• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିରେ କରୋନା ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟା । ବଣ୍ଡା ଘାଟିରେ ଲୋକଙ୍କ କରୋନା ଟେଷ୍ଟ କରାଯିବା ସହ ଭ୍ୟାକ୍ସିନେସନ ପ୍ରକ୍ରିୟା ଜାରି ରହିଛି । ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଯାଇ ଲୋକଙ୍କୁ ଟିକାଦାନ କରୁଛନ୍ତି ।

Bonda People

ତେବେ ଗତ କିଛି ଦିନ ପୂର୍ବେ ରାଜ୍ୟ ସବୁଠାର  ଦୁର୍ଗମ ଅଞ୍ଚଳ କୁହାଯାଉଥିବା ବଣ୍ଡା ଘାଟିରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇ ଉଠିଥିଲା । କାରଣ କରୋନାର ପ୍ରଥମ ଲହର ଏହି ବଣ୍ଡାଘାଟି ବାସିନ୍ଦାଙ୍କୁ ଚୁଇଁ ପାରି ନଥିଲା । କିନ୍ତୁ କରୋନାର ଦ୍ୱିତୀୟ ଲହର ଏଠାରେ ଅନେକ ଲୋକଙ୍କୁ ଆକ୍ରାନ୍ତ କରି ସାରିଛି । ତେବେ ଖୁସିର କଥା ଯେ, ସେମାନଙ୍କ ମଧ୍ୟ ଅନେକ ସୁସ୍ଥ ହୋଇସାରିଲେଣି । ଆଉ ଯେଉଁମାନେ ଆକ୍ରାନ୍ତ ଅଛନ୍ତି ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି ।

Bonda People

ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଠାର କରୋନା ନେଇ ସଚେତନତା କରାଯାଉଛି । ଲୋକଙ୍କୁ ଏହି ରୋଗ ବିଷୟରେ ବୁଝାସୁଝା କରାଯାଉଛି । ଖାଲି ସେତିକି ନୁହେଁ ଯଦି କୌଣସି ଲୋକ ନିକଟରେ ଲକ୍ଷଣ ଦେଖାଯାଏ ତେବେ ତାକୁ ଅଳଗା ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଅନୁମାନ କରାଯାଉଛି ଯେ, ଏଠାକାର କିଛି ଲୋକ ରାଜ୍ୟ ବାହାରକୁ ତଥା ଛତିଶଗଡ଼କୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରୁ ସେମାନେ ଫେରିବା ପରେ ଏଠାରେ କିଛି ଲୋକ ଆକ୍ରାନ୍ତ ହୋଇଥାଇପାରନ୍ତି ।

Bonda People

ତେବେ ସାରା ବିଶ୍ୱ ତଥା ଦେଶ ଓ ରାଜ୍ୟ କରୋନା ମହାମାରୀ ପାଇଁ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଏଠାକାର ଏହି ବଣ୍ଡା ପ୍ରଜାତିର ଲୋକେ କରୋନା କ’ଣ ଜାଣିନାହାନ୍ତି । ସେମାନେ କରୋନା ମାହାମାରୀ ପରିସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। ଏମିତିକି ସେଠାରେ ସଂକ୍ରମିତ ଚିହ୍ନଟ ହେବା ପରେ ମଧ୍ୟ ସେମାନେ କରୋନାକୁ ଅବିଶ୍ୱାସ କରିବା ସହ ଟେଷ୍ଟିଂ କିମ୍ବା ଆଇସୋଲେସନକୁ ପ୍ରତ୍ୟାକ୍ଷାନ କରୁଛନ୍ତି ।

Bonda People

ଅନ୍ୟପଟେ ଏବେ କରୋନା ମହାମାରୀ ଗାଁ ମୁହଁ ହୋଇଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଫୋକସରେ ରହିଛି ଗ୍ରାମାଞ୍ଚଳ । ଗାଁ ଗାଁରେ ଲୋକଙ୍କୁ ଅଧିକ ସଚେତନ କରିବା ସହ ଚିକିତ୍ସା ସୁବିଧା ଯୋଗାଇଦେବାକୁ ସରକାର ବ୍ୟବସ୍ଥା କରୁଛନ୍ତି । ଖାଲି ସେତିକି ନୁହେଁ କରୋନା ସଂକ୍ରମଣ ଚେନକୁ  ବ୍ରେକ୍ ଦେବା ପାଇଁ ଗାଁ ଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ପରାମର୍ଶ ଦେଇଛନ୍ତି ସରକାର ।

Vaccination-in-the-banda-valley-begins-after-found-coronavirus-infection
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories