ଚାକିରିର ସ୍ୱପ୍ନ ବାସ୍ତବ ରୂପ ନେଉଥିବା ବେଳେ ମନ ଉଲ୍ଲସିତ ଆଉ ଉତ୍ସାହିତ ଥାଏ। ପ୍ରଥମ ଚାକିରି ଆମ ଉଡ଼ାଣକୁ ଜୋର କରିଦିଏ ଏବଂ ଉଚ୍ଚକୁ ଉଡ଼ିବାରେ ସାହାଯ୍ୟ କରେ। ଏହି ସମୟରେ କିନ୍ତୁ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଯାହାଫଳରେ ପ୍ରଥମ ଚାକିରି ଚାପମୁକ୍ତ ହୋଇପାରିବ।
ମୁଁ ମୋର ପ୍ରଥମ ଅଣ୍ଡର -୧୪ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପ୍ରୟାସ କରିଥିଲି, ସେତେବେଳେ ମୋତେ ଏଥିପାଇଁ ଚୟନ କରାଯାଇନଥିଲା କାହିଁକି ନା ମୁଁ ଚୟନକର୍ତ୍ତାଙ୍କ ପାଦ ସ୍ପର୍ଶ କରି ନ ଥିଲି ।
୨୨ରେ ଓଡ଼ିଶା ଆସିବେ ଟେଲିଭିଜନ ଧାରାବାହିକ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ । ବିଜେପି ନେତା ଅରୁଣ ଗୋଭିଲ ୨୨ରେ ୪ଟି ସଭାରେ ଯୋଗଦେବେ ।
ସବୁବେଳେ ସୁନ୍ଦର ଓ ଯୁବକ ଦେଖାଯିବା ପାଇଁ କିଏ ବା ନଚାହେଁ । କିପରି ବାର୍ଦ୍ଧକ୍ୟ ନଆସିବ, ଏହା ବୈଜ୍ଞାନିକଙ୍କ ପାଇଁ ଏକ ଆହ୍ୱାନ ପାଲଟିଛି । ଏହାକୁ ନେଇ ନିକଟରେ ଏକ ଅଦ୍ଭୁତ ପ୍ରୟାସ କରାଯାଇଛି ।
ପୁଣି ନବୀନଙ୍କ ମିଛ ଭିଡିଓ ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ରିଲିଜ୍ ନେଇ ପୁଣି ପ୍ରଶ୍ନ କଲେ ବୈଜୟନ୍ତ ପଣ୍ଡା । ଭିଡିଓର ସତ୍ୟତା ଉପରେ ପ୍ରଶ୍ନ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କହିଛନ୍ତି- ତାମିଲ କଣ୍ଢେଇନଚାଳି ପୁଣି ଏକ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି ।
ଆସନ୍ତା ୨୩ ତାରିଖରେ ଓଡ଼ିଶାରେ ବିଜେପିର ପ୍ରଚାର ମଙ୍ଗ ଧରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦିନିକିଆ ଗସ୍ତରେ ଆସି ଚିଲିକା ଓ ସାଲେପୁର କୁଳିଆରେ ନିର୍ବାଚନୀ ସଭା କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ରଣବୀର କପୁରଙ୍କ 'ରାମାୟଣ' ଚଳଚ୍ଚିତ୍ର ଉପରେ ସଙ୍କଟର ମେଘ ଘୋଟି ଆସିଛି। କିଛି ଦିନ ହେବ ମୁମ୍ବାଇର କୌଣସି ସ୍ଥାନରେ ଏହି ଚଳଚ୍ଚିତ୍ରର ସୁଟିଂ ସଂପର୍କରେ ଜଣାପଡିନି। ଏକ ବାହାର ସୂତ୍ରରୁ ଜଣାପଡିଛି ଯେ ଫିଲ୍ମର ସମସ୍ତ କାମ ବନ୍ଦ ହୋଇଯାଇଛି ଏବଂ ଏହି ଫିଲ୍ମ ବର୍ତ୍ତମାନ ବନ୍ଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ମହେନ୍ଦ୍ର ସିଂ ଧୋନି ବାଇକ୍ ଚଲାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏଥର ମାହିଙ୍କୁ ବ୍ୟାଟ୍ କିମ୍ବା ବଲ୍ ସହିତ ନୁହେଁ ବରଂ ତାଙ୍କ ପୁରୁଣା ୟାମାହା RD 350 ସହିତ ଦେଖିବାକୁ ମିଳୁଛି ।
ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ରାଜନେତା ହେବା ପରେ ଗ୍ଲାମର ଇଣ୍ଡଷ୍ଟ୍ରିକୁ ମଧ୍ୟ ବିଦାୟ ଦେଇଛନ୍ତି। ବର୍ତ୍ତମାନ କଙ୍ଗନା ରାଣାୱତ୍ଙ୍କ କଥାବାର୍ତ୍ତାରୁ ଲାଗୁଛି ସେ ମଧ୍ୟ ଏମିତି ଯୋଜନା କରୁଛନ୍ତି। ବଲିଉଡ୍ର ଏହି ଜଣାଶୁଣା ନାୟିକା ଆଗାମୀ ଦିନରେ ବଲିଉଡ୍ରୁ ବିଦାୟ ନେଇପାରନ୍ତି, କିନ୍ତୁ ତାଙ୍କର ଏକ ସର୍ତ୍ତ ରହିଛି।
ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପରମ୍ପରାକୁ ଅକ୍ଷୂଣ୍ଣ ରଖିବାକୁ କାମ କରିଥିଲେ ।
ଭଭୟ ଟିମ୍ ମଧ୍ୟରୁ ଆଜି ଯିଏ ବି ଜିତିବ, ସିଏ ସିଧା ଫାଇନାଲ୍ରେ ଏଣ୍ଟ୍ରି କରିବ। ପରାସ୍ତ ହୋଇଥିବା ଟିମ୍ କ୍ୱାଲିଫାୟାର୍-୨ରେ ଖେଳିବ।
ଖରା ଦିନେ ରୋଷେଇ ଘରକୁ ଯିବାକୁ କିଏ ବା ଚାହେଁ। ଏପରି ପରିସ୍ଥିତିରେ ଆପଣ ମଧ୍ୟ ଚାହୁଥିବେ ଏମିତି କ’ଣ କଲେ ରୋଷେଇ ଘରେ ଏତେ ଗରମ ହେବ ନାହିଁ। ତେବେ ଏଥିପାଇଁ ଆପଣଙ୍କୁ କିଛି ଟିପ୍ସ ଅନୁସରଣ କରିବାକୁ ପଡିବ। ଏହି ଟିପ୍ସଗୁଡିକ ଚେଷ୍ଟା କରନ୍ତୁ, ରୋଷେଇ ଘରେ ଗରମରୁ ରକ୍ଷା ମିଳିବ।
କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୬,୮୩୦ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୫୪,୬୪୦ ଟଙ୍କା ରହିଛି ।
ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ବୋଲି ଘୋଷଣା କରାଯାଇଛି ।
ବର୍ଷରେ ଏପରି ୨ ଦିନ ଅଛି, ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ। ବର୍ଷର ଏହି ୨ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି। ସେ ସମୟରେ ଛାଇ ଦେଖାଯାଏ ନାହିଁ।
ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗିଲେ ସମ୍ବିତ ପାତ୍ର।
ଭାରତୀୟ ସେନାର ଏକ କୁକୁରର ଅବସର ପରେ ତାକୁ ମିଳିଥିବା ସମ୍ମାନ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେନା କୁକୁର ମେରୁ ମେରୁଟ୍ରେ ତାଙ୍କ ଅବସର ଗୃହରେ ପହଞ୍ଚିବା ପାଇଁ ଟ୍ରେନର ଏସି ପ୍ରଥମ କୋଚରେ ଯାତ୍ରା କରିଛି।
ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ମଙ୍ଗଳବାର। ଚନ୍ଦ୍ର- ତୁଳା ଅହୋରାତ୍ର, ତିଥି- ୧୩ ଶୀ ସନ୍ଧ୍ୟା ୦୫.୩୯ ଗତେ ୧୪ଶୀ, ଘାତଚନ୍ଦ୍ର- ନାସ୍ତି, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ତେବେ ବାତ୍ୟା ନେଇ ଏଯାଏଁ କୌଣସି ଆକଳନ କରାଯାଇନି। ୨୨ ତାରିଖ ପରେ କିମ୍ବା ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ।
୪ଟି ସ୍ଥାନରେ ଶାହ କରିବେ ଜୋରଦାର ପ୍ରଚାର। ଦିନ ସାଢେ ୧୧ଟାରେ ସେ ସମ୍ବଲପୁର ଯିବେ। ସେଠାରେ ରେମେଡ ଗ୍ରାଉଣ୍ଡରେ ଆୟୋଜିତ ବିରାଟ ଜନସଭାକୁ ସମ୍ବୋଧନ କରିବେ।
ଆଜିକାଲି ପ୍ରାୟ ସମସ୍ତେ ଚା’ ପ୍ରିୟ। ଯଦି ଚା ସହିତ କିଛି ଖାଇବାକୁ ମିଳିଗଲା ତେବେ କଥା ସରିଲା। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଚା’ ସହିତ ଖାଇବା ଉଚିତ ନୁହେଁ। ଡାକ୍ତରଙ୍କ ଅନୁଯାୟୀ ଏହା ଅନେକ ପେଟ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିପାରେ।
ପୋଲିଂ କର୍ମଚାରୀଙ୍କୁ ଲୋକେ ଅଟକ ରଖିବାକୁ କେନ୍ଦ୍ରକରି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚିଛନ୍ତି।
ଦ୍ୱିତୀୟ ଦଫା ଲଢ଼େଇରେ ୫ ସଂସଦୀୟ କ୍ଷେତ୍ର ଓ ୩୫ ବିଧାନସଭା କ୍ଷେତ୍ରରେ ମତଦାନ ।
ଓଡ଼ିଶାର ପୁରପଲ୍ଲୀରେ ଗୋଟିଏ ନାରା ସବୁଠି ଗୁଞ୍ଜରିତ ହେଉଛି । ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।