Advertisment

IAS Reshuffle: ଯାମିନୀ ଷଡ଼ଙ୍ଗୀ ସିଟି GST କମିଶନର, ସୁଧାଂଶୁ ମୋହନ ସାମଲ ହେଲେ OMC MD

ବିଜୟ ପୃଷ୍ଟି ହେଲେ ଇଷ୍ଟେଟ ନିର୍ଦ୍ଦେଶକ । ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ହେଲେ ସତ୍ୟବ୍ରତ ରାଉତ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
IAS Reshuffle

IAS Reshuffle

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ESI ବିଭାଗର ପ୍ରମୁଖ ସଚିବ ନିଯୁକ୍ତ ହୋଇଛନ୍ତି। ଯାମିନୀ ଷଡ଼ଙ୍ଗୀ ହେଲେ ସିଟି GST କମିଶନର। ସୁଧାଂଶୁ ମୋହନ ସାମଲଙ୍କୁ OMC ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବେର ନିଯୁକ୍ତି ଦେଇଛନ୍ତି ସରକାର। OMC MD ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ବଲୱନ୍ତ ସିଂ ହଟିଛନ୍ତି। ଇନ୍ଦ୍ରମଣି ତ୍ରିପାଠୀ ହେଲେ ଶ୍ରମ କମିଶନର। ଏବେ ବିଜୟ ଅମୃତ କୁଲାଙ୍ଗେ ଶ୍ରମ କମିଶନର ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧନ୍ୟାୟିକ ବ୍ୟବସ୍ଥା ! ଜନତା ନିରାଶ, ଆଇନ ମନ୍ତ୍ରୀ କହିଲେ...

ପୋମା ଟୁଡୁଙ୍କୁ ST ବିଭାଗର ନିର୍ଦ୍ଦେଶିକା ଭାବେ ମିଳିଛି ଅତିରିକ୍ତ ଦାୟିତ୍ୱ । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଥିବା ତ୍ରିଲୋଚନ ମାଝୀଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ମିଳିଛି। କ୍ରୀଡ଼ା ନିର୍ଦ୍ଦେଶକ ତଥା ଅର୍ଥ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱରେ ଥିବା ସିଦ୍ଧାର୍ଥ ଦାସଙ୍କୁ ସମବାୟ ସମିତିର ରେଜିଷ୍ଟ୍ରାର ଦାୟିତ୍ୱ ମିଳିଛି। ବିଜୟ ପୃଷ୍ଟି ହେଲେ ଇଷ୍ଟେଟ ନିର୍ଦ୍ଦେଶକ ଓ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ହେଲେ ସତ୍ୟବ୍ରତ ରାଉତ। ମୋନିକା ପ୍ରିୟଦର୍ଶିନୀଙ୍କୁ ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶିକା ଭାବରେ ନିଯୁକ୍ତି ମିଳିଛି। ଦୀପଙ୍କର ମହାପାତ୍ର-କ୍ରୀଡ଼ା ନିର୍ଦ୍ଦେଶକ ଓ ସ୍ମିତା ରାଉତ- ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶିକା ହୋଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: Subhadra Yojana: ମିସମ୍ୟାଚ୍ ଯୋଗୁ ଆକାଉଣ୍ଟକୁ ଯାଇପାରୁନି ‘ସୁଭଦ୍ରା’ ଟଙ୍କା, ସିଙ୍ଗଲ୍ ଆକାଉଣ୍ଟ ଦେବାକୁ ଉପ-ମୁଖ୍ୟମନ୍ତ୍ରୀଙ୍କ ଅପିଲ

IAS Reshuffle IAS
Advertisment
Advertisment