• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସ୍ୱାମୀକୁ ମାରି ବଜାର ବୁଲିଲା ସ୍ତ୍ରୀ । ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ପରେ ସ୍ୱାମୀର ଶବକୁ ନଦୀ କୂଳରେ ଫିଙ୍ଗିଦେଲା । ରାସ୍ତାରୁ କଣ୍ଟା ସଫା ହେବାପରେ ପ୍ରମିକ ସହ ବଜାରରେ ବୁଲିଲା । ଖାଲି ସେତିକି ନୁହେଁ ସମ୍ପର୍କୀୟ ଘରର ବିବାହ ଉତ୍ସବରେ ମଧ୍ୟ ସାମିଲ ହେଲା ସ୍ତ୍ରୀ । ମୃତ ବ୍ୟକ୍ତିଙ୍କ ୧୭ ଦିନର ନିଖୋଜ ପରେ ନଦୀ କୂଳରୁ ଉଦ୍ଧାର ହେଲା ମୃତଦେହ । ପରେ ଘଟଣାକୁ ନେଇ ସମସ୍ତ କଥା ଧୀରେ ଧୀରେ ସାମ୍ନାକୁ ଆସିଲା ।

ଅଧିକ ପଢ଼ନ୍ତୁ: ହତ୍ୟା ପରେ ସ୍ୱାମୀ ଓ ଶାଶୁଙ୍କୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ବୋହୂ, ୬ ମାସ ପରେ ସାମ୍ନାକୁ ଆସିଲା ଘଟଣା...

ସୂଚନା ମୁତାବକ ହତ୍ୟାକାରୀ ମହିଳା ଜଣକ ଜଣେ ଅନ୍ୟ ପୁରୁଷଙ୍କୁ ପ୍ରେମ କରୁଥିଲେ । ଆଉ ସେହି ପ୍ରେମ ପାଇଁ ସ୍ୱାମୀଙ୍କୁ ହତ୍ୟା କରିଥିଲେ । ସ୍ୱାମୀଙ୍କୁ ମାରିବା ପରେ ନଦୀକୂଳରେ ଫିଙ୍ଗିଦେଇ ପ୍ରେମିକ ସହ ଅନ୍ୟତ୍ର ଚାଲିଯାଇଥିଲା । ମହିଳା ଜଣକ ନିଜ ଭାଣିଜୀର ବାହାଘରରେ ଯୋଗଦେବାକୁ ୧୦ ଫେବ୍ରୁଆରୀରେ ତାଙ୍କ ଘରେ ପହଞ୍ଚିଥିଲେ । ବାହାଘର ଉତ୍ସବ ଶେଷ ହବାପରେ ସେଠାରେ ରହି ୨୫ ଫେବ୍ରୁଆରୀରେ ନିଜ ଗାଁକୁ ଫେରିଥିଲେ ।

ବ୍ୟକ୍ତି ଜଣକ ଗାଁରେ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା । ପୁଲିସର ତଦନ୍ତ ପରେ ଆଭିଯୁକ୍ତ ସ୍ତ୍ରୀ ଏପରି କାଣ୍ଡ ଭିଆଇଥିବା ମାନିଛି । ଅଭିଯୁକ୍ତ ମହିଳାର ଦୁଇଟି ସନ୍ତାନ ଥିବା ସୂଚନା ରହିଛି । ଜଣେ ୧୫ ବର୍ଷର ଝିଅ ରହିଥିବା ବେଳେ ଅନ୍ୟଜଣେ ୧୨ ବର୍ଷର ପୁଅ ହୋଇଥିବା ପୋଲିସ କହିଛି ।

ଉତ୍ତରପ୍ରଦେଶର ମଥୁରାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି । ପିଲାମାନେ ଶୋଇପଡ଼ିବା ପରେ ପ୍ରେମିକ ସହ ସ୍ତ୍ରୀ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି । ଅଣନିଃଶ୍ୱାସୀ କରି ମାରିଥିବା ସ୍ତ୍ରୀ କହିଛି । ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now