ଓ୍ୱାଶିଂଟନ:ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି। ଆମେରିକା-ଇରାନ୍ ମୁହାଁମୁହିଁ ସ୍ଥିତିରେ । ଗତକାଲି ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଇରାନ ଆକ୍ରମଣ କରିବା ପରେ ଧମକ ଦେଇଛି ଆମେରିକା। ଯଦି ଇରାନ୍ ଆମେରିକାକୁ ଟାର୍ଗେଟ କରିବ ତା’ହେଲେ ଆମେରିକା ଇରାନର ୫୨ଟି ସ୍ଥାନକୁ ଟାର୍ଗେଟ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏଭଳି ଚେତାବନୀ ଦେଇଛନ୍ତି। ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା ପରେ […]
କୋଲକାତା: ପଶ୍ଚିମବଙ୍ଗ ସ୍ଥିତ ବର୍ଦ୍ଧମାନ ରେଲଓ୍ୱେ ଷ୍ଟେସନର ଗୋଟିଏ ସାଇଡ୍ ଛାତ ଭୁଶୁଡ଼ି ପଡ଼ିଛି। ଷ୍ଟେସନ ଭିତରକୁ ଯିବା ପାଇଁ ପ୍ରବେଶ ଦ୍ୱାର ଉପରେ ଥିବା ଛାତଟି ଭୁଶୁଡ଼ି ପଡ଼ିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ରେଳ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ସମୀକ୍ଷା କରିଛନ୍ତି। ଏଥିସହ ଭୁଶୁଡ଼ିବାର କାରଣ ଜାଣିବା ପାଇଁ ୩ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। ପୂର୍ବ […]
ସାରା ଅଲ୍ଲି ଖାନ୍ଙ୍କ ବିକିନ୍ ଫଟୋ ଆଜିକାଲଇ ସୋଶାଲ ମିଡିଆରେ ବେଶ୍ ଧୂମ୍ ମଚାଉଛି। ଏବେ ସାରା ନିଜ ପରିବାର ସହ ମାଲଦୀପରେ ଛୁଟି କଟାଉଛନ୍ତି। ସେଠାରେ ସମୁଦ୍ର ସ୍ନାନର ମଜା ନେଉଛନ୍ତି। ଏହାର ଫଟୋ ଇଷ୍ଟାଗ୍ରାମ୍ରେ ଲଗାତାର ପୋଷ୍ଟ କରୁଛନ୍ତି ସାରା। ଏହି ଫଟୋକୁ ୟୁଜର୍ସ ବେଶ ପସନ୍ଦ କରୁଛନ୍ତି।
ବାଗଦାଦ:ଆମେରିକା କଡ଼ା ଜବାବ୍ ଦେଇଛି ଇରାନ୍। ଶନିବାର ରାତିରେ ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକାର ଦୂତାବାସ ଏବଂ ବଲାଦ ଏୟାର ବେସ ଉପରେ ଇରାନ ଆକାଶମାର୍ଗରୁ ଆକ୍ରମଣ କରିଛି। ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା ପରେ ଏବେ ଇରାନ ଆମେରିକାକୁ ଏଭଳି ଜବାବ ଦେଇଛି। ଆମେରିକାର ଦୂତାବାସ ଉପରେ ରକେଟ୍ ମାଡ଼ ସହିତ ମୋଟର ମାଡ଼ କରିଛି ଇରାନ୍। ଏଥିର କିନ୍ତୁ କେହି […]
ବାଗ୍ଦାଦ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ କ୍ରମେ ଆମେରିକା ସେନା ପକ୍ଷରୁ ଇରାକ-ଇରାନ୍ ସୀମାରେ ଥିବା ବାଗ୍ଦାଦ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା। ଏଥିରେ ଇରାନ୍ର କମାଣ୍ଡର ଜେନେରାଲ କାସିମ୍ ସୁଲେମାନୀ ନିହତ ହୋଇଛନ୍ତି। ଆମେରିକାର ଏପରି ଆକ୍ରମଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଇରାନ୍। ଦେଶର ଜଣେ ପ୍ରମୁଖ ନେତାଙ୍କୁ ହରାଇବା ପରେ ପ୍ରତିଶୋଧପରାୟଣ ହୋଇ ଉଠିଛି । ଏବେ ବାଗ୍ଦାଦ୍ସ୍ଥିତ ଆମେରିକା ଦୂତାବାସରେ ଥିବା ସମସ୍ତ ନାଗରିକଙ୍କୁ ଇରାକ୍ […]
ନୂଆଦିଲ୍ଲୀ:ଖେଳିବାକୁ କାହାକୁ ଭଲ ନ ଲାଗେ ? ପୁଣି ଖେଳରେ ଯଦି ତୁମର ଜିତାପଟ୍ ହେଲା ! ସେ ଖୁସି ତ ଭାଷାରେ ବି ବର୍ଣ୍ଣନା କରାଯାଇ ନ ପାରେ। ସେ ଖେଳାଳି ମଣିଷ ହେଉ କି ପଶୁ, ଖୁସି କିନ୍ତୁ ସମାନ। ଏଠି ଖେଳାଳି ହେଉଛି ହରିଣ। ଆଉ ଖେଳରେ ଜିତିଲା ପରେ ହରିଣର ଯେଉଁ ଖୁସି ଦେଖିଲେ ଆପଣ ବି ଖୁସି ହୋଇଯିବେ। ଏମିତି ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଇଣ୍ଡିଆନ […]
ବାଗଦାଦ: ଆମେରିକା ସେନା ପକ୍ଷରୁ ବାଗ୍ଦାଦ ବିମାନବନ୍ଦରରେ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଛି। ଆକ୍ରମଣରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀ ନିହତ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ସକାଳେ ଏ ନେଇ ଏକ ଟ୍ୱିଟ୍ କରି ଅବଗତ କରାଇଛନ୍ତି। ଟ୍ରମ୍ପ ଆମେରିକାର ଜାତୀୟ ପତାକାକୁ ଟୁଇଟ୍ କରି ତାଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ ହୋଇଥିବା ସୂଚନା ଦେଇଛନ୍ତି। ଏହି ଆକ୍ରମଣର କିଛି […]
ନୂଆଦିଲ୍ଲୀ: ବର୍ଷ ୨୦୨୦ର ପ୍ରଥମ ଦିନରେ ୩, ୮୬,୦୦୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ୟୁନିସେଫ୍ ଏହି ସୂଚନା ଦେଇଛି। ଜନ୍ମନେଇଥିବା ଛୁଆଙ୍କ ମଧ୍ୟରୁ ଭାରତରୁ ସର୍ବାଧିକ ଜନ୍ମ ନେଇଛନ୍ତି। ତେବେ ନୂଆବର୍ଷରେ ଜନ୍ମ ନେଇଥିବା ସମସ୍ତ ଛୁଆଙ୍କ ମଧ୍ୟରୁ ଫିଜରେ ପ୍ରଥମେ ଛୁଆ ଜନ୍ମ ଗ୍ରହଣ କରିଛି। ସେହିପରି ଆମେରିକାରେ ଶେଷ ଛୁଆ ଜନ୍ମ ନେଇଛି। ସାରା ବିଶ୍ୱରେ ଜନ୍ମନେଇଥିବା ଛୁଆଙ୍କ ମଧ୍ୟରେ ଭାରତରେ ଗତକାଲି ସର୍ବାଧିକ ୬୯,୦୦୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ଏହାପରେ […]
ଭୁବନେଶ୍ୱର: ଅବସର ଘୋଷଣା କଲେ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୁନିତା ଲାକ୍ରା। ଆଣ୍ଠୁରେ ଆଘାତ ଜନିତ କାରଣରୁ ସେ ଅନ୍ତର୍ଜାତୀୟ ହକିରୁ ଅବସର ନେଇଥିବା ଜଣାପଡ଼ିଛି । ତେବେ ସେ ନାଲ୍କୋ ପାଇଁ ଘରୋଇ ହକି ମ୍ୟାଚ ଖେଳିବେ। ଏ ନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକର ସୁନୀତା ଜଣେ ଓଡ଼ିଆ ଅନ୍ତର୍ଜତୀୟ ହକି ଖେଳାଳି । ୨୦୦୮ରେ ସେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । […]
ନୂଆଦିଲ୍ଲୀ:ପୁଣି ଟିକ୍ଟକ୍କୁ ନେଇ ଜାରି ହେଲା କଟକଣା । ଟିକ୍ଟିକ୍ ମନୋରଞ୍ଜନ ନାଁରେ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ବିଶ୍ୱର ବହୁଳ ବ୍ୟବହୃତ ଚାଇନିଜ୍ ଭିଡିଓ ଆପ୍ ଟିକ୍ଟିକ୍କୁ ବ୍ୟାନ କରାଯାଇଛି। ବିଶେଷକରି ଟିକ୍ଟିକ୍ ବ୍ୟବହାର କରିବାକୁ ସେନାକୁ ବାରଣ କରାଯାଇଛି। ଦେଶର ସୁରକ୍ଷା ବିପନ୍ନ ହେବା ଆଶଙ୍କାରେ ଏପରି ପଦକ୍ଷେପ ନେଇଛି ଆମେରିକା ଆର୍ମି । ହେଲେ କାହିଁକି ଜାଣନ୍ତି ? ଆମେରିକାର ଆର୍ମି ସ୍ପୋକ୍ସ୍ଓମ୍ୟାନ ଲ୍ୟୁଟନାଣ୍ଟ କର୍ନଲ ରବିନ ଓକୋଆ […]
ନୂଆଦିଲ୍ଲୀ:ସାବଧାନ୍ ! ଆହୁରି କଡ଼ାକଡ଼ି ହେଉଛି ଟ୍ରାଫିକ୍ ନିୟମ। ଫାଇନରେ ଚଳିବନି, ଭୁଲ୍ କଲେ ଏଣିକି ରଦ୍ଦ ହୋଇପାରେ ଲାଇସେନ୍ସ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ୍ କରିବା ପାଇଁ ସୁପ୍ରିମକୋର୍ଟଙ୍କ ରୋଡ ସେଫ୍ଟି କମିଟିର ନିର୍ଦ୍ଦେଶ ମୁତାବକ ଏଭଳି ନିୟମ ତିଆରି ହୋଇଛି। ମଦ ପିଇ ଗାଡ଼ି ଚଲାଇଲେ ଓ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର କଲେ ସଂପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏଣିକି ନିର୍ଦ୍ଧାରିତ ବେଗଠାରୁ […]