ନୂଆଦିଲ୍ଲୀ: ନୂଆବର୍ଷରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବଡ଼ ଘୋଷଣା କରିଛି। ଆସନ୍ତା ଏପ୍ରିଲରେ ଚନ୍ଦ୍ରଯାନ-୩ ଉତକ୍ଷେପଣ ହେବ ବୋଲି ଇସ୍ରୋ ମୁଖ୍ୟ କେ.ଶିବନ କହିଛନ୍ତି। ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଏବେ ଚନ୍ଦ୍ରଯାନ-୩ ପାଇଁ କାମ ଆରମ୍ଭ ହୋଇଛି। ଚନ୍ଦ୍ରଯାନ-୨ ଓ ଚନ୍ଦ୍ରଯାନ-୩ରେ ସେମିତି କିଛି ପାର୍ଥକ୍ୟ ନାହିଁ। ଚନ୍ଦ୍ରଯାନ-୩କୁ ମଧ୍ୟ ସଫ୍ଚ ଲ୍ୟାଣ୍ଡିଂ କରାଇବା ପାଇଁ ଉଦ୍ୟମ କରାଯିବ। ଏଥିରେ ଲ୍ୟାଣ୍ଡର ଏବଂ ରୋଭର ମଧ୍ୟ ରହିବ। ଇସ୍ରୋ ମୁଖ୍ୟ ଆହୁରି […]
ନୂଆଦିଲ୍ଲୀ: ନୂଆବର୍ଷରେ ଜନତାଙ୍କୁ ପୁଣି ମହଙ୍ଗା ମାଡ଼ । ଅଣସବ୍ସିଡି ଯୁକ୍ତ ଗ୍ୟାସ୍ ସିଲିଣ୍ଡର ପିଛା ୧୯ ଟଙ୍କା ବୃଦ୍ଧି ହୋଇଛି ।ଲଗାତାର ପଞ୍ଚମ ମାସ ଧରି ଏହି ଦର ବୃଦ୍ଧି ଘଟିବଛି। ବର୍ଦ୍ଧିତ ଦର ହିସାବରେ ନୂଆଦିଲ୍ଲୀରେ ଏବେ ୧୪.୨ କେଜିର ଅଣସବ୍ସିଡି ଯୁକ୍ତ ଗ୍ୟାସ୍ ସିଲିଣ୍ଡର ପିଛା ଦର ୭୧୪ଟଙ୍କା , କୋଲକାତାରେ ୭୪୭, ମୁମ୍ବାଇରେ ୬୮୪, ଚେନ୍ନାଇରେ ୭୩୪ ଟଙ୍କା ହୋଇଛି। ପୂର୍ବରୁ ଦିଲ୍ଲୀରେ ୬୯୫ ଟଙ୍କା, କୋଲକାତାରେ ୭୨୫.୫ ପଇସା, ମୁମ୍ୱାଇ […]
ନୌଶେରା: ନୂଆବର୍ଷରେ ସାରା ଦେଶ ଖୁସି ମନାଉଥିବାବେଳେ ଦୁଇ ଯବାନ ଦେଶ ପାଇଁ ଶହୀଦ ହୋଇଛନ୍ତି। ଜମ୍ମୁ କଶ୍ମୀରର ନୌଶେରା ସେକ୍ଟରରେ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିବାବେଳେ ଦୁଇ ଯବାନ ଶହୀଦ ହୋଇଛନ୍ତି। ଆତଙ୍କବାଦୀମାନେ ଘାତକ ବିସ୍ଫୋରଣ ସାମଗ୍ରୀ ଜରିଆରେ ଯବାନଙ୍କ ଉପରେ ଆକ୍ରମଣ କରିଥିବା ସୂଚନା ରହିଛି। ଏହା ପରେ କାଳେ ସେଠାରେ ଆତଙ୍କବାଦୀମାନେ ଲୁଚି ରହିଥିବେ ସେମାନଙ୍କୁ ତଲାସ କରିବା ପାଇଁ ଅପରେଶନ ଜାରି ରହିଛି। ଆତଙ୍କବାଦୀମାନେ ନୌଶେରା ସେକ୍ଟରରେ ଲୁଚି ରହିଥିବା ନେଇ […]
