ଛିଡିବାର ନାଁ ଧରୁନି ବିଜେଡି କର୍ପୋରେଟରଙ୍କ ବିବାଦ। କାଲି ଅମରେଶ ଆଉ ଆଜି ବିରଞ୍ଚି। କର୍ପୋରେଟର କଳିକୁ ନେଇ ଶେଷରେ ମୁହଁ ଖୋଲିଲେ ମେୟର। ସଂଗଠନ ବିଗୁଡୁଥିବା ଦେଖି ଦଳ ପକ୍ଷରୁ ଜାରି ହେଲା ଫତୱା।
ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଓଡିଆରେ ପଠାଯିବ ଫାଇଲ। ଗଠନ ହେବ ଭାଷା କମିଶନ। ଲୋକସେବା ଭବନରେ ଆଜି ଦାୟିତ୍ୱ ଗ୍ରହଣ କରୁ କରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଦସ୍ତଖତ କରିଛନ୍ତି ମୋହନ ମାଝୀ।
ବିଶ୍ବ ବିଜେତାଙ୍କୁ ଭବ୍ୟ ସ୍ବାଗତ । ଟି-ଟ୍ବେଣ୍ଟି ଚାମ୍ପିଅନ ଟିମ୍ ଇଣ୍ଡିଆକୁ ସ୍ବଦେଶ ମାଟିରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଲା ଦିଲ୍ଲୀ ବିମାନ ବନ୍ଦର। ଖେଳାଳିଙ୍କ ଗୋଟିଏ ଝଲକ ପାଇବାକୁ ଭୋରରୁ ଲାଗିଥିଲା ଭିଡ଼ ।
ମୃତ ASOଙ୍କ ନାଁ ମୋରା ମାରାଣ୍ଡି। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ରହୁଥିବା ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।
ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା ମାମଲା । ତଦନ୍ତ ବେଳେ ୬ ଜଣଙ୍କୁ ଗିରଫ କଲା ପୋଲିସ ।
ଘରୋଇ କଲେଜ ବସ୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଛାତ୍ର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ରାଧାରମଣପଡ଼ା ଗାଁ ନିକଟରେ।
ଆଜି ସନ୍ଧ୍ୟାରେ ମୁମ୍ବାଇରେ ହେବ ଗ୍ରାଣ୍ଡ ସେଲିବ୍ରେସନ। ଖେଳାଳିମାନେ ମୁମ୍ବାଇ ବିମାନ ବନ୍ଦରରୁ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ। ସେଠାରେ ଏକ କିଲୋମିଟରର ବସ୍ ପ୍ୟାରେଡର କାର୍ଯ୍ୟକ୍ରମ ରହିଛି।
ଫ୍ଲାଇଟ୍ ଟେକ୍ ଅପ୍ ସମୟ ବାରମ୍ବାର ବଦଳାଇଲେ ଏୟାର ଇଣ୍ତିଆ କର୍ତ୍ତୃପକ୍ଷ। ଏନେଇ ବିରକ୍ତ ହେଲେ ଯାତ୍ରୀ। ସୋସିଆଲ ମିଡିଆରେ ଏୟାର ଇଣ୍ତିଆର ବିମାନର ଅବହେଳା ନେଇ ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ।
ଏକାଧିକ ସମସ୍ୟାକୁ ନେଇ ମାନସିକ ଚାପ ଯୋଗୁଁ ପିତୃହନ୍ତା ପାଲଟିଲା ପୁଅ । ମାତ୍ରାଧିକ ଋଣ ବୋଝ ସାଙ୍ଗକୁ ପାରିବାରିକ ସମସ୍ୟା ଏବଂ ପ୍ରଫେସର ଥିବା କଲେଜରେ ମଧ୍ୟ ନାନା ସମସ୍ୟା ଦେଖାଦେଇଥିଲା ।
ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ କହିଲେ ଜଷ୍ଟିସ ପଶାୟତ ।
ନାସାର ଡିପ୍ ସ୍ପେସ୍ ନେଟୱାର୍କର ଗୋଲ୍ଡଷ୍ଟୋନ୍ ପ୍ଲାନେଟାରୀ ରାଡାର ଏହି ଦୁଇଟି ଗ୍ରହକୁ ଟ୍ରାକ୍ କରିଛି। ଯାହାକି କ୍ଷୁଦ୍ରଗ୍ରହ ଅନୁସନ୍ଧାନ ଦିଗରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଛି। ବାସ୍ତବରେ ଏହି କ୍ଷୁଦ୍ରଗ୍ରହ ଚାରିପଟେ ଏକ ଛୋଟ ଚନ୍ଦ୍ର ଥିବା ବୈଜ୍ଞାନିକମାନେ ଗବେଷଣା ପରେ ସ୍ପଷ୍ଟ କରିଛନ୍ତି।
ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଗଜପତିଙ୍କ ନିର୍ଦ୍ଦେଶ ରହିଛି। କେହି ମହାପ୍ରଭୁଙ୍କ ଆଗରେ ଠିଆ ହେବେ ନାହିଁ। ଟାହିଆକୁ କେହି ଛିଣ୍ଡାଇବେ ନାହିଁ।
ପ୍ରଥମେ ଲୁଟିଲା, ପରେ ଜିନିଷ ଫେରାଇ ଦେବ ବୋଲି କହିଲା । ଏମିତି ଏକ ଚୋର, ଯିଏ ଚୋରି କରିବା ପରେ ଏକ ମାସ ଭିତରେ ଜିନିଷ ଫେରାଇ ଦେବ ବୋଲି କହିଛି ।
କଥାରେ ଅଛି ପ୍ରଭୁଙ୍କ ପାଖେ ଥିଲେ ମନ, ହରିନେବେ ସେ ସବୁ ଦୁଃଖ । ଏକଥା ଯେମିତି ଗରିବ ବଳଦେବଜୀଉଙ୍କ ଦରଜୀ ସେବାୟତ ପ୍ରମୋଦ ମହାରଣାଙ୍କ ନିକଟରେ ସତ ହୋଇଛି ।
ପଦ୍ମଲୋଚନଙ୍କ ଅଭିଯୋଗ ହେଉଛି ଅତି ସାଧାରଣ । ଯାହାକୁ ଚାହିଁଥିଲେ ନିଜର ସରପଞ୍ଚ ଓ ବିଧାୟକ ସମାଧାନ କରିପାରିଥାନ୍ତେ ।
ଦିନ କେଇଟା ପରେ ଗୁଣ୍ଡିଚା ଯାତ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ଦାଣ୍ଡକୁ ବିଜେ କରିବେ ।
ତିନି ଦିନ ବିଳମ୍ବ ପରେ ଭାରତୀୟ କ୍ରିକେଟ୍ ଦଳର ଶେଷରେ ଘର ବାହୁଡ଼ା ହୋଇଛି । ବାତ୍ୟା ପ୍ରଭାବିତ ବାର୍ବାଡସ୍ରୁ ବାହାରି ଆଜି ସକାଳେ ଭାରତୀୟ ଦଳ ନୂଆଦିଲ୍ଲୀରେ ପହଞ୍ଚିଛି ।
ନୂଆବଜାରର ଜଣେ ଦଲାଲ ପ୍ରରୋଚନାରେ ଲକ୍ଷେ ଟଙ୍କାରେ ଛୁଆ ବିକ୍ରି କରିଥିବା କଥା ସାମ୍ନାକୁ ଆସିଛି।
କ୍ରେଡିଟ୍ କାର୍ଡ ମାଧ୍ୟମରେ ଅନେକ ଠକେଇ ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ସଚେତନତା ବହୁତ ବୃଦ୍ଧି ପାଇଛି। ଏହାପରେ ମଧ୍ୟ ଅନେକ ଲୋକ କ୍ରମାଗତ ଭାବରେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ତେବେ କ୍ରେଡିଟ୍ କାର୍ଡ ଠକେଇକୁ କିପରି ଏଡାଯାଇପାରିବ ଆସନ୍ତୁ ସେ ବିଷୟରେ ଜାଣିବା।
ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ ପରେ ପ୍ରତିକ୍ରିୟା ରଖିଛନ୍ତି ମୋହନ ମାଝୀ। କହିଛନ୍ତି ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ଗୁରୁତ୍ବ ଦିଆଯିବ। ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ।
ରାଜନାଥ ସିଂଙ୍କ ସହ ଅମିତ ଶାହା, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବ୍ୟାପାର କମିଟିରେ ଅନ୍ତର୍ଭୁକ୍ତ କରାଯାଇଛି । ରାଜନନୈତିକ ବ୍ୟାପାର କମିଟିରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM) ର ଜିତନରାମ ମଞ୍ଜୀ, ଟିଡିପିର ରାମମୋହନ ନାଇଡୁ ଏବଂ ବିଜେପିର ଅନ୍ନପୂର୍ଣ୍ଣା ଦେବୀ ସଦସ୍ୟ ହୋଇଛନ୍ତି ।
ନିଆଁରେ କୈଳାସ, ତାଙ୍କ ପତ୍ନୀ ଓ ମାଆଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳିଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ୨୨ ଦିନ ହେଲା ରାଜ୍ୟ ଅତିଥି ଭବନରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ।
ଛାଡି ଦେବାକୁ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ। ବରଂ ଗୋରୁଗାଈଙ୍କ ପରି ପିଟି ଚାଲିଥିଲେ। ମଣିଷ ଏତେ ବି ନିଷ୍ଠୁର କେମିତି ହୋଇପାରେ ତାହା ଆଶ୍ଚର୍ଯ୍ୟ କରିଛି।
୯୬ ବର୍ଷ ବୟସ୍କ ଆଡଭାନୀ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେଣୁ ସମୟ ସମୟରେ ତାଙ୍କୁ ଘରେ ଏକ ଡାକ୍ତରୀ ଟିମ୍ ପକ୍ଷରୁ ଚେକ୍ ଅପ୍ ମଧ୍ୟ କରାଯାଏ ।