• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନାବାଳକ ଛାତ୍ର ସହ ଶାରୀରିକ ସମ୍ପର୍କ ପଡ଼ିଲା ମହଙ୍ଗା । ଶିକ୍ଷାଦାନରୁ ବିରତ କଲେ ବ୍ରିଟେନ ସରକାର । ବ୍ରିଟେନର ଜଣେ ମହିଳା ଶିକ୍ଷକ .. ନିଜର ୧୫ ବର୍ଷର ଛାତ୍ର ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହାର ଭୟଙ୍କର ଦଣ୍ତ ଭାବେ ତାଙ୍କୁ ସାରା ଜୀବନ ଶିକ୍ଷାଦାନ ବୃତ୍ତିରୁ ବାରଣ କରାଯାଇଛି । ଘଟଣାକ୍ରମରେ ୩୮ ବର୍ଷୀୟ କାଣ୍ଡିସ୍ ବାରବର୍ ବକିଂହାମସାୟରରେ ଥିବା ଏକ ସ୍କୁଲରେ ଶିକ୍ଷୟତ୍ରୀ ଥିଲେ ।

ଗତ ୨୦୨୧ ରେ ଶିକ୍ଷୟତ୍ରୀ ଜଣକ ନିଜର ଜଣେ ନାବାଳକ ଛାତ୍ର ସହ ଶାରୀରିକ ସମ୍ପର୍କ ରଖିଥିଲେ । ଘଟଣା ସମ୍ପର୍କରେ ଜଣା ପଡ଼ିବା ପରେ ଶିକ୍ଷୟତ୍ରୀ ଜଣକ ଛଅ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିଥିଲେ । ତେବେ କଥା ଏତିକିରେ ସରିନଥିଲା, ବର୍ତ୍ତମାନ ବ୍ରିଟେନ ସରକାର ତାଙ୍କୁ ଶିକ୍ଷାଦାନରୁ ହିଁ ବହିଷ୍କାର କରିଛନ୍ତି । ଅର୍ଥାତ ସାରା ଜୀବନ ସେ ଆଉ ଶିକ୍ଷକତା କରିପାରିବେନି ।

ଶିକ୍ଷୟତ୍ରୀଙ୍କର ଏପରି କାର୍ଯ୍ୟ ନିହାତି ନିନ୍ଦନୀୟ ଓ ସ୍ୱାର୍ଥପର ବୋଲି କୋର୍ଟ କହିଛନ୍ତି । ଏପରି ଆଚରଣ ଆଗାମୀ ପିଢ଼ି ପାଇଁ ମାରାତ୍ମକ ଓ ବିପଦଜ୍ଜନକ । ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଏପରି ଶିକ୍ଷୟତ୍ରୀ ସମାଜ ପାଇଁ ଭୟାନକ । ସେ ଶିକ୍ଷାଦାନର ପବିତ୍ରତାକୁ ନଷ୍ଟ କରିଛନ୍ତି । ଏଣୁ ତାଙ୍କୁ ଆଗାମୀ ସମୟରେ ଶିକ୍ଷାଦାନ କରିବାକୁ ଦିଆ ଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ତାଙ୍କର ଆଚରଣ ଏତେ ଘୃଣ୍ୟ ଓ କ୍ଷତିକାରକ ଯେ ଭବିଷ୍ୟତରେ ତାଙ୍କୁ ଶିକ୍ଷାଦାନ କରିବାକୁ ଅନୁମତି ଦିଆ ଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ତେବେ ଶିକ୍ଷୟତ୍ରୀ ଜଣକ ବିବାହିତ ଓ ତାଙ୍କର ତିନୋଟି ପିଲା ଥିବା ଜଣା ପଡ଼ିଛି । ନିଜେ ଜଣେ ମାଆ ହୋଇଥିବା ବେଳେ ନିଜ ପୁଅ ବୟସର ଛାତ୍ର ସହ ସେ ଏପରି କାର୍ଯ୍ୟ କରିବା ଏକ ଘୃଣ୍ୟ ପ୍ରଥାକୁ ଜନ୍ମ ଦେଉଛି ବୋଲି କୋର୍ଟ କହିଛନ୍ତି । ସଂପୃକ୍ତ ନାବାଳକକୁ ସେ ଗତ ୨୦୧୮ରେ ପ୍ରଥମେ ଅଶ୍ଲୀଳ ମେସେଜ ପଠାଇବା ଆରମ୍ଭ କରିଥିଲେ ।

ପରେ ପରେ ତାଙ୍କୁ ମାନସିକ ଆଘାତ ଦେବା ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଏପରିକି ଶ୍ରେଣୀଗୃହରେ ମଧ୍ୟ ଅଶ୍ଲୀଳ ମେସେଜ ପଠାଉଥିବା ଜଣା ପଡ଼ିଛି । ବାହାରେ ପ୍ରକାଶ କଲେ ଛାତ୍ରଜଣଙ୍କୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ସେ ଧମକ ଦେଇଥିଲେ । ଏ ସବୁ ମଧ୍ୟରେ ମହିଳାଙ୍କ ସ୍ୱାମୀ ତାଙ୍କ ସହ ସମ୍ପର୍କ ଛିନ୍ନ କରିଥିବା ଜଣା ପଡ଼ିଛି ।