କୋଟା:ରାଜସ୍ଥାନର କୋଟାସ୍ଥିତ ଜେ.କେ.ଲୋନ ଡାକ୍ତରଖାନାରେ ଗୋଟିଏ ମାସ ଭିତରେ ୯୧ ଶିଶୁଙ୍କର ମୃତ୍ୟୁ ଘଟିଲାଣି। ଏପରି ପରିସ୍ଥିତିରେ ରାଜସ୍ଥାନ ସରକାର ଚୁପ୍ ହୋଇ ବସିଥିବାରୁ ତାଙ୍କ ବିରୋଧରେ ବିର୍ଷିଛି ବିଜେପି। ରାଜ୍ୟରେ ଶିଶୁ ମଡକ ପଡ଼ିଥିବାବେଳେ ଡାକ୍ତରଖାନାରେ ଅବ୍ୟବସ୍ଥାରେ କୌଣସି ସୁଧାର ଆସି ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବିଜେପି ନେତା। ମଙ୍ଗଳବାର ଡାକ୍ତରଖାନାର ୱାର୍ଡ ଏବଂ ଆଇସିୟୁ ପରିଦର୍ଶନ କରି ବିଜେପି ମହିଳା ସାଂସଦଙ୍କର ଏକ ଟିମ୍ ଅଭିଯୋଗ କରିଛନ୍ତି ଯେ, ଡାକ୍ତରଖାନାରେ […]
ଆଜି ନୂଆବର୍ଷ। ବାର ବି ଭଲ ଅଛି ନନ୍ ଭେଜ୍ ଖାଇବା ପାଇଁ। ଘରେ ତିଆରି କରନ୍ତୁ ବଟରଫ୍ଲାଏ ଚିକେନ୍ (Butterfly Chicken)। How to Prepare Butterfly Chicken Recipe: ଆବଶ୍ୟକ ସାମଗ୍ରୀ: ଆଳୁ, ବୋନ୍ଲେସ୍ ଚିକେନ୍, କର୍ଣ୍ଣଫ୍ଲୋର୍, ମଇଦା, ଲଙ୍କାଗୁଣ୍ଡ, ବିଟ ଲୁଣ, ଗୋଲମରିଚ ଗୁଣ୍ଡ, ଲୁଣ, ରେଡ୍ ଚିଲି ସସ୍, ସୋୟା ସସ୍, ଅଦା-ରସୁଣ ବଟା, ବଟର, ଲେମ୍ବୁରସ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁରୁ ଚୋପା ଛଡ଼େଇ ପତଳା ପତଳା […]
ଅନେକ ଖୁସି, ଉନ୍ମାଦନା ନେଇ ଆସିଛି ନୂଆବର୍ଷ ୨୦୨୦। ସବୁଠି ଚାଲିଛି ସ୍ୱାଗତ ଉତ୍ସବ। ସରି ଯାଇଛି ଜିରୋ ନାଇଟ୍ ସେଲେବ୍ରେସନ, କେକ୍ କାଟିବାର ପର୍ଯ୍ୟାୟ। ଏସବୁ ଭିତରେ ଜ୍ୟୋତିର୍ବିଦମାନେ ବି ତାଙ୍କର ଆକଳନ ଲଗାଇଛନ୍ତି କେମିତି କଟିବ ୨୦୨୦। ଦେଶ ପାଇଁ କେମିତି ରହିବ୨୦୨୦ ? ଆସନ୍ତୁ ଜାଣିବା, ୨୦୨୦କୁ ନେଇ ଭାରତ ପାଇଁ କ’ଣ ଆକଳନ କରିଛନ୍ତି ଜ୍ୟୋତିର୍ବିଦ ଡଃ ମନୋଜ ଲେଙ୍କା। ଜ୍ୟୋତିବିଆଦ ଡଃ ମନୋଜ ଲେଙ୍କାଙ୍କ କହିବା ଅନୁସାରେ ୨୦୨୦ ଭାରତ […]
ବିଦାୟ ନେଇଛି ୨୦୧୯। ନୂଆ କ୍ୟାଲେଣ୍ଡର ନେଇ ଆସି ଯାଇଛି ନୂଆବର୍ଷ ୨୦୨୦। ଜିରୋ ନାଇଟ୍ର ଧୁମଧାମ୍ ସ୍ୱାଗତ ମଧ୍ୟରେ ପାଦ ଥାପିଲା ୨୦୨୦। ନୂଆବର୍ଷର ନୂଆ ସକାଳରେ ମନରେ ଅନେକ ଆଶା, ଆକାଂକ୍ଷା, ଉନ୍ମାଦନା..। ହେଲେ କେମିତି କଟିବ ଏଇ ୨୦୨୦ ବର୍ଷ ! କ’ଣ ରହିବ ପୃଥିବୀର ସ୍ଥିତି, ପାଣିପାଗ,ରାଜନୀତି ଇତ୍ୟାଦି…। ଜାଣିବା ପାଇଁ ସମସ୍ତେ ଉଦ୍ବିଘ୍ନ। ଆସନ୍ତୁ ଜାଣିବା କେମିତି କଟିବ ୨୦୨୦ ? କ’ଣ ଘଟିବ ଏ ବର୍ଷ ? ଚଳିତ […]
ନୂଆଦିଲ୍ଲୀ: ଶରୀରରେ ତାଙ୍କର ଥିଲା ୨୪ ଲକ୍ଷ ଟଙ୍କାର ସୁନା। ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏତେ ସୁନା କେଉଁଠୁ ଆଣିଲେ ? ହଁ, ଦିଲ୍ଲୀ ବିମାନ ବନ୍ଦରରେ ଏମିତି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି , ଯାହାଙ୍କ ଶରୀରରୁ ମିଳିଛି ୨୩.୮୫ ଲକ୍ଷ ଟଙ୍କାର ସୁନା ବିସ୍କୁଟ। ଗିରଫ ବ୍ୟକ୍ତି ଜଣକ ଭାରତର ଏବଂ ସେ ହଂକଂରୁ ଫେରୁଥିଲେ। ଡିସେମ୍ବର ୨୯ ତାରିଖର ଏହି ଘଟଣା। ନ୍ୟୁଜ ଏଜେନ୍ସି ଏଏନଆଇ ଏହାର ଫଟୋ ଶେୟାର କରିଛି। […]
ନୂଆଦୀଲ୍ଲି: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ନିଯୁକ୍ତି ପାଇଲେ ଜେନେରାଲ ବିପିନ ରୱତ୍। ଏହି ପଦବୀର ଦାୟିତ୍ୱ ନେବା ପରେ ତାଙ୍କ ପାଖରେ ବିଶେଷ କ୍ଷମତା ରହିବ। ସେ ତିନି ସେନାଙ୍କୁ ଆଦେଶ ଜାରି କରି ପାରିବେ। ସେନାର ତିନି ଅଙ୍ଗ ମଧ୍ୟରେ ତାଳମେଳ ରକ୍ଷା କରିବାର ଦାୟିତ୍ୱ ଏବେ ଜେନରାଲ ରାୱତଙ୍କ ଉପରେ। ଏଥିସହିତ ସାଇବର ଏବଂ ସ୍ପେଶ୍ କମାଣ୍ଡର ଦାୟିତ୍ୱ ମଧ୍ୟ ତାଙ୍କ ଉପରେ। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେବାପରେ […]
ନୂଆଦିଲ୍ଲୀ: ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ। ସେନାର ୨୮ତମ ମୁଖ୍ୟ ଭାବେ ସେ ବିଦାୟୀ ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ସେମ୍ବେର ମାସରୁ ନରଓ୍ୱଣେ ସ୍ଥଳସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ସବୁଠାରୁ ମୁସ୍କିଲ କାମରେ ସଫଳତା ପାଇବା ଏବଂ ଭଲ ନେତୃତ୍ୱ ନେବାର କ୍ଷମତା ପାଇଁ ନୂଆ ସ୍ଥଳ ସେନା ମୁଖ୍ୟ ନରଓ୍ୱଣେ ବେଶି ପରିଚିତ। ସେତିକି […]
