• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚକୋଲେଟ୍ ଅବା କହାକୁ ପସନ୍ଦ ନୁହେଁ । ସମସ୍ତେ ଚକୋଲେଟ୍ ଖାଇବାକୁ ଖୁବ୍‌ ପସନ୍ଦ କରିଥାଆନ୍ତି । ବିଶେଷ କରି ଝିଅମାନେ ଚକୋଲେଟ୍ ଖାଇବାକୁ ବେଶୀ ପସନ୍ଦ କରନ୍ତି । ହେଲେ ବର୍ତ୍ତମାନ ଚକୋଲେଟ୍‌କୁ ନେଇ ବିଶେଷଜ୍ଞମାନେ ବଡ଼ ତଥ୍ୟ ରଖିଛନ୍ତି । ଯାହା ଜାଣିଲେ ସମସ୍ତଙ୍କୁ ଖୁବ୍‌ ଭଲଲାଗିବ । ଆ‌ଉ ପୁରୁଷମାନେ ମଧ୍ୟ ଚକୋଲେଟ୍‌ ଖାଇବାକୁ ପସନ୍ଦ କରିବେ ।

ଅଧିକ ପଢ଼ନ୍ତୁ: କୋଲେଷ୍ଟ୍ରଲ୍ କମାଇଥାଏ ଚକୋଲେଟ୍

ଡାର୍କ ଚକୋଲେଟ୍‌କୁ ନେଇ ଏକ୍ସପର୍ଟ ମାନେ ମତ ରଖିଛନ୍ତି । ଏକ୍ସପର୍ଟଙ୍କ କହିବା ଅନୁସାରେ ଚକୋଲେଟ ଖାଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ । ଡାର୍କ ଚକୋଲେଟ୍‌ରେ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଆଣ୍ଟି ଇଫ୍ଲିମେଣ୍ଟ ରହିଥାଏ । ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ଅନେକ ଫାଇଦା ଦେଇଥାଏ । ଡାର୍କ ଚକୋଲେଟରେ ଭରପୂର ପୋଷଣ ରହିଥାଏ ।

ଯଦି ଆପଣ ଶୁଦ୍ଧ ଡାର୍କ ଚକୋଲେଟ୍‌ ଖାଉଛନ୍ତି ତେବେ ଏଥିରେ ୭୦ ପ୍ରତିଶତରୁ ଅଧିକ କୋକୋ ଭରି ରହିଥାଏ । ଯାହା ଆପଣଙ୍କ ଶରୀରକୁ ପୋଷକତତ୍ୱ ଦେଇଥାଏ । ପୋଟାସିୟମ ସିଙ୍କ୍‌, ସେଲିନିୟମ ଫସଫରସ୍‌ ଏବଂ ଏଥିରେ ଭରପୂର ନିୟୁଟ୍ରେସିୟନ ଭରି ରହିଥାଏ । ତାହା ସହ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଥାଏ ।

ଡାର୍କ ଚକୋଲେଟ୍‌ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣକୁ ଆସିଥାଏ। ତାହାସହ କୋଲଷ୍ଟ୍ରଲକୁ ମଧ୍ୟ କମ୍‌ କରାଇଥାଏ ଡାର୍କ ଚକୋଲେଟ୍‌ । ଖାଲି ଏତିକି ନୁହେଁ, ଏହା ଖାଇବା ଦ୍ୱାରା ଚର୍ମକୁ ମଧ୍ୟ ଅନେକ ଫାଇଦା ମିଳିଥାଏ । ଏଥିରେ ବାୟୋ ଆକ୍ଟିଭ୍‌ କମ୍ପାଉଣ୍ଡସ୍‌ ଥିବାରୁ ଚର୍ମକୁ ଏହା ସୁରକ୍ଷିତ ରଖିଥାଏ ।