• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

SANMBIT-PATRA
କଂଗ୍ରେସକୁ ବିଜେପିର ଟାର୍ଗେଟ; କହିଲା ‘ମୁସ୍‌ଲିମ୍‌ ଲିଗ୍‌ କଂଗ୍ରେସ’

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଶୋକ ଚୌହ୍ୱାନଙ୍କ ବୟାନର କଡା ଜବାବ ଦେଇଛି ବିଜେପି । କଂଗ୍ରେସକୁ ମୁସ୍‌ଲିମ୍ ଲିଗ୍‌ କଂଗ୍ରେସ ନାମ ଦେଇ ବିଜେପି କହିଛି, ଅଶୋକ ଚୌହ୍ୱାନଙ୍କ ବୟାନରୁ କଂଗ୍ରେସର ପୋଲ୍‌ ଖୋଲି ଯାଇଛି। ସେମାନେ ହିନ୍ଦୁଙ୍କୁ ଅପମାନିତ କରିଛନ୍ତି।  AIMIM ମୁଖ୍ୟ ଅସଦୁଦ୍ଦିନ ଓବେସୀଙ୍କୁ କଟାକ୍ଷ କରି ବିଜେପି ନେତା ସନ୍ଦିପ ପାତ୍ର କହିଛନ୍ତି, ସେ ଜିନ୍ନା ହେବାର ସ୍ୱପ୍ନ ଦେଖୁଛନ୍ତି। ସମ୍ବିତ୍‌ ପାତ୍ର କହିଛନ୍ତି, କଂଗ୍ରେସ ହିନ୍ଦୁଙ୍କର ଅପମାନ କରିଛନ୍ତି। ସେ କହିଛନ୍ତି, […]

1223
ଅମାଜନ ସିଇଓଙ୍କ ମୋବାଇଲ ହ୍ୟାକ୍‌ କରିଥିଲେ ସାଉଦୀ ଆରବ ପ୍ରିନ୍ସ !

ନୂଆଦିଲ୍ଲୀ:ଆମାଜନ୍‌ର ସିଇଓ ଜେଫ ବୋଜୋସ୍‌ (Jeff Bezos) ଙ୍କ ମୋବାଇଲ ଫୋନ ହ୍ୟାକ୍‌ ହୋଇଥିଲା ୨୦୧୮ରେ। ତାଙ୍କ ମୋବାଇଲକୁ ହ୍ୱାଟ୍‌ସଅପରେ ଏକ ମେସେଜ ଆସିଥିଲା। ଏହି ମ୍ୟାସେଜ ଆସିବା ପରେ ମୋବାଇଲ ହ୍ୟାକ୍‌ ହୋଇଯାଇଥିଲା। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା, ଏହି ହ୍ୱାଟ୍‌ସ ଅପ୍‌ ମେସେଜ ଆସିଥିଲା ସାଉଦୀ ଆରବ କ୍ରାଉନ୍‌ ପ୍ରିନ୍ସଙ୍କ ପର୍ସନାଲ ଆକାଉଣ୍ଟରୁ। କୁହାଯାଉଛି, ଏହି ମେସେଜରେ ଏକ ମାଲେସିୟସ କରପ୍ଟ ଫାଇଲ୍‌ ସାମିଲ୍‌ ଥିଲା ଯଦ୍ଦ୍ୱାରା ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତିଙ୍କ […]

1122
ଦୁବାଇରେ ଦୋକାନ କରିଥିଲେ, ରାତାରାତି କୋଟିପତି ବନିଗଲେ

ନୂଆଦିଲ୍ଲ:ଦୁବାଇରେ ରହୁଥିବା ଜଣେ ଭାରତୀୟ ରାତାରାତି ପାଲଟି ଯାଇଛନ୍ତି ଲକ୍ଷପତି। ବେପାର କି ବଣିଜ କରି ନୁହେଁ, ଗୋଟିଏ  ଲଟେରୀ ଟିକଟ ତାଙ୍କ ଭାଗ୍ୟକୁ ଚମକାଇ ଦେଇଛି। ଭାରତୀୟ ଜଣକ ଦୁବାଇରେ ଦୋକାନ କରିଥିଲେ। ଲଟେରୀରେ ଜିତିଛନ୍ତି ଦୁଇ ଲକ୍ଷ (୫୪, ୪୫୨ ଡଲାର)। ସେ ଗତ ୧୦ ବର୍ଷ ହାଲା ରେଫଲରୁ ଲଟେରୀ ଟିକଟ କିଣୁଥିଲେ। ସେଠିକା ଗଣମାଧ୍ୟମ ରିପୋର୍ଟ ଅନୁସାରେ,  ଶ୍ରୀଜିତ ଦୁବାଇ ସପିଂ ଫେଷ୍ଟିଭଲର ୨୫ତମ ସଂସ୍କରଣ ଅବସରରେ ଏକ ଲଟେରୀ ଟିକଟ […]

