଆଜି କାଶ୍ମୀରରେ ପହଞ୍ଚିଛନ୍ତି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାକାର ସ୍ଥିତି କେମିତି ଅଛି ତାହା ଜାଣିବା ପାଇଁ ଏହି ଦଳ ଆସୁଛନ୍ତି। ତେବେ ଏହି ଟିମ୍‌ରେ ୟୁରୋପିଆନ ୟୁନିୟନର ପ୍ରତିନିଧି ଆସିବାକୁ ମନା କରି ଦେଇଛନ୍ତି। ଏହି ୧୭ଟି ଦେଶର ରାଷ୍ଟ୍ରଦୂତଙ୍କ ମଧ୍ୟରେ ଅଛନ୍ତି ଆମେରିକା, ଭିଏତନାମ, ଦକ୍ଷିଣ କୋରିଆ, ବ୍ରାଜିଲ, ଉଜବେକିସ୍ତାନ, ନାଇଜର,  […]

download
ଦେଶ କଠିନ ସମୟ ଦେଇ ଗତି କରୁଛି-CAAକୁ ନେଇ ଏମିତି କହିଲେ ସିଜେଆଇ

ନୂଆଦିଲ୍ଲୀ:ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଦେଶରେ ବିରୋଧଭାସ ଜାରି ରହିଥିବାବେଳେ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଦେଶ ଏକ କଠିନ ସମୟ ଦେଇ ଗତି କରୁଛି। ଶାନ୍ତି ପାଇଁ ପ୍ରୟାସ ଜାରି ରହିବା ଉଚିତ ବୋଲି କହିଛନ୍ତି  ସିଜେଆଇ (CJI ) ଏସ.ଏ.ବୋବଡେ । ବରିଷ୍ଠ ଆଇନଜୀବୀ ବିନୀତ ଧଣ୍ଡା ସିଏଏକୁ ସାମ୍ବିଧାନିକ ଘୋଷଣା କରିବା ପାଇଁ ଏକ ଆବେଦନ ଦାଖଲ କରିଥିଲେ। ଏଥିସହ ଏହାକୁ ବିରୋଧ କରୁଥିବା ସ୍ୱେଚ୍ଛାସେବୀ, ସଂଗଠନ ଓ ରାଜ୍ୟ ସମେତ ସିଏଏକୁ ନେଇ […]

fire
ପେପର ଗୋଦାମ ଓ ହସ୍‌ପିଟାଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ପତପରଗଞ୍ଜରେ ଥିବା ଏକ ପେପର ଗୋଦାମରେ ଆଜି ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାର କିଛି ସମୟ ପରେ ନୋଏଡାରେ ଥିବା ଇଏସ୍‌ଆଇ ହସ୍ପିଟାଲରେ ମଧ୍ୟ ନିଆଁ ଲାଗିଛି। ହସ୍‌ପିଟାଲର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା କର୍ତ୍ତୃପକ୍ଷ କିମ୍ବା ଅଗ୍ନିଶମ ବିଭାଗ ପକ୍ଷରୁ ମିଳି ନ ଥିଲେ ହେଁ ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। […]

iran
ଟାର୍ଗେଟରେ ଆମେରିକା: ଗ୍ରୀନ୍‌ ଜୋନ୍‌ରେ ରକେଟ୍‌ ମାଡ କଲା ଇରାନ

ବଗଦାଦ୍‌:ଆମରିକା-ଇରାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଥମିନି। ଆମରିକା ଆକ୍ରମଣରେ ଇରାନ୍‌ କ୍ଷେତ୍ରୀୟ ସୁରକ୍ଷା ବ୍ୟବସ୍ଥାର ଆର୍କିଟେକ୍ଟ ଜେନରାଲ କାସିମ୍‌ ସୁଲେମାନିଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିବା ପରେ ପ୍ରତିଶୋଧପରାୟଣ ହୋଇଉଠିଛି ଇରାନ୍‌ । ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ମଙ୍ଗଳବାର ଇରାନ୍‌ ଇରାକ୍‌ରେ ଥିବା ଆମେରିକାର ଏୟାର ବେସ୍‌ ଉପରେ ଆକ୍ରମଣ କରିଥିଲା। ଇରାନ ପକ୍ଷରୁ ୨୨ରୁ ଅଧିକ ମିସାଇଲ ମାଡ଼  ହୋଇଥିଲା। ସେତିକିରେ ଚୁପ୍‌ ବସିନି ଇରାନ। ପୁଣି ଆମେରିକାକୁ ଟାର୍ଗେଟ କରିଛି। […]

ALERT
ଆମେରିକା-ଇରାନ୍‌ ଫାଇଟ୍‌: ସତର୍କ ସୂଚନା ଜାରି କଲା ଭାରତ

ନୂଆଦିଲ୍ଲୀ: ଇରାନ୍‌-ଆମେରିକା ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପାଇଁ ମଧ୍ୟପ୍ରାଚ୍ୟରେ ଅଶାନ୍ତି ଚରମ ସୀମାରେ ପହଞ୍ଚିଛି। ଆଉ ଏହାକୁ ନଜରରେ ରଖି ଭାରତ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଇରାକ, ଇରାନ ଓ ଗଲ୍ଫ ଦେଶଗୁଡ଼ିକର ଆକାଶରେ ବିମାନ ଉଡ଼ାଣ ବନ୍ଦ କରିଛି ଭାରତ। ଏନେଇ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥା ସହ ଆଲୋଚନା ହୋଇଛି। ଏବଂ ସେମାନଙ୍କୁ ସତର୍କ ରହିବାକୁ କୁହାଯାଇଥିବା ବେସାମରିକ ବିମାନ ଚଳାଚଳ ବିଭାଗ ଡିଜି କହିଛନ୍ତି। ଏଥିସହିତ ଅତି […]

crash
ଇରାନ୍‌ରେ ବିମାନ ଦୁର୍ଘଟଣା: ସମସ୍ତ ଯାତ୍ରୀ ମୃତ

ତେହରାନ୍‌:୧୮୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ୟୁକ୍ରେନ୍‌ର ଏକ ବିମାନ ତେହରାନ ଏୟାରପୋର୍ଟ ନିକଟରେ  ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ କରୁଥିବା ଇରାନ ଅଧିକାରୀଙ୍କ କହିବା ଅନୁଯାୟୀ, ବିମାନଟି ଉଡ଼ାଣ ଭରିବା କ୍ଷଣି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଖବର ଅନୁସାରେ, ବିମାନଟି ଇମାମ୍ ଖମନେଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ୟୁକ୍ରେନର ୭୩-୮୦୦ ବିମାନ ଆଜି ସକାଳୁ ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ଏହା ଦୁର୍ଘଟଣାଗ୍ରସ୍ତ […]