women ministers
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀଙ୍କ ଘରେ ଏକାଠି ହେଲେ ମୋଦି ମନ୍ତ୍ରିମଣ୍ଡଳର ସମସ୍ତ ମହିଳା ମନ୍ତ୍ରୀ। ଏହି ଗେଟ୍ ଟୁ ଗେଦର ପୁରାପୁରି ଅନ୍ ଅଫିସିଆଲ୍ ଥିଲା। ନା କିଛି ସରକାରୀ କାର୍ଯ୍ୟକ୍ରମ ନା ଆଲୋଚନା। ସମସ୍ତଙ୍କୁ ଚା ପିଇବାକୁ ଘରକୁ ଡାକିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚା ପିଆହେଲା ଆଉ ତାସହ ଖଟି ବି ଜମିଲା । ଅର୍ଥମନ୍ତ୍ରୀଙ୍କ ଟିପାର୍ଟିରେ ସାମିଲ ହୋଇଥିଲେ ସ୍ମୃତି ଇରାନୀ, ମୀନାକ୍ଷି ଲେଖି, ସାଧ୍ୱୀ ନିରଞ୍ଜନ ଜ୍ୟୋତି, ଅନୁପ୍ରିୟା ପଟେଲ, ରେଣୁକା ସିଂ, ଅନ୍ନପୂର୍ଣ୍ଣା ଦେବୀ, ପ୍ରତିମା ଭୌମୁଲ, ଭାରତୀ ପାୱାରଙ୍କ ସମେତ ଶୋଭା କରନ୍ଦଲାଜେ ଏବଂ ଦର୍ଶନ ଜାର୍ଦ୍ଦୋଶ। ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଏବେ ୧୧ଜଣ ମହିଳା ମନ୍ତ୍ରୀ ଅଛନ୍ତି।
ଦେଖନ୍ତୁ ପୁରୀ ଜଗନ୍ନାଥ ରଥଯାତ୍ରାର ସିଧା ପ୍ରସାରଣ
Also Read
ଏଥିରୁ ୨ ଜଣ କ୍ୟାବିନେଟ୍ ଏବଂ ୯ ଜଣ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମହିଳା ମନ୍ତ୍ରୀଙ୍କ ମଧ୍ୟରେ ୭ ଜଣ ବିଜେପି ସାଂସଦ ରହିଛନ୍ତି। ମୋଦି ମନ୍ତ୍ରିମଣ୍ଡଳର ମହିଳା ମନ୍ତ୍ରୀଙ୍କ ବାବଦରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଯେ, ମୋଟ ୧୧ ଜଣ ମହିଳା ମନ୍ତ୍ରୀଙ୍କୁ ୯ଟି ରାଜ୍ୟ ଏବଂ ୯ଟି ସଂପ୍ରଦାୟରୁ ପ୍ରତିନିଧିତ୍ୱର ସୁଯୋଗ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)