• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଅଯୋଧ୍ୟା ମନ୍ଦିର ପ୍ରବେଶ କଲେ ଭଗବାନ ରାମଲାଲା । ଏକ ବଡ଼ କ୍ରେନ୍‌ ସହାୟତାରେ ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହକୁ ନିଆଯାଇଛି । ପ୍ରଥମେ ଏକ ଟ୍ରକ୍ ସହାୟତାରେ ରାମ ପଥ ଦେଇ ରାମଲାଲାଙ୍କ ବିଗ୍ରହକୁ ମନ୍ଦିର ପରିସରକୁ ନିଆଯାଇଥିଲା। ପୁଣି ମନ୍ଦିର ପରିସରରେ ଏକ କ୍ରେନ୍ ସହାୟତାରେ ଟ୍ରକରୁ ରାମଲାଲାଙ୍କ ବିଗ୍ରହ ନିଆଯାଇ ମନ୍ଦିର ମଧ୍ୟରେ ସ୍ଥାପନ କରାଯାଇଛି । କୃଷ୍ଣଶିଳାରେ ନିର୍ମିତ ୫ ବର୍ଷୀୟ ଶ୍ରୀରାମଚନ୍ଦ୍ରଙ୍କ ୫୧ ଇଞ୍ଚ ଉଚ୍ଚ ଏବଂ ପ୍ରାୟ ୨ କୁଇଣ୍ଟାଲ ଓଜନର ଏହି ମୂର୍ତ୍ତିକୁ ଟ୍ରକରେ ଢାଙ୍କି ମନ୍ଦିର ପରିସରକୁ ଅଣାଯାଇଥିଲା। କଡ଼ା ସୁରକ୍ଷା ବଳୟରେ ମୂର୍ତ୍ତି ନିର୍ମାଣ ସ୍ଥଳରୁ ମନ୍ଦିର ପରିସରକୁ ଅଣାଯାଇଥିଲା । ଏ ଦୃଶ୍ୟ ଦେଖି ଭାବବିହ୍ୱଳ ହେବା ସହିତ ଜୟ ଶ୍ରୀରାମ ନାରା ଦେଇଥିଲେ ଅଯୋଧ୍ୟାବାସୀ।

ଅଧିକ ପଢ଼ନ୍ତୁ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ଟ୍ରଷ୍ଟର ଅପିଲ୍‌, #ShriRamHomecoming ଦେଇ ପୋଷ୍ଟ କରନ୍ତୁ ସର୍ଟସ୍ ଭିଡିଓ

ସେପଟେ କାଲି ଦିନବେଳା ରାମଲାଲାଙ୍କ ଏକ ସୁସଜ୍ଜିତ ରୌପ୍ୟ ବିଗ୍ରହକୁ ମନ୍ଦିର ପରିକ୍ରମା ଓ ପୂଜାର୍ଚ୍ଚନା କରାଯାଇଥିଲା । ରାମଲାଲାଙ୍କ ପଥର ପ୍ରତିମା ଖୁବ୍ ଓଜନିଆ ହୋଇଥିବାରୁ, ଏହି ରୂପାରେ ତିଆରି ମୂର୍ତ୍ତିକୁ ଚଳନ୍ତି ବିଗ୍ରହ ଭାବେ ଅନୁଷ୍ଠାନରେ ପୂଜାର୍ଚ୍ଚନା କରାଯିବ ।