Advertisment

ଟାୱାର ଉପରେ ଛିଡ଼ା ହୋଇ ସେଲ୍‌ଫି ନେଉଥିଲେ, ଆକାଶରୁ ଖସିଲା ମୃତ୍ୟୁ

ରାଜସ୍ଥାନର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି। ରାଜସ୍ଥାନର ଜୟପୁର, କୋଟା, ଝାଲାୱାର ଓ ଧୋଲପୁର ଜିଲ୍ଲାରେ ରବିବାର ଏହି ବଜ୍ରାଘାତ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଟାୱାର ଉପରେ ଛିଡ଼ା ହୋଇ ସେଲ୍‌ଫି ନେଉଥିଲେ, ଆକାଶରୁ ଖସିଲା ମୃତ୍ୟୁ

Lightning

ଜୟପୁର: ରାଜସ୍ଥାନର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି। ରାଜସ୍ଥାନର ଜୟପୁର, କୋଟା, ଝାଲାୱାର ଓ ଧୋଲପୁର ଜିଲ୍ଲାରେ ରବିବାର ଏହି ବଜ୍ରାଘାତ ହୋଇଛି। ବଜ୍ରାଘାତରେ ୨୧ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୬ ଜଣ ଶିଶୁ ଅଛନ୍ତି। ବଜ୍ରାଘାତରେ ବାରାନ୍‌ ଓ ଝାଲାୱାରରେ ଜଣେ ଲେଖାଏ, କୋଟାରେ ୪ଜଣ ଓ ଧୋଲପୁର ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନର ଅଧିକାଂଶ ସ୍ଥାନରେ ରବିବାର ବର୍ଷା ହୋଇଥିଲା। ଆଜି ସକାଳେ ମଧ୍ୟ ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। 

Advertisment

ଜୟପୁରରେ ବଜ୍ରାଘାତରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ଯୁବଗୋଷ୍ଠୀର ଥିଲେ। ଏମାନେ ଅମ୍ବର ଦୁର୍ଗ ନିକଟ ଏକ ପାହାଡ଼ ଉପରେ ଥିବାବେଳେ ବଜ୍ରାଘାତ ହୋଇଥିଲା। ଏହି ସମୟରେ ସେମାନଙ୍କ ମଧ୍ୟରୁ କିଛି ଲୋକ ଏକ ୱାଚ୍‌ ଟାୱାରରେ ଛିଡ଼ା ହୋଇ ସେଲ୍‌ଫି ନେଉ ଥିବାବେଳେ ଆଉ କିଛି ଲୋକ ପାହାଡ଼ ଉପରେ ଥିଲେ। ଯେଉଁମାନେ ୱାଚ୍‌ ଟାୱାରରେ ଛିଡ଼ା ହୋଇଥିଲେ ବଜ୍ରାଘାତ ହେବା ଯୋଗୁ ସେମାନେ ତଳକୁ ଖସି ପଡ଼ିଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ।

Advertisment

ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ରାଜ୍ୟପାଳ କଲ୍‌ରାଜ୍‌ ମିଶ୍ରା ଦୁଃଖପ୍ରକାଶ କରିଛନ୍ତି। 

Lightning Strike
Advertisment
Advertisment