Advertisment

Hemant Soren's Oath: ଝାଡ଼ଖଣ୍ଡରେ ହେମନ୍ତ ସରକାର; ଆସନ୍ତା ୨୮ରେ ଶପଥ ସମାରୋହ

ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହେମନ୍ତ ସୋରେନ୍। ସୂତ୍ର ଅନୁଯାୟୀ ନଭେମ୍ବର ୨୮ରେ ହେବ ଶପଥ ଗ୍ରହଣ ସମାରୋହ ହେବ।

author-image
Sonali Ojha
ଅଦ୍ୟତନ ହୋଇଛି
Hemanta Soren

Hemanta Soren

ଝାଡ଼ଖଣ୍ଡରେ ପୁଣି ସୋରେନ୍ ସରକାର। ବାଜି ଜିତିଲା ମହାମେଣ୍ଟ। ଜେଏମଏମ୍ ନେତୃତ୍ୱାଧୀନ ଗଠବନ୍ଧନକୁ ମିଳିଛି ବିପୁଳ ବହୁମତ। ପୁଣି ଥରେ ଝାଡ଼ଖଣ୍ଡ ଭୋଟରଙ୍କ ଦିଲ୍ ଜିତିଛନ୍ତି ହେମନ୍ତ । ଏକ୍ ହି ନାରା, ହେମନ୍ତ ଦୋବାରା, ଏହି ସ୍ଲୋଗାନ ଆଗରେ କାମ ଦେଲାନି ବିଜେପିର ରୋଟି, ବେଟି ଓ ମିଟ୍ଟି ନାରା । ଲଗାତାର ଦ୍ୱିତୀୟ ଥର ଝାଡ଼ଖଣ୍ଡ କ୍ଷମତା ଗାଦି ଦଖଲ କରିଛି ଜେଏମଏମ୍-କଂଗ୍ରେସ ମହାମେଣ୍ଟ । ତେବେ ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହେମନ୍ତ ସୋରେନ୍। ସୂତ୍ର ଅନୁଯାୟୀ ନଭେମ୍ବର ୨୮ରେ ହେବ ଶପଥ ଗ୍ରହଣ ସମାରୋହ ହେବ।

Advertisment

ହେମନ୍ତ ସୋରେନ୍ ଆଜି ଅପରାହ୍ନ ୪ଟାରେ ରାଜ୍ୟପାଳ ସାନ୍ତୋଶ ଗାଙ୍ଗୱାରଙ୍କୁ ଭେଟିଛନ୍ତି। ସେଠାରେ ସରକାର ଗଠନ ପାଇଁ ଆନୁଷ୍ଠାନିକ ଭାବେ ଦାବି ଜଣାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହ ବେଶ୍ ଜାକଜମକରେ ହେବ ବୋଲି ଜଣାପଡିଛି। ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆପ୍ ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ଯୋଗଦେବେ।

ଝାଡ଼ଖଣ୍ଡରେ ୮୧ ବିଧାନସଭା ଆସନରୁ ଜେଏମଏମ୍ ନେତୃତ୍ବାଧୀନ ଗଠବନ୍ଧନ ଜିତିଛି ୫୬ ସିଟ୍ । ଏନଡିଏ ଖାତାରେ ପଡିଛି ୨୪ ଆସନ । ତାଙ୍କ ପତ୍ନୀ ତଥା ଓଡ଼ିଆ ଝିଅ କଳ୍ପନା ସୋରେନ୍ ବି ଗାଣ୍ଡେରୁ ଜିତିଛନ୍ତି। ବିଜୟର ଶ୍ରେୟ ପତ୍ନୀ କଳ୍ପନା ଓ ଟିମକୁ ଦେଇଛନ୍ତି ହେମନ୍ତ । ସେପଟେ ଜନମତକୁ ସ୍ୱୀକାର କରିଛି ବିଜେପି । ବିଜେପି ମାତ୍ର ୨୧ଟି ସିଟ୍ ହାସଲ କରିଛି। ୨୦୦୦ ମସିହାରେ ଝାଡଖଣ୍ଡ ଗଠନ ପରଠାରୁ ବିଜେପିର ଏହା ସବୁଠାରୁ ଖରାପ ପ୍ରଦର୍ଶନ।

Advertisment

ଚଳିତ ନିର୍ବାଚନରେ ଝାଡ଼ଖଣ୍ଡ ଦେଖିଥିଲା ବିଗ୍ ଫାଇଟ୍। କ୍ଷମତା ବଜାୟ ରଖିବାକୁ ପୂରା ଦମ୍ ଖଟାଇଥିଲେ ହେମନ୍ତ। ସେପଟେ ମହାମେଣ୍ଟ ହାତକୁ ଶାସନ ଡୋରି ଛଡ଼ାଇ ଆଣିବାକୁ ବିଜେପି ବଡ଼ ବ୍ଲୁ ପ୍ରିଣ୍ଟ କରିଥିଲା । ବିଜେପିର ରୋଟି, ବେଟି ଓ ମାଟି ମୁଦ୍ଦା ଝାଡ଼ଖଣ୍ଡ ଦଖଲ ଅଭିଯାନକୁ ଫାଇଦା ଦେଲାନି । ହେମନ୍ତଙ୍କ ବିଜୟରେ ବଡ଼ ଶ୍ରେୟ ମହିଳା ଭୋଟରଙ୍କୁ ଯାଇଥିବା କୁହାଯାଉଛି ।

ଅଧିକ ପଢ଼ନ୍ତୁ: ଫଡ଼ନାଭିସ୍, ସିନ୍ଦେ ନା ପାୱାର ? କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ?

ସ୍କୁଲ ଛାତ୍ରୀଙ୍କୁ ସାଇକେଲ୍, ଗୋଟିଏ ସନ୍ତାନର ଜନନୀଙ୍କୁ ଆର୍ଥିକ ସହାୟତା, ବେରୋଜଗାର ମହିଳାକୁ ମାସିକ ଭତ୍ତା ଦେବାକୁ ଘୋଷଣା କରିଥିଲା ଜେଏମଏମ୍ । ତେବେ ମ୍ୟାଜିକ୍ ଭଳି କାମ କଲା ମୈୟା ସମ୍ମାନ ଯୋଜନା । ଯେଉଁଥିରେ ମହିଳାଙ୍କୁ ମାସିକ ୨୫ଶହ ଟଙ୍କା ଦେବାକୁ ଗ୍ୟାରେଣ୍ଟି ଦେଇଥିଲେ ହେମନ୍ତ । ଏହି ସ୍କିମ ଝାଡ଼ଖଣ୍ଡର ଆଦିବାସୀ ବହୁଳ ଭୋଟରଙ୍କୁ ଛୁଇଁଥିବା କୁହାଯାଉଛି। ସେପଟେ ଜନମତକୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି ଚମ୍ପାଇ ସୋରେନ୍ ।

ଏହାପୂର୍ବରୁ ଚଳିତବର୍ଷ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଖଣି ଲିଜ ସହ ଜଡିତ ଦୁର୍ନୀତି ଅଭିଯୋଗରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। କିଛି ମାସ ଜେଲରେ ରହିବା ପରେ ତାଙ୍କୁ ଝାଡଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଜେଲ୍‌ରୁ ମୁକ୍ତ ହେବା ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଅଧିକ ପଢ଼ନ୍ତୁ:Jharkhand Election Results: ଝାଡ଼ଖଣ୍ଡରେ ପୁଣି ଆସିଲା ‘ସୋରେନ୍’ ସରକାର, କ୍ଷମତା ବଜାୟ ରଖିଲା JMM-କଂଗ୍ରେସ ମେଣ୍ଟ

BJP Jharkhand Hemant Soren JMM
Advertisment
Advertisment