2017_1image_11_54_079681812newly-married-couple.jp-ll
ବାହାଘର ପୂର୍ବରୁ କନ୍ୟା ମା’କୁ ନେଇ ଫେରାର ହୋଇଗଲେ ବରପିତା

ସୁରତ: ଗୁଜରାଟର ସୁରଟରେ ଘଟିଛି ଏକ ଅଜବ ଘଟଣା । ଦୁଇ ପରିବାର ମଧ୍ୟରେ ପୁଅ-ଝିଅଙ୍କ ବାହାଘରକୁ ନେଇ ଚାଲିଥିଲା ଆଲୋଚନା । ଦୀର୍ଘଦିନ ଆଲୋଚନା ହେବା ପରେ ଶେଷରେ ନିର୍ବନ୍ଧ ଓ  ବାହାଘର ତାରିଖ ସ୍ଥିର ହେଲା। ହେଲେ ପୁଅ ଝିଅଙ୍କ ବାହାଘର ପୂର୍ବରୁ ଯାହା ଘଟିଲା ତା’ହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବାହାଘର ପୂର୍ବରୁ ପୁଅର ବାପା ଝିଅର ମା’କୁ ନେଇ ଫେରାର୍‌ ହୋଇଯାଇଛନ୍ତି। କଥା ହେଲା, କଲେଜରେ ପାଠ ପଢ଼ୁଥିବା ବେଳେ ଦୁଇ […]

adalat
୪ ବର୍ଷ ତଳେ ଜନ୍ମିଥିଲେ, ଏବେ ବୟସ ୧୦୪ !

ବରେଲି: ଉତ୍ତରପ୍ରଦେଶ ଶାହଜହାଁପୁର ବେଲା ଗ୍ରାମର ପବନ କୁମାର ତାଙ୍କର ଦୁଇ ଭଣଜା ଶୁଭ (୪ବର୍ଷ) ଓ ସଙ୍କେତ (୨ବର୍ଷ)ଙ୍କର ଜନ୍ମପ୍ରମାଣ ପତ୍ର ପ୍ରସ୍ତୁତ କରିବା ପାଇଁ ଅନ୍‌ଲାଇନ୍‌ରେ ଆବଦନ କରିଥିଲେ। ହେଲେ ଜନ୍ମପ୍ରମାଣ ପତ୍ର ଯେତେବେଳେ ଆସିଲା, ତାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଏଥିରେ ପିଲା ଦୁହିଁଙ୍କର ବୟସ ୧୦୦ ବର୍ଷ ଅଧିକ ବୋଲି ଲେଖା ଯାଇଥିଲା। ଅବଶ୍ୟ ଏ ନେଇ ବରେଲିର ଏକ ଅଦାଲତରେ ମାମଲା ରୁଜୁ ହୋଇଛି। ହେଲେ ଏଠାରେ […]

