Advertisment

Delhi Assembly Election: କିଏ ହେବେ ଦିଲ୍ଲୀ CM, ଦୌଡ଼ରେ ଏହି ୫ ନେତା

ପ୍ରଶ୍ନ ଉଠୁଛି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବେ? କାହାକୁ ବିଜୟର ମୁକୁଟ ପିନ୍ଧାଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ୫ଜଣ ନେତା ଥିବାବେଳେ, କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ତାହା ଏବେ ଚର୍ଚ୍ଚାରେ। ଆସନ୍ତୁ ଜାଣିବା ଦୌଡ଼ରେ ଥିବା ୫ ଜଣଙ୍କ ବିଷୟରେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Delhi Assembly Election 2025

Delhi Assembly Election 2025

ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ଫୁଟିବାକୁ ଯାଉଛି ପଦ୍ମ। ଆପ୍‌ର ହ୍ୟାଟ୍ରିକ ବିଜୟକୁ ଦଳ ରୋକିବା ସହ ଐତିହାସିକ ସଫଳତା ପାଇବାକୁ ଯାଉଛି। ଦିଲ୍ଲୀର ମୋଟ ୭୦ଟି ବିଧାନସଭା ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୬। ବିଜେପି ବେଶ ସହଜରରେ ଏହି ସଂଖ୍ୟାକୁ ହାସଲ କରିନେବା ଏକ ପ୍ରକାରର ନିଶ୍ଚିତ ହୋଇଛି।

Advertisment

ତେବେ ପ୍ରଶ୍ନ ଉଠୁଛି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବେ, କାହାକୁ ବିଜୟର ମୁକୁଟ ପିନ୍ଧାଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ୫ ଜଣ ଥିବା ବେଳେ କିଏ ହେବ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତାହା ଏବେ ଚର୍ଚ୍ଚାରେ। ଆସନ୍ତୁ ଜାଣିବା ଦୌଡ଼ରେ ଥିବା ଏହି ୫ ଜଣ ନେତା କିଏ?

ପରବେଶ ସାହିବ ସିଂହ ବର୍ମା:

ପୂର୍ବତନ ସାଂସଦ ପରବେଶ ବର୍ମା ଆପର ଅରବିନ୍ଦ କେଜ୍ରିୱାଲଙ୍କୁ ନୂଆଦିଲ୍ଲୀ ଆସନରେ ପରାସ୍ତ କରିଛନ୍ତି। ସେ ବିଜେପିର ସବୁଠାରୁ ଚର୍ଚ୍ଚିତ ଚେହେରା। ନିର୍ବାଚନ ବେଳେ ସେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କୁହାଯାଉଥିଲା। ତାଙ୍କ ସହ ରେସରେ ରମେଶ ବିଧୁରୀ ମଧ୍ୟ ରହିଥିଲେ। କିନ୍ତୁ ରମେଶ ବିଧୁରୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଠାରୁ ହାରି ଯାଇଛନ୍ତି। ତେଣୁ ପରବେଶ ବର୍ମା ଦୌଡ଼ରେ ଆଗରେ ରହିଛନ୍ତି। ପରବେଶ ହେଉଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ। ସେ କେଜ୍ରିୱାଲଙ୍କ ଗଡ଼ରେ ତାଙ୍କୁ ମାତ ଦେଇ ଇତିହାସ ସୃଷ୍ଟି କରିଛନ୍ତି। ୨୦୧୩ରୁ କେଜ୍ରିୱାଲ ଏଠାରେ ଜିତି ଆସୁଥିଲେ।

Advertisment

ବିଜେନ୍ଦର ଗୁପ୍ତା:

ବିଜେପିର ଆଉ ଜଣେ ବରିଷ୍ଠ ନେତା ହେଉଛନ୍ତି ବିଜେନ୍ଦର। ସେ ଏକଦା ଦିଲ୍ଲୀ ବିଜେପିର ମୁଖ୍ୟ ଭାବେ କାମ କରିଥିଲେ। ସେ ୨୦୧୫ ଓ ୨୦୨୦ରେ ଆପ୍‌ର ବଡ଼ ବିଜୟ ଭିତରେ ମଧ୍ୟ ରୋହିନୀ ଆସନରେ ବିଜୟୀ ହୋଇଥିଲେ। ଏଥର ମଧ୍ୟ ସେ ଜିତିଛନ୍ତି। ପୂର୍ବରୁ ସେ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ଅଭିଜ୍ଞତା ତାଙ୍କୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ କରିଛି।

ମଜିନ୍ଦର ସିଂହ ସିର୍ସା:

ରଜୌରୀ ଗାର୍ଡେନ ବିଧାନସଭା ଆସନରୁ ସିର୍ସା ବିଜେପି ଟିକେଟରେ ଲଢ଼ୁଥିଲେ। ଏଠାରେ ସେ ଆପ୍‌ର ଧନୱାତି ଚାଣ୍ଡେଲାଙ୍କୁ ପରାସ୍ତ କରିଛନ୍ତି। ବିଜେପି ଦିଲ୍ଲୀରେ ଆପ୍‌କୁ ମାତ ଦେଇଥିବାରୁ ଦଳର ନଜର ପଞ୍ଜାବ ଉପରେ ରହିଛି। ଏପରି ସ୍ଥିତିରେ ସିର୍ସାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଡବଲ ଫାଇଦା ହାସଲ କରିବା ଲକ୍ଷ୍ୟରେ ରହିବ।

ଦୁଷ୍ୟନ୍ତ ଗୁପ୍ତା:

ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଓ ଦଳିତ ନେତା ହେଉଛନ୍ତି ଦୁଷ୍ୟନ୍ତ ଗୌତମ। ଜଣେ ଦଳିତ ନେତା ଭାବେ ତାଙ୍କର ବେଶ ଦବଦବା ରହିଛି। ତାଙ୍କୁ ବିଜେପି କରୋଲବାଗରେ ଆପ୍‌ର ଭିନେଶ ରବିଙ୍କ ବିରୋଧରେ ପ୍ରାର୍ଥୀ କରିଥିଲେ। ଗୌତମ ମଧ୍ୟ ଦମଦାର ବିଜୟ ହାସଲ କରିଛନ୍ତି। ତୃଣମୂଳ ସ୍ତରରେ ତାଙ୍କର ଦବଦବା ରହିଥିବାରୁ ବିଜେପି ଦିଲ୍ଲୀରେ ଦଳିତ କାର୍ଡ ମଧ୍ୟ ଖେଳିପାରେ।

ହରିଶ ଖୁରାନା:

ମୋତି ନଗର ନିର୍ବାଚନ ମଣ୍ଡଳୀରେ ବିଜେପି ହରିଶ ଖୁରାନାଙ୍କୁ ଆପ୍‌ର ଶିଚରଣ ଗୋଏଲଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା। ପ୍ରଥମଥର ପାଇଁ ସେ ନିର୍ବାଚନ ଲଢ଼ୁଥିବା ବେଳେ ଦମଦାର ବିଜୟ ହାସଲ କରିଛନ୍ତି। ବରିଷ୍ଠ ବିଜେପି ନେତା ମଦନ ଲାଲ ଖୁରାନାଙ୍କ ପୁଅ ହେଉଛନ୍ତି ହରିଶ। 

ଅଧିକ ପଢନ୍ତୁ: Delhi Assembly Election: ‘ଆମ ପାଇଁ ଟ୍ରିପଲ ; ଦିଲ୍ଲୀବାସୀଙ୍କ ପାଇଁ ଡବଲ ସରକାର’

BJP Delhi Assembly Elections
Advertisment
Advertisment