• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

nirbhaya
ରାଜକ୍ଷମା ଆବେଦନରେ ଲେଖିଲା ନିର୍ଭୟା ଦୋଷୀ ବିନୟ-ବାପା-ମା’ଙ୍କୁ ଦେଖିବା ପରେ ...

ନୂଆଦିଲ୍ଲୀ:ନିର୍ଭୟା ଦୋଷୀ ବିନୟ ଶର୍ମା ବୁଧବାର ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି। ଏହି ମାମଲାରେ ୪ ଜଣ ଦୋଷୀଙ୍କ ମଧ୍ୟରୁ ମୁକେଶ ପ୍ରଥମେ ରାଜକ୍ଷମା ପାଇଁ ଆବେଦନ କରିଥିଲା। ହେଲେ ରାଷ୍ଟ୍ରପତି ଏହାକୁ ନାମଞ୍ଜୁର କରି ଦେଇଥିଲେ। ଏବେ ବିନୟ ରାଜକ୍ଷମା ଆବେଦନ କରିବା ପରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ପୁଣି ଘୁଞ୍ଚିପାରେ ବୋଲି କୁହାଯାଉଛି। ରାଷ୍ଟ୍ରପତିଙ୍କୁ ଦେଇଥିବା ରାଜକ୍ଷମା ଆବେଦନରେ ଉଲ୍ଲେଖ ରହିଛି ଯେ, ବିନୟ ତା’ର ଓକିଲ ଏପି ସିଂହଙ୍କ […]

urope
ୟୁରୋପିୟ ସଂସଦରେ CAA ବିରୋଧୀ ଭୋଟିଂ ସ୍ଥଗିତ

ନୂଆଦିଲ୍ଲୀ:ୟୁରୋପୀୟ ସଂସଦରେ ସିଏଏ ବିରୋଧୀ ପ୍ରସ୍ତାବ ଉପରେ ଆଜି ହେବାକୁ ଥିବା ଭୋଟିଂ ସ୍ଥଗିତ ହୋଇଯାଇଛି। ଏହି ଭୋଟିଂ ମାର୍ଚ୍ଚ ମାସରେ କରାଯିବ। ତେବେ ଆଜି ନାଗରିକତା ଆଇନ ବିରୋଧରେ ଆଲୋଚନା ସଂସଦରେ ହେବ କିନ୍ତୁ ଏହା ଉପରେ ଭୋଟିଂ ମାର୍ଚ୍ଚରେ ହେବ ବୋଲି କୁହାଯାଇଛି। ୫ଟି ପ୍ରଭାବଶାଳୀ ରାଜନୈତିକ ଦଳ ପକ୍ଷରୁ ୟୁରୋପିୟ ସଂସଦରେ ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ଭୋଟିଂ ପ୍ରକ୍ରିୟା ଟଳିବା  ଭାରତର ଏକ ବଡ କୁଟନୀତିକ ସଫଳତା ବୋଲି କୁହାଯାଉଛି। ଭୋଟ […]

masjid
ମହିଳାମାନେ ବି ମସ୍‌ଜିଦ୍‌ରେ ନମାଜ ପଢିପାରିବେ-ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କଲା ମୁସ୍‌ଲିମ୍‌ ଲ’ବୋର୍ଡ

ନୂଆଦିଲ୍ଲୀ: ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ମସଜିଦ ଯାଇ ନମାଜ ପଢ଼ିପାରିବେ। ଇସଲାମରେ ଏଥିପାଇଁ ଅନୁମତି ରହିଛି। ଆଜି ଏପରି ତଥ୍ୟ ସର୍ବଭାରତୀୟ ମୁସଲିମ ପର୍ସନେଲ ଲ’ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ମହିଳାମାନଙ୍କୁ ପ୍ରାର୍ଥନା ପାଇଁ ସବୁ ମସଜିଦକୁ ଛଡ଼ା ଯିବା ଦରକାର ବୋଲି ଆବେଦନ କରି ଏକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଏହା ଉପରେ ସତ୍ୟପାଠ ଜରିଆରେ ମୁସଲିମ ପର୍ସନେଲ ଲ’ ବୋର୍ଡ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି କି ଇସଲାମ […]

