Advertisment

Mo Bus: ‘ମୋ ବସ୍‌ ଏକ ଅହଙ୍କାର ଶବ୍ଦ, ଆମର କହିବା ଠିକ୍‌ ହେବ’

‘ମୋ ବସ୍‌’ର ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍‌’ । ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

author-image
Sujit kumar Swain
ଅଦ୍ୟତନ ହୋଇଛି
Mo Bus to be renamed as Ama Bus

Mo Bus to be renamed as Ama Bus

‘ମୋ ବସ୍‌’କୁ ନେଇ ଆସିଲା ବଡ଼ ଖବର । ‘ମୋ ବସ୍‌’ର ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍‌’ । ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ‘ମୋ ବସ୍‌’ ଏକ ଅହଙ୍କାର ଶବ୍ଦ କହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମୋହନ ସରକାର ଲୋକଙ୍କ ସରକାର, ଆମର କହିବା ଠିକ୍‌ ହେବ । ଦୁର୍ଘଟଣା ରୋକିବାକୁ ବସ୍‌ର ଆଗରେ ଓ ପଛରେ କ୍ୟାମେରା ଲାଗିବ । ଡ୍ରାଇଭର ଆଲର୍ଟ ରହିବାପାଇଁ ବସ୍‌ରେ ଆଡସ୍‌ ମଧ୍ୟ ଲାଗିବ । ଯଦି ଡ୍ରାଇଭରଙ୍କ ଆଖି ଲାଗିଯାଏ ତାହେଲେ ସାଇରନ୍‌ ବାଜିବ ।

Advertisment

ମଙ୍ଗଳବାର ପଟିଆ ରଘୁନାଥପୁର ଛକ ନନ୍ଦନକାନନ ଥାନା ସାମ୍ନାରେ ଜଣେ ୧୨ବର୍ଷର ଛାତ୍ରୀ ଉପରକୁ ମୋ ବସ୍ ମାଡ଼ିଯିବା ଘଟଣା ପରେ ମୋ ବସ୍ ବିରୋଧରେ ବଢୁଥିବା ଜନ୍ ଆକ୍ରୋଶ ଓ ଲୋକଙ୍କ କ୍ଷୋଭକୁ ଦୃଷ୍ଟିରେ ରଖି ଏବେ ଏଭଳି କିଛି ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି ମୋ ବସ୍ କର୍ତ୍ତୃପକ୍ଷ । ଏନେଇ ସମସ୍ତ ମୋ ବସରେ ଦୁର୍ଘଟଣା ରୋକିବା ପାଇଁ ଏକ ଚିପର ବ୍ୟବହାର କରିବା ପାଇଁ ଯୋଜନା ଚାଲିଛି । ଯେଉଁଠି ଦୁର୍ଘଟଣା ଭଳି ପରିସ୍ଥିତି ଉପୁଜିଲେ ତାହା ପ୍ରତିହତ ହୋଇଯିବ । ଅର୍ଥାତ୍ ସହରରେ ଘଟୁଥିବା ଛୋଟ ବଡ ଦୁର୍ଘଟଣାକୁ ଏଡାଯାଇପାରିବ । ଏଥିପାଇ ସମସ୍ତ ମୋ ବସରେ ଏକ ଚିପ ଲଗାଇବାକୁ ଯୋଜନା ହୋଇଛି ।

ଅଧିକ ପଢ଼ନ୍ତୁ: ବାରବାଟୀ ଦିନିକିଆ: ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ, ଷ୍ଟାଡିୟମ ଭିତରକୁ ବୋତଲ ମନା

Advertisment

ଏନେଇ କ୍ରୁଟ ତଥା ମୋ ବସର ଅଧିକାରୀ ସଞ୍ଜୟ କୁମାର କହିଛନ୍ତି, ‘ଏଭଳି ଦୁର୍ଘଟଣା ଜନିତ ସମସ୍ୟା ପାଇଁ ଆମେ ଏକ ADAS ଚିପ ଆମେ ଲଗାଇବାକୁ ଯାଉଛୁ । ଯାହା ଦ୍ବାରା କି ଦୁର୍ଘଟଣା ୬୦ରୁ ୭୦ପ୍ରତିଶତ କମାଇଦେବ । ଏହି ସୁବିଧା ଦ୍ବାରା ଗାଡ଼ିର ଆଗ ପଛ ଚାରି ପାର୍ଶ୍ବରେ ୩୬୦ ଡିଗ୍ରୀରେ କ୍ୟାମେରାରେ ସବୁ କିଛି ଦେଖି ହେବ ବା ଜଣାପଡ଼ିବ । ଦୁର୍ଘଟଣା ସମୟରେ ସ୍ୱୟଂଚାଳିତ ଭାବେ ବ୍ରେକ ହୋଇ ଗାଡିଟି ଅଟକିଯିବ । ଡ୍ରାଇଭର ସାମ୍ନାରେ ଏକ ସ୍କ୍ରିନରେ ଜଣାପଡ଼ିବ ଆଗରେ ପଛରେ କଣ ହେଉଛି । ଏପରିକି ଦୁଇ ଗାଡି ମଧ୍ୟରେ ଦୂରତା ଓ କୌଣସି ଦୁର୍ଘଟଣା ଜନିତ ସମସ୍ୟା ଥିଲେ ତାହା ସ୍ୱୟଂଚାଳିତ ଭାବେ ଗାଡ଼ିଟି ଦୁର୍ଘଟଣାରୁ ବର୍ତ୍ତି ପାରିବ । ଫଳରେ ଦୁର୍ଘଟଣା ଘଟାଇବାରୁ ବର୍ତ୍ତି ପାରିବ ।’

ରାଜ୍ୟରେ ଚିନ୍ତା ଜନକ ସ୍ଥିତିରେ ସଡକ ଦୁର୍ଘଟଣା । ଦିନକୁ ଓଡ଼ିଶାରେ ପ୍ରାୟ ୧୫ ଜଣ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ସାରା ଦେଶରେ ୪୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ନୀତିଦିନ ଜୀବନ ଯାଉଛି । ତେଣୁ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ଆସୁଛି । ଯାହାର କ୍ରମରେ ଆର୍ଟିଫିସିଆଲ ଟେକ୍ନୋଲୋଜିରେ ଏବେ ଏକ ପଦକ୍ଷେପ ଆପଣାଇବା ପାଇଁ ଯୋଜନା କରୁଛି ଓଡ଼ିଶା । ଏନେଇ ପରିବହନ ବିଭାଗ ପକ୍ଷରୁ ଓଡ଼ିଶାରେ ADAS (Advance driver assistance system) ଚିପ ଲଗାଇବା ପାଇଁ ଯୋଜନା ଚାଲିଛି । ଏନେଇ ସଡକ ସୁରକ୍ଷା ମାସ ପାଳନ ସମୟରେ କହିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଥିଲେ 10 ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ 47 ହଜାରରୁ ଅଧିକ ଜୀବନ ଯାଇଛି । ଏହା ଅତ୍ୟନ୍ତ ଚିନ୍ତାଜନକ । ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା କମ୍ କରିବାକୁ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ ।

ଅଧିକ ପଢ଼ନ୍ତୁ: ବଡ଼ ଖୁଲାସା: ୧୫୭ ଜଣ ପୁରୁଷ କରିଛନ୍ତି ସୁଭଦ୍ରା ଆବେଦନ

Mo Bus CCTV Minister Odisha Minister
Advertisment
Advertisment