ଶୀତରେ ଥରୁଛି ସାରା ଓଡ଼ିଶା । ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ଶୀତ ସମସ୍ତଙ୍କୁ ତ କଷ୍ଟ ଦେଇଥାଏ। ତେବ କିଛି କିଛି ଲୋକଙ୍କୁ ବେଶି କଷ୍ଟ ହୋଇଥାଏ। ସେମାନେ କମ୍ବଳ ତଳୁ ସହଜରେ ବାହାରି ପାରିନ ଥାନ୍ତି। ହେଲେ କାହିଁକି ? କିଛି ଲୋକଙ୍କୁ ଏତେ ଥଣ୍ଡା ଲାଗିଥାଏ କାହିଁକି ? ଅଧିକ ସମୟ ପାଣିରେ କାମ କଲେ, ଦେହରେ ଜର ଥିଲେ ଥଣ୍ଡା ଲାଗିବା ସ୍ୱାଭାବିକ । କିନ୍ତୁ ଏସବୁ କାରଣ ନ […]
ଭୁବନେଶ୍ୱର: ମାତୃତ୍ୱ ଲାଭ ନାରୀ ଜୀବନର ଏକ ମହାର୍ଘ ଅନୁଭବ। ହେଲେ ଅନେକ ସମୟରେ ଆମେ ଏହାର ବ୍ୟତିକ୍ରମ ଦେଖୁଛେ। ନିର୍ଦ୍ଧାରିତ ସମୟରେ ମହିଳାମାନେ ମାତୃତ୍ୱ ଲାଭରୁ ବଞ୍ଚିତ ହେଉଛନ୍ତି। ଏପରି ବ୍ୟତିକ୍ରମର ତ ଅନେକ କାରଣ ଥାଇପାରେ। ତେବେ ଅନେକ କାରଣ ଆମ ହାତ ପାଆନ୍ତାରେ ରହିଛି, ଯେଉଁ ଦିଗ ପ୍ରତି ଆମେ ସଚେତନ ହେଲେ ଏହି ସମସ୍ୟାକୁ ଦୂରେଇ ଦେଇ ପାରିବା। ଆସନ୍ତୁ ଜାଣିବା କ’ଣ ସେହିସବୁ କାରଣ… ୧-ପ୍ଲାଷ୍ଟିକ ବିଷ ଆମ ଜୀବନର […]
ବିଦାୟର ଦ୍ୱାର ଦେଶରେ ୨୦୧୯। ନୂଆବର୍ଷ ୨୦୨୦ର ସ୍ୱାଗତ ପାଇଁ ଚାଲିଛି ପ୍ରସ୍ତୁତି। ମନରେ ଅନେକ ଉତ୍କଣ୍ଠା। ୨୦୨୦କୁ ନେଇ ଶୁଭେଚ୍ଛା ବାର୍ତ୍ତା ଭାଇରାଲ ହେଲାଣି ଆଜିଠୁ। ତେବେ ନୂଆବର୍ଷ ଆସିବା ପୂର୍ବରୁ ଗୋଟିଏ ଜିନିଷ ପ୍ରତି ସାବଧାନ ହେବାକୁ ପଡ଼ିବ ଆପଣଙ୍କୁ। କେମିତି ଲେଖିବେ ୨୦୨୦ ? ସେଥିପାଇଁ ଆଜିଠୁ ଅଭ୍ୟାସ ବି କରନ୍ତୁ। ନଚେତ୍ ସାମାନ୍ୟ ଭୁଲ୍ରେ ଅସୁବିଧାରେ ପଡ଼ି ପାରନ୍ତି। ଆପଣ ପୂର୍ବରୁ କୌଣସି ତାରିଖ ଲେଖିବାବେଳେ ମସିହାକୁ ସଂକ୍ଷେପରେ ଲେଖିବାର ଅଭ୍ୟାସ […]
ନୂଆଦିଲ୍ଲୀ: ବୋହୂକୁ ଘରୁ ବାହାର କରିବା ଏଣିକି ଶ୍ୱଶୁର ଘର ଲୋକଙ୍କ ପାଇଁ ମୁସ୍କିଲ ହୋଇପଡିବ। ମହିଳାଙ୍କୁ ସୁରକ୍ଷା ନେଇ ଦିଲ୍ଲୀ ହାଇକୋର୍ଟ ଏମିତି ରାୟ ଶୁଣାଇଛନ୍ତି। ଯଦି କୌଣସି ମହିଳା ତା’ର ଶ୍ୱଶୁର ଘରେ ଘରୋଇ ହିଂସାର ଶିକାର ହୋଇ କେସ୍ ଲଢୁଥାନ୍ତି ତେବେ ତାଙ୍କୁ ଶ୍ୱଶୁର ଘର ଲୋକେ ଘରୁ ବାହାର କରିପାରିବେ ନାହିଁ। ସେ ଘରର ମାଲିକାନା ଯାହା ନାଁରେ ବି ଥାଉ ନା କାହଁକି, କେସ୍ ଚାଲିଥିବା ସମୟରେ ମହିଳା ଚାହିଁଲେ […]
ବୁଲନ୍ଦସହର: ବିବାଦୀୟ ନାଗରିକ ସଂଶୋଧନ ବିଲ ବିରୋଧରେ ପ୍ରଦର୍ଶିତ ହିଂସାରେ ଅନେକ ମୃତାହତ ହୋଇଛନ୍ତି। ଅନେକ କ୍ଷୟକ୍ଷତି ହୋଇଛି। ବିଶେଷକରି ଉତ୍ତରପ୍ରଦେଶରେ ବେଶି ହୋଇଛି। ଏହି କ୍ଷତିଭରଣା ପାଇଁ ଅଭିଯୁକ୍ତଙ୍କ ପାଖକୁ ନୋଟିସ ପଠାଯାଉଛି। ତେବେ ଏହି ଘଟଣାକୁ ନେଇ ଏକ ରୋଚକ ଖବର ନଜରକୁ ଆସିଛି। ଖବରଟି ଖାଲି ରୋଚକ ନୁହେଁ, ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ମଧ୍ୟ। ଘଟଣାଟି ଘଟିଛି ବୁଲନ୍ଦହରରେ। CAA ବିରୋଧୀ ଆନ୍ଦୋଳନରେ ଏଠିକାର ଲୋକ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ସମୟରେ […]
ଇସ୍ଲମାବାଦ: ହିନ୍ଦୁ ହୋଇଥିବାରୁ ଲେଗ୍ ସ୍ପିନର ଡାନିସ୍ କାନେରିଆଙ୍କୁ ପାକିସ୍ତାନ କ୍ରିକେଟ୍ ଟିମ୍ରେ ବିରୋଧ କରାଯାଉଥିଲା। ତାଙ୍କୁ ହୀନ ଦୃଷ୍ଟିରେ ଦେଖାଯାଇଥିଲା। ଏଭଳି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ପାକିସ୍ତାନର ଅନ୍ୟତମ ବୋଲର ସୋଏବ୍ ଅଖତାର ଏ ବିଷୟରେ ମୁହଁ ଖୋଲିବା ପରେ ଏହି ଦେଶରେ ହିନ୍ଦୁଙ୍କ ସ୍ଥିତିର ଅସଲ ଚିତ୍ର ଜଣାପଡ଼ିଛି। ଏପରିକି ଖୋଦ୍ କାନେରିଆ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ‘ଗେମ୍ ଅନ୍ ହୈ’ ନାମକ ଏକ କାର୍ଯ୍ୟକ୍ରମରେ ଅଖତାର ପୂର୍ବରୁ କହିଥିଲେ, ପାକିସ୍ତାନ […]
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ରେଳ ଭଡ଼ା ବଢ଼ିବ। ଏପରି ସୂଚନା ଦେଇଛନ୍ତି ରେଲଓ୍ୱେ ବୋର୍ଡର ଅଧ୍ୟକ୍ଷ ଭି କେ ଯାଦବ। ନିକଟରେ ମାଲ ଭଡ଼ା ବଢ଼ିଥିଲା। ଆଗାମୀ ଦିନରେ ଭଡ଼ା ବଢ଼ିବ। ତେବେ ବିଭିନ୍ନ ଦିଗ ଉପରେ ସମୀକ୍ଷା ପରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ ଗୁରୁବାର କହିଛନ୍ତି। ରେଲଓ୍ୱେ ଅଫିସ ମଧ୍ୟ ଏ ବାବଦରେ ମତ ରଖିବାକୁ ଯାଇ କହିଛି, ରେଳ ବିଭାଗର ଆର୍ଥିକ ସ୍ଥିତି ଭଲ ନାହିଁ। ଏହି ଆର୍ଥିକ […]
ଫିରୋଜାବାଦ: ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ଦେଶରେ ସୃଷ୍ଟି ହୋଇଛି ଅଶାନ୍ତ ପରିସ୍ଥିତି। ଗତ ଏକ ସପ୍ତାହ ଧରି ହିଂସାତ୍ମକ କାର୍ଯ୍ୟକଳାପ ମଧ୍ୟ ବଢି ଚାଲିଛି। କେତେକ ରାଜ୍ୟରେ ଆଇନକୁ ଫେରାଇ ନେବା ଦାବି କରି ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ ପ୍ରଦର୍ଶନ ମଧ୍ୟ କରାଯାଉଛି। ଆଇନକୁ ନେଇ ଉତ୍ତରପ୍ରଦେଶରେ ପରିସ୍ଥିତି ବେଶି ଅଶାନ୍ତ ହୋଇଛି। ଇତିମଧ୍ୟରେ ହିଂସାକାଣ୍ଡରେ ୧୯ ଜଣଙ୍କର ମୃତ୍ୟୁ ଘଟିଲାଣି। ଶତାଧିକ ଲୋକ ଆହତ ହେଲେଣି । ୨୮୮ ପୋଲିସ କର୍ମଚାରୀ ଆହତ […]
ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଗଲା ପରେ ପ୍ରଥମ ଥର ପାଇଁ ଆଜି କାରଗିଲ୍ରେ ମୋବାଇଲ ଇଣ୍ଟରନେଟ ସେବା ମିଳିଛି। ଆଜକୁ ୧୪୫ ଦିନ ତଳେ ଏହି ଇଲାକାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା। କାରଗିଲ ବ୍ୟତୀତ ଅନ୍ୟ ଜିଲ୍ଲାମାନଙ୍କରେ ଇଣ୍ଟରନେଟ ସେବା ଏ ଯାଏ ଆରମ୍ଭ ହୋଇନାହିଁ। ଏଠି କହିରଖିବୁ, ଭାରତ ସରକାରଙ୍କ ପକ୍ଷରୁ ଅଗଷ୍ଟ ୫ ତାରିଖରେ ଜମ୍ମୁକାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ […]
ତିରୁବନନ୍ତପୁରମ୍: ଇସ୍ରୋର ପୂର୍ବତନ ବୈଜ୍ଞାନିକ ଏସ୍ ନମ୍ବୀ ନାରାୟଣନ୍ଙ୍କୁ ୧.୩ କୋଟି ଟଙ୍କା ସହାୟତା ରାଶି ଦେବା ପାଇଁ କେରଳ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି। ତିରୁବନନ୍ତପୁରମ୍ ସବ୍କୋର୍ଟରେ ନାରାୟଣନ୍ଙ୍କ ନାମରେ ବେଆଇନ ଗିରଫଦାରୀ ବିରୋଧରେ ଯେଉଁ କେସ୍ ଚାଲିଥିଲା ସେହି ବାବଦ ଖର୍ଚ୍ଚ ପାଇଁ ସରକାର ଏହି ସହାୟତାରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠି କହିରଖିବୁ, ୧୯୯୪ରେ ମାଲଦୀପର ୨ ଗୁଇନ୍ଦା ଅଧିକାରୀଙ୍କ ବିରୋଧରେ ପ୍ରତିରକ୍ଷା ବିଭାଗ ସହ ସମ୍ପର୍କିତ ତଥ୍ୟ ବାହାରେ ଲିକ୍ […]
ଚଣ୍ଡୀଗଡ଼: ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ତିନୋଟି ଧାର୍ମିକ ସ୍ଥଳ ଖୋଲିବା ପରେ ଏବେ ପାକିସ୍ତାନ ଐତିହାସିକ ହିନ୍ଦୁ ମନ୍ଦିର ଖୋଲିବା ପାଇଁ ପ୍ରସ୍ତୁତି ଚଳାଇଛି। ପେଶୱାରରେ ଥିବା ‘ପଞ୍ଜ ତୀରଥ’ ମନ୍ଦିର ଆସନ୍ତା ମାସରେ ଅର୍ଥାତ୍ ନୂଆବର୍ଷରେ ଖୋଲିବାର ସମ୍ଭାବନା ରହିଛି। ହିନ୍ଦୁମାନଙ୍କ ପାଇଁ ଏହି ମନ୍ଦିର ଅତ୍ୟନ୍ତ ମହତ୍ୱ ରଖେ। ହିନ୍ଦୁମାନଙ୍କର ବିଶ୍ୱାସ ରହିଛି, ପାଣ୍ଡବମାନେ ନିର୍ବାସନ ସମୟ କାଟିବା ବେଳେ ଏହିସ୍ଥାନରେ ରହିଥିଲେ। ତେବେ ଦେଶ ବିଭାଜନ ପରଠାରୁ ଏହି ମନ୍ଦିରର ଦ୍ୱାର ବନ୍ଦ […]
କାନୁପୁର:ଦୀର୍ଘଦିନର ବ୍ୟବଧାନ ପରେ କାନପୁର ବକରଗଞ୍ଜର ଖାନ୍ ପରିବାରରେ ହେଉଥିଲା ବିବାହ ଉତ୍ସବ। ୨୫ ବର୍ଷ ବୟସ୍କ ଜୀନତ ବିବାହ କରୁଥିଲେ ପ୍ରତାପଗଡର ହସନାନି ଫରୁକୀଙ୍କ ସହିତ। ଦୁଇ ପରିବାରରେ ଥିଲା ଖୁସିର ମାହୋଲ। ହେଲେ ସକାଳୁ ସକାଳୁ ନିଜେ ବର ଫୋନ କରି କହିଲେ, ସେ ବରଯାତ୍ରୀ ନେଇ ଯାଇ ପାରିବେ ନାହିଁ। କାରଣ ସିଏଏକୁ ନେଇ ସାରା ସହରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା। ସେହିଦିନ ସକାଳେ ସିଏଏକୁ ବିରୋଧ କରିବା ବେଳେ ଦୁଇ ଜଣଙ୍କର […]
ନୂଆଦିଲ୍ଲୀ:ସେନା ପ୍ରମୁଖ ଜେନେରାଲ ବିପିନ ରାୱତ ଆଜି କ୍ୟାମ୍ପସରେ ହେଉଥିବା ହିଂସା ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ହିଂସାର ନେତୃତ୍ୱକୁ ନେଇ ସମାଲୋଚନା କରିଛନ୍ତି । ଆର୍ମିଚିଫଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇ ଗଲାଣି। ସେନା ମୁଖ୍ୟଙ୍କ ବକ୍ତବ୍ୟକୁ ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂ ଏବଂ ଏଆଇଏମ୍ଆଇଏମ୍ର ଅସଦୁଦ୍ଦିନ ଓୱେସୀ। ରାଓତଙ୍କୁ ଟାର୍ଗେଟ କରି ଉଭୟେ ଟ୍ୱିଟ୍ କରିଛନ୍ତି। ଦିଗ୍ବିଜୟ ସାଂପ୍ରଦାୟିକ ହିଂସାକୁ ନେଇ ପ୍ରଶ୍ନ […]
ନୂଆଦିଲ୍ଲୀ:ବଡବଡ ନେତାମାନଙ୍କୁ ଆଜିକାଲି ସୋଶାଲ ମିଡିଆରେ ବେଶ ଆକ୍ଟିଭ୍ ଥିବା ଦେଖିବାକୁ ମିଳୁଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଏଥିରୁ ବାଦ୍ ଯାଇନାହାନ୍ତି। ଏଥର ସୋଶାଲ ମିଡିଆରେ ପ୍ରଶ୍ନର ଉତ୍ତର ଦେଇ ୟୁଜର୍ସଙ୍କ ହୃଦୟ ଜିତି ଯାଇଛନ୍ତି। ଏଥର ସୋଶାଲ ମିଡିଆରେ ଜଣେ ୟୁଜର୍ସ ମୋଦିଙ୍କ ସୂର୍ଯ୍ୟଗ୍ରହଣ ଦେଖୁଥିବା ଦୃଶ୍ୟକୁ ଶେୟାର କରି ଏହା ଉପରେ ମିମ୍ ତିଆରି କରିପାରିବେ କି ବୋଲି ପଚାରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ୟୁଜର୍ସଙ୍କ ଏହି ପ୍ରଶ୍ନର ଉତ୍ତର ବେଶ ମଜାଳିଆ […]
କୋଲକାତା: ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ତଥା ଜମିୟତ-ଉଲମା-ଏ-ହିନ୍ଦର ଅଧ୍ୟକ୍ଷ ସିଦ୍ଦିକଉଲ୍ଲା ଚୌଧୁରୀଙ୍କୁ ବାଂଲାଦେଶ ଭିସା ଦେବା କି ନାହିଁ ସ୍ପଷ୍ଟ କରିନି। ତେଣୁ ଆଜି ମମତା ସରକାରଙ୍କ ଏହି ମନ୍ତ୍ରୀ ଜଣଙ୍କ ତାଙ୍କ ବାଂଲାଦେଶ ବିମାନ ଟିକେଟ ବାତିଲ୍ କରିବେ ବୋଲି କହିଛନ୍ତି। ସିଦ୍ଦିକିଉଲ୍ଲା କହିଛନ୍ତି, ‘ମୁଁ ଡିସେମ୍ୱର ୨୬ରୁ ୩୧ ବାଂଲାଦେଶ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥାନ୍ତି। ଏଥିପାଇଁ ନିମନ୍ତ୍ରଣ ରହିଛି। କାର୍ଯ୍ୟକ୍ରମରେ ଯୋଗଦେବା ପରେ ବ୍ୟକ୍ତିଗତ କାମ ରହିଛି। ଏଥିପାଇଁ ମୁଁ ଡିସେମ୍ୱର […]