ସାଧାରଣତଃ ୧୩-୧୪ ବର୍ଷ ବୟସରେ ଶରୀରର ଉଚ୍ଚତା ସହିତ ଅନ୍ୟାନ୍ୟ ପରିବର୍ତ୍ତନ ହୋଇଥାଏ। ଏହି ସମୟରେ ଜିମ୍ରେ ଯାଇ କଠିନ୍ ପରିଶ୍ରମ କରିବା ଦ୍ୱାରା ଏହା ଶାରିରୀକ ବିକାଶାରେ ବାଧା ସୃଷ୍ଟି କରେ।
ସୈାର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୮ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ଅହୋରାତ୍ର, ତିଥି- ୮ମୀ ରାତ୍ରି ୦୮.୪୫ ଗତେ ୯ମୀ, ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର, ଘାତବାର- ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ- ନାସ୍ତି
ଦୁବାଇରେ ରହୁଥିବା ଜଣେ ମହିଳା ଗୋଟିଏ ପେନ୍ଥା ଅଙ୍ଗୁରରେ ହଜାରେ କି ଦୁଇ ହଜାର ନୁହେଁ ସେ ୯ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ମହିଳା ଜଣଙ୍କ କହିଛନ୍ତି ଯେ ସେ ଏହାକୁ ଖାଇବାକୁ ଚାହୁଁନାହାଁନ୍ତି। ତେବେ ସେ କାହିଁକି ଏତେ ଟଙ୍କା ଦେଇ ଏହି ଅଙ୍ଗୁର କିଣିଛନ୍ତି? ମହିଳା ଏହା ପଛର କାରଣ ମଧ୍ୟ କହିଛନ୍ତି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ।
ଗତକାଲିଠାରୁ ଏମକେସି ହାଇସ୍କୁଲ ପରିସରରେ ଥିବା ଦନ୍ତାହାତୀ ସହର ଭିତରେ ଆତଙ୍କ ଖେଳାଳଇଥିଲା ।
ଜାନୁଆରୀ ୧୪ ତାରିଖର ଏହି ଘଟଣା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।
ବୁଧବାର ବେଙ୍ଗାଲୁରୁରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରି ସିରିଜକୁ ୩-୦ରେ କ୍ଲିନ୍ ସ୍ୱିପ୍ କରିଛି ଭାରତ।
ଏକ ବଡ଼ କ୍ରେନ୍ ସହାୟତାରେ ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହକୁ ନିଆଯାଇଛି ।
ପ୍ରତ୍ୟେକଟି ପକ୍ଷରେ ପନ୍ଦରଟି ତିଥି ହୋଇଥାଏ। ଏହି ପ୍ରତ୍ୟେକର ବିଶେଷତା ରହିଛି। ବାସ୍ତୁଶାସ୍ତ୍ରରେ ଗୃହ ନିର୍ମାଣ ଆରମ୍ଭ ପାଇଁ ଶୁଭ ଓ ଅଶୁଭ ତିଥିର ନିର୍ଦ୍ଧାରଣ କରାଯାଇଛି। ସେଗୁଡ଼ିକ ନିମ୍ନରେ ଆପଣଙ୍କର ଅବଗତ ନିମନ୍ତେ ଦିଆଯାଉଛି। ଏହା ଜାଣି ରଖନ୍ତୁ।
ଯେତେବେଳେ ଲୋକାର୍ପଣ ଉତ୍ସବ ପାଇଁ ତାରିଖ ଧାର୍ଯ୍ୟ କରାଗଲା, ନା ଜଗତଗୁରୁଙ୍କ ପରାମର୍ଶ ନିଆଯାଇଥିଲା ନା ତାଙ୍କୁ ପଚରା ଯାଇଥିଲା। ନିଶ୍ଚିତ ଭାବେ ଏଥିରେ ତ୍ରୁଟି ଘଟିଛି।
ରାମଲାଲାଙ୍କ ବିଗ୍ରହ ଏକ ଟ୍ରକ ସାହାଯ୍ୟରେ ରାମ ପଥ ଦେଇ ମନ୍ଦିର ପରିସରରେ ପ୍ରବେଶ କରିଛି।
ଏତେବଡ଼ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେଲା, ନା ନିମନ୍ତ୍ରଣ ମିଳିଲା ନା କାହାକୁ ଡାକି ସମ୍ମାନ କି ସମ୍ବର୍ଦ୍ଧନା ଖଣ୍ଡେ ଦିଆଗଲା।
ଟୋଲ ପ୍ଲାଜାରେ ନିରବଚ୍ଛନ୍ନ ଯାତାୟାତ ସହ ଇଲେକ୍ଟ୍ରୋନିକ୍ ଟୋଲ୍ ପ୍ଲାଜାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ NHAI ଏମିତି ପଦକ୍ଷେପ ନେଇଥିବା କହିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ।
ଗାଁ ଗାଁରେ ବୁଲିଲା ଅର୍ପଣ ରଥ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତଙ୍କ ଠାରୁ ସଂଗ୍ରହ ହେଲା ଗୁଆ-ଚାଉଳ। ଏଥିପାଇଁ ପାଣି ଭଳି କୋଟି କୋଟି ଟଙ୍କା ବି ଖର୍ଚ୍ଚ କଲେ ସରକାର। ହେଲେ ପରିକ୍ରମା ପ୍ରକଳ୍ପ ତ ଲୋକାର୍ପଣ ହେଲା, କିନ୍ତୁ ମହାପ୍ରଭୁଙ୍କ ପାଖରେ ପହଞ୍ଚିଲାନି ଭକ୍ତଙ୍କ ଗୁଆ-ଚାଉଳ।
ଖାଲି ଏତିକି ନୁହେଁ ପରିସ୍ଥିତି ନିୟନ୍ତ୍ରଣକୁ ନଆସିବା ପରେ ପୋଲିସ୍ ଆସି ବୁଝାସୁଝା କରିଥିଲା। ଏହାପରେ ବିବାଦ ଥମି ନଥିଲା। ରବିଙ୍କ ବୟାନକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ତାରା।
ସିଂହାସନ ପୂଜାର୍ଚ୍ଚନା ସହ ସରଜୁ ତଟରେ ହେଲା କଳସ ପୂଜନ । ବିଗ୍ରହ ପ୍ରତିଷ୍ଠା ଦିନକ ପୂର୍ବରୁ ଗର୍ଭଗୃହରେ ଶଙ୍ଖଧ୍ବନି ଓ ବେଦମନ୍ତ୍ର ।
ଆର୍ମି ଚିଫ୍ INS ଚିଲିକା ଗସ୍ତ କରିଥିଲେ। ସେଠାରେ ଅଗ୍ନିବୀରଙ୍କୁ ଦିଆଯାଇଥିବା ପ୍ରଶିକ୍ଷଣର ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ଜେନେରାଲ ମନୋଜ ପାଣ୍ଡେ।
ଶ୍ରୀକ୍ଷେତ୍ର ଲେଖିଲା ନୂଆ ଇତିହାସ। ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଥିଲେ ।
ବୃଦ୍ଧଙ୍କ ଜୀବନ ଫେରିଲା ପରେ ପରିବାର ଲୋକେ ତାଙ୍କୁ ପୁଣି ଥରେ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏବେ ତାଙ୍କର ଚିକିତ୍ସା ଚାଲିଛି ।
୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ ଭିତିରି ସୂଚନା ଦେଇଛନ୍ତି । ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି କୁହାଯାଉଛି।
ଦିଲ୍ଲୀରେ ପୁଣି କଂଗ୍ରେସ ହାତ ଧରିଛନ୍ତି ଗମାଙ୍ଗ ପରିବାର । ଅଜୟ ମାକେନ, ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସାମିଲ ହେଲେ । ପୂର୍ବତନ ସାଂସଦ ସଂଜୟ ଭୋଇ ବି କଂଗ୍ରେସକୁ ଫେରିଲେ ।
ଉତ୍ତର ପ୍ରଦେଶର ବୃନ୍ଦାବନରେ ଏକ ମାଙ୍କଡ ଆଇଫୋନ୍ ନେଇଯିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ଅଭିଯୁକ୍ତ ଜଣକ ନାଁ ବିଜୟ ବୋଲି ପୋଲିସ ସୂଚନା ଦେଇଥିବା ବେଳେ ସେ ଜଣେ ଅଟୋ ଡ୍ରାଇଭର ବୋଲି ଜଣାପଡ଼ିଛି । ସେ ସବୁବେଳେ ନିଜ ପତ୍ନୀକୁ ମାରପିଟ୍ କରେ ବୋଲି ପାଖ ପଡ଼ୋଶୀ ବି ଅଭିଯୋଗ କରିଛନ୍ତି ।
ପ୍ରଗନ୍ନାନନ୍ଦ କହିଛନ୍ତି ତାଙ୍କର ବିଶ୍ୱାସ ହେଉନି ଯେ, ବିଶ୍ୱ ଚାମ୍ପିଅନ୍ ବିଶ୍ୱନାଥ ଆନନ୍ଦ ଏତେ ଶୀଘ୍ର ଟୁର୍ଣ୍ଣାମେଣ୍ଟରୁ ବାହାରିଯାଇଛନ୍ତି ।
ନାବାଳକ ଛାତ୍ର ସହ ଶାରୀରିକ ସମ୍ପର୍କ ପଡ଼ିଲା ମହଙ୍ଗା । ଶିକ୍ଷାଦାନରୁ ବିରତ କଲେ ବ୍ରିଟେନ ସରକାର । ବ୍ରିଟେନର ଜଣେ ମହିଳା ଶିକ୍ଷକ .. ନିଜର ୧୫ ବର୍ଷର ଛାତ୍ର ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହାର ଭୟଙ୍କର ଦଣ୍ତ ଭାବେ ତାଙ୍କୁ ସାରା ଜୀବନ ଶିକ୍ଷାଦାନ ବୃତ୍ତିରୁ ବାରଣ କରାଯାଇଛି ।
ଗତକାଲି ପାକିସ୍ତାନର ବେଲୁଚିସ୍ତାନରେ ଆକ୍ରମଣ କରିଥିଲା ଇରାନ । ଆତଙ୍କବାଦୀ ଗୋଷ୍ଠୀ ଜୈଶ ଅଲ ଆଦିଲର ଦୁଇଟି ବେସକୁ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରି ଉଡ଼ାଇ ଦେଇଥିଲା ଇରାନ । ଇରାକ ଏବଂ ସିରିଆରେ ହୋଇଥିବା ଆକ୍ରମଣର ମାତ୍ର ଗୋଟାଏ ଦିନ ପରେ ଏହି ଆକ୍ରମଣ ହୋଇଛି ।