vodaphone
୧୯ ଟଙ୍କା ପ୍ଲାନ୍‌ରେ ମିଳୁଛି ଡାଟା, ଅନ୍ ଲିମିଟେଡ କଲିଂ

ନୂଆଦିଲ୍ଲୀ:ଭୋଡାଫୋନ ଆଇଡିଆ ତାର ଗ୍ରାହକଙ୍କ ପାଇଁ ଆଣୁଛି ଅଲଗା ଦାମ୍‌ ଓ ଅଲଗା ଭାଲିଡିଟିର ଶସ୍ତା ପ୍ରି-ପେଡ୍‌ ଅଫର। ଉପଭୋକ୍ତା ନିଜର ବଜେଟ ଅନୁସାରେ  ନିଜ ପସନ୍ଦର ପ୍ଲାନ୍‌ ବାଛି ପାରିବେ। ଏତେ ପ୍ରକାରର ଅଫର ରହିଛି ଯେ ଉପଭୋକ୍ତା ଦ୍ୱନ୍ଦ୍ୱରେ ପଡ଼ିଯିବେ କେଉଁଟା ନେବେ। ତେବେ ଆମେ ଏଠାରେ ଆପଣଙ୍କୁ ଭୋଡାଫୋନ ଆଇଡିଆର ସବୁଠାରୁ ଶସ୍ତା ୫ଟି ପ୍ରିପେଡ  ଅଫର ବିଷୟରେ କହିବୁ। ଶୁଣି ଆଶ୍ଚର୍ଯ୍ୟ ହେବେ ଏହାର ଦାମ୍‌ ୧୯ଟଙ୍କାରୁ ଆରମ୍ଭ ହୋଇ ୨୬୯ […]

anurag
ଇସିଙ୍କ ନିର୍ଦ୍ଦେଶ-ଅନୁରାଗ ଠାକୁର ଓ ପ୍ରବେଶ ସିଂହଙ୍କୁ ଷ୍ଟାର କ୍ୟାମ୍ପେନର ତାଲିକାରୁ ବାହାର କର

ନୂଆଦିଲ୍ଲୀ:ଦିଲ୍ଲୀ ନିର୍ବାଚନ ପ୍ରଚାର ବେଳେ ଉତ୍ତେଜକ ଭାଷଣ ଦେଇ ସମାଲୋଚିତ ହୋଇଥିବା ବିଜେପି ନେତା ଅନୁରାଗ ଠାକୁର ଏବଂ ପ୍ରବେଶ ସିଂହ ବର୍ମାଙ୍କ ବିରୋଧରେ ନିର୍ବାଚନ କମିଶନ କଡା ପଦକ୍ଷେପ ନେଇଛନ୍ତି। ଉଭୟଙ୍କୁ ନିର୍ବାଚନ ଷ୍ଟାର କ୍ୟାମ୍ପେନର ତାଲିକାରୁ ହଟାଇବାକୁ ଇସି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆପତ୍ତିଜନକ ଭାଷାରେ ଶାହିନ ବାଗ୍‌ ଉପରେ ଟ୍ୱିଟ୍‌ କରି ମଡଲ ଟାଉନ୍‌ର ବିଜେପି ପ୍ରାର୍ଥୀ କପିଲ ମିଶ୍ରଙ୍କ ବିରୋଧରେ ମଧ୍ୟ ଇସି ଦୁଇଦିନ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି। ସୂଚନାଥାଉ କି, […]

kolakata
CAA ବିରୋଧୀ ଆନ୍ଦୋଳନରେ ହିଂସା, ଚାଲିଗଲା ଜୀବନ

କୋଲକାତା:ନାଗରିକତା ସଂଶୋଧନ ଆଇନ (CAA) ବିରୋଧରେ ଦେଶରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଏବେ ବି ଜାରି ରହିଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏହି ପ୍ରଦର୍ଶନ ହିଂସା ରୂପ ନେଇଛି। ଏଠାରେ ସିଏଏ ବିରୋଧୀ ପ୍ରଦର୍ଶନ ଚାଲୁ ରହିଥିବାବେଳେ ଦେଶୀ ବୋମା ପକାଯାଇଥିବାବେଳେ ଗୁଳି ମଧ୍ୟ ଚଲା ଯାଇଥିଲା। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ସିଏଏ ବିରୁଦ୍ଧରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଶ୍ଚିମବଙ୍ଗର ପାର୍କ ସର୍କସ […]

pregnant-women_a384cd36-3ea4-11ea-bfbd-f812f33ac46f
ଗର୍ଭପାତ କରାଇବାର ସୀମା ୨୦ରୁ ୨୪ ସପ୍ତାହକୁ ବଢିବ

ନୂଆଦିଲ୍ଲୀ:କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଚିକିତ୍ସା ଗର୍ଭପାତ ସଂଶୋଧନ ବିଧେୟକ-୨୦୨୦କୁ ବୁଧବାର ମଞ୍ଜୁରୀ ଦେଇଛନ୍ତି। ଏହି ନିୟମ ଅନୁସାରେ ଗର୍ଭପାତ କରାଇବାର ସୀମା ୨୦ ସପ୍ତାହରୁ ବୃଦ୍ଧି କରି ୨୪ ସପ୍ତାହ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏଥିପାଇଁ ଗର୍ଭପାତ ଅଧିନିୟମ (ମେଡିକାଲ ଟର୍ମିନେଶନ ଅଫ ପ୍ରେଗ୍‌ନାନ୍ସି ଆକ୍ଟ)୧୯୭୧କୁ ସଂଶୋଧନ କରିବାକୁ ପଡ଼ିବ। ସଂସଦର ଆଗାମୀ ଅଧିବେଶନରେ ଏ ନେଇ ବିଧେୟକ ଆଗତ କରାଯିବ। […]

salman-khan-02
ଫ୍ୟାନ୍‌ଙ୍କ ଫୋନ ଛଡ଼ାଇ ଫଶିଗଲେ ଭାଇଜାନ୍‌

ନୂଆଦିଲ୍ଲୀ: ଏକ ଭିଡିଓକୁ ନେଇ  ବଲିଉଡ଼୍‌ ଷ୍ଟାର ସଲମାନ ଖାନ୍‌ ଏବେ ଖୁବ୍‌ ଚର୍ଚ୍ଚାରେ। ଗୋଆ ଏୟାର ପୋର୍ଟରେ ସଲମାନ୍‌ଙ୍କ ସହ ସେଲ୍‌ଫି ଉଠାଇବା ପାଇଁ ଜଣେ ଫ୍ୟାନ୍‌ ଆଗେ ଆଗେ ଯାଉଥିଲେ। ହଠାତ୍‌ ଭାଇଜାନ୍‌ ଫ୍ୟାନ୍‌ଙ୍କ ହାତରୁ ଫୋନ ଛଡ଼ାଇ ନେଲେ ଏବଂ ତାଙ୍କଠାରୁ ଆଗେ ଆଗେ ଚାଲିଲେ। ଭାଇଜାନଙ୍କର ଏପରି ବ୍ୟବହାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ଫ୍ୟାନ୍‌ଙ୍କୁ  ଏପରି ବ୍ୟବହାର ଦେଖାଇ ଏବେ ଫଶି ଯାଇଛନ୍ତି ଭାଇଜାନ୍। ସଲମାନଙ୍କୁ ଗୋଆ ବ୍ୟାନ୍ […]

2435351
ଦିନେ ବିଲରେ କାମ କରୁଥିଲେ, ଆଜି ଅନ୍ତର୍ଜାତୀୟ କ୍ରିକେଟର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଛି ଅଣ୍ଡର-୧୯ ୱାର୍ଲଡ କପ୍‌ ମ୍ୟାଚ୍‌। ଟିମ୍‌ ଇଣ୍ଡିଆ ଚମତ୍କାର ଖେଳ ପ୍ରଦର୍ଶନ କରିବା ସହ ସେମି ଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଭାରତ ୩ଥର ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆକୁ ୭୪ ରନ୍‌ରେ ହରାଇ ସେମିକୁ ଯିବାର ଗୌରବ ହାସଲ କରିଥିଲା। ତେବେ ଭାରତର ଏହି ସଫଳତା ପାଇଁ ଯଦି କାହାକୁ ଶ୍ରେୟ ଦିଆଯାଏ ତେବେ ସେ ହେଉଛନ୍ତି ଦ୍ରୁତ୍‌ ବୋଲର କାର୍ତ୍ତିକ ତ୍ୟାଗୀ। ଭାରତୀୟ କ୍ରିକେଟ ଦୁନିଆର ଏକ ଉଦୀୟମାନ […]

saina file
ପଦ୍ମ ଧରିଲେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ

ଭୁବନେଶ୍ୱର: ଦେଶର ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ରାଜନୀତି କରିବେ। ସାଇନା ବିଜେପିରେ ଯୋଗ ଦେଇଛନ୍ତି। ସେ ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ସମାରୋହରେ ବିଜେପିରେ ସାମିଲ ହୋଇଛନ୍ତି। ଏଥିସହିତ ତାଙ୍କ ଭଉଣୀ ଚନ୍ଦ୍ରାଂଶୁ  ନେହୱାଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ସାମିଲ ହୋଇଛନ୍ତି ଏବଂ ସେ ଦେଶ ପାଇଁ କାମ କରିବେ ବୋଲି କହିଛନ୍ତି ୨୯ ବର୍ଷୀୟ ସାଇନା ଯିଏକି ପ୍ରଥମ […]

2322434
କୂଅ ଭିତରେ ଖସି ପଡ଼ିଲା ଅଟୋ, ବସ୍‌

ମୁମ୍ବାଇ: ମହାରାଷ୍ଟ୍ରର ନାସିକ୍‌ଠାରେ ଘଟିଛି ବଡ଼ ଦୁର୍ଘଟଣା। ଏକ ବସ୍‌ ଓ ଅଟୋ ମୁହାଁମୁହିଁ ହେବାରୁ ଉଭୟ ଗାଡ଼ିର ଚାଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ କୂଅ ଭିତରକୁ ଖସି ପଡ଼ିଥିଲା ଉଭୟ ଅଟୋ ଓ ବସ୍‌। ଏହି ଦୁର୍ଘଟଣାରେ ପ୍ରାୟ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର ଏହି ବସ୍‌ଟି ଧୁଲେ ଜିଲ୍ଲାରୁ କଳୋୱାଁ ଆଡ଼କୁ ଯାଉଥିଲା। ଅନ୍ୟପକ୍ଷରେ ଅଟୋଟି ବିପରୀତ ଦିଗରୁ ଆସୁଥିଲା। ଏହି […]

muksah
ନିର୍ଭୟା ଦୋଷୀ ମୁକେଶର ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ:ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିବା ନିର୍ଭୟା ଦୋଷୀ ମୁକେଶ ସିଂହକୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା। ସୁପ୍ରିମକୋର୍ଟ ଆଜି ମୁକେଶର ଆବେଦନକୁ ଖାରଜ କରି ଦେଇଛନ୍ତି। ରାଷ୍ଟ୍ରପତି ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରି ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମୁକେଶ ସୁପ୍ରିମ୍‌କୋର୍ଟ ଯାଇଥିଲା। ସୁପ୍ରିମକୋଟ ଏହି ଆବେଦନ ଖାରଜ କରିବା ପରେ ନିର୍ଭୟା ମାମଲାର ୪ ଦୋଷୀ ଫାଶି ପାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଏହି ଆବେଦନର କୌଣସି […]

saraswati
ଗୁରୁବାରରେ ବସନ୍ତ ପଞ୍ଚମୀ; ବିଦ୍ୟା ଦେବୀଙ୍କୁ ପୂଜା କଲେ ମିଳିବ ଦୁଇଗୁଣ ଫଳ

ମାଘମାସ ଶୁକ୍ଳ ପଞ୍ଚମୀ ତିଥିକୁ ଅତ୍ୟନ୍ତ ପବିତ୍ର ଏବଂ ଶୁଭ ତିଥି ବୋଲି ବିଶ୍ୱାସ କରାଯାଏ। ଏହି ଦିନ ପ୍ରଭୁ ରାମଚନ୍ଦ୍ର ତାଙ୍କର ବିଦ୍ୟାରମ୍ଭ କରିଥିଲେ।  କୌଣସି ଶୁଭ କାମ କରିବା ପାଇଁ ଏହି ତିଥି ଅତ୍ୟନ୍ତ ମଙ୍ଗଳକାରୀ। ଏମିତି ବିଶ୍ୱାସ କାହିଁ କେତେ କାଳରୁ ରହି ଆସିଛି।  ତେବେ ଚଳିତବର୍ଷ ବସନ୍ତ ପଞ୍ଚମୀ ତିଥିର ମହତ୍ୱ ଆହୁରି ବଢି ଯାଇଛି। କାରଣ ଏହି ଦିନରେ ଅନେକ ଶୁଭମୁହୂର୍ତ୍ତ ଯୋଡ଼ି ହୋଇ ଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ […]

Capture
ଆଉ ଏକ ନିର୍ଭୟା; ଯୁବତୀଙ୍କୁ ଅଚେତ କରି ଦୁଷ୍କର୍ମ ଓ ନିର୍ଯାତନା

ନାଗପୁର: ନିର୍ଭୟା ଦୋଷୀଙ୍କୁ ଦଣ୍ଡ ମିଳିନି। ଫାଶୀ ଦିଆଯିବ ବୋଲି ଦିନ ଗଡ଼ି ଚାଲଛି। ପୁଣି ଏକ ନିଭୟା କାଣ୍ଡ ଘଟିଛି ମହାରାଷ୍ଟ୍ରର ନାଗପୁରରେ।   ଦିଲ୍ଲୀରେ ଯେଉଁଭଳି ନିର୍ଭୟାଙ୍କ ସହ ଗଣଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଦୁର୍ବୃତ୍ତମାନେ ଲୁହା ରଡ ପୂରାଇ ନିର୍ଯାତନା ଦେଇଥିଲେ ଏବେ ମହାରାଷ୍ଟ୍ରରେ ଏହାର ପୁନରାବୃତ୍ତି ହୋଇଛି। ମହାରାଷ୍ଟ୍ରର ନାଗପୁରଠାରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଜଣେ ବ୍ୟକ୍ତି ପ୍ରଥମେ ମାଡ଼ ମାରି ଅଚେତ କରିବା ପରେ ଦୁଷ୍କର୍ମ କରିଥିଲେ। ଏହାପରେ […]

ship
ଭାରତ ମହାସାଗରରେ ଚାଇନା ଜାହାଜ

ନୂଆଦିଲ୍ଲୀ: ଚାଇନା ନୌସେନାର ଜାହାଜ ସହାୟତାରେ ଭାରତ ମହାସାଗରରେ ଚାଇନାର ମାଛ ଧରା ବୋଟ୍‌ ବୁଲୁଥିବା ଭାରତୀୟ ନୌସେନାର ଯୁଦ୍ଧ ବିମାନ ଠାବ କରିଛି। ଚାଇନା ଜାହାଜଗୁଡ଼ିକ ମୋରୋକୋ ଯାଉଥିବା ବେଳେ ଭାରତ ମହାସାଗର ଅଞ୍ଚଳର ୱେଷ୍ଟର୍ଣ୍ଣ ଭାଗରେ ଏହାକୁ ଠାବ କରାଯାଇଥିଲା। ସୂତ୍ର ଅନୁସାରେ, ଚାଇନାର ମାଛ ଧରା ଜାହାଜ ଗୁଡ଼ିକ ନିଜର ଯୁଦ୍ଧ ଜାହାଜର ଆଢ଼ୁଆଳରେ ଆଗକୁ ବଢ଼ୁଥିବା ଦେଖିବାକୁ ମିଳିଛି। ଏହି ୱେଷ୍ଟର୍ଣ୍ଣ ଭାଗ ନର୍ଥ ଆମେରିକା, ଇୟୁରୋପ ଓ ଏସିଆ ମହାଦେଶକୁ […]

3232461
ଏଥର ବିଗ ବିସ୍ ଫିନାଲେରେ ରହିବେ ଟପ୍‌ ୫

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ର ଗ୍ରାଣ୍ଡ ଫିନାଲେ ଧୀରେ ଧୀରେ ପାଖେଇ ଆସୁଛି। ସୂଚନା ଅନୁଯାୟୀ, ଫେବୃଆରୀ ୧୫ରେ ଏହାର ଗ୍ରାଣ୍ଡ ଫିନାଲେ କରିବାକୁ  ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ବିବି ହାଉସ୍‌ରେ ୮ ଜଣ ମେମ୍ବର ଅଛନ୍ତି। କୁହାଯାଉଛି, ଏଥର ଫିନାଲେ ରେସ୍‌ରେ ଟପ୍‌ ୩ ବଦଳରେ ଟପ୍‌ ଫାଇଭ୍ ସାମିଲ୍‌ ହେବେ। ଫିନାଲେ ପାଇଁ ଏବେ ମାତ୍ର ତିନି ସପ୍ତାହ ବାକି ଥିବାବେଳେ ନିର୍ମାତା ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ସୂଚନା ଅନୁଯାୟୀ, ସବୁଥର ଅପେକ୍ଷା […]

132526
ପାକିସ୍ତାନକୁ ହରାଇବା ପାଇଁ ୧୦ ଦିନରୁ ଅଧିକ ଲାଗିବ ନାହିଁ-ମୋଦି

ନୂଆଦିଲ୍ଲୀ:ପିଏମ ମୋଦି ଏନସିସି କ୍ୟାଡେଟଙ୍କୁ ସମ୍ବୋଧନ କରି ବିପକ୍ଷଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମ୍ବିଧାନ ବିଷୟରେ କହୁଥିବା ଲୋକ ସଂସଦରେ ପାସ୍‌ ହୋଇଥିବା ବିଲ୍‌କୁ ଗ୍ରହଣ କରୁନାହାନ୍ତି। ସେମାନଙ୍କୁ ପଡୋଶୀ ଦେଶମାନଙ୍କରେ ଅଳ୍ପ ସଂଖ୍ୟକଙ୍କ ଉପରେ ହେଉଥିବା ଅତ୍ୟାଚାର ଦେଖା ଯାଉନି। ଛାତ୍ରମାନଙ୍କୁ ସମ୍ବୋଧନ କରି କହିଥିଲେ, ଦେଶର ଶକ୍ତି ହେଉଛନ୍ତି ଯୁବଶକ୍ତି। ଯୁବଶକ୍ତି ଯଦି ଅନୁଶାସନ ମଧ୍ୟରେ ରହିବେ, ସେମାନଙ୍କ ପାଖରେ ଦୃଢ ଇଚ୍ଛାଶକ୍ତି ଥିବ, ନିଷ୍ଠା ଓ ଲଗନ ଥିବ ତେବେ […]

korona
ଦିଲ୍ଲୀରେ ପହଞ୍ଚିଲା କରୋନା ଭାଇରସ୍‌; ଡାକ୍ତରଖାନାରେ ଭର୍ତ୍ତି ହେଲେ ୩ ସନ୍ଦିଗ୍ଧ

ନୂଆଦିଲ୍ଲୀ: ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ସନ୍ଦିଗ୍ଧ ୩ ଜଣଙ୍କୁ ଭର୍ତ୍ତି କରାଯାଇଛି। ସେମାନେ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ତିନଜଣଙ୍କୁ ବିଶେଷ ୱାର୍ଡରେ ରଖାଯାଇଛି। ଏଏନଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ,  ହସ୍‌ପିଟାଲର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ୍‌ ମୀନାକ୍ଷି ଭରଦ୍ୱାଜ ଏହି ସୂଚନା ଦେଇଛ୍ତି। ଛତିଶଗଡ଼ରେ ମଧ୍ୟ ଜଣେ ସନ୍ଦିଗ୍ଧ କରୋନା ଭୂତାଣୁ ସଂକ୍ରମଣ ଶିକାର ହୋଇଥିବା ସନ୍ଦେହ କରାଯାଉଛି । ଦିଲ୍ଲୀ, ଛତିଶଗଡ଼ ସମେତ ଦେଶର ୮ଟି ରାଜ୍ୟରେ କରୋନା ଭୂତାଣୁ […]

11
ରାସ୍ତାର ଗର୍ତ୍ତ ପାଇଁ ଦିନେ ପୁଅକୁ ହରାଇଥିଲେ, ଆଜି ସେଇ ରାସ୍ତାରେ ବାପା କରୁଛନ୍ତି ଏମିତି କାମ

ନୂଆଦିଲ୍ଲୀ: ପ୍ରକୃତ ମଣିଷ ସିଏ, ଯିଏ ନିଜ ପାଇଥିବା ଦୁଃଖକଷ୍ଟ ଅନ୍ୟ କାହାକୁ ଦେବାକୁ ଚାହିଁବନି। ଏମିତି ଜଣେ ମଣିଷଙ୍କୁ ଦେଖିବାକୁ ମିଳେ ଫରିଦାବାଦରେ। ନାଁ ତାଙ୍କର ମନୋଜ ବାଘବା। ସଡ଼କ ଦୁର୍ଘଟଣାରେ ସିଏ ତାଙ୍କର ତିନି ବର୍ଷର ସନ୍ତାନକୁ ସବୁଦିନ ପାଇଁ ହରାଇଥିଲେ। ସନ୍ତାନର ବିଚ୍ଛେଦ ତାଙ୍କୁ ଏତେ କଷ୍ଟ ଦେଇଥିଲା ଯେ, ସେ ଭାଙ୍ଗି ପଡ଼ିଥିଲେ। ସେ ପାଇଥିବା କଷ୍ଟ ଯେମିତି ଆଉ କେହି ପାଇବେନି ତେଣୁ ସେହି ଦିନ ଠାରୁ ସେ ବୁଲି […]

plane
ତାଲିବାନ ଇଲାକାରେ ଖସିପଡ଼ିଲା ଯାତ୍ରୀବାହୀ ବିମାନ

କାବୁଲ୍‌: ଆଫଗାନସ୍ଥାନର ପୂର୍ବପ୍ରାନ୍ତ ଗଜନୀରେ ସୋମବାର ମଧ୍ୟାହ୍ନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଫଗାନ ଏୟାର ଲାଇନ୍ସର ଏହି ବିମାନଟି ତାଲିବାନ ଇଲାକାରେ ଖସି ପଡ଼ିଛି। ସ୍ଥାନୀୟ ମିଡିଆ ସୂତ୍ରରୁ ଜଣାଯାଇଛି, ଏଫ୍‌ଜି ୫୦୭ ବିମାନ ସେଠିକାର ସମୟ ମଧ୍ୟାହ୍ନ ୧.୧୦ରେ ଖସି ପଡ଼ିଥିଲା।ଏହି ବିମାନରେ ୮୩ ଜଣ ଲୋକ ଥିଲେ । ତେବେ କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ। ବିମାନଟି ଗଜନୀ ପ୍ରାନ୍ତର ଡେହୟାକ୍‌ ଜିଲାରେ ଖସି ପଡ଼ିଛି। ବିମାନରୁ ନିଆଁ ଏବଂ ଧୂଆଁ […]

mamata
ପଶ୍ଚିମବଙ୍ଗ ବିଧାନସଭାରେ ଗୃହୀତ ହେଲା CAA ବିରୋଧୀ ପ୍ରସ୍ତାବ

କୋଲକାତା: ସଂଶୋଧିତ ନାଗରିକତା ଆଇନ (ସିଏଏ) ବିରୋଧୀରେ ପ୍ରସ୍ତାବ ପଶ୍ଚିମବଙ୍ଗ  ବିଧାନସଭାରେ ଗୃହୀତ ହୋଇଯାଇଛି।  ଏବେ ପଶ୍ଚିମବଙ୍ଗ ୪ର୍ଥ ରାଜ୍ୟ ଯେଉଁଠି ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରସ୍ତାବ ଗୃହୀତ ହୋଇଛି। ପୂର୍ବରୁ ରାଜସ୍ଥାନ  ପଞ୍ଜାବ ଏବଂ କେରଳ ବିଧାନସଭାରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବ ଅନୁଯାୟୀ କେନ୍ଦ୍ରର ସିଏଏକୁ ଖାରଜ କରାଯିବା ସହିତ ଜାତୀୟ ନାଗରିକ ପଞ୍ଜିକା (ଏନଆରସି), ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର)କୁ ବିରୋଧ କରାଯାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ମନ୍ତ୍ରୀ ପାର୍ଥ […]

tiger
ମଝିବିଲରେ ଯୁବକଙ୍କୁ ମାଡ଼ି ବସିଥିଲା ବାଘ, ଆଉ ତା’ପରେ...

ଯୁବକ ଜଣକ ତଳେ ଆଉ ବାଘ ତାଙ୍କ ଉପରେ। ଝାମ୍ପ ମାରି ବସିଥିଲା। ପିଠି ଉପରେ ପଡ଼ିଥିଲା ଦୁଇଗୋଡ।  ଖାଇବାକୁ ଆଉ କେତୋଟି ମୁହୂର୍ତ୍ତ ବାକିମାତ୍ର। ନିସ୍ତେଜ ହୋଇ ପଡିଥାନ୍ତି ଯୁବକଜଣକ । ବିଲ ଆଉ ତା’ପରେ ଯାହା ହେଲା ଆପଣି ଶୁଣିଲେ ବିଶ୍ୱାସ କରିବେ ନାହିଁ। ଗପ ନୁହେଁ, ସତ। ଘଟିଛି ମହାରାଷ୍ଟ୍ରରେ। ଏହାର ଏକ ଭିଡ଼ିଓ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଏକ ବିଲର ଦୃଶ୍ୟ। ବିଲର ମାଟି ଉପରେ ଶୋଇ ରହିଥିଲେ […]