• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

pm modi
ପିଏମ୍‌ଓ ପକ୍ଷରୁ ଏମାନଙ୍କ ପାଖକୁ ଆସିଲା ଫୋନ୍‌ କଲ୍‌ ! ମିଳିବ କି ମନ୍ତ୍ରିପଦ ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଶପଥ ନେବାକୁ ଯାଉଛନ୍ତି। ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହରେ ଦେଶବିଦେଶରୁ ବହୁ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି। ତେବେ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ନେଇ ମୋଦି ଓ ଅମିତ ଶାହଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପ୍ରାୟ ଘଣ୍ଟାଏ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହାପରେ ପିଏମ୍ଓ ପକ୍ଷରୁ ସମ୍ଭାବ୍ୟ ମନ୍ତ୍ରୀଙ୍କ ପାଖକୁ ଫୋନ୍ କଲ୍ […]

rahul
ଟିଭି ଡିବେଟ୍‌ରୁ ଦୂରେଇଲା କଂଗ୍ରେସ

ନୂଆଦିଲ୍ଲୀ: ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଏବେ ଟିଭି ବିତର୍କରୁ ନିଜକୁ ଦୂରେଇ ରଖିଛି। ମାସେ ପାଇଁ କୌଣସି ଟିଭି ଡିବେଟ୍‌ ବା ବିତର୍କରେ ମୁଖପାତ୍ରମାନେ ଭାଗ ନେବେ ନାହିଁ ବୋଲି କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। କଂଗ୍ରେସ ନେତାଙ୍କୁ ଡିବେଟ୍ କାର୍ଯ୍ୟକ୍ରମରେ ନ ଡାକିବାକୁ ନ୍ୟୁଜ୍‌ ଚ୍ୟାନେଲ ଓ ସଂପାଦକମାନଙ୍କୁ ସେ ଅନୁରୋଧ କରିଛନ୍ତି। .@INCIndia has decided to not send spokespersons on television debates […]

two men arrested
ଆତଙ୍କବାଦୀ ଭାବି ଯାହାକୁ ଗିରଫ କରିଥିଲା ପୁଲିସ୍‌, ସେମାନେ ଥିଲେ...

ମୁମ୍ୱାଇ: ଆତଙ୍କବାଦୀ ଭଳି ପୋଷାକ ପିନ୍ଧିଥିବାରୁ ମୁମ୍ୱାଇ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜଣେ ବ୍ୟାଙ୍କ ଜଗୁଆଳି ତଥା ପୂର୍ବତନ ସେନା ଅଧିକାରୀ ଅଟକ ଦୁଇ ବ୍ୟକ୍ତିଙ୍କ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲେ। ପରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରିଥିଲା। ତଦନ୍ତ ବେଳେ ପୁଲିସ୍‌ ଅଟକ ଦୁଇ ବ୍ୟକ୍ତିଙ୍କ ପରିଚୟ ପାଇଛି। ଜଣଙ୍କ ନାମ ବଲରାମ ଗିନଓ୍ୱାଲା, ଅନ୍ୟ ଜଣେ ଅରବାଜ ଖାନ୍। ବଲିଉଡ […]

pak
ଏସିଆ କପ୍‌ ଆୟୋଜନ କରିବ ପାକିସ୍ତାନ

ଇସ୍‌ଲାମାବାଦ:୨୦୨୦ରେ ହେବାକୁ ଥିବା ଏସିଆ କପ୍‌ର ଆୟୋଜନ ପାକିସ୍ତାନ କରିବ। ଦୁଇ ବର୍ଷକୁ ଥରେ ଖେଳାଯାଉଥିବା ଏସିଆ କପ୍‌ ଏଥର ଟି-୨୦ ଫର୍ମାଟରେ ହେବ। ପାକିସ୍ତାନ ଏହାର ଆୟୋଜନ କରୁଥିଲେ ହେଁ ନିଜ ଦେଶରେ କୌଣସି ମ୍ୟାଚ୍‌ ଖେଳିବ ନାହିଁ। ବରଂ ୟୁଏଇରେ ମ୍ୟାଚ୍‌ ଗୁଡ଼ିକ ଅନୁଷ୍ଠିତ ହେବ। ମଙ୍ଗଳବାର ଦି ଏସିଆନ୍‌ କ୍ରିକେଟ୍‌ କାଉନସିଲ(ଏସିସି) ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପାକିସ୍ତାନକୁ ଏସିଆ କପ୍‌ ଆୟୋଜନ ପାଇଁ ଅନୁମତି ମିଳିଛି। ପାକିସ୍ତାନ ନିଜ ଦେଶରେ ମ୍ୟାଚ୍‌ […]

monsoon
ଜୁନ୍‌ ୬ ରେ କେରଳ ଛୁଇଁପାରେ ମୌସୁମୀ

ନୂଆଦିଲ୍ଲୀ: ମେ’ ୧୮ ତାରିଖରେ ଆଣ୍ଡାମାନ ପହଞ୍ଚିବା ପରେ ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ ଏକ ପ୍ରକାରର ଧିମା ହୋଇଯାଇଥିଲା। ଏହା କେବେ କେରଳ ଛୁଇଁବ, ତାକୁ ନେଇ ନାନା ପ୍ରକାରର ଆଶଙ୍କା ପ୍ରକାଶ ପାଇଥିଲା। ତେବେ ମୌସୁମୀ ଆସନ୍ତା ୩ ଦିନ ମଧ୍ୟରେ ପୁଣିଥରେ ସକ୍ରିୟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ ମୌସୁମୀ ଆଣ୍ଡାମାନ ଓ ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। […]

Mamata-banerjee
ଧାରଣା ଦେବେ ଦିଦି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଧାରଣାରେ ବସିବେ। ନିର୍ବାଚନ ଜିତିବା ପରେ ବିଜେପି କର୍ମୀ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଘଟାଇବା ସହ ଟିଏମ୍‌ସି କର୍ମୀଙ୍କ ଘର ଦ୍ୱାର ଭଙ୍ଗାରୁଜା କରିଥିବା ମମତା ଅଭିଯୋଗ କରିଛନ୍ତି। ବିଜୁପୁର ଓ ନଇହାତୀ ଅଞ୍ଚଳରେ ଏଭଳି ଘଟଣା ହୋଇଥିବା ସେ କହିବା ସହ ପ୍ରତିବାଦରେ ଧାରଣା ଦେବେ ବୋଲି ମମତା କହିଛନ୍ତି। ନିର୍ବାଚନ ବେଳେ ବିଜେପି କର୍ମୀଙ୍କୁ ଟିଏମ୍‌ସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷେ, ଟିଏମ୍‌ସିର ଶହେ […]

joint pain
ଆଣ୍ଠୁ ଗଣ୍ଠି ବିନ୍ଧାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଭୁବନେଶ୍ୱର: ଆଜିକାଲି ଆଣ୍ଠୁ ଏବଂ ଅଣ୍ଟା ବିନ୍ଧିବା ଏକ ସାଧାରଣ କଥା। ଅନେକ ଲୋକ ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି।  ହେଲେ ଅଧିକାଂଶ ଲୋକ ଏହାକୁ ଖାମଖିଆଲି ଭାବେ ନେଇଥାନ୍ତି।  ଜାଣନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ କିଛି ଘରୋଇ ଉପଚାର। ଯାହାକୁ ବ୍ୟବହାର କରି ଆପଣ ଏହି ସମସ୍ୟାରୁ ଆରାମ ପାଇ ପାରିବେ। ଥଣ୍ଡା ପାଣି ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି କିମ୍ବା ଅଣ୍ଟା ବିନ୍ଧା ହେଉଛି ତେବେ ଥଣ୍ଡା ପାଣିର ପଟି ନେଇ ଆଣ୍ଠୁ ଏବଂ ଅଣ୍ଟାରେ […]

pm modi
ଆଜିଠୁ ଆରମ୍ଭ ହେବ ମୋଦିଙ୍କ ଦ୍ୱିତୀୟ ଇନିଂସ୍‌

ନୂଆଦିଲ୍ଲୀ: ଆଜିଠାରୁ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ନରେନ୍ଦ୍ର ମୋଦି। ଆଜି ସଂଧ୍ୟା ୭ଟାରେ ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳ ପଦ ଓ ଗୋପନୀୟତାର ଶପଥ ନେବେ। ଏଥିପାଇଁ ରାଷ୍ଟ୍ରପତି ଭବନରେ ଭବ୍ୟ ଆୟୋଜନ କରାଯାଇଛି। ଗତଥର ଭଳି ଏଥର ମଧ୍ୟ ବିଭିନ୍ନ ପଡୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନରେନ୍ଦ୍ର ମୋଦି ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବକୁ ଦେଶ ବିଦେଶର ୬ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ […]

salman
ଦିଶାଙ୍କ ଟେନ୍‌ସନ୍‌ ଦୂର କଲେ ସଲମାନ

ମୁମ୍ୱାଇ: ବଲିଉଡ୍‌ ବିୟୁଟି ଦିଶା ପଟାନୀଙ୍କ ଲାଗି ଏବେ ତାଙ୍କ ବୟସ କାଳ ହୋଇଛି। ହାତୀ ମୁଣ୍ଡରେ ସୁନା କଳସ ଢାଳିବା ପରି କ୍ୟାରିଅର ଆରମ୍ଭରେ ଦବଙ୍ଗ ଖାନଙ୍କ ସହ କାମ କରି ଦିଶାଙ୍କ ମନ ଗଗନେ ଉଡୁଥିଲା। ହେଲେ ଉଭୟଙ୍କ ମଧ୍ୟରେ ବୟସ ତାରତମ୍ୟ  ଢେର ଅଧିକ ହୋଇଥିବାରୁ ଏପରି ସୁଯୋଗ ପୁଣି ତାଙ୍କ ଭାଗ୍ୟରେ ଜୁଟିବ କି ନାହିଁ ତାକୁ ନେଇ ଟେନସନରେ ଦିଶା। ସଲମାନ କିନ୍ତୁ ଚୁଟକିରେ ଦିଶାଙ୍କ ଏହି ଟେନସନ ଦୂର […]

malaika...
ନ୍ୟୁଡ୍‌ ଡ୍ରେସ୍‌ ପିନ୍ଧି ଟ୍ରଲ୍‌ ହେଲେ ମଲାଇକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି ସତ କିନ୍ତୁ, ରିଅଲ୍‌ ଲାଇଫ୍‌ ଏବଂ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର୍‌ଙ୍କ ସହ ରିଲେସନ୍‌ସିପ୍‌କୁ ନେଇ ସେ ଚର୍ଚ୍ଚାରେ ରହିଆସୁଛନ୍ତି। ଏବେ ସେ ପୁଣି ଥରେ ଏକ ଫଟୋ ଶେଆର୍‌ କରି ଚର୍ଚ୍ଚାକୁ ଆସିବା ସହ ତାଙ୍କୁ ଟ୍ରଲ୍‌ ହେବାକୁ ପଡ଼ିଛି। ସେ ସୋଶାଲ୍‌ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେଆର୍‌ କରିଛନ୍ତି, ଯେଉଥିରେ ସେ ଏକ ନ୍ୟୁଡ୍‌ ଡ୍ରେସ୍‌ ପିନ୍ଧି କାଖ […]

Sunill
ଓଡ଼ିଆ ଅଭିନେତା ସୁନୀଲଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଧାରାବାହିକ ତଥା ସିନେ ଅଭିନେତା ସୁନୀଲ ନାୟକଙ୍କ ପରଲୋକ ହୋଇଛି। ହୃଦ୍‌ଘାତରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୯ ବର୍ଷ ବୟସ ହୋଇଥିଲା। ଏକ କମେଡି ଧାରାବାହିକର ସୁଟିଂ ସେଟ୍‌ରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବହୁ ଟେଲି କଳାକାର ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି। ସୁନୀଲଙ୍କ ମୃତ୍ୟୁକୁ ନେଇ ଓଡ଼ିଆ ଟେଲି ଓ […]