/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732382231.jpg)
PM Modi On Maharashtra Election Results
ମହାରାଷ୍ଟ୍ରରେ ସୁଶାସନ, ବିକାଶବାଦ ଓ ସାମାଜିକ ନ୍ୟାୟର ବିଜୟ ହୋଇଛି। ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍ ହୋଇଛି। ଦିଲ୍ଲୀବିଜେପି ପାର୍ଟି ଅଫିସରେ ବିଜୟ ଉତ୍ସବରେ ଦଳୀୟ ନେତା ଓ କର୍ମୀଙ୍କୁ ଏମିତି କହି ଉତ୍ସାହିତ କରିବା ସହ ବିରୋଧୀ ମହା ଅଘାତି ମେଣ୍ଟକୁ କଡ଼ା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦି କହିଛନ୍ତି, ମହାରାଷ୍ଟ୍ରର ବିଜୟ ସବୁ ରେକର୍ଡ ଭାଙ୍ଗିଛି। ୫୦ ବର୍ଷ ଭିତରେ ଏହା ସବୁଠୁ ବଡ଼ ବିଜୟ। ଜାତି, ଧର୍ମ ଆଧାରରେ ବିଭାଜନକାରୀ ଶକ୍ତିକୁ ଲୋକେ ଶିକ୍ଷା ଦେଲେ। ଏକ୍ ହେଁ ତୋ ସେଫ୍ ହେଁ ନାରା ଦେବା ସହ କଂଗ୍ରେସକୁ ପରଜୀବୀ ପାର୍ଟି କହି କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରେ ପରାଜୟ ପରେ ରାହୁଲଙ୍କୁ ଟ୍ରୋଲ୍ କଲେ ଗୁଜରାଟର ମନ୍ତ୍ରୀ, କହିଲେ...
ମୋଦି ଆହୁରି କହିଛନ୍ତି, କଂଗ୍ରେସ ପରଜୀବୀ ପାର୍ଟି ହୋଇଗଲାଣି। ନିଜେ ବୁଡ଼ିବା ସହ ସହଯୋଗୀ ଦଳଙ୍କୁ ବି ବୁଡ଼ାଉଛି। ଦେଶକୁ ବରବାଦ୍ କରିଛି କଂଗ୍ରେସର ତୁଷ୍ଟୀକରଣ ରାଜନୀତି। ତୁଷ୍ଟୀକରଣ ପାଇଁ ଆଇନ୍ କଲେ, ୱାକଫ୍ ବୋର୍ଡ ଏହାର ଉଦାହରଣ। ମୋଦି ଆହୁରି କହିଛନ୍ତି, ଗୋଟିଏ ପରିବାରର କ୍ଷମତା ଲୋଭ ଏତେ ଯେ ଦଳକୁ ଖାଇଗଲେ। କଂଗ୍ରେସ ଫ୍ୟାମିଲି କ୍ଷମତା ବିନା ରହିପାରିବେ ନାହିଁ। କଂଗ୍ରେସର ଅର୍ବାନ ନକ୍ସଲବାଦ ଦେଶ ପାଇଁ ନୂଆ ଚ୍ୟାଲେଞ୍ଜ ବୋଲି କହି କଡ଼ା ଭର୍ସନା କରିଛନ୍ତି ପ୍ରଧାନମନ୍ତ୍ରୀ।
ଅନ୍ୟପଟେ ଧାରା ୩୭୦କୁ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୁନିଆର କୌଣସି ଶକ୍ତି ୩୭୦କୁ ଫେରାଇ ଆଣି ପାରିବନି । ପୂରା ଦେଶରେ ଗୋଟିଏ ହିଁ ସମ୍ବିଧାନ ଚାଲିବ । ଯିଏ ୨ଟି ସମ୍ବିଧାନର କଥା କହିବ, ଲୋକେ ତାଙ୍କୁ ଖାରଜ କରିବେ ବୋଲି କହିଛନ୍ତି ।
ମହାୟୁତିର ମହା ବିଜୟ ପରେ ଏବେ ସବୁଠି ଗୋଟିଏ କଳ୍ପନା ଜଳ୍ପନା । କିଏ ହେବ 'ମହା' ମୁଖ୍ୟମନ୍ତ୍ରୀ ? ସିଏମ୍ ଓ ଡେପୁଟିଙ୍କ ମଧ୍ୟରେ ହେବ କି ଗାଦି ଅଦଳବଦଳ ? ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଅଛନ୍ତି ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରରେ ବିଜେପିର ସେନାପତି ଦେବେନ୍ଦ୍ର ଫଡ଼ନାଭିସ୍ । ସେ ହିଁ ଆଗାମୀ ମୁଖ୍ୟମନ୍ତ୍ରୀ ବୋଲି ଦାବି କରି ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ହୋର୍ଡିଂ ଲଗାଇଲେଣି ତାଙ୍କ ସମର୍ଥକ । କର୍ପୋରେଟରରୁ ନାଗପୁରର ସର୍ବକନିଷ୍ଠ ମେୟର ଏବଂ ୨୦୧୪ରେ ମହାରାଷ୍ଟ୍ରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। କୁହାଯାଏ, ୨୦୨୨ ସତ୍ତାପଲଟ୍ ପଛରେ ବି ଥିଲା ଦେବେନ୍ଦ୍ର ଫଡ଼ନାଭିସଙ୍କ ପ୍ରମୁଖ ଭୂମିକା । ଏସବୁ ସତ୍ତ୍ବେ ସେତେବେଳେ ଡେପୁଟି ସିଏମ୍ ପଦ ପାଇଁ ରାଜି ହୋଇ, ଦଳକୁ କ୍ଷମତାକୁ ଆଣିବାକୁ ସେ ବଡ଼ ବଳିଦାନ ଦେଇଥିବା ଚର୍ଚ୍ଚା ହୁଏ। ତେବେ ପ୍ରତିକ୍ରିୟାରେ ଫଡ଼ନାଭିସ୍ କହିଛନ୍ତି- ମୁଁ ଆଜିର ଅଭିମନ୍ୟୁ। କେମିତି ଚକ୍ରବ୍ୟୁହ ଭଙ୍ଗାଯାଏ, ମୋତେ ଜଣା । ଆଜିର ବିଜୟ ଟିମର ବିଜୟ । ମୁଖ୍ୟମନ୍ତ୍ରୀ ପଦ ପାଇଁ କୌଣସି ଦ୍ବନ୍ଦ୍ବ ନାହିଁ । ୩ ଦଳର ନେତା ଏହି ନିଷ୍ପତ୍ତି ନେବେ ଏବଂ ତାହା ସର୍ବମାନ୍ୟ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)