woman wings-4
ଗଣତନ୍ତ୍ର ଦିବସରେ ଭାରତୀୟ ମହିଳାଙ୍କ ସାହସ ଓ ବୀରତ୍ୱ ଦେଖିବ ଦେଶ

ନୂଆଦିଲ୍ଲୀ: ଜାନୁଆରୀ ୨୬, ଗଣତନ୍ତ୍ର ଦିବସରେ ନିଜ ପରାକ୍ରମ ଦେଖାଇବେ ମହିଳା ସିପାହୀ ।  ପ୍ରଥମ ଥର ପାଇଁ ରାଜପଥରେ ମହିଳା ୱିଙ୍ଗ ସାମିଲ ହେବେ। ସେମାନଙ୍କର ଅଦମ୍ୟ ସାହସ ଓ ବୀରତ୍ୱର ପରାକାଷ୍ଠାକୁ ଦେଖିବ ପୁରା ଦେଶ। ଏନେଇ ଦିଲ୍ଲୀରେ ସିଆରପିଏଫ୍ ମହିଳା ୱିଙ୍ଗ ପକ୍ଷରୁ ଆଜି ହୋଇଛି ଅଭ୍ୟାସ। ବିଭିନ୍ନ ଫରମେସନ୍‌ରେ ମହିଳା ସିପାହୀ ଅଭ୍ୟାସ କରିଛନ୍ତି।  ବୁଲେଟ୍‌ରେ ଚିତାକର୍ଷକ ଶୋ ପୂର୍ବରୁ ଆଜି ଏହାର ଅଭ୍ୟାସ କରାଯାଇଛି। ଦୁଃସାହସିକ ଷ୍ଟଣ୍ଟ ସହ ଅଦ୍ଭୁତ […]

କେଜରିୱାଲଙ୍କ ବିରୋଧରେ ଲଢିବେ ଏଇ ଦୁଇ ନେତା

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ସମସ୍ତଙ୍କ ନଜର ୩ଟି ଦଳ  କଂଗ୍ରେସ, ବିଜେପି ଓ ଆପ୍‌ ଉପରେ । ଦିଲ୍ଲୀ ସିଂହାସନ ହାସଲ ନିମନ୍ତେ ତିନି ଦଳ ନିଜ ନିଜର ରଣ କୌଶଳ ପ୍ରସ୍ତୁତ କରୁଛନ୍ତି। ଇତି ମଧ୍ୟରେ ବିଜେପି ତା’ର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ ଏଠାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ବିରୋଧରେ ଜଣେ ନୁଆ ମୁହଁଙ୍କୁ ପ୍ରାର୍ଥୀ କରିଛି । ସେ […]

tiger-3
ଅନାହାରରେ ମରିଯିବେ କି ଚିଡ଼ିଆଖାନାର ସିଂହ !

ନୂଆଦିଲ୍ଲୀ:ସିଂହ ଜଙ୍ଗଲର ରଜା। ନିଜର ଶକ୍ତି ତାର ପରିଚୟ। ହେଲେ ଏଠାରେ ଦେଖନ୍ତୁ ତ ଏଇ ସିଂହଙ୍କ ଫଟୋକୁ। ଲାଗୁଛି କେତେ ଅସହାୟ ସତରେ ଏମାନେ ? ଦୂରରୁ ବି ଏମାନଙ୍କ ହାଡ଼କଙ୍କାଳ ଗଣି ହୋଇଯାଉଛି। ଚାଲିବାକୁ ଦେହରେ ବଳ ନାହିଁ। ହେଲେ କାହିଁକି ? ସୁଦାନର ରାଜଧାନୀ ଖାରତୁମ୍‌ର ଅଲ୍‌ କ୍ୟୁରେଶୀ ଚିଡ଼ିଆଖାନାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ୫ଟି ସିଂହ ଖାଦ୍ୟାଭାବରୁ ଏପରି ଦିଶୁଛନ୍ତି। ଫଟୋ ଭାଇରାଲ ହେବା ପରେ ଏମାନଙ୍କୁ […]

crime
ବିନା ଓଟିପି ନମ୍ବରରେ ଖାତାରୁ ଚାଲିଗଲା ଏତେ ଟଙ୍କା..

ନୂଆଦିଲ୍ଲୀ: ଡେବିଟ୍‌ କାର୍ଡ ଓ କ୍ରେଡିଟ୍‌ କାର୍ଡକୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି ଜାଲିଆତି। ଯେତେ ସତର୍କ ହେଲେ ବି ହ୍ୟାକର୍ସଙ୍କ କୌଶଳ ବିଶେଷଜ୍ଞଙ୍କ ଜ୍ଞାନକୁ ଚ୍ୟାଲେଞ୍ଜ ଦେଉଛି। ନିକଟରେ ନୋଏଡାର ନେହା ଚନ୍ଦା ଏମିତି ଏକ ଠକେଇର ଶିକାର ହୋଇଛନ୍ତି। ହ୍ୟାକର୍ସମାନେ ତାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏକ  ପିଆର କମ୍ପାନୀରେ କାମ କରୁଥିବା ନେହା ନୂଆବର୍ଷ ଛୁଟି କଟାଇବାକୁ ପ୍ୟାରିସ୍‌ ଯାଇଥିଲେ। ମେଟ୍ରୋରେ ଯାତ୍ରା ସମୟରେ ତାଙ୍କ ୱାଲେଟ୍‌ ଚୋରି […]

period-pain-menstruation-disability-1
ମାସର ସେହି ଦିନର ଯନ୍ତ୍ରଣା ଓ ଘରୋଇ ଉପଚାର...

ମହିଳାମାନଙ୍କର ଚିନ୍ତା ସେତେବେଳେ ବଢିଯାଏ, ଯେତେବେଳେ ପରିୟଡସ୍‌ ପାଖେଇ ଆସେ। କାରଣ ମାସର ସେଇ କିଛିଦିନ ପିରିୟଡ୍‌ସର ଯନ୍ତ୍ରଣା ଭୋଗିବାକୁ କିଏ ବା ଚାହେଁ ? ଏହି ଯନ୍ତ୍ରଣାରୁ ମୁକ୍ତି ପାଇଁ ଅନେକ ଔଷଧର ସାହାଯ୍ୟ ନେଇଥାନ୍ତି। କିନ୍ତୁ ସବୁବେଳେ ଡାକ୍ତରୀ ଔଷଧ ସେବନ ସ୍ୱାସ୍ଥ୍ୟପ୍ରତି ହିତକାରକ ନୁହେଁ। ଯଦି କିଛି ଘରୋଇ ଉପଚାର ଏବଂ ବିନା ସାଇଡ୍‌ ଇଫେକ୍ଟରେ ଆମେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇପାରିବା ତେବେ ଏହାକୁ ଆପଣେଇବାନି କାହିଁକି ? ତେବେ ଆସନ୍ତୁ […]

pra
‘ସାହୋ’ ପରେ ଶୁଟିଂ ସେଟ୍‌କୁ ଫେରିଲେ ପ୍ରଭାସ

ମୁମ୍ୱାଇ: ‘ସାହୋ’ ରିଲିଜ୍ ହେବାର ଚାରି ମାସ ପରେ ପୁଣି ଶୁଟିଂ ସେଟ୍‌କୁ ଫେରିଛନ୍ତି ସାଉଥ୍ ସୁପର୍‌ଷ୍ଟାର ପ୍ରଭାସ। ଏବେ ସେ ‘ଜାନ୍‌’ ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି। ସୋଶାଲ୍ ମିଡିଆ ଯୋଗେ ସେ ନିଜେ ଏହି ସୂଚନା ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ଶେଆର୍‌ କରି ସେ ଲେଖିଛନ୍ତି, “ଆପଣମାନେ ଜାଣି ଖୁସି ହେବେ ଯେ ମୁଁ ମୋ ଆଗାମୀ ଫିଲ୍ମର ଶୁଟିଂ ଆରମ୍ଭ କରି ଦେଇଛି। ଶୁଟିଂ ସେଟ୍‌ରେ ବହୁତ ମଜାମସ୍ତି ହେବ ବୋଲି ଆଶା […]

amitav
ପିତାଙ୍କ ପୁଣ୍ୟତିଥିରେ ଭାବପ୍ରବଣ ହେଲେ ଅମିତାଭ, ଟ୍ୱିଟରରେ ଲେଖିଲେ ଏମିତି...

ନୂଆଦିଲ୍ଲୀ:ବଲିଉଡ୍‌ ଶହେନ୍‌ଶାହ ଅମିତାଭ ବଚ୍ଚନ ପିତାଙ୍କ ସ୍ମୃତିରେ ଭାବପ୍ରବଣ ହୋଇପଡ଼ିଛନ୍ତି। ଶନିବାର ଥିଲଶ ଅମିତାଭଙ୍କ ପିତା ତଥା ପ୍ରଖ୍ୟାତ କବି ହରିବଂଶ ରାୟ ବଚ୍ଚନଙ୍କ ପୁଣ୍ୟତିଥି।  ଅମିତାଭ ଶନିବାର ରାତିରେ ଟିଟ୍ୱରରେ ପିତାଙ୍କର ଏକ ଫଟୋ ପୋଷ୍ଟ କରି ତାଙ୍କର ଏକ କବିତା ମଧ୍ୟ ଲେଖିଛନ୍ତି। ଏହା ଲେଖିବାବେଳେ ଅମିତାଭ ବେଶ ଭାବପ୍ରବଣ ହୋଇପଡ଼ିଥିଲେ। T 3414 – … a few moments ago he had breathed his last .. my Father […]

