ଏଲନଙ୍କ ବ୍ୟବସାୟ ବଢ଼ିଚାଲିଥିବା ବେଳେ ଗୌତମଙ୍କ ବ୍ୟବସାୟ ଲଗାତର କ୍ଷତି ସହୁଛି । ନିକଟରେ ବ୍ଲୁମବର୍ଗର ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିବା କୁହାଯାଇଛି ।
ଫେବୃୟାରୀ ୨୦ରେ ଶଙ୍କରା-୬ ଖଇରାପଡାର ଭଙ୍ଗାଦଦରା ଅଙ୍ଗନବାଡି କେନ୍ଦ୍ରର ଅବସ୍ଥାକୁ ନେଇ ଓଟିଭିରେ ଏକ ରିପୋର୍ଟ ପରିବେଷଣ କରାଯାଇଥିଲା । ଯାହାପରେ ପ୍ରଶାସନ ତତ୍ପରତା ଦେଖାଇଛି.। ପୂର୍ବରୁ ଗ୍ରାମବାସୀ ଯେତେ ଅଭିଯୋଗ କଲେ ବି ପ୍ରଶାସନ କର୍ଣ୍ଣପାତ କରୁନଥିଲେ କିନ୍ତୁ ଖବର ପ୍ରସାରଣ ପରେ ବିନିକା ବିଡିଓ, ସ୍ଥାନୀୟ ସରପଞ୍ଚ ପହଞ୍ଚି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବା ସହ ନିକଟସ୍ଥ ଏକ ସ୍କୁଲରେ ପିଲାଙ୍କ ପାଠପଢା ଲାଗି ବ୍ୟବସ୍ଥା କରାଇଛନ୍ତି।
ସକାଳ ୭ଟା ହେଲେ ଘରୁ ବାହାରି ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ଗ୍ରାଉଣ୍ଡକୁ ଚାଲିଆସନ୍ତି ସୁରେନ୍ଦ୍ର । ସେଠାରେ ଓ୍ୱାର୍ମ ଅପ୍ କରିବା ପରେ ଡିସକସ୍, ଜାଭେଲିନ୍, ପୋଲ ଭୋଲ୍ଟ ପ୍ରାକ୍ଟିସ୍ ଆରମ୍ଭ କରିଦିଅନ୍ତି ।କେବଳ ନିଜେ ପ୍ରାକ୍ଟିସ୍ କରନ୍ତି ତାହା ନୁହେଁ ଯୁବ କ୍ରୀଡାବିତଙ୍କୁ ଟ୍ରେନିଂ ମଧ୍ୟ ଦିଅନ୍ତି । ଦୀର୍ଘ ୧୫ବର୍ଷ ହେଲା ଯୁବକଯୁବତୀଙ୍କୁ ମାଗଣାରେ ଟ୍ରେନିଂ ଦେଇଆସୁଛନ୍ତି ସୁରେନ୍ଦ୍ର । ସୁରେନ୍ଦ୍ରଙ୍କଠାରୁ ଟ୍ରେନିଂ ପାଇ ଅନେକ କ୍ରୀଡାବିତ୍ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ବେଳେ ଅନେକ ଆର୍ମୀ, ପୋଲିସ ତଥା ଅନ୍ୟାନ୍ୟ ସରକାରୀ କ୍ଷେତ୍ରରେ ଚାକିରି ବି ପାଇସାରିଛନ୍ତି ।
ବୌଦ୍ଧ ଜିଲ୍ଲାର ସାଲୁଙ୍କି ମଧ୍ୟମ ଜଳ ସେଚନ ପ୍ରକଳ୍ପ ପ୍ରାୟ ୨୩ ଗୋଟି ପଞ୍ଚାୟତର ୨୧୬ ଗୋଟି ଗ୍ରାମର ୨୦,୯୧୭ ହେକ୍ଟର ଜମିକୁ ଜଳ ସେଚନର ସୁବିଧା ଯୋଗଇଦେବା ଲକ୍ଷ ରଖାଯାଇ ପ୍ରକଳ୍ପ କାର୍ଯ୍ୟ କରାଯାଇଥିଲା । କିନ୍ତୁ ମୁଖ୍ୟ ସାଲୁଙ୍କି ଆନ୍ନିକଟ ଶଯ୍ୟା ପୋତି ହେବା ଫଳରେ ଜଳ ଧାରଣ କ୍ଷମତା ଦିନକୁ ଦିନ କମିବାରେ ଲାଗିଛି । ସେପଟେ ଆନ୍ନିକଟର ଉଭୟ ପାର୍ଶ୍ଵର ମୁଖ୍ୟ କେନାଲ ପୋତି ହେବା ସହ ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ସବୁ ଭାଙ୍ଗିରୁଜି ଗଲାଣି ।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୧୨୦ ଟଙ୍କା ହୋଇଛି।
ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । କାରଣ କ’ଣ ଜାଣିବାକୁ ବିରୋଧୀ ହଲ୍ଲାପଟା କରୁଛନ୍ତି । ହେଲେ ଏ ସମୟରେ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କିନ୍ତୁ ସନ୍ତୋଷଜନକ ଉତ୍ତର ନରଖି ପ୍ରାୟୋଜିତ ପୁରସ୍କାର ଆଣିବାକୁ ବମ୍ବେ ଯାଇଛନ୍ତି । ନିଜ ତଥାକଥିତ ମାନସ ପୁତ୍ରଙ୍କ ଛବିକୁ ଠିକ୍ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ମୁମ୍ବାଇ ଗସ୍ତ ନୁହେଁ କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ବିରୋଧିଦଳ ନେତା ଜୟନାରାୟଣ ମିଶ୍ର ।
ମର୍ମନ୍ତୁଦ ଦୁର୍ଘଟଣାରେ ମୃତାହତ ଓ ଆହତଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ବାରିପଦା ପହଞ୍ଚିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ,ଡି ,ଦେବଗୌଡା, କଂଗ୍ରେସ ବରିଷ୍ଠ ନେତା ଶରତ ପାୱାର, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ । ଦେଶ ବିଦେଶର ସାମ୍ବାଦିକ ବାରିପଦାରେ ଡେରା ପକାଇଥାନ୍ତି.. ସବୁ ଆଡେ କାନ୍ଦ ଛାତିଫଟା ଶବ୍ଦ ଓ କୁଢ଼ କୁଢ଼ ଶବ। ଆଉ ସେହି ଶବ ଗଦାରୁ ସମସ୍ତେ ନିଜ ଲୋକଟିକୁ ଖୋଜୁଥାନ୍ତି ।
ଦାଦନ ଯିବା ଆଗରୁ ବିଶ୍ୱମ୍ବର ଘରେ ରହି ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ହଠାତ ତାଙ୍କର ଦେହ ଅସୁସ୍ଥ ହୋଇପଡିଲା। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ବଡଭାଇ ତାଙ୍କୁ କଟକ ନେଇ ଅସ୍ତ୍ରୋପଚାର କରାଇଥିଲେ । ଭଲ ହେବା ପରେ କିଛି ବର୍ଷ ପାଇଁ ଭାରି କାମ ନକରିବାକୁ ଡାକ୍ତର ପରମର୍ଶ ଦେଇଥିଲେ, କିନ୍ତୁ କାମଧନ୍ଦା ନକରି ଘରେ ବସି ରହିବା ଫଳରେ ସ୍ତ୍ରୀ ଓ ୪ଟି ଛୋଟ ପିଲା ଖାଇବାକୁ ହଇରାଣ ହେଲେ।
ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଜିଲ୍ଲା ନିଯୁକ୍ତି ବିନିମୟ ପରିଦର୍ଶନ ବା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନିଜ ନାମ ପଞ୍ଜୀକରଣ କରିବା ଆବଶ୍ୟକ । ଯାହାଫଳରେ ଖାଲି ରହିଥିବା ସରକାରୀ ପଦବୀରେ ସେମାନଙ୍କୁ ନିଯୁକ୍ତି ଦେବାର ସୁଯୋଗ ମିଳିଥାଏ ।
ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ଧାରଣ କରିଥିଲା । ସ୍ୱାମୀଙ୍କ ପ୍ରବଳ ମାଡ଼ ଯୋଗୁଁ ସ୍ତ୍ରୀ ସଜ୍ଞାହୀନ ହୋଇପଡ଼ିଥିଲେ । ପରେ ପରେ ସ୍ୱାମୀ ବିଷ ପିଇଦେଇଥିବା ଜଣାପଡ଼ିଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବୈରାଟପୁର ଗ୍ରାମର ସ୍ବରୁପ୍ ମହାପାତ୍ର! ଜଣେ ସଫଳ ଚାଷୀ ଭାବେ ସେ ଏ ଅଞ୍ଚଳରେ ବେଶ ପରିଚିତ। ପୂର୍ବରୁ ସ୍ୱରୂପ ନାଲି ତରଭୁଜ ଚାଷକରି ବେଶ କିଛି ଅର୍ଥ ରୋଜଗାର କରିଥିଲେ। କିନ୍ତୁ ଏ ବର୍ଷ ସେ ହଳଦିଆ ତରଭୁଜ ଚାଷ କରିବାପାଇଁ ମନ ବଳାଇଛନ୍ତି। କୋରୋନା କାଳରେ ସେ ଅନେକ କ୍ଷତି ସହିଥିଲେ, କିନ୍ତୁ ଚଳିତ ବର୍ଷ ଭଲ ଲାଭ ପାଇବାକୁ ଆଶା ରଖିଛନ୍ତି।
ଛୋଟ କାଟିଆ ନୁହଁ ଆଜ୍ଞା ୟେ.. ପୂରା ବଡ଼ ଧରଣର ମାନେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା.. ରାଜ୍ୟ ମୁଖିଆଙ୍କ ହୋଡିଂ ମଧ୍ୟ ଲାଗିଚି..ଏଣ୍ଟ୍ରି ପୂରା ଶାନଦାର..।
ପରୀକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ jointindianarmy.nic.in ୱେବସାଇଟରେ ଉପଲବ୍ଧ ରହିବ। ଦେଶରେ ୧୭୬ଟି କେନ୍ଦ୍ରରେ ପରୀକ୍ଷା କରାଯାଉଥିବା ବେଳେ ରାଜ୍ୟରେ ୬ଟି କେନ୍ଦ୍ରରେ ହେବ ପରୀକ୍ଷା । କଟକ, ଭୁବନେଶ୍ୱର, ବ୍ରହ୍ମପୁର,ବାଲେଶ୍ୱର, ରାଉରକେଲା ଓ ଢେଙ୍କାନାଳକୁ ପରୀକ୍ଷା କେନ୍ଦ୍ର କରାଯାଇଛି ।
ଭଗବାନଙ୍କ ଅବସ୍ଥା ଯିଏ ନିଜ ଆଖିରେ ଦେଖୁଛି, ଆହା ପଦେ କହି ତା ଆଖି ଜକେଇ ଯାଉଛି। ଆଖପାଖ ଅଞ୍ଚଳରେ ମୁଲ ମଜୁରୀ କରି ଯାହା ଦୁଇ ପଇସା ରୋଜଗାର ହୁଏ ସେଥିରେ ଓଳିଏ ଖାଇ ଓଳିଏ ଉପାସ ରୁହନ୍ତି ଭଗବାନ । ଏପଟେ ପୁଣି ବୋଝ ଉପରେ ନଳିତା ବିଡା ସାଜିଛି ତାଙ୍କର ଶାରୀରିକ ଅସୁସ୍ଥତା, ଯେଉଁଥି ପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ରହିଛି । କିନ୍ତୁ ନିଜ ରୋଜଗାରରୁ ଭଲକରି ଗଣ୍ଡିଏ ଖାଇବାକୁ ପାଉନଥିବା ଭଗବାନ ଅସ୍ତ୍ରୋପଚାର ପାଇଁ ଟଙ୍କା ଆଣିବେ କେଉଁଠୁ ?
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ମହିଳା ଜଣକ ଅନ୍ୟ ଜଣେ ପୁରୁଷଙ୍କୁ ପ୍ରେମ କରୁଥିଲେ । ଆଉ ସେହି ପ୍ରେମ ପାଇଁ ସ୍ୱାମୀଙ୍କୁ ହତ୍ୟା କରିଥିଲେ । ସ୍ୱାମୀଙ୍କୁ ମାରିବା ପରେ ନଦୀକୂଳରେ ଫିଙ୍ଗିଦେଇ ପ୍ରେମିକ ସହ ଅନ୍ୟତ୍ର ଚାଲିଯାଇଥିଲା । ମହିଳା ଜଣକ ନିଜ ଭାଣିଜୀର ବାହାଘରରେ ଯୋଗଦେବାକୁ ୧୦ ଫେବ୍ରୁଆରୀରେ ତାଙ୍କ ଘରେ ପହଞ୍ଚିଥିଲେ ।
୧୯୯୫ରେ ଭାରତୀୟ ସୈନ୍ୟବାହିନୀରେ ଯୋଗ ଦେଇଥିଲେ ନରେନ୍ଦ୍ର । ଦେଶର ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପରେ ୨୦୧୯ରେ ହାବିଲଦାର ପଦରୁ ସେ ଅବସର ନେଲେ । ଏହା ପରେ ଗାଁରେ ରହି ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିଲେ । ଦିନେ ତାଙ୍କ ପତ୍ନୀ ରୁକ୍ମଣୀ ଅସୁସ୍ଥ ହୋଇ ପଡ଼ିଲେ । ତାଙ୍କୁ ଡାକ୍ତରଖାନାକୁ ନେବାକୁ ଗାଡ଼ିଟିଏ ଯୋଗାଡ କରିପାରିଲେନି ନରେନ୍ଦ୍ର।
ସରକାରଙ୍କ ପକ୍ଷରୁ ୨୦୨୨ ମସିହା ଜାନୁୟାରୀ ୨୪ ତାରିଖରେ ଅଗ୍ନିଶମ କେନ୍ଦ୍ରର ମରାମତି ପାଇଁ ୪ ଲକ୍ଷ ଟଙ୍କା ଏବଂ ସରକାରୀ ବାସଗୃହ ମରାମତି ପାଇଁ ୧୪ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ମାନମନି ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ । ବର୍ତ୍ତମାନ ଟଙ୍କା ଫେରିବାକୁ ବସିଲାଣି । ଯାହାକୁ ନେଇ କର୍ମଚାରୀ ମାନେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।
ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ପାଖରୁ ଏହି ମେଡିସିନ ଜବତ ହୋଇଥିବା ଜଣାପଡ଼ିଛି । ଡିଷ୍ଟ୍ରିବ୍ୟୁଟର ମାଲିକ ବିଜୟ ଅଗ୍ରୱାଲଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି । ଡ୍ରଗ୍ସ କଣ୍ଟ୍ରୋଲ ଓ ପୁରୀଘାଟ ପୋଲିସ ପକ୍ଷରୁ ମିଳିତ ଭାବେ ରେଡ୍ ବେଳେ ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଜବତ ହୋଇଛି ।
ଯଦି ଆପଣ ଡାର୍କ ଚକୋଲେଟ୍ ଖାଉଛନ୍ତି ତେବେ ଏଥିରେ ୭୦ ପ୍ରତିଶତରୁ ଅଧିକ କୋକୋ ଭରି ରହିଥାଏ । ଯାହା ଆପଣଙ୍କ ଶରୀରକୁ ପୋଷକତତ୍ୱ ଦେଇଥାଏ ।
ପୁରସ୍କାର ପାଇଁ ହିନ୍ଦୁ ଗ୍ରୁପ ତଥା ସ୍ପୋର୍ଟସ ଷ୍ଟାରକୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାରକୁ ଓଡ଼ିଶାର ଜନସାଧାରଣଙ୍କୁ ଉତ୍ସର୍ଗ କରିଛନ୍ତି ।
ଶିକ୍ଷକଙ୍କୁ ଆନ୍ଦୋଳନରୁ ଓହରିବାକୁ ମନ୍ତ୍ରୀଙ୍କ ନିବେଦନ । ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସହଯୋଗ ପାଇଁ ନିବେଦନ ।
ସିବିଆଇ ଇନକ୍ୱାରି ଦାବିରେ ଅଟଳ ବିଜେପି । ୪୫ ପୁରସ୍କାର ପାଇ ଗୋପାଳ କେମିତି ହେଲା ପାଗଳ, ଉଠିଲା ପ୍ରଶ୍ନ ।
ଡେବ୍ରିଗଡ଼କୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା ପାଇଁ ଏନଟିସିଏର ସୁପାରିଶ । ଏବେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ଅପେକ୍ଷା ।
ଗିରଫ ପରେ ଗତକାଲି ସିସୋଦିଆ ସିବିଆଇ ମୁଖ୍ୟାଳୟରେ ରାତି କଟାଇଥିବା ବେଳେ ଆଜି ସ୍ଥାନୀୟ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ସିବିଆଇ । ତାଙ୍କୁ ଅଧିକ ଜେରା ପାଇଁ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ ।