• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Gold Price
Today Gold Price: ବଦଳିଲା ସୁନା-ରୂପା ଦର; ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ଅଛି ଦାମ୍...

ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୯ ହଜାର ୩ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।

suraj suryavanshi
Flood light Issue: ମ୍ୟାଚ ଅଧାରେ ଲିଭିଲା ଫ୍ଲଡ୍ ଲାଇଟ୍, ଓସିଏକୁ ସ୍ପଷ୍ଟୀକରଣ ମାଗିଲେ କ୍ରୀଡାମନ୍ତ୍ରୀ

ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ବେଳେ କେମିତି ଓ କାହିଁକି ଲିଭିଲା ଫ୍ଲଡ୍ ଲାଇଟ୍। ଏନେଇ OCAକୁ ସ୍ପଷ୍ଟୀକରଣ ମଗାଯିବ। ଏହି ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କେଉଁମାନେ ଦାୟିତ୍ବରେ ଥିଲେ, ତାହା ବିଚାର କରିବୁ ବୋଲି କହିଛନ୍ତି।

prayagraj
Station Closed: ମହାକୁମ୍ଭରେ ଅସମ୍ଭାଳ ଭିଡ, ବନ୍ଦ ହେଲା ଆଉ ଏକ ଷ୍ଟେସନ

ତ୍ରିବେଶୀ ସଙ୍ଗମରେ ମାଘି ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଲାଣି। ଭିଡ଼ ନିୟନ୍ତ୍ରଣ ଓ ମାଘ ପୂର୍ଣ୍ଣିମା ସ୍ନାନ ପାଇଁ ବ୍ୟବସ୍ଥା କରିବାକୁ ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ବନ୍ଦ କରାଯାଇଥିବା ନର୍ଥ ସେଣ୍ଟ୍ରାଲ୍ ରେଲୱେ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

Mao
Search Operation:ମାଓ ମୁକ୍ତ ହେବ ଛତିଶଗଡ, ସର୍ଚ୍ଚ ଅପରେସନ ଜାରି

ଜବତ ଅସ୍ତ୍ରଶସ୍ତ୍ର ଭିତରେ ରହିଛି AK-47, SLR, INSAS, ଥ୍ରୀ ନଟ୍ ଥ୍ରୀ, BGL ଲଂଚର ଓ ବିପୁଳ ପରିମାଣର ବିସ୍ଫୋରକ। ଆହୁରି କିଛି ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୀମାନ୍ତ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି।

Panchang
Today Panchang 10th Feb 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର ।  ଚନ୍ଦ୍ର- ମିଥୁନ ଦିବା ୧୧.୫୭ ଗତେ କର୍କଟ।  ତିଥି- ୧୩ଶୀ ସନ୍ଧ୍ୟା ୦୬.୫୭ ଗତେ ୧୪ଶୀ ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୧୧.୫୭ ପର୍ଯ୍ୟନ୍ତ । 

Delhi Assembly Election
Reasons Behind BJP's Victory in Delhi: ଦିଲ୍ଲୀରେ ବିଜେପି ଜିତିବା ଓ ଆପ ହାରିବାର ୩ ପ୍ରମୁଖ କାରଣ କହିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ହିସାବରେ ଲୋକଙ୍କ ପାଖକୁ ଯିବା ସମୟରେ କେଜ୍ରିୱାଲଙ୍କ ପ୍ରତି ଆକ୍ରୋଶକୁ ଆମେ ଅନୁଭବ କରିଥିଲୁ ।

President Droupadi Murmu
President Droupadi Murmu: ଆସନ୍ତାକାଲି ମହାକୁମ୍ଭରେ ସାମିଲ୍ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ସଙ୍ଗମରେ ପକାଇବେ ଆସ୍ଥାର ବୁଡ଼

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତି ସକାଳୁ ସଂଗମ ସ୍ଥଳୀରେ ପହଞ୍ଚି, ତ୍ରିବେଣୀ ସଂଗମରେ ବୁଡ଼ ପକାଇବେ ।

barabati
India Won: ରୋହିତ ଶର୍ମାଙ୍କ ଶତକ, ବୃହତ ବିଜୟ ସହ ସିରିଜ ଜିତିଲା ଭାରତ

ବାରବାଟୀରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚକୁ ୪ ଉଇକେଟରେ ଜିତିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି ଭାରତ। ସିରିଜର ଅନ୍ତିମ ମ୍ୟାଚ ବାକି ଥିଲେ ମଧ୍ୟ ଭାରତ ୨-୦ରେ ବିଜୟୀ ହୋଇଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଫର୍ମକୁ ଫେରିବା ସହ ଦମଦାର ଶତକ ହାସଲ କରିଥିଲେ।

Rohit Sharma
Rohit Sharma Century: ୪୮୭ ଦିନ ପରେ ହିଟ୍‌ମ୍ୟାନ୍‌ଙ୍କ ରୌଦ୍ରାବତାର! ଦିନିକିଆରେ ମାରିଲେ ଶତକ

୩୦୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ହିଟ୍‌ମ୍ୟାନ୍‌ ତଥା ଅଧିନାୟକ ରୋହିତ୍‌ ଶର୍ମା ଓ ଶୁଭମନ୍‌ ଗିଲ୍‌।

Subhadra Yojana At Koraput
Subhadra Scheme At Koraput: ବାଧକ ସାଜିଛି ଦ୍ବୈତ ଆଧାର କାର୍ଡ, କୋଟିଆ ପଞ୍ଚାୟତବାସୀଙ୍କୁ ମିଳୁନି ସୁଭଦ୍ରା ଟଙ୍କା !

ପର୍ଯ୍ୟାୟ ପରେ ପର୍ଯ୍ୟାୟ କ୍ରମେ ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଖାତାକୁ ଯାଉଛି। ହେଲେ ସୀମା ବିବାଦରେ ଫସିଥିବା ସୀମାନ୍ତ ଅଂଚଳ କୋରାପୁଟ ଜିଲ୍ଲା କୋଟିଆର ଅନେକ ମହିଳା କିନ୍ତୁ ଯୋଜନାରୁ ବଞ୍ଚିତ। ଯାଞ୍ଚ ବେଳେ କାଟ୍ ଖାଇଯାଇଛି ସେମାନଙ୍କ ଆବେଦନ। କାରଣ ସେମାନଙ୍କ ପାଖରେ ରହିଛି ଦୁଇ ଦୁଇଟି ରାଜ୍ୟ ଆନ୍ଧ୍ର ଏବଂ ଓଡ଼ିଶାର ଆଧାର କାର୍ଡ। କେମିତି ହଟିବ ସମସ୍ୟା, ସେଥିପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ।

Delhi New CM Suspense Continues
Delhi BJP New CM: ଦିଲ୍ଲୀରେ ଆରମ୍ଭହେଲା ମୁଖ୍ୟମନ୍ତ୍ରୀ ଚୟନ ପାଇଁ କସରତ, କେବେ ହଟିବ ସସ୍‌ପେନସ୍‌ ?

ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଚୟନ କସରତ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳର ସମସ୍ତ ବିଜୟୀ ବିଧାୟକଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ଯୋଗ ଦେଇଛନ୍ତି ଦିଲ୍ଲୀ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା, ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ସାଂଗଠନିକ ମହାସଚିବ ବି.ଏଲ୍. ସନ୍ତୋଷ ପ୍ରମୁଖ ।

Naxal
65 Naxal Killed in last 40 Days: ୪୦ ଦିନରେ ସଫା ହେଲେଣି ୬୫ ନକ୍ସଲ

ଛତିଶଗଡ ଜଙ୍ଗଲରେ ବଡ ଧରଣର ମାଓ ନିପାତ ଅପରେସନରେ ସାମିଲ ଯବାନଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

bjp
BJP threat Local Parties:ଆଞ୍ଚଳିକ ଦଳ ମାନଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବିଜେପି

ବିଜେପି ଦଖଲରେ ଦିଲ୍ଲୀ, ଚିନ୍ତାରେ ବିଜେଡି। ବଢୁଥିବା ବିଜେପି ଶାସିତ ରାଜ୍ୟ ସଂଖ୍ୟାକୁ ନେଇ ଆଶଙ୍କା ପ୍ରକାଶ କଲାଣି ବିଜୁ ଜନତା ଦଳ। ଦେଶର ଆଞ୍ଚଳିକ ଦଳଗୁଡିକ ପାଇଁ ଏହା ବଡ଼ ଚାଲେଞ୍ଜ ବୋଲି ବିଜେଡି କହିଛି। ସେପଟେ କଂଗ୍ରେସ କହିଛି ଆଗକୁ ଦେଶରେ ଆଞ୍ଚଳିକ ଦଳ ଲୋପ ପାଇବେ ଆଉ ସତ୍ତାକୁ ଆସିବ କଂଗ୍ରେସ।

Cricket
Cricket Match In Barabati Stadium: ୫ ବର୍ଷ ପରେ ଇଣ୍ଡିଆ-ଇଣ୍ଡିଆ ନାରାରେ କମ୍ପୁଛି କଟକ ବାରବାଟୀ

ଶୁଭୁଥିଲା ଇଣ୍ଡିଆ ଇଣ୍ଡିଆ। କିଏ କୋହଲି ଫ୍ୟାନ୍, କିଏ ରୋହିତ ଫ୍ୟାନ୍। କିନ୍ତୁ ସବୁ ଏଠି ଏକାକାର। ମ୍ୟାଚ୍ ସମୟ ପାଖେଇବା ସହ ବଢ଼ିଥିଲା ଉତ୍ସାହ ଓ ଉତ୍କଣ୍ଠା। କ୍ରିକେଟ୍ ପ୍ରେମୀଙ୍କ ଗହଳି ଭିତରେ ବାରି ହୋଇ ପଡ଼ୁଥିଲେ କିଛି ସ୍ୱତନ୍ତ୍ର ଫ୍ୟାନ।

BJP
Manipur CM Resigned: ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂହ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂହ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ତା’ପରେ ସନ୍ଧ୍ୟା ବେଳେ ସେ ରାଜ ଭବନ ଯାଇ ଇସ୍ତଫା ଦେଇଛନ୍ତି।

Uttam Mohanty Film Career
Actor Uttam Mohanty: ଓଡ଼ିଆ ସିନେମା ଜଗତର ମାଇଲଖୁଣ୍ଟ ଭେଟେରାନ ଉତ୍ତମ ମହାନ୍ତି

ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରନ୍ତି । ସେ ହେଉଛନ୍ତି ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ ଫିଲ୍ମ ସୁପରହିଟ୍ ହୋଇଛି ।

Barabati
Flood light Failure: ଫେଲ ମାରିଲା ଫ୍ଲଡ ଲାଇଟ, ପ୍ୟାଭିଲିୟନକୁ ଫେରିଲେ ଉଭୟ ଦଳର ଖେଳାଳି

୬.୧ ଓଭରରେ ଭାରତର ସ୍କୋର ବିନା କ୍ଷତିରେ ୪୮ ରନ ହୋଇଥିବା ବେଳେ ଫ୍ଲଡ ଲାଇଟରେ ତ୍ରୁଟି ଦେଖା ଦେଇଥିଲା। ପ୍ରଥମେ ଷ୍ଟାଣ୍ଡର କିଛି ଲାଇଟ ବନ୍ଦ ହୋଇ ଯାଇଥିଲା। ଏହା ପରେ ତୁରନ୍ତ ସବୁ ଲାଇଟ ଆସିଥିଲା। ମାତ୍ର ଖେଳାଳି ମାନେ ପ୍ରସ୍ତୁତ ହେଉଥିବା ବେଳେ ସମ୍ପୂର୍ଣ୍ଣ ଷ୍ଟାଣ୍ଡର ଲାଇଟ ଲିଭି ଯାଇଥିଲା।

Delhi CM oath taking
Delhi CM Oath: ଏହି ଦିନ ଶପଥ ନେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ !

ଫେବ୍ରୁଆରୀ ୧୩ ପରେ ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ହୋଇପାରେ ଶପଥ ଗ୍ରହଣ । ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ବିଜେପି ।

Crime
Love Bird Suicide: ପ୍ରପୋଜାଲ୍‌ ଡେ’ରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!

ଶନିବାର ସନ୍ଧ୍ୟା ବେଳେ ପଦ୍ମାଙ୍କ ପରିବାର ଲୋକ କେଓମାଲ ଗାଁକୁ ଆସିଥିଲେ। ଆଉ ସାଥୀରେ ଝିଅକୁ ନେବା ପାଇଁ ଅଡି ବସିଥିଲେ। ହେଲେ ପଦ୍ମା ଯାଇନଥିଲେ। ଯାହାକୁ ନେଇ ପରିବାର ଭିତରେ ବିବାଦ ଦେଖାଦେଇଥିଲା।

Parvesh Verma Vs Arvind Kejriwal
Parvesh Verma: ପରଭେଶ ଭାଙ୍ଗିଲେ କେଜ୍ରିୱାଲଙ୍କ ଗର୍ବ, ଛଡ଼ାଇନେଲେ ସବୁ କ୍ଷମତା

ପୂର୍ବରୁ ଦୁଇ ଦୁଇଥର ସାଂସଦ ହୋଇସାରିଥିବା ପରଭେଶଙ୍କୁ ଏଥର ଲୋକସଭା ଟିକେଟ୍‌ ଦେଇନଥିଲା ବିଜେପି । ହେଲେ ବିଧାନସଭା ନିର୍ବାଚନରେ ଟିକେଟ୍ ଦେଇ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ଲଢ଼ିବାକୁ ପଠାଇଥିଲା । ଆଉ ବିଜେପିର ଏହି ରଣନୀତି ଏବେ ସଫଳ ହୋଇଛି ।

Travelling Gives Solution
Travelling Benefit: ଜୀବନ ଅଟକିଗଲା ପରି ଲାଗୁଛି କି? ଟ୍ରାଭେଲ୍ ଆପଣଙ୍କୁ ନିଜକୁ ଖୋଜିବାରେ ସାହାଯ୍ୟ କରିପାରିବ

ଆପଣ ଯଦି କେବେ ଅନୁଭବ କରିଛନ୍ତି ଯେ, ଆପଣ କେବଳ ସୁଅ ମୁହଁରେ ପତର ହୋଇ ଭାସିଚାଲିଛନ୍ତି, ପ୍ରକୃତ ଜୀବନ ବଞ୍ଚୁନାହାଁନ୍ତି। ତେବେ ଏଇ ଲେଖାଟି ଆପଣଙ୍କ ପାଇଁ। ଯଦି ଆପଣଙ୍କୁ କେବେବି ଜୀବନର ଭିଡରେ ହଜିଗଲା ପରି ଲାଗିଥାଏ, ତେବେ ଲେଖାଟିକୁ ପୂରା ପଢନ୍ତୁ। ଆପଣଙ୍କୁ କିଛି ନା କିଛି ବାଟ ନିଶ୍ଚୟ ମିଳିଯିବ।

barabati ODI
India Target: ବାରବାଟୀ ଦିନିକିଆ, ଭାରତ ଆଗରେ ୩୦୫ ରନର ଟର୍ଗେଟ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ସମ୍ମୁଖରେ ୩୦୫ ରନର ଟାର୍ଗେଟ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୬୯ ରନ କରିଥିବା ବେଳେ ବେନ ଡକେଟ ୬୫ ରନ କରିଥିଲେ।

Land Line Phone Number
Landline Number System: ବଡ଼ ନିଷ୍ପତ୍ତି ନେଲେ ଟ୍ରାଇ,ଏହି କାରଣରୁ ବଦଳିବ ଲ୍ୟାଣ୍ଡ ଲାଇନ୍ ଫୋନ୍ ନମ୍ବର

ଟ୍ରାଇ ସୁପାରିଶ କରି କହିଛି, ଫିକ୍ସଡ ଲାଇନ୍ ଅର୍ଥାତ୍ ଲ୍ୟାଣ୍ଡ ଲାଇନରେ ନମ୍ବରିଂ ସିଷ୍ଟମକୁ ମୋବାଇଲ ଭଳି ୧୦ ଅଙ୍କ କରାଯିବାର ଆବଶ୍ୟକତା ରହିଛି ।

Crime
Father And Son Murder! ଦାଦନ ଯାଇଥିଲେ; ତାମିଲନାଡୁରେ ବାପା ଓ ପୁଅଙ୍କୁ ହତ୍ୟା!

ଫାର୍ମ କାମ କରୁଥିବା ଅନ୍ୟ କର୍ମଚାରୀମାନେ ଏନେଇ ଅଭିରାମଙ୍କ ପତ୍ନୀ ଓ ପୋଲିସ୍‌ଙ୍କୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତଦେହରେ କ୍ଷତ ଚିହ୍ନ ଥିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Amit Shah on Bijapur encounter
Chhatishgarh Encounter: ଛତିଶଗଡ ଏନକାଉଣ୍ଟର ବଡ଼ ସଫଳତା, ବର୍ଷକରେ ନକ୍ସଲମୁକ୍ତ ହେବ ଭାରତ: ଅମିତ ଶାହ

ଛତିଶଗଡ଼ ନକ୍ସଲ ଏନକାଉଣ୍ଟରକୁ ବଡ଼ ସଫଳତା କହିଲେ ଅମିତ ଶାହ । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ଭାରତ ପାଇଁ ନେଇଥିବା ସଂକଳ୍ପକୁ ଦୋହରାଇଲେ ।