arrest isis activist
କାର୍‌ରେ ଯାଇ ପାରିଲେନି ଗିରଫ ମୌଲବୀ, ଖୋଜାହେଲା ଟ୍ରକ୍‌

ନୂଆଦିଲ୍ଲୀ:ଇରାକୀ ସେନା ମୋସୁଲ୍‌ ସହରରେ ଜଣେ ଆଇଏସଆଇଏସ୍‌ ମୌଲବୀଙ୍କୁ ଗରିଫ କରିଛି। ଗିରଫ ସିନା କରିଦେଲେ, ହେଲେ ତାଙ୍କୁ ନେଇ ଏବେ ହରଡଘଣାରେ ପଡ଼ିଛି ସେନା। ତାଙ୍କୁ ନେବ କେମିତି ? ରଖିବ କେଉଁଠି ? ଏମିତି ଅନେକ ପ୍ରଶ୍ନ ଏବେ ଇରାକୀ ସେନା ସାମ୍ନାରେ। ଏହି ଆଇଏସଆଇଏସ୍‌ ମୌଲବୀ ଜଣକ ସୋଶାଲ ମିଡିଆରେ ‘ଜବ୍ବା ଦ ଜେହାଦୀ’ ନାମରେ ପରିଚିତ। ତାଙ୍କୁ ଗିରଫ କରିବା ପରେ କାର୍‌ରେ ନେବା ପାଇଁ ଇରାକୀ ଟିମ୍‌ ଯୋଜନା କରିଥିଲେ। […]

nirmala
କାଲିଠୁ ନଜରବନ୍ଦୀରେ ରହିବେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ କର୍ମଚାରୀ

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖ ସାଧାରଣ ବଜେଟ ସଂସଦରେ ଆଗତ କରିବେ। ଏଥି ପାଇଁ ପ୍ରସ୍ତୁତି ଶେଷ ହୋଇଛି। ୨୦ ତାରିଖ ହେବ ହାଲୱା ଉତ୍ସବ (Halwa Ceremony)। ଏହି ଉତ୍ସବ ସହିତ ବଜେଟ ଦସ୍ତାବିଜ୍‌ର ଛାପା କାମ ଆରମ୍ଭ ହେବ। ହାଲ୍‌ୱା ଶେରେମନି ପରେ ପ୍ରିଣ୍ଟିଂ ପ୍ରେସ୍‌ର ସମସ୍ତ କର୍ମଚାରୀଙ୍କ ସମେତ ଅର୍ଥ ମନ୍ତ୍ରାଳୟର ୧୦୦ ଅଧିକାରୀ ନଜରବନ୍ଦୀରେ ରହିବେ। ବଜେଟ ପାସ୍‌ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଏପରି ନଜରବନ୍ଦୀ ଅବସ୍ଥାରେ ରହିବାକୁ […]

Untitled-2
ସୁଲେମାନୀଙ୍କୁ କାହିଁକି ମାରିବାକୁ ନିର୍ଦ୍ଦେଶ ଦେଇଥିଲେ ? ଉତ୍ତର ରଖିଲେ ଟ୍ରମ୍ପ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଇରାନ୍‌ର କୁଦ୍ଦସ ଫୋର୍ସର ଜେନେରାଲ କାସିମ ସୁଲେମାନୀଙ୍କୁ କାହିଁକି ହତ୍ୟା କଲେ ? ଏହାର ଉତ୍ତର ରଖିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ଏକ ସମାବେଶରେ ସମ୍ବୋଧନ କରି କହିଛନ୍ତି, ଇରାନର ଟପ୍‌ ଜେନେରାଲ ଆମେରିକା ବିରୋଧରେ ଅନେକ ଖରାପ କଥା କହୁଥିଲେ। ଆମେରିକା ବିରୋଧରେ ଷଡଯନ୍ତ୍ର କରୁଥିଲେ। ତାଙ୍କୁ ଆଉ କେତେ ବରଦାସ୍ତ କରିଥାନ୍ତୁ ? ସେଥିପାଇଁ ତାଙ୍କୁ ହତ୍ୟା କରିବା ଲାଗି ନିର୍ଦ୍ଦେଶ ଦିଆଗଲା। ଟ୍ରମ୍ପ କହିଥିଲେ, ସେ ହ୍ୱଇଟ […]

dabindar
ପୁଲିସର ସନ୍ଦେହଘେରରେ ଥିଲେ ଦବିନ୍ଦର, ଫୋନ ବି ଟ୍ରାକ ହେଉଥିଲା

ନୂଆଦିଲ୍ଲୀ: ଆତାଙ୍କବାଦୀଙ୍କୁ ସହାୟତା ଦେଉଥିବା ଅଭିଯୋଗରେ ଗିରଫ ବହିଷ୍କୃତ ଡିଏସ୍‌ପି ଦବିନ୍ଦର ସିଂହଙ୍କ ବିରୋଧରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହେବାରେ ଲାଗିଛି। କିଛି ଦିନ ପୂର୍ବରୁ ଦବିନ୍ଦରଙ୍କ କାର୍ଯ୍ୟକଳାପରେ ଜମ୍ମୁକାଶ୍ମୀର ପୁଲିସର ସନ୍ଦେହ ହୋଇଥିଲା। ତେଣୁ ଦବିନ୍ଦରଙ୍କ ଫୋନକୁ ପୁଲିସ ଟ୍ରାକ୍ କରୁଥିଲା। ପୁଲିସର କହିବା ଅନୁଯାୟୀ, ଦବିନ୍ଦର କିଛି ସପ୍ତାହ ତଳୁ  ଆତଙ୍କବାଦୀଙ୍କ ସହ ସମ୍ପର୍କରେ ଥିଲେ। ନିଜ ନାମ ପ୍ରକାଶ ନ କରିବା ପାଇଁ କହି ଜଣେ ପୁଲିସ ଅଧିକାରୀ କହିଛନ୍ତି, ସେମାନଙ୍କର […]

nirbhaya
ନିର୍ଭୟା ଦୋଷୀ ପବନକୁ ନାବାଳକ ପ୍ରମାଣିତ କରିବାକୁ ଯାଇ ଫସିଲେ ଓକିଲ

ନୂଆଦିଲ୍ଲୀ: ଦିଲ୍ଲୀ ବାର କାଉନ୍‌ସିଲ ନିର୍ଭୟା ଗ୍ୟାଙ୍ଗରେପ୍‌ ଘଟଣାରେ ଦୋଷୀ ପକ୍ଷରୁ ନିଯୁକ୍ତ ଓକିଲ ଏପି ସିଂହଙ୍କୁ ନୋଟିସ ଜାରି କରିଛନ୍ତି। ଦୁଇ ସପ୍ତାହ ଭିତରେ ଜବାବ ଦେବାକୁ ବାର କାଉନସିଲ ତାଙ୍କୁ କହିଛନ୍ତି। ନିର୍ଭୟା ଗ୍ୟାଙ୍ଗ ରେପ ମାମଲାରେ ଏପି ସିଂହ ତାଙ୍କ ମହକିଲ ପବନ ଗୁପ୍ତାଙ୍କୁ ବଞ୍ଚାଇବା ଉଦ୍ଦେଶ୍ୟରେ କିଛି ତଥ୍ୟପ୍ରମାଣ ପ୍ରଦାନ କରିଥିଲେ ଯାହା ଜାଲ ଥିଲା। ସେ ପବନଙ୍କୁ ନାବାଳକ ପ୍ରମାଣିତ କରିବା ପାଇଁ ଯଉଁ କାଗଜପତ୍ର ଅଦାଲତଙ୍କୁ ଦେଇଥିଲେ ତାହା […]

chine-1
ଚୀନ୍‌ରୁ ମାଡି ଆସୁଛି ବିପଦ ! ଭାରତ ନୁହେଁ, ସାରା ବିଶ୍ୱ ସତର୍କ

ନୂଆଦିଲ୍ଲୀ: ଚୀନ୍‌ରୁ ମାଡ଼ି ଆସୁଛି ବିପଦ। ଏକ ଭୟାନକ ବିପଦ। ପଡ଼ୋଶୀ ଦେଶ ଭାବେ ଖାଲି ଭାରତ ନୁହେଁ, ସାରା ବିଶ୍ୱର ସତର୍କ ଦୃଷ୍ଟି ରହିଛି ଚୀନ ଉପରେ। ହଁ, ଏହି ବିପଦ ହେଉଛି ଏକ ଅଜଣା ରୋଗର। ଏହି ରୋଗକୁ ନେଇ ଚୀନ୍‌ରେ ଖେଳି ଯାଇଛି ଆତଙ୍କ।  ଚୀନର କେତେକ ପଡ଼ୋଶୀ ଦେଶକୁ ମଧ୍ୟ ବ୍ୟାପି ଗଲାଣି। ତେଣୁ ଭାରତରେ ମଧ୍ୟ ଏହି ରୋଗକୁ ନେଇ ଚିନ୍ତା ବଢୁଛି। ନୋବେଲ କୋରୋନା ଭାଇରସ୍‌ରୁ ଏହି ରୋଗ […]

AMAZON-111
ଆମାଜନ୍‌ର ଗ୍ରେଟ୍‌ ଇଣ୍ଡିଆନ ସେଲ୍‌; ସ୍ମାର୍ଟଫୋନ୍‌ ଉପରେ ୪୦% ଡିସ୍‌କାଉଣ୍ଟ

ନୂଆଦିଲ୍ଲୀ:ଆମାଜନ୍‌ର ଗ୍ରେଟ ଇଣ୍ଡିଆନ ସେଲ ଆଜିଠାରୁ ଆରମ୍ଭ ହୋଇ ଯାଇଛି। ଏହି ସେଲ ଆଜି ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଛି। ତେବେ ଆଜିର ଚିତାକର୍ଷକ ଅଫର ଏବଂ ଡିସ୍‌କାଉଣ୍ଟ ଅଫର କେବଳ ଆମାଜନର ପ୍ରାଇମ୍‌ ମେମ୍ବରମାନେ ହିଁ ପାଇପରିବେ। ଅନ୍ୟ ୟୁଜର୍ସଙ୍କ ପାଇଁ ଆମାଜନର ଗ୍ରେଟ୍‌ ଇଣ୍ଡିଆନ ସେଲ ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହେବ। ଏହି ଅଫର ୨୨ ଜାନୁଆରୀ ପର୍ଯ୍ୟନ୍ତ ରହିବ ବୋଲି ଆମାଜନ ପକ୍ଷରୁ କୁହାଯାଇଛି। ଆମାଜନର ସେଲ୍‌ SBI କ୍ରେଡିଟ୍‌ କାର୍ଡରେ […]

Untitled-1
ଭଗବାନ କହିଲେ ବି ଏ ନରରାକ୍ଷସଙ୍କୁ କ୍ଷମା ଦେବିନି-ଇନ୍ଦିରାଙ୍କ ପରାମର୍ଶ ଶୁଣି ପ୍ରତିକ୍ରିୟା ରଖିଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ କ୍ଷମା କରିଦେବା ପାଇଁ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ନିର୍ଭୟା ମା’ ଆଶା ଦେବୀଙ୍କୁ ପରାମର୍ଶ ଦେବା ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ଆଶା ଦେବୀ। ସାରା ଦେଶ ଦୋଷୀଙ୍କୁ ଫାଶୀ ଦେବାକୁ ଚାହୁଁଥିବାବେଳେ ଇନ୍ଦିରା ଏପରି ପରାମର୍ଶ ଦେବାକୁ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କ ପରି କେତେଜଣଙ୍କ ଯୋଗୁ ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ମିଳୁ ପାରୁନାହିଁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ‘ଏପରି ନରରାକ୍ଷସଙ୍କୁ ମୁଁ […]

pawan
ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ନିଜକୁ ନାବାଳକ କହିଲା ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଜଣଙ୍କ ପରେ ଜଣେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ନୂଆ ନୂଆ ବାହାନା ଦେଖାଇବା ଆରମ୍ଭ କରିଛନ୍ତି। ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବା ପବନ ଗୁପ୍ତା ନାମକ ଯୁବକ ନିଜକୁ ନାବଳକ ଦର୍ଶାଇ ସୁପ୍ରିମକୋର୍ଟରେ ଆଜି ଆବେଦନ କରିଛି। ୨୦୧୨ ନିର୍ଭୟା ଓ ଗଣଦୁଷ୍କର୍ମ ବେଳେ ସେ ନାବାଳକ ଥିଲା ବୋଲି ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଆସନ୍ତା […]

