Advertisment

Delhi Assembly Election: ‘ବୈଜୟନ୍ତ ସମସ୍ତଙ୍କୁ ଏକାଠି କଲେ, ନିର୍ବାଚନ ପରିଚାଳନା କରି ସଫଳତା ଆଣିଲେ’

ବିଜୟ ମୁକୁଟ ପିନ୍ଧିବା ପୂର୍ବରୁ ବିଜେପି ଶିବିରରେ ଉତ୍ସବର ମାହଲୋ ଦେଖିବାକୁ ମିଳିଛି। ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି। ଏପଟେ ବୈଜୟନ୍ତ ପଣ୍ଡା ଧନ୍ୟବାଦର ପାତ୍ର କହିଲେ ସଭାପତି ମନମୋହନ ସାମଲ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Delhi Assembly Election

Delhi Assembly Election

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପଥରେ ଆଗେଇ ଚାଲିଛି ବିଜେପିଆପକଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି। ବିଜୟ ମୁକୁଟ ପିନ୍ଧିବା ପୂର୍ବରୁ ବିଜେପି ଶିବିରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି। ଏପଟେ ବୈଜୟନ୍ତ ପଣ୍ଡା ଧନ୍ୟବାଦର ପାତ୍ର କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । 

Advertisment

ଆହୁରି କହିଛନ୍ତି ଯେ, ବୈଜୟନ୍ତ ପଣ୍ଡା ଧନ୍ୟବାଦର ପାତ୍ର । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି । ଏଥର ଦିଲ୍ଲୀ ନିର୍ବାଚନ ଦାୟିତ୍ବ ତାଙ୍କୁ ପ୍ରଦାନ କରାଯାଇଥିଲା । ନିର୍ବାଚନ ପରିଚାଳନାକୁ ବେଶ୍‌ ସୁଚାରୁ ରୂପେ ସେ କରିପାରିଛନ୍ତି । ସମସ୍ତଙ୍କୁ ଏକାଠି କରି ନିର୍ବାଚନ ପରିଚାଳନା କରି ସଫଳତା ଆଣିଛନ୍ତି । ମୋଦିଙ୍କ ନେତୃତ୍ବରେ ସମସ୍ତଙ୍କୁ ଏକତ୍ର କରିବାରୁ ସଫଳତା ମିଳିଛି ବୋଲି କହିଛନ୍ତି ମନମୋହନ ସାମଲ । ଆଜି ବିଜେପିର ପରିଷ୍କାର ଐତିହାସିକ ବିଜୟ ହୋଇଛି । ଆଞ୍ଚଳିକ ଦଳ ଉପରୁ ଲୋକ ମୁହଁ ଫେରାଉଥିବା ସେ କହିଛନ୍ତି । 

ଅଧିକ ପଢନ୍ତୁ: ମୋ କଥା ଶୁଣିଲେନି, ମଦକୁ ଫୋକସ୍ କଲେ: ଆନ୍ନା ହଜାରେ

ଅନ୍ୟପକ୍ଷରେ ଓଡ଼ିଆ ସେଲର ପ୍ରମୁଖ ରବି ପ୍ରଧାନ କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ଓଡ଼ିଶାରେ ପଦ୍ମ ଫୁଟାଇଥିଲେ, ଆଉ ଆଜି ଦିଲ୍ଲୀରେ ପଦ୍ମ ଫୁଟିବାକୁ ଯାଉଛି। ଆଗରୁ ଆମକୁ କେହି ପଚାରୁ ନଥିଲେ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ନିର୍ବାଚନ ଦାୟିତ୍ୱ ନେବା ପରେ ଓଡ଼ିଆ ସେଲ ଗଠନ କଲେ। ଆମେ ସମସ୍ତେ ଏକଜୁଟ ହେଲୁ। ଦିଲ୍ଲୀରେ ଏବେ ପଦ୍ମ ଫୁଟିବାକୁ ଯାଉଛି।  ଦିଲ୍ଲୀରେ ୧୪ ଲକ୍ଷ ଓଡ଼ିଆ ଅଛନ୍ତି, ସେମାନଙ୍କ ମଧ୍ୟରୁ ୮ଲକ୍ଷ ଭୋଟର। ଆମର ଆଶା ସଫଳ ହେବ। ଦିଲ୍ଲୀରେ ପଦ୍ମ ଫୁଟିବ। ଏହି ୮ ଲକ୍ଷ ଭୋଟ ହିଁ ନିର୍ଣ୍ଣାୟକ ହୋଇଛି ବୋଲି କହିଛନ୍ତି ପ୍ରବାସୀ ଓଡ଼ିଆ । 

Advertisment

ଅନ୍ୟପଟେ ଦିଲ୍ଲୀ ବିଜୟ ପରେ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସଂକଳ୍ପ ପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟିରୁ ବେଶୀ ସୁଫଳ ମିଳିଲା । ଆମର ଲକ୍ଷ ଲକ୍ଷ କର୍ମକର୍ତ୍ତା ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ୧୨ ବର୍ଷ ଧରି ଚାଲିଥିବା ଭ୍ରଷ୍ଟାଚାରକୁ ବଦଳାଇବାକୁ ଚାହୁଁଥିଲେ । କେନ୍ଦ୍ର ସହ ଲଢ଼େଇ ପାଇଁ ନୁହେଁ, ବିକାଶ ପାଇଁ ଜନାଦେଶ ଦେଇଛନ୍ତି । କେନ୍ଦ୍ର ସହ ଲଢ଼େଇ ପାଇଁ ନୁହେଁ, ବିକାଶ ପାଇଁ ଜନାଦେଶ । ୧୦ ବର୍ଷ ହେଲା କିଛି ହୋଇନି, କେବଳ ଦୁର୍ନୀତି ଚାଲିଥିଲା । ୨୭ ବର୍ଷ ପରେ ବିଜେପି ସରକାର କରିବା ଐତିହାସିକ ବିଜୟ ।

ଅଧିକ ପଢନ୍ତୁ: ‘ଆମ ପାଇଁ ଟ୍ରିପଲ ; ଦିଲ୍ଲୀବାସୀଙ୍କ ପାଇଁ ଡବଲ ସରକାର’

Odisha BJP Delhi Assembly Election Manmohan Samal
Advertisment
Advertisment