• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

12333
ନେତାଙ୍କ ଦାଦାଗିରି: ଦୁଇ ଭଉଣୀଙ୍କୁ ବାନ୍ଧି ରାସ୍ତାରେ ଘୋଷାଡ଼ିଲେ

କୋଲକାତା:କୋଲକାତରେ ତୃଣମୂଳ କଂଗ୍ରେସ ନେତାଙ୍କ ଦାଦାଗିରି। ଦିନ ଦ୍ୱିପହରରେ ଟିଏମ୍‌ସି ନେତା ଜଣେ ମହିଳାଙ୍କୁ ତଳେ ପକାଇ ଘୋଷାଡିବା ସହିତ ମାଡ଼ ମାରିଛନ୍ତି।  ଖାଲି ମହିଳା ଜଣଙ୍କ ନୁହେଁ ତାଙ୍କ ବଡ଼ ଭଉଣୀର ମଧ୍ୟ ସମାନ ଅବସ୍ଥା କରି ମମତା ବାନାର୍ଜୀଙ୍କ ନେତା ନିଜର ଦମ ଦେଖାଇଛନ୍ତି। ସୋଶାଲ ମିଡିଆରେ ଏହାର ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ଭାବମୂର୍ତ୍ତି ସଜାଡ଼ିବାକୁ ଯାଇ ରବିବାର ଟିଏମସି ନେତା ଅମଲ ସରକାରଙ୍କୁ ଦଳ ନିଲମ୍ୱନ କରିଛି। ସୋଶାଲ […]

jamia
ଜାମିଆ ୟୁନିଭର୍ସିଟି ଅଞ୍ଚଳରେ ପୁଣି ଫୁଟିଲା ଗୁଳି

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଗୁଳିକାଣ୍ଡ। ଗତ ରାତିରେ ଗୁଳିକାଣ୍ଡ ଘଟିଛି ଜାମିଆ ୟୁନିଭରସିଟି ଅଞ୍ଚଳରେ । ୪ ଦିନ ଭିତରେ ତୃତୀୟ ଥର ପାଇଁ ଘଟିଛି ଏହି ଗୁଳିକାଣ୍ଡ । ସିଏଏ ବିରୋଧରେ ବିକ୍ଷୋଭ ଚାଲିଥିବା ବେଳେ ଏହି ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ,  ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଜାମିଆ ଓ ଜାମିଆ ମିଲିଆ ଇସଲାମିକ୍‌ (Jamia Millia Islamia) ଅଞ୍ଚଳକୁ ଆସିଥିଲେ। ସେମାନେ ଜାମିଆ ୟୁନିଭର୍ସିଟିର ୫ ନମ୍ବର ଗେଟ୍‌ରେ ଗୋଟିଏ […]

karona
ଚୀନ୍‌ରୁ ଫେରି ନ ପାରି କାନ୍ଦୁଛନ୍ତି ପାକିସ୍ତାନ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ:କରୋନାକୁ ନେଇ ଭାରତରେ ଆତଙ୍କ ବଢୁଛି। କେରଳରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭଗ ସଜାଗ ହୋଇଉଠିଛି। ସେମାନଙ୍କୁ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇ ତାଙ୍କ ଉପରେ କଡ଼ା ନଜର ରଖାଯାଇଛି ।ଅନ୍ୟପକ୍ଷେ କରୋନା ଭୂତାଣୁ ଭୟାବହ ରୂପ ନେଉଥିବାରୁ ଚୀନରେ ରହୁଥିବା ଭାରତୀୟଙ୍କୁ ଫେରାଇ ଅଣାଯାଉଛି । ଆଜି ଚୀନର ଉହାନ ସହରରୁ  ୩୨୩ ଜଣ ଭାରତୀୟ ଫେରି ଆସିଛନ୍ତି। ଏୟାର ଇଣ୍ଡିଆ ବିମାନ ଯୋଗେ ୩୨୩ ଜଣ […]

image
ନିର୍ଭୟା: ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶି ଉପରେ ରୋକ୍ ନେଇ ଚାଲେଞ୍ଜ ପିଟିସନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ କରିବେ ଶୁଣାଣି । ପଟିଆଲା ହାଉସ କୋର୍ଟ ଶୁକ୍ରବାର ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶି ଉପରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରୋକ ଲଗାଇଥିଲେ।  ପଟିଆଲା ହାଉସ କୋର୍ଟଙ୍କ ରାୟ ବିରୋଧରେ ଚ୍ୟାଲଞ୍ଜ କରି ତିହାର ଜେଲ କର୍ତ୍ତୃପକ୍ଷ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଏର କରିଛନ୍ତି। ଦୋଷୀମାନେ ଆଇନର ଗଳାବାଟରୁ ଭରପୁର ଫାଇଦା […]

ADhar
ଆଧାର ଦେଖାଇଲେ ଫଟାଫଟ୍‌ ମିଳିବ ପ୍ୟାନ୍‌ କାର୍ଡ

ନୂଆଦିଲ୍ଲୀ:ପାନ କାର୍ଡ କରିବା ପାଇଁ  ଆଉ ଚିନ୍ତା ନାହିଁ। ଯଦି ଆପଣଙ୍କ ପାଖରେ ଯଦି ଆଧାର ନମ୍ବର ଅଛି ତେବେ ଫଟାଫଟ୍‌ ଆପଣଙ୍କୁ ମିଳିଯିବ ପରମାନେଣ୍ଟ ଆକାଉଣ୍ଟ ନମ୍ବର ଅର୍ଥାତ୍‌ PAN Card। ଏଥର ବଜେଟରେ ଏମିତି କିଛି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ କହିଥିଲେ, ଆଧାର ଥିଲେ ପାନ୍‌ କାର୍ଡ ପାଇଁ ଫର୍ମ ବି ପୂରଣ କରିବାକୁ ପଡ଼ିବ ନାହିଁ। ଆଧାର ମାର୍ଡ ମାଧ୍ୟମରେ  […]

NS-1
ବାପାଙ୍କ ମୃତ୍ୟୁ ଖବର ଶୁଣି ବି ଘରକୁ ଯାଇ ନ ଥିଲେ ବଜେଟ ଦାୟିତ୍ୱରେ ଥିବା ଅଧିକାରୀ

ନୂଆଦିଲ୍ଲୀ:ବଜେଟ ଛପା କାମ କେତେ କଠିନ ଯିଏ କରେ ସିଏ ଜାଣେ। ବଜେଟ ପ୍ରସ୍ତୁତ କରିବା ପାଇଁ ନିଜକୁ କେତେ ଦୃଢ କରିବା ଆବଶ୍ୟକ ତାହାର ଏକ ପ୍ରମାଣ ଦେଇଛନ୍ତି ଡେପୁଟି ମ୍ୟାନେଜର (ପ୍ରେସ) କୁଲଦୀପ ଶର୍ମା। ବଜେଟ ଛପା ଦାୟିତ୍ୱରେ ଥିବା ବେଳେ ଅର୍ଥାତ୍‌ ଜାନୁଆରୀ ୨୬ ତାରିଖ ତାଙ୍କ ବାପାଙ୍କ ମୃତୃ ଘଟିଥିଲା। ତଥାପି ସେ ଛୁଟିରେ ନ ଯାଇ ନିଜ କାର୍ଯ୍ୟ କରୁଥିଲେ। ବଜେଟ ଛପା ଦାୟିତ୍ୱରେ ଥିବା ଅଧିକାରୀ ଛୁଟି ନେଇପାରିବେନି […]

2323232
ଆଗ ଟଙ୍କା ଦେବ, ପରେ ବିଜୁଳି ଜାଳିବ-ବଜେଟ୍‌ରେ ନୂଆ ନିୟମ

ନୂଆଦିଲ୍ଲୀ:ଆସନ୍ତା ୩ ବର୍ଷ ମଧ୍ୟରେ ସବୁ ବିଦ୍ୟୁତ୍‌ ଗ୍ରାହକଙ୍କ ପାଇଁ ଆସିବ ପ୍ରିପେଡ ସ୍ମାର୍ଟ ମିଟର। ଏଥିସହ ଗ୍ରାହକମାନେ ବିଦ୍ୟୁତ୍‌ ଯୋଗାଣ କମ୍ପାନୀ ନିଜ ପସନ୍ଦ ଅନୁସାରେ ଚୟନ କରିବେ ଏବଂ ନିଜର ଆବଶ୍ୟକ ଅନୁଯାୟୀ ଦର ସ୍ଥିର କରିପାରିବେ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟରେ ପ୍ରସ୍ତାବ ରଖିଛନ୍ତି । ପ୍ରଚଳିତ ବ୍ୟବସ୍ଥା ଅନୁସାରେ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଆସନ୍ତା ତିନି ବର୍ଷ […]

lic
LICରୁ ପୁଞ୍ଜି ପ୍ରତ୍ୟାହାର କରିବେ ସରକାର

ନୂଆଦିଲ୍ଲୀ:ଭାରତୀୟ ଜୀବନ ବିମା ନିଗମ ବା ଲାଇଫ ଇନ୍‌ସ୍ୟୁରାନ୍ସ (LIC)ରୁ ପୁଞ୍ଜି ପ୍ରତ୍ୟାହାର କରିବେ ସରକାର । ଏ ନେଇ ବଜେଟ୍‌ରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହିତ IDBIର ସରକାରୀ ଅଂଶଧନକୁ ମଧ୍ୟ ବିକ୍ରି କରିବେ ବୋଲି ଘୋଷଣା କରିଛନ୍ତି। ଏଲଆଇସିରୁ କେତେ ପୁଞ୍ଜି ପ୍ରତ୍ୟାହାର କରିବେ ସେ ନେଇ ଯଦିଓ ସ୍ପଷ୍ଟ ଜଣା ପଡ଼ିନାହିଁ ତେବେ ଏହାକୁ ନେଇ ବିରଧୀମାନେ ପାଟିତୁଣ୍ଡ କରିଛନ୍ତି। ସୂଚନାଥାଉ କି ସରକାର ଏୟାର ଇଣ୍ଡିଆର ୧୦୦ ପ୍ରତିଶିତ […]

budget
ଏଥର ବଜେଟ୍‌ରେ ୫ ଜଣଙ୍କ ଭୂମିକା ଥିଲା ଏମିତି ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ:ବଜେଟ ଆଗତ କରିବା ପୂର୍ବରୁ ନିୟମ ଅନୁଯାୟୀ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ପୁରା ଟିମ୍‌ ସହ ରାଷ୍ଟ୍ରପତି ରୀମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ। ନିୟମ ଅନୁଯାୟୀ,  ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଏହି ବଜେଟ ମନ୍ତ୍ରୀମଣ୍ଡଳର ଅନୁମୋଦିତ ହେବ ଏବଂ ତା’ ପରେ ହିଁ ବଜେଟ୍‌ରେ ଆଗତ କରାଯିବ। ତେବ ବଜେଟ ପ୍ରସ୍ତୁତିରେ ଅର୍ଥମନ୍ତ୍ରୀଙ୍କୁ କିଏ ସହଯୋଗ କରିଥିଲା ଜାଣନ୍ତି ? […]

top-places-in-india-that-every-tourist-must-visit
ବଜେଟ୍‌-୨୦୨୦; ପର୍ଯ୍ୟଟନ ସହରରେ ପ୍ରତିଷ୍ଠା ହେବ ମ୍ୟୁଜିୟମ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିମଳା ସୀତାରମଣ ଚଳିତ ଆର୍ଥକ ବର୍ଷର ପୂର୍ଣ୍ଣଙ୍ଗ ବଜେଟ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ସହ ପର୍ଯ୍ୟଟନକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ବଜେଟ୍‌ରେ ୫ଟି ଆଇକନିକ ପର୍ଯ୍ୟଟନ କ୍ଷେତ୍ରରେ ମ୍ୟୁଜିୟମ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଏହାବ୍ୟତୀତ ଝାଡ଼ଖଣ୍ଡ ରାଞ୍ଚିରେ ପ୍ରତିଷ୍ଠା ହେବ ଜନଜାତି ସଂଗ୍ରହାଳୟ। ସେହିପରି ଅହମ୍ମଦାବାଦରେ ପ୍ରତିଷ୍ଠା ହେବ ସାମୁଦ୍ରିକ ସଂଗ୍ରହାଳୟ। ଏଥର ବଜେଟ୍‌ରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ୨୫୦୦ […]

NS
ହମାରା ୱତନ୍‌..ଦୁନିଆ କା ସବ୍‌ସେ ପ୍ୟାରା ୱତନ୍‌-ବଜେଟ୍‌ ଉପସ୍ଥାପନ ବେଳେ କବିତା ପଢିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ:ଆର୍ଥିକ ବଜେଟକୁ ନେଇ ଆଜି ସଂସଦର ମାହୋଲ ସରଗରମ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଢୁଛନ୍ତି ଆର୍ଥିକ ବଜେଟ୍‌। ଆଜି ବଜେଟ ପଢିବା ବେଳେ ମନ୍ତ୍ରୀ କାଶ୍ମୀରକୁ ନେଇ ଏକ କବିତା ପଢିଥିଲେ। ଏହି କବିତା ଗମ୍ଭୀର ମାହୋଲକୁ ହାଲ୍‌କା କରି ଦେଇଥିଲା। ଅର୍ଥମନ୍ତ୍ରୀ କାଶ୍ମୀର ପ୍ରସଙ୍ଗ ଉଠାଇ ହିନ୍ଦୀରେ ଏକ କବିତା ପଢିଥିଲେ। ସେ ଏଥିରେ କହିଥିଲେ, ‘ହମାରା ୱତନ୍‌ ଖିଲ୍‌ତେ ହୁଏ ଶାଲିମାର ବାଗ୍‌ ଜୈସା/ ହମାରା ୱତନ୍‌ ଡାଲ୍‌ ଝିଲ୍‌ ମେଁ ଖିଲ୍‌ତେ ହୁଏ […]

NIRMALA
ବଜେଟ-୨୦୨୦; କୃଷିର ଉନ୍ନତି ପାଇଁ ୧୬ ଆକ୍ସନ ପ୍ଲାନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିମଳା ସୀତାରମଣ ଚଳିତ ଆର୍ଥକ ବର୍ଷର ପୂର୍ଣ୍ଣଙ୍ଗ ବଜେଟ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ସରକାରରେ ନିର୍ମଳା ସୀତରମଣ ଦ୍ୱିତୀୟ ଥର ପାଇଁ ଉପସ୍ଥାପନ କରୁଛନ୍ତି ବଜେଟ। ଆଜି ବଜେଟ୍‌ରେ କୃଷିର ଉନ୍ନତି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ। କ’ଣ ରହିଛି ବଜେଟ୍‌ରେ ଆସନ୍ତୁ ଜାଣିବା- ୧-ବଜେଟ୍‌ରେ କୃଷିର ଉନ୍ନତି ନେଇ ୧୬ଟି ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି ୨-ଜଳାଭାବ ଥିବା ୧୦୦ଟି ଜିଲ୍ଲାରେ ବିଶେଷ ବ୍ୟବସ୍ଥା କରାଯିବ ୩-୨୦ […]

nirbhaya
ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ  ଖାରଜ କରିଦେଇଛନ୍ତି। ମୁକେଶ ପରେ ବିନୟ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲା। ବିନୟ ରାଜକ୍ଷମା ଆବେଦନ କରିବା ପରେ ୪ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚିବା ନେଇ ଯେଉଁ ଅନୁମାନ କରାଯାଉଥିଲା ତାହା ସତ୍ୟ ହୋଇଛି। ଫେବ୍ରୁଆରୀ ୧ରେ ନିର୍ଭୟା ଦୋଷୀ ଫାଶୀ ପାଇବା ପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ତାହାକୁ ଘଞ୍ଚାଇ ଦିଆଯାଇଛି। […]

padma-besa-2
ଶ୍ରୀଅଙ୍ଗ ଛୁଇଁବା ପରେ ସତେଜ ହୋଇଗଲା ମଉଳା ଫୁଲ

ପୁରୀ ( ମିହିର ପଟ୍ଟନାୟକ): ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କ ଖୁବ ନିବିଡ। ଖାସ ସେଇଥି ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମ ସହ ତୁଳନା କରାଯାଏ । ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ମହାପ୍ରଭୁଙ୍କ ବର୍ଷକୁ ଗୋଟିଏ ଥର ପଦ୍ମ ବେଶରେ ସଜ୍ଜିତ କରାଯାଏ। ଗତକାଲି ଥିଲା ଏହି ଶୁଭ ଦିନଟି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ କାଳିଆ ଠାକୁରଙ୍କ ନିତ୍ୟ ବଡ଼ସିଂହାର ବେଶ ହୋଇ ନ ଥିଲା। […]

delhi
‘ଆଜାଦୀ ନିଅ’ କହି CAA ବିରୋଧୀଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: ଦିଲ୍ଲୀର ଜାମିଆ ବିଶ୍ୱବିଦ୍ୟାଳୟ ନିକଟରେ ଗୁଳିକାଣ୍ଡ। ଜଣେ ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ଆସି ଗୁଳି ମାଡ଼ କରିଥିବା ସୂଚନା ମିଳିଛି। ଗୁଳିମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି। ପୋଲିସ ଦୁର୍ବୃତ୍ତକୁ ଅଟକ ରଖିଛି। ଗୁଳି ଚଳାଇଥିବା ଦୁର୍ବୃତ୍ତ ନିଜକୁ ଗୋପାଳ ବୋଲି କହୁଛି । ତେବେ ପୋଲିସ ତାକୁ ଅଟକ ରଖି ପରିଚୟ ଯାଞ୍ଚ କରୁଛି । ସୂଚନାଥାଉ କି, ଜାମିଆ ବିଶ୍ୱବିଦ୍ୟାଳୟ ନିକଟରେ CAA ଓ NRC କୁ ବିରୋଧ କରି ପଦଯାତ୍ରା ଚାଲିଥିବା […]

sharjil
ଭାରତକୁ ଇସ୍‌ଲାମିକ ରାଷ୍ଟ୍ର କରିବାକୁ ଚାହେଁ ଶରଜୀଲ -ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ:ସଂଶୋଧିତ ନାଗରିକତା ଆଇନ (CAA) ଏବଂ ନାଶନାଲ ରେଜିଷ୍ଟାର ଅଫ ସିଟିଜେନ(NRC) ବିରୋଧୀ ପ୍ରଦର୍ଶନ ବେଳେ ଉତ୍ତେଜକ ଭାଷଣ ଦେଇ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜୀଲ ଇମାମ ଭାରତକୁ ଇସ୍‌ଲାମିକ୍‌ ଦେଶ କରିବାକୁ ଚାହୁଁଛି। ଜେରା ବେଳେ ଦିଲ୍ଲୀ ପୋଲିସକୁ ଏମିତି ତଥ୍ୟ ମିଳିଛି। ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ଶରଜୀଲ କଟ୍ଟରପନ୍ଥୀ ନେତାଙ୍କ ଦ୍ୱାରା ପ୍ରଭାବିତ। ତାକୁ ପୋଲିସ ମଙ୍ଗଳବାର ବିହାରର ଜହାନାବାଦ୍‌ରୁ ଗିରଫ କରିଥିଲା । ଶରଜୀଲ ଉତ୍ତେଜକ ଭାଷଣ ଦେଉଥିବାର ଏକ […]

f-6
ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ଅକ୍ଷୟର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ଅକ୍ଷୟ ସିଂହ ଠାକୁରର କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟରେ ଖାରଜ ।  ଏହାପରେ ଆଇନଗତ ଭାବେ ସବୁ ବିକଳ୍ପ ଶେଷ ହୋଇଛି । କେବଳ ରାଜକ୍ଷମା ହିଁ ଅକ୍ଷୟ ସିଂହଙ୍କୁ ବଞ୍ଚାଇପାରେ। ଫାଶୀ ଦଣ୍ଡକୁ ଟାଳିବାକୁ ସେ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିପାରେ। ସୂଚନାଥାଉ କି, ଆଗରୁ ୨ ଜଣଙ୍କର କ୍ୟୁରେଟିଭ ପିଟିସନ ଖାରଜ ହୋଇ ସାରିଛି । ମୁକେଶ ସିଂହ ଓ ପଓ୍ୱନ କୁମାର କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ସୁପ୍ରିମକୋର୍ଟ […]