phasi
ଫେବୃଆରୀ ୧ରେ ଫାଶୀ ପାଇବେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବଦନ ରାଷ୍ଟ୍ରପତି ଖାରଜ କରିଦେବା ପରେ ପୁଣି ଥରେ ଫାଶୀ ତାରିଖ ଧାର୍ଯ୍ୟ କରିଛନ୍ତି ପଟିଆଲା ହାଉସ୍‌ କୋର୍ଟ। ଫେବୃୟାରୀ ୧ ତାରିଖ ସକାଳ ୬ଟାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି କହିଛନ୍ତି କୋର୍ଟ। ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁଆରୀ ୨୨ ତାରିଖ ଫାଶି ଦେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ୪ ଜଣଙ୍କ ମଧ୍ୟରୁ ମୁକେଶ ସିଂ ରାଜକ୍ଷମା ଆବେଦନ କରିବା ପରେ ଏହି […]

tiger
ଶିକାର ପାଇଁ ଆସିଥିବା ବାଘ ସହ ବତକ ଖେଳିଲା ଲୁଚକାଳି

ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଦେଖିବାକୁ ତ ବେଶ୍‌ ମଜାଦାର । ଛୋଟମାନେ ବି ବଡମାନଙ୍କୁ କେମିତି ଅକଲ ଶିଖାଇ ପାରନ୍ତି ତାହା ବି ଅନୁଭବ କରିପାରିବେ ଏହି ଭିଡିଓକୁ ଦେଖିଲେ। ଛୋଟ ଜଳଚର ଜୀବଟିଏ ବତକ। ହେଲେ କେମିତି ଅକଲ ଖଟାଇ ବାଘକୁ ପାଣି ପିଆଇଲା ଦେଖନ୍ତୁ। ସୋଶାଲ ମିଡିଆରେ ଏକ ଭିଡଓ ଭାଇରାଲ ହୋଇଛି।  ଭିଡିଓରେ ଦେଖିବାକୁ ମିଳୁଛି ପୋଖରିଟିଏ। ଅଳ୍ପ ପାଣି ଅଛି। ବତକଟିଏ ଖେଳୁଛି। ବତକକୁ […]

barat
ନିଜ ବାହାଘରରେ ପହଞ୍ଚି ପାରିଲେନି ଯବାନ

ମନାଲି:ବାହାଘରରେ ଆମେ ଆପଣାର ମଣିଷମାନଙ୍କୁ ଆମନ୍ତ୍ରଣ କରିଥାଉ। କାରଣ ନିଜଲୋକଙ୍କ ଗହଣରେ ଖୁସିର ମୁହୂର୍ତ୍ତସବୁ ଆହୁରି ଜୀବନ୍ତ ହୋଇଉଠନ୍ତି। ସେମାନଙ୍କ ମଧ୍ୟରୁ କେହି ଯଦି ପହଞ୍ଚି ନ ପାରନ୍ତି ଆମ ମନ ଦୁଃଖ ହୁଏ। ହେଲେ ବାହାଘରରେ ଯଦି ନିଜେ ବର ବା କନ୍ୟା  ପହଞ୍ଚି ନ ପାରେ ତେବେ କ’ଣ ହେବ ? ଏମିତି ଏକ ଘଟଣା ଘଟିଛି ଭାରତୀୟ ସେନା ବାହିନୀର ଜଣେ ଯବାନଙ୍କ କ୍ଷେତ୍ରରେ। ହିମାଚଳ ପ୍ରଦେଶର ମଣ୍ଡିରେ ରହୁଥିବା ଜଣେ ଯବାନ […]

nirbhaya
ନିର୍ଭୟା ଦୋଷୀର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ:ନିର୍ଭୟା ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ ହୋଇଯାଇଛି।  ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜକ୍ଷମା ଆବେଦନ ଖାରଜ କରିଦେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇ ଦେଇଛନ୍ତି। ୭ ତାରିଖରେ ଡେଥ୍ ୱାରେଣ୍ଟ ଜାରି ହେବା ଓ ପରେ କ୍ୟୁରେଟିଭ ପିଟିସନ ଖାରଜ ହୋଇଯିବା ପରେ ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ସିଂ ରାଜକ୍ଷମା ପାଇଁ ଆବେଦନ କରିଥିଲା। ତେବେ ଏହି ଆବେଦନକୁ ଖାରଜ କରିଦେବା ଲାଗି ଅନୁରୋଧ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲା […]