କଦଳୀର ଦାମ୍ ଶୁଣିଲେ ଆପଣଙ୍କ ହୋଶ୍ ଉଡ଼ିଯିବ । କୁହାଯାଉଛି ବିଶ୍ବର ସବୁଠୁ ଦାମୀ କଦଳୀ । ଦାମ୍ ହେଉଛି ୫୨ କୋଟି ୭୦ ଲକ୍ଷ ଟଙ୍କା ।
ପ୍ରମୁଖ କର୍ପୋରେଟ୍ ସଂସ୍ଥାରେ ଚାକିରି କରିଥିଲେ । ହେଲେ ଆଧ୍ୟାତ୍ମିକତା ଆଡକୁ ସେ ଅଧିକ ଆକର୍ଷିତ ହେଲେ । ଜୀବନକୁ ଖୋଜିବାକୁ ଲାଗିଲେ । ସତ୍ୟର ଅନ୍ୱେଷଣ କରିବାକୁ ଲାଗିପଡିଲେ । ବଦଳିଗଲା ତାଙ୍କ ଜୀବନର ମୋଡ଼ । ହଠାତ୍ ଅଧିକ ଦରମାର ଚାକିରି ଛାଡି ସନ୍ୟାସ ନେଲେ ।
ଅନ୍ୟ ନାରୀ ସହ ସମ୍ପର୍କ ପାଇଁ ରାଜାଙ୍କୁ ଅକାଳ ବାର୍ଦ୍ଧକ୍ୟର ଅଭିଶାପ ମିଳିଲା, କିନ୍ତୁ ସେ ଅଭିଶପରୁ ମୁକ୍ତିର ବାଟ ବିଷୟରେ କ'ଣ କହିଲେ ଶୁକ୍ରଚାର୍ଯ୍ୟ ? ବିବାହ ନକରି ଗୋପନରେ କେମିତି ମା ହେଲେ ରାଜକୁମାରୀ ଶର୍ମିଷ୍ଠା ?
ଭୁବନେଶ୍ବରରେ ବି ବିଗିଡ଼ିଲାଣି କି ବାୟୁର ମାନ ? ଭୁବନେଶ୍ବରରେ ରହିଛି ମଡରେଟ୍ ବା ମଧ୍ୟମ ଧରଣର ବାୟୁର ମାନ। ଭୁବନେଶ୍ବରର AQI ରହିଛି ୧୭୧ ।
ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ BNS ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ କରାଯାଇଛି ।
ମୋର ଉତକ୍ଷିପ୍ତ ହେବାର ଠିକନଥିଲା, ସେଥିପାଇଁ ସମସ୍ତଙ୍କୁ କ୍ଷମା ମାଗୁଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଅଭିନେତା ମନୋଜ ମିଶ୍ର ।
୨୦୩୦ ସୁଦ୍ଧା ନେଟ୍-ଜିରୋ କାର୍ବନ୍ ଏମିସନ୍ ବା ଶୂନ୍ୟ-ଅଙ୍ଗାରକ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଭାରତ ଏହି ବଡ଼ ପଦକ୍ଷେପ ନେବାକୁ ଯାଉଛି ।
ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ । ଖସି ପଳାଉଥିବା ବେଳେ ଏନକାଉଣ୍ଟର୍ କରିଥିଲେ ଡିଆର୍ଜି ଯବାନ ।
ଜଣେ ବ୍ୟକ୍ତି ବର ଓ କନ୍ୟାଙ୍କୁ ଶୁଭକାମନା ଓ ଗିଫ୍ଟ ଦେବା ସମୟରେ ମଞ୍ଚରେ ହୃଦଘାତର ଶିକାର ହୋଇଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଯେଉଁ ବିରୋଧୀ ଦଳମାନେ ଅଧିକ ଶୃଙ୍ଖଳିତ ତଥା ସଙ୍ଗଠିତ, ସେମାନଙ୍କର ପ୍ରଦର୍ଶନ ସେତିକି ଉଚ୍ଚମାନର ହୋଇଥାଏ । ହେଳେ ଗତ ବିଧାନସଭା ଅଧିବେଶନ ଠାରୁ ଏ ପର୍ଯ୍ୟନ୍ତ ଯଦି ଦେଖିବା ଏହା ଭିତରେ ଓଡ଼ିଶାର ଦୁଇ ପ୍ରମୂଖ ବିରୋଧୀ ଦଳ ଯଥା ବିଜେଡି ଓ କଂଗ୍ରେସ ଅଧିକ ଶୃଙ୍ଖଳିତ ହେବା ପରିବର୍ତ୍ତେ ବିଶୃଙ୍ଖଳା ପରିସ୍ଥିତି ଦେଇ ଗତି କରୁଛନ୍ତି ।
ପର୍ଥରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଆରମ୍ଭରୁ ହିଁ ଭାରତ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଛି । ଅଷ୍ଟ୍ରେଲିଆ ଦ୍ରୁତ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରି ନାହାନ୍ତି ଟିମ୍ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ।
ମହାରାଷ୍ଟ୍ରର ୨୮୮ ଆସନ ପାଇଁ ନଭେମ୍ବର ୨୦ରେ ଭୋଟିଂ ହୋଇଥିଲା । ୨୦୧୯ ନିର୍ବାଚନରୁ ମହାରାଷ୍ଟ୍ର ତିନିଟି ସରକାର, ତିନି ଜଣ ମୁଖ୍ୟମନ୍ତ୍ରୀ ଏବଂ ୪ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ଦେଖିଲାଣି ।
ରୁଷ୍ କିନ୍ତୁ RS-26 ରୁବେଜ୍ ନାମକ ବାଲିଷ୍ଟିକ ମିଜାଇଲ ନିକ୍ଷେପ କରିଥିବା କୁହାଯାଉଛି । ରାଷ୍ଟ୍ରପତି ପୁଟିନ କହିଛନ୍ତି, ୟୁକ୍ରେନ୍ ଉପରେ ଅନ୍ତଃ ମହାଦେଶୀୟ ବାଲିଷ୍ଟିକ୍ ମିଜାଇଲ ନୁହେଁ ବରଂ ନୂଆ ହାଇପରସୋନିକ ବାଲିଷ୍ଟିକ୍ ମିଜାଇଲ୍ ମାଡ କରିଛୁ ।
ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ବିଜେପି ଜିଲ୍ଲା ସଭାପତିଙ୍କ ସହ ସମସ୍ତ ବିଧାୟକ ଏବଂ ବିଧାୟକ ପ୍ରାର୍ଥୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।
ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ସନ୍ଧ୍ୟା ୦୫.୦୯ ଗତେ ସିଂହ। ତିଥି- ୭ମୀ ସନ୍ଧ୍ୟା ୦୬.୦୮ ଗତେ ୮ମୀ।
ମହାରାଷ୍ଟ୍ରରେ ଭୋଟଗଣତି ହୋଇନାହିଁ । କିଏ କେତେ ଆସନ ପାଇବ ଜଣାପଡିନାହିଁ । ତା ପୂର୍ବରୁ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବୟାନବାଜି । ସରକାରର ନେତୃତ୍ୱ ନେବ କିଏ ? କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ମୁକୁଟ ?
ସ୍ୱର୍ଗଦ୍ୱାରରେ ଶବଦାହ କରିବା ଅନେକଙ୍କ ଧାର୍ମିକ ଭାବନା ଓ ବିଶ୍ୱାସ ସହ ଜଡ଼ିତ ଥିବା ଏବଂ ଏଠାରେ ଶବ ସଂସ୍କାର ପାଇଁ ସରକାରଙ୍କ ପକ୍ଷରୁ ସୁବ୍ୟବସ୍ଥା ଥିବାରୁ ଏବେ ଦୈନିକ ପାଖାପାଖି ୧୦୦ଟି ମୃତଦେହ, ଦାହସଂସ୍କାର ପାଇଁ ଆସୁଛି ।
'ସୁଭଦ୍ରା' ଆବେଦନ ବେଳେ ଆପଣ ଦେଇଥିବା ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ୍ ଅଛି କି ? ଗୋଟିଏ ମୋବାଇଲ ନମ୍ବରରେ ଅଧିକ ଆକାଉଣ୍ଟ ଲିଙ୍କ୍ ଥିଲେ ଦେଖାଉଛି ମିସ୍ ମ୍ୟାଚ୍ ।
ଯାଜପୁର ବୁଢ଼ାପୋଲ ଛକ ଉପରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ପଛର କାରଣ କ'ଣ ? ଯାଜପୁରରେ ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ହୋଇଛି କି ବିଜେଡି ?
ଚାରିଆଡ଼େ ସବୁଜିମାର ଆସର...ବିସ୍ତୀର୍ଣ୍ଣ ଜଳରାଶି ସାଙ୍ଗକୁ ମନମୋହୁଛି ବଣ ପାହାଡ଼ । କେଉଁଠି ପରିବା ବାଡ଼ି ତ ଆଉ କେଉଁଠି ମାଣ୍ଡିଆ ଚାଷ ମନମୋହୁଛି ।
ମଟନ, ଚିକେନ, ପନିର, ଛତୁ, ବୈଡ୍, ବିରିୟାନୀ... କୌଣସି ଖାଦ୍ୟ ବାଦ୍ ପଡିନି ବାସି ଲିଷ୍ଟରୁ ।
ବଦ୍ରି ଖୋଲିଲେ ନିଜ ଦଳ ବିଜେଡି ନେତାଙ୍କ ଗୁମର । ସରକାରକୁ ପୁଣି ବିଜେଡି ଫେରିବା ଦମ୍ଭୋକ୍ତିକୁ କଲେ କଡ଼ା ସମାଲୋଚନା । ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ ଓ ଅତନୁ ସବ୍ୟସାଚୀଙ୍କ ବୟାନକୁ କହିଲେ ଅବାସ୍ତବ ।
ଜଟଣୀ ବଜାରରେ କାହିଁକି ଘଟୁଛି ବାରମ୍ବାର ଅଗ୍ନିକାଣ୍ଡ? ଗତ ୫ ଦିନ ଭିତରେ ହେଲାଣି ଦୁଇ ଦୁଇଟି ଅଗ୍ନିକାଣ୍ଡ ।
ହତ୍ୟା ପାଇଁ ଅଢେଇ ଲକ୍ଷ ଟଙ୍କାର ସୁପାରି ଦେଇଥିଲା ଅଭିଯୁକ୍ତ ।
ବୈକୁଣ୍ଠ ଧାମ ଆଶ୍ରମ ଭିତରେ ଆସର ବସୁଥିଲା, ଲୋକେ ଦୂର ଦୂରାନ୍ତରୁ ଆସୁଥିଲେ । ବାବା ଗାଦିକୁ ଆସୁଥିଲେ ଆଉ ତାଙ୍କୁ ଦେଖିବାକୁ ଭିଡ଼ ଜମୁଥିଲା ।