• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସମୟ କେତେବେଳେ କାହାକୁ ନେଇ କେଉଁଠି ଛିଡ଼ା କରିବ କେହି ଜାଣନ୍ତିନି । ଆଜିର ରାଜା କାଲିର ସମୟ ଚକ୍ରରେ ସବୁକିଛି ହରାଇଦେଇଥିବ । କୁହାଯାଉଥିବା ଏହି କଥାଟି ଆଜି ସତ୍ୟ ପ୍ରମାଣିତ ହୋଇଛି । ନିକଟରେ ଜଣେ ଶିଳ୍ପପତି ପୁଣି ଥରେ ଉପରକୁ ଉଠିଥିବା ବେଳେ ଅନ୍ୟ ଜଣଙ୍କର ବ୍ୟବସାୟ କ୍ଷତି ସହି ତଳକୁ ତଳକୁ ଖସିଛି ।

ଆଜ୍ଞା ହଁ ଆମେ କହୁଛୁ ଶିଳ୍ପପତି ଗୌତମ ଆଦାନୀ ଏବଂ ଏଲନ୍‌ ମସ୍କ ଙ୍କ କଥା । ଏଲନଙ୍କ ବ୍ୟବସାୟ ବଢ଼ିଚାଲିଥିବା ବେଳେ ଗୌତମଙ୍କ ବ୍ୟବସାୟ ଲଗାତର କ୍ଷତି ସହୁଛି। ନିକଟରେ ବ୍ଲୁମବର୍ଗର ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିବା କୁହାଯାଇଛି। ସୂଚନାଯୋଗ୍ୟଯେ, ଟ୍ୱିଟର କିଣିବା ପରେ ଏଲନ୍ ମସ୍କ ବିଶ୍ୱ ଧନୀ ତାଲିକାର ତଳକୁ ଖସିଥିଲେ।

ଅଧିକ ପଢ଼ନ୍ତୁ: ଦେଶରେ ବଢୁଛି ଧନୀ-ଗରିବ ତାରତମ୍ୟ, ୨୧ଜଣଙ୍କ ପାଖରେ ୭୦କୋଟି ଲୋକଙ୍କ ସଂପତ୍ତି

ଏଲନ ମସ୍କଙ୍କ ନିଟ୍ ମୂଲ୍ୟ ବର୍ତ୍ତମାନ ୧୮୭ ବିଲିୟନ ଡଲାର୍ ରହିଛି । ଯାହାକି ବର୍ଷ ଆରମ୍ଭରୁ ଏଲନଙ୍କ ସମ୍ପତ୍ତି ମୂଲ୍ୟ ୧୩୭ ବିଲିୟନ ଡଲାର ରହିଥିଲା । ସେପ୍ଟେମ୍ବର ୨୦୨୧ ଠାରୁ ଏଲନ୍ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ବୋଲି ବ୍ଲୁମବର୍ଗ ତା’ର ରିପୋର୍ଟରେ ପ୍ରକାଶ କରିଛି ।

ଖାଲି ସେତିକି ନୁହେଁ, ଟ୍ୱିଟର ମାଲିକ ଏଲନ ମସ୍କଙ୍କୁ ନେଇ ରିପୋର୍ଟରେ ଆହୁରି ‌ଆନେକ ରୋଚକ ତଥ୍ୟ ପ୍ରଦାନ କରାଯାଇଛି । ଏଲନ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବୋଲି କୁହାଯାଇଛି ।

ସେପଟେ ସେହିପରି ଗୌତମ ଆଦାନୀଙ୍କ ବ୍ୟବସାୟରେ କ୍ଷତି ଯୋଗୁଁ ଧନୀ ତାଲିକାରେ ତାଙ୍କ ନାଁ ତଳକୁ ଖସିବାରେ ଲାଗିଛି। ବର୍ତ୍ତମାନ ଆଦାନୀ ତାଲିକାର ୩୮ ନମ୍ବରର ସ୍ଥାନକୁ ଖସିଆସିଛନ୍ତି। ସେ ପୂର୍ବରୁ ବିଶ୍ୱ ଧନୀ ତାଲିକାର ୩ ନମ୍ବର ସ୍ଥାନକୁ ଖସିଥିଲେ। ବହୁ ଚର୍ଚ୍ଚିତ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ବର୍ତ୍ତମାନ ଆଦାନୀଙ୍କ ଷ୍ଟକ୍‌ ମୂଲ୍ୟ ୩୩.୪ ବିଲିୟନ ରହିଛି ।

ତେବେ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ପକ୍ଷରୁ ସର୍ବଭାରତୀୟ ଧନୀ ତାଲିକାରେ ଆଦାନୀ ୩୦ତମ ସ୍ଥାନରେ ରହିଥିବା ଦର୍ଶାଯାଇଛି । ଆଦାନୀଙ୍କ ପ୍ରାୟ ୪୦ ବିଲିୟନ ଡଲାରର ସମ୍ପତ୍ତି ରହିଛି ।