• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ପାଇଁ ଚାକିରି ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହେଲାଣି । ପ୍ରୟ ସମସ୍ତ ଶିକ୍ଷିତ ଓ ଦକ୍ଷ ଯୁବକ ସରକାରୀ ଚାକିରି ଖଣ୍ଡିଏ ପାଇଁ ଆଶାୟୀ ରହିଛନ୍ତି । ବିଶେଷକରି ଭଲ ଚାକିରି ସାଙ୍ଗକୁ ଭଲ ଦରମା ଚାହୁଁଛନ୍ତି ଯୁବପିଢ଼ି ।

ସରକାରୀ ଚାକିରି କରିବାକୁ ହେଲେ ଆଶାୟୀମାନଙ୍କୁ ସେମାନଙ୍କ ନାମ ପଞ୍ଜୀକୃତ କରିବାକୁ ପଡ଼ିଥାଏ । ଯାହାକି ସରକାରୀ ସ୍ଥରରୁ ହିଁ କୁହାଯାଇଥାଏ । ଓଡ଼ିଶାରେ ସରକାରୀ ଚାକିରି କରିବାକୁ ହେଲେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାମ ପଞ୍ଜୀକରଣ କରିଥାଆନ୍ତି ଇଚ୍ଛୁକ ପ୍ରାର୍ଥୀ ।

ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଜିଲ୍ଲା ନିଯୁକ୍ତି ବିନିମୟ ପରିଦର୍ଶନ ବା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନିଜ ନାମ ପଞ୍ଜୀକରଣ କରିବା ଆବଶ୍ୟକ । ଯାହାଫଳରେ ଖାଲି ରହିଥିବା ସରକାରୀ ପଦବୀରେ ସେମାନଙ୍କୁ ନିଯୁକ୍ତି ଦେବାର ସୁଯୋଗ ମିଳିଥାଏ ।

ପ୍ରଫେସନାଲ୍ ଓ ଏଜୁକ୍ୟୁଟିଭ୍ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ସେମାନଙ୍କର ନାମ ପ୍ରଫେସନାଲ୍ ଏବଂ ଏଜୁକ୍ୟୁଟିଭ୍ ଏମ୍ପ୍ଲୟମେଣ୍ଟ୍ ଅଫିସ୍ ଭୁବନେଶ୍ୱରରେ ପଞ୍ଜୀକରଣ କରିପାରିବେ । ପରେ ସ୍ଥାନୀୟ ଅଫିସରେ ସେମାନଙ୍କର ପଞ୍ଜୀକରଣକୁ ରିନ୍ୟୁଆଲ କରିହେବ ।

ନିକଟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଓଓ) ଏବଂ ଜୁନିଅର ଆସିଷ୍ଟାଣ୍ଟଙ୍କ ୫୩୯୬ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ଓଡିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ଚୟନ କମିଶନ (ଓଏସ୍ଏସ୍ଏସ୍‌ସି) ମଧ୍ୟ ଆବେଦନପତ୍ର ଦାଖଲ କରିବା ପୂର୍ବରୁ ନିଯୁକ୍ତି ବିନିମୟରେ ସେମାନଙ୍କ ନାମ ପଞ୍ଜୀକରଣ କରିବାକୁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦେଇଛି ।

ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମନେ ଅଫିସିଆଲ୍ ୱେବସାଇଟ୍ https://empmissionodisha.gov.in ଭିଜିଟ କରିପାରିବେ ।

ଚାକିରି ପାଇଁ ଇଚ୍ଛୁକ ଥିବା ଯୁବପିଢ଼ିମାନେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ଆବେଦନ କରିପାରିବେ । ଏହି ଆବେଦନର ସମୟସୀମା ମାତ୍ର ୨୦ ଦିନ ରହିଛି । ପଞ୍ଜୀକରଣ ପାଇଁ ସର୍ବନିମ୍ନ ବୟସ ସୀମା ହେଉଛି ୧୪ ବର୍ଷ । ସର୍ବାଧିକ ବୟସ ସୀମା ଧାର୍ଯ୍ୟ କରାଯାଇ ନାହିଁ ।