• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆସନ୍ତା କାଲି ବାରବାଟୀ ବ୍ୟାଟଲ । ତା’ ପୂର୍ବରୁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ନେଇ ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକଙ୍କ ପ୍ରେସମିଟ୍ । ବିରାଟଙ୍କୁ ନେଇ ବଡ଼ ସୂଚନା ଦେଲେ ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ । କହିଲେ ବିରାଟ କୋହଲି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଆସନ୍ତାକାଲି ବାରବାଟୀରେ ଖେଳିପାରନ୍ତି କୋହଲି । ଅନ୍ୟପକ୍ଷେ ସାମ୍ମି ମଧ୍ୟ ସଂପୂର୍ଣ୍ଣ ଫିଟ୍ ଅଛନ୍ତି । ଅର୍ଶଦୀପଙ୍କୁ ସୁଯୋଗ ମିଳିବ କି ନାହିଁ କୋଚ୍, କ୍ୟାପଟେନ୍ ନିଷ୍ପତ୍ତି ନେବେ । ହାଇସ୍କୋରିଂ ମ୍ୟାଚ୍ ହେବ ବୋଲି ଆଶା କରୁଛୁ ବୋଲି କହିଛନ୍ତି ।

ଅନ୍ୟପଟେ ବାରବାଟୀରେ ପହଞ୍ଚିଛି ଟିମ ଇଣ୍ଡିଆ । ଟିମ ଇଣ୍ଡିଆର ନେଟ ଅଭ୍ୟାସ ଦେଖିବା ପାଇଁ ବାରବାଟୀରେ ଖଚାଖଚ୍ ଭିଡ ଦେଖିବାକୁ ମିଳିଛି । ଆସନ୍ତା କାଲି ବାରବାଟୀ ବ୍ୟାଟଲ । କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ଫ୍ୟାନଙ୍କ ଭିଡ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ପାଇଁ ସଜାଗ ରହିଛି କମିଶନରେଟ ପୋଲିସ ।

ଅଧିକ ପଢ଼ନ୍ତୁ : ଆନ୍ତର୍ଜାତିକ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ଚାମ୍ପିଅନ୍ସ ଟ୍ରଫି

ପ୍ରି-ମ୍ୟାଚ ଅର୍ଥାତ ନେଟ ପ୍ରାକ୍ଟିସ ଦୁଇ ଘଣ୍ଟା ଧରି ଚାଲିବ । ଆସନ୍ତା କାଲିର ହାଇଭୋଲ୍ଟେଜ ମ୍ୟାଚ ଦେଖିବା ପାଇଁ ଟିକେଟ ଖଣ୍ଡିଏ ନପାଇ ନିରାଶ ହୋଇଛନ୍ତି ଅନେକ କ୍ରିକେଟ ପ୍ରେମୀ । ତେଣୁ ଏହି ଦୁଇ ଘଣ୍ଟିଆ ଅଭ୍ୟାସକୁ ଦେଖିବାକୁ ଚାହିଁ ରହିଛନ୍ତି ଦର୍ଶକ । ନିଜ ପ୍ରିୟ ଖେଳାଳିଙ୍କ ଝଲକ ପାଇବା ପାଇଁ ବ୍ୟଗ୍ର ହୋଇ ଚାହିଁ ରହିଛନ୍ତି କ୍ରିକେଟ ପ୍ରେମୀ । କେବଳ ଷ୍ଟାଡିୟମ ଭିତରେ ନୁହେଁ ଷ୍ଟାଡିୟମ ବାହାରେ ମଧ୍ୟ ଦେଖିବାକୁ ମିଳୁଛି କ୍ରିକେଟ ଫିଭର ।

ଏପଟେ ଆସନ୍ତା କାଲିର ମ୍ୟାଚ୍‌କୁ ହାଇସ୍କୋରିଂ କରିବାକୁ ସ୍ବତନ୍ତ୍ର ପଦକ୍ଷେପ ନେଇଛି ଓସିଏ । ପ୍ରଥମ ଥର ପାଇଁ କଳାହାଣ୍ଡିରୁ ଆସିଥିବା କଳାମାଟିକୁ ପିଚରେ ବ୍ୟବହାର କରାଯାଇଛି । ଏହା ସହିତ ମୁମ୍ବାଇରୁ ଆସିଥିବା ନାଲିମାଟିରେ ବି ତିଆରି କରାଯାଇଛି ଆଉ ଏକ ପିଚ୍ । ଅଷ୍ଟ୍ରେଲିଆରୁ ସାର ବି ଆସିଥିଲା । ସେହିପରି ପ୍ରଥମ ଥର ପାଇଁ ଲିଜେଣ୍ଡାରୀ ବକ୍ସ କରାଯାଇଛି । ଯେଉଁଠି ବସିବେ ରାଜ୍ୟକୁ ଗୌରାବନ୍ବିତ କରିଥିବା ବ୍ୟକ୍ତିବିଶେଷ ।

ଅଧିକ ପଢ଼ନ୍ତୁ : କାଲି ବାରବାଟୀ ମ୍ୟାଚ: ଲଢ଼େଇ ପୂର୍ବରୁ ଜଗା ଦର୍ଶନ କଲେ ଭାରତୀୟ ଖେଳାଳି

OTV is now on Whatsapp

Join and get latest news update delivered to you via whatsapp

Join Now

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result