ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୁମି ଓ ଅନ୍ନଦାନ ସନ୍ଧ୍ୟା ୦୫.୫୨ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୭.୨୫ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ।
ଉଦିତ ନାରାୟଣଙ୍କର ପୂର୍ବର୍ ଗୋଟିଏ କିସ୍ ଭିଡିଓ ଭାଇରାଲ୍ ହେଉଥିବା ବେଳେ ବର୍ତ୍ତମାନ ଆଉ ଏକ ଭିଡିଓ ଆସିଛି। ମହିଳାମାନେ ଉଦିତ ନାରାୟଣଙ୍କ ସହ ସେଲ୍ଫି ନେଉଛନ୍ତି କିନ୍ତୁ ଉଦିତ ନାରାୟଣ ସେମାନଙ୍କ ଓଠ ଖୋଜୁଛନ୍ତି ଏବଂ ସେମାନଙ୍କୁ ଚୁମ୍ବନ ଦେଉଛନ୍ତି। ଦେଖନ୍ତୁ ଏହି ନୂଆ ଭିଡିଓ…
ଗୌତମ ଆଦାନୀ ସମାଜ ସେବା ପାଇଁ ୧୦ ହଜାର କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । ଏହି ଟଙ୍କା ଶିକ୍ଷା,ସ୍ବାସ୍ଥ୍ୟସେବା ଏବଂ ଦକ୍ଷତା ବିକାଶ ପାଇଁ ମୌଳିକ ଭିତ୍ତିଭୂମି ନିର୍ମାଣରେ ବ୍ୟବହୃତ ହେବ ।
ଓଡ଼ିଶାର ଯୁବ ଖେଳାଳିଙ୍କ ସହ ଫଟୋ ଉଠାଇବା ସହ କଥା ହୋଇଥିଲେ କ୍ରିକେଟର। ଟିମ୍ ଇଣ୍ଡିଆ କ୍ରିକେଟରଙ୍କ ଠାରୁ ବେଶ କିଛି ଶିଖିଥିବା କହିଛନ୍ତି ଯୁବ ଖେଳାଳି।
ନେଟ୍ ପ୍ରାକ୍ଟିସ୍ ବେଳେ ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ନାହିଁନଥିବା କ୍ରେଜ୍ ଏବଂ ଅସମ୍ଭବ ଭିଡ଼ । ଆଉ ସେମାନଙ୍କ ଚିୟର ଅପ୍ କରିବାକୁ ଷ୍ଟାଡ଼ିୟମରେ ଖଚାଖଚ୍ ଭିଡ଼ । କାଲିର ମ୍ୟାଚ୍ ପୂର୍ବରୁ ମ୍ୟାଚ୍ର ଭ୍ରମ ସୃଷ୍ଟି କରିଛି ଆଜିର ଖଚାଖଚ୍ ଭରା ଷ୍ଟାଡ଼ିୟମ ।
ଗୋଟିଏ ଦଶନ୍ଧିର ଖେଳ ଶେଷ ହୋଇଛି । ଯେଉଁଠି ଉତ୍ଥାନ, ସେଇଠି ପତନ ହୋଇଛି । ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ଗଡ଼ ଆଜି ଧୂଳିସାତ୍ ହୋଇଥିବା ବେଳେ, ଖୋଦ୍ କେଜ୍ରିୱାଲଙ୍କୁ ବି ମାତ୍ ଖାଇବାକୁ ପଡ଼ିଛି ।
ମୋଦିଙ୍କ ଆପ୍କୁ ମହାପ୍ରହାରରେ ଚୁରମାର ଆମ୍ ଆଦମୀ ପାର୍ଟିର ବଳ। ଭାଙ୍ଗିଗଲା ଲଗାତର ଚତୁର୍ଥ ଥର ପାଇଁ ଶାସନ ଗାଦିକୁ ଆସିବାର ସ୍ବପ୍ନ। ଏକଦା କଂଗ୍ରେସର ଲମ୍ବା ଶାସନକୁ ବିତାଡ଼ିତ କରି ଦିଲ୍ଲୀକୁ ନିଜ ଗଡରେ ପରିଣତ କରିଥିବା ଆପକୁ ମାତ୍ ଦେଇଛି ବିଜେପି।
ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ଏୟାରପୋର୍ଟ ନିଆଯାଇଛି l ସେଠାରୁ ତାଙ୍କୁ ଦିଲ୍ଲୀ ନିଆଯିବ l
ଏବେ ଚର୍ଚ୍ଚା, କିଏ ବସିବ ଦିଲ୍ଲୀ ସିଂହାସନରେ ? ମୁଖ୍ୟମନ୍ତ୍ରୀ ହେବ କିଏ ? ଅନ୍ୟ ରାଜ୍ୟ ଭଳି ବିନା ସିଏମ୍ ଫେସରେ ନିର୍ବାଚନ ଲଢିଥିବା ବିଜେପିର ମୁଖ୍ୟମନ୍ତ୍ରୀ ରେସରେ ଥିବା ସମ୍ଭାବ୍ୟ ନେତାଙ୍କୁ ନେଇ ଆସନ୍ତୁ ଜାଣିବା...
ଆପ୍ର ଅନ୍ୟତମ ପ୍ରମୁଖ ଚେହେରା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ସକୁର୍ ବସ୍ତି ଆସନରୁ ହାରି ଯାଇଛନ୍ତି। ସେହିପରି ସୋମନାଥ ଭାରତୀ ଓ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି।
ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ସମ୍ବୋଧନ କରି ଆପକୁ ଟାର୍ଗେଟ କରିଛନ୍ତି । ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି ଦିଲ୍ଲୀର ହୃଦୟରେ ମୋଦି ରହିଛନ୍ତି । ମୋଦିଙ୍କ ନେତୃତ୍ବରେ ଦଳ ଗୋଟିଏ ପରେ ଗୋଟିଏ ବିଜୟ ହାସଲ କରିଚାଲିଛି । ବିଜୟ ପାଇଁ ଦିଲ୍ଲୀବାସୀ ଓ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି ।
ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ କରି କହିଲେ, ଶେଷରେ ଆପ୍ଦାରୁ ମୁକ୍ତ ହେଲା ଦିଲ୍ଲୀ । ବିଜୟ ପାଇଁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଉଛି । ଦ୍ରୁତଗତିରେ ଦିଲ୍ଲୀର ବିକାଶ କରି ଆମେ ଏହି ଋଣ ସୁଝିବୁ।
ଦିଲ୍ଲୀରେ ଝଡ଼ି ଯାଇଛି ଝାଡୁ। ଦୀର୍ଘ ୨୭ ବର୍ଷ ପରେ ସରକାର ଗଢିବାକୁ ଯାଉଛି ବିଜେପି। ଆପ୍ ସରକାର ପ୍ରତି ଲୋକଙ୍କ ଭିତରେ ଥିବା ଆକ୍ରୋଶ ଆମକୁ ଜିତାଇଲା ବୋଲି କହିଛନ୍ତି ଦିଲ୍ଲୀ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ଯଦି ଶରୀରରେ ପ୍ରୋଟିନ୍ ଠିକ୍ରେ ଉପଯୋଗ ନ ହୁଏ ତେବେ ଏହା ଫ୍ୟାଟ୍ରେ ରୂପାନ୍ତରିତ ହୋଇଯାଏ ଏବଂ ଶରୀରରେ ଜମି ରହେ। ଏଣୁ ଏହା ଓଜମ କମ୍ କରିବା ପରିବର୍ତ୍ତେ ଓଜନ ବଢ଼ାଇଦିଏ।
ଅତ୍ୟଧିକ ଗର୍ବ ଏବଂ ମାତ୍ରାଧିକ ମିଛ ଯେ ମହଙ୍ଗା ପଡିଥାଏ । ଏହା କେଜରିୱାଲଙ୍କ କ୍ଷେତ୍ରରେ ଶତ ପ୍ରତିଶତ ସତ ପ୍ରମାଣିତ ହୋଇଛି । ଏ ସମ୍ପର୍କରେ ଚେତେଇ ଦେବା ପାଇଁ ସୋସିଆଲ ମିଡ଼ିଆ ୟୁଜର କେଜରିୱାଲଙ୍କ ବିଭିନ୍ନ ପୁରୁଣା ଭିଡିଓ ପୋଷ୍ଟ କରି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟ୍ରୋଲ୍ କରୁଥିବା ଦେଖିବାକୁ ମିଳୁଛି ।
ଟିମ୍ ଇଣ୍ଡିଆର ପ୍ରସ୍ତୁତି ନେଇ ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକଙ୍କ ପ୍ରେସମିଟ୍ । ବିରାଟଙ୍କୁ ନେଇ ବଡ଼ ସୂଚନା ଦେଲେ ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ । କହିଲେ ବିରାଟ କୋହଲି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।
ବାରବାଟୀରେ ପହଞ୍ଚିଲା ଟିମ ଇଣ୍ଡିଆ । ଫ୍ୟାନ ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି । ଟିମ ଇଣ୍ଡିଆର ନେଟ ଅଭ୍ୟାସ ଦେଖିବା ପାଇଁ ବାରବାଟୀରେ ଖଚାଖଚ୍ ଭିଡ । ଆସନ୍ତା କାଲି ବାରବାଟୀ ବ୍ୟାଟଲ । କିନ୍ତୁ ଏହାର ଦିନକ ପୂର୍ବରୁ ଫ୍ୟାନଙ୍କ ସୁଅ ଛୁଟିଛି କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମକୁ ।
ବିଜୟ ମୁକୁଟ ପିନ୍ଧିବା ପୂର୍ବରୁ ବିଜେପି ଶିବିରରେ ଉତ୍ସବର ମାହଲୋ ଦେଖିବାକୁ ମିଳିଛି। ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି। ଏପଟେ ବୈଜୟନ୍ତ ପଣ୍ଡା ଧନ୍ୟବାଦର ପାତ୍ର କହିଲେ ସଭାପତି ମନମୋହନ ସାମଲ ।
ଆନ୍ତର୍ଜାତିକ କ୍ରିକେଟ୍ରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଏବେ ବେଶ୍ ଚର୍ଚ୍ଚା । ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ।
ଅଭିନେତା ଉତ୍ତମ ମହାନ୍ତି ଲିଭର ସିରୋସିସ ରୋଗରେ ପୀଡିତ ଥିବା ନେଇ ସୂଚନା ମିଳିଛି । ସେ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଇୟିୟୁରେ ଚିକିତ୍ସାଧୀନ ଅଛନ୍ତି । ଅଧିକ ଚିକିତ୍ସା ଲାଗି ତାଙ୍କୁ ଏୟାରଲିଫ୍ଟ କରାଯିବ ।
‘ମୋ ବସ୍’ର ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍’ । ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ବ୍ୟାଙ୍କ୍ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ 'ସୁଭଦ୍ରା' ଟଙ୍କା ପ୍ରଦାନ କରାଯାଇଛି । ୧୮ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଗଲା ଟଙ୍କା ।
ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ଆନ୍ନା ହଜାରେଙ୍କ ବୟାନ । କହିଲେ, ସେମାନେ ମୋ କଥା ଶୁଣିଲେନି ଓ କେବଳ ମଦକୁ ଫୋକସ୍ କଲେ ।
ପ୍ରଶ୍ନ ଉଠୁଛି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବେ? କାହାକୁ ବିଜୟର ମୁକୁଟ ପିନ୍ଧାଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ୫ଜଣ ନେତା ଥିବାବେଳେ, କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ତାହା ଏବେ ଚର୍ଚ୍ଚାରେ। ଆସନ୍ତୁ ଜାଣିବା ଦୌଡ଼ରେ ଥିବା ୫ ଜଣଙ୍କ ବିଷୟରେ।
ବିଜୟ ମୁକୁଟ ପିନ୍ଧିବା ପୂର୍ବରୁ ବିଜେପି ଶିବିରରେ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି। ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି। ସେଥିରେ ସାମିଲ ହୋଇଛନ୍